Excuse Me Odisha

ଯାହା କହିବୁ ସତ କହିବୁ

୨୦୨୧ ବର୍ଷର ମକର ରାଶିର ରାଶିଫଳ। କେମିତି କଟିବ ୨୦୨୧ ମସିହା। ନୁଆ ବର୍ଷରେ କଣ ରହିଛି ଖାସ ଆପଣଙ୍କ ପାଇଁ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ  ୨୦୨୧ ବର୍ଷର ମକର ରାଶିର ରାଶିଫଳ। କେମିତି କଟିବ ୨୦୨୧ ମସିହା। ନୁଆ ବର୍ଷରେ କଣ ରହିଛି ଖାସ ଆପଣଙ୍କ ପାଇଁ ଆସନ୍ତୁ ଜାଣିବା।

ବନ୍ଧୁଗଣ ୨୦୨୧ ମସିହା ଇଂରାଜୀ ନବ ବର୍ଷ। କେମିତି କଟିବ ୧୨ ଗୋଟି ରାଶି ବ୍ୟକ୍ତି ମାନଙ୍କ ରାଶିଫଳ? କଣ ରହିଛି ଗ୍ରହ ମାନଙ୍କର ଫଳାଫଳ। କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଆସନ୍ତୁ ଜାଣିବା। ଧନୁରେ ରବି, ବୁଧ କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ ଶନି, ବିଛାରେ ଶୁକ୍ର କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷ ଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ ମସିହା ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଚଳନ କରିବେ। ସେପ୍ଟେମ୍ବର ମାସ ୧୪ ତାରିଖରେ ମକର ରାଶିକୁ ବକ୍ରି ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନଃରାୟ କୁମ୍ଭ ରାଶିକୁ ପୁନଃରାୟ ଚଳନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ତେବେ ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ ଅବସ୍ଥାନ କରିବେ।ତେବେ ଆସନ୍ତୁ ଜାଣିବା ଏହି ମକର ରାଶି ବ୍ୟକ୍ତିଙ୍କର ୨୦୨୧ ବର୍ଷର ରାଶିଫଳ।

Google

ମକର ରାଶିର ୨୦୨୧ ମସିହାର ବାର୍ଷିକ ରାଶିଫଳ। ୨୦୨୧ ମସିହା ଇଂରାଜୀ ନବ ବର୍ଷ ଆରମ୍ଭରେ ମକର ରାଶି ଜାତ ମହିଳା ଏବଂ ପୁରୁଷ ମାନଙ୍କର ରବି ବୁଧ ଦ୍ବାଦଶ ଭାଗରେ,ମଙ୍ଗଳ ଚତୁର୍ଥ ଭାଗରେ, ଗୁରୁ ଶନି ପ୍ରଥମ ଭାଗରେ, ଶୁକ୍ର କେତୁ ଏକାଦଶ ଭାଗରେ, ରାହୁ ପଞ୍ଚମ ଭାଗରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ଚନ୍ଦ୍ର,ଶୁକ୍ର, କେତୁ ଶୁଭ ଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହ ମାନେ ଅଶୁଭ ଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ବାରା କେତେକାଂଶରେ ଶୁଭ ଫଳ ପାଇପାରିବେ। ବିଶେଷତ୍ୱ, ମହାଦଶା, ଅନ୍ତ ଦଶା ଶୁଭ ଥିଲେ ଗୋଚର ଗ୍ରହ ମାନଙ୍କର କୁପ୍ରଭାବ ସେତୋଟା ପଡ଼ିବ ନାହିଁ। ମକର ରାଶି ବ୍ୟକ୍ତି ଶୁକ୍ର, କେତୁ ଏକାଦଶ ଭାଗ ଏବଂ ଅବୈ ଭାବ ଥିବାରୁ ଏହି ଯୋଗ ଆପଣଙ୍କ ଶକ୍ତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଉଛି। କାରଣ ନିଜର ଉର୍ଜା ଭାବକୁ ସଞ୍ଚାର କରି ଶକ୍ତିର ବିକାଶର ବୃଦ୍ଧି କରିବେ। ନିଜର ଭାଗ୍ୟର ବହୁତ ସହଯୋଗ ମିଳିବ। ପାରିବାରିକ ଜୀବନର ମଧୁରମୟ ହେବ। ଜୀବନସାଥୀଙ୍କ ପୂର୍ଣ ସହଯୋଗ ପ୍ରାପ୍ତ ପାଇବେ। ପ୍ରେମ ସୋମ୍ଵଦ୍ଧରେ ମଧ୍ୟ ସୁଖ  ପ୍ରାପ୍ତି ହେବ। ସାନ ଭାଇ ଭଉଣୀଙ୍କ ଭବିଷ୍ୟତକୁ ନେଇ ଚିନ୍ତା ମଧ୍ୟ କରିବାକୁ ପଡ଼ିବ। ଆତ୍ମସମ୍ମାନର ବୃଦ୍ଧି ହେବ। ଆତ୍ମବିଶ୍ୱାସର ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ଧର୍ଯ୍ୟର ସହିତ କାମ କଲେ ନିଶ୍ଚିତ ଭାବରେ ସଫଳତା ପାଇବେ।

ବୃହଷ୍ପତି ଏପ୍ରିଲ ୬ ତାରିଖରେ କୁମ୍ଭ ରାଶିକୁ ଚଳନ କରି ଦିତୀୟ ଭାଗରେ ରହିବା ଫଳରେ ଆପଣଙ୍କୁ ଆଗକୁ ବଢିବା ପାଇଁ ଧର୍ଯ୍ୟ ଏବଂ ସାହସ ମିଳିବ। ଯାହା ଦ୍ବାରା କାର୍ଯ୍ୟରେ ବାଧାକୁ ଦୂର କରିପାରିବେ। ବୃହଷ୍ପତି ଜ୍ଞାନର ସ୍ୱାମୀ ଅଟନ୍ତି। ଅଟକି ରହିଥିବା କାର୍ଯ୍ୟ, ଧନ ନେବା ଦେବା ପ୍ରକ୍ରିୟା ବୃଦ୍ଧି ହେବ। ପରିବାରର ସଦସ୍ୟଙ୍କ ସହିତ ସମ୍ପର୍କ ଭଲ ରହିବ।ଘରେ ଶୁଭ କାର୍ଯ୍ୟ ମଧ୍ୟ କରିବେ। ଧନ ବୃଦ୍ଧି ହେବ, ଶିକ୍ଷାରେ ଉନ୍ନତି କରିବେ, ସ୍ବାସ୍ଥ୍ୟ ଭଲ ରହିବ, ଶତ୍ରୁମାନେ ମଧ୍ୟ ଆପଣଙ୍କ ପ୍ରତି ପ୍ରଭାବିତ ହୋଇପାରନ୍ତି। ଅଟକି ଥିବା କାର୍ଯ୍ୟ ପୁରଣ ହୋଇପାରେ। ସାନ ଭାଇ ଭଉଣୀଙ୍କ ଠାରୁ ଭଲ ଶୁଭ ଖବର ମିଳିବ। ଯାତ୍ରାରେ ସୁଫଳ ହେବ ଯାହା ଫଳରେ ଆପଣଙ୍କ କାର୍ଯ୍ୟ ପରାକ୍ରମରେ ଉନ୍ନତି ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହେବ।

Google

କିନ୍ତୁ ରାହୁ ସନ୍ତାନ ଭାବରେ ଶନି ଜନ୍ମ ରାଶିରେ ବର୍ଷ ଶେଷ ପର୍ଯ୍ୟନ୍ତ ରହୁଥିବାରୁ ଅନେକ ସମସ୍ୟାରେ ସମ୍ମୁଖିନ ହୋଇପାରନ୍ତି ଏହି ବର୍ଷ। କାର୍ଯ୍ୟରେ ବାଧା ଦେଖାଦେଇପାରେ, ଆପଣଙ୍କ ମାନ ସମ୍ମାନ, ଶିକ୍ଷା, ସନ୍ତାନଙ୍କର ନକାରାତ୍ମକ ପରିଣାମ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ମିଶ୍ରିତ ଫଳ ପ୍ରାପ୍ତି ହେବ। ବେଳେବେଳେ କାର୍ଯ୍ୟରେ ବୃଦ୍ଧି ହେବ। ଅଚାନକ ଭାବରେ  ହେଉଥିବା କାର୍ଯ୍ୟଟି ବିଗିଡି ଯିବ। ଯାହା ଫଳରେ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। ଜୀବନସାଥୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ମଧ୍ୟ ହୋଇପାରନ୍ତି। ବିଶେଷ କରି ନୂତନ ସମ୍ପର୍କରେ ସଂଘର୍ଷ କରିବାକୁ ପଡିପାରେ। ପାରିବାରିକ ବାଦ ବିବାଦ ମଧ୍ୟ ସୃଷ୍ଟି ହୋଇପାରେ। ଜୀବନସାଥୀଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବ ନାହିଁ। ପ୍ରତିକାର ହେଲା :

ପ୍ରଥମ ପ୍ରତିକାର ହେଲା:

ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ କଷ୍ଟ ନିବାରଣ ମହାଯନ୍ତ୍ର ପୁଜା କରିବା ସହ ଏହି ମନ୍ତ୍ର ଜପ କରନ୍ତୁ ପ୍ରତିଦିନ। ମନ୍ତ୍ର ହେଲା “ଓଁ ପ୍ରାଂ ପ୍ରିଂ ପ୍ରଂ ସଂ ଶନିଶ୍ଚରାୟ ନମଃ”। “ଓଁ ଗାଂ ଗିଂ ଗଂ ସଂ ଗୁରୁବେ ନମଃ।”

ଦିତୀୟ ପ୍ରତିକାର :

ମାସର ଯେକୌଣସି ଶନିବାର ଦିନ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସୀସା, ରାଶି, ସୋରିଷ ତେଲ, ନୀଳ ବସ୍ତ୍ର, କଳା ଫୁଲ, କମ୍ବଳ,ପନୀଖି, ଛୁରୀ ଦାନ କରନ୍ତୁ।

ତୃତୀୟ ପ୍ରତିକାର:

ରବିବାର ଦିନ ବ୍ରତ ପାଳନ କରନ୍ତୁ। ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *