Excuse Me Odisha

ଯାହା କହିବୁ ସତ କହିବୁ

୨୦୨୧ ବର୍ଷଟି ତୁଳା ରାଶିର ଜାତକଙ୍କର କଣ ରହିଛି ଖାସ। କେମିତି କଟିବ ୨୦୨୧ ନୂତନ ବର୍ଷଟି  ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇ ଦେବା ପାଇଁ ଯାଉଛୁ ଯେ ୨୦୨୧ ବର୍ଷଟି ତୁଳା ରାଶିର ଜାତକଙ୍କର କଣ ରହିଛି ଖାସ। କେମିତି କଟିବ ୨୦୨୧ ନୂତନ ବର୍ଷଟି  ଆସନ୍ତୁ ଜାଣିବା।

ବନ୍ଧୁଗଣ ୨୦୨୧ ମସିହା ଇଂରାଜୀ ନବ ବର୍ଷ। କେମିତି କଟିବ ୧୨ ଗୋଟି ରାଶି ବ୍ୟକ୍ତି ମାନଙ୍କ ରାଶିଫଳ? କଣ ରହିଛି ଗ୍ରହ ମାନଙ୍କର ଫଳାଫଳ। କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଆସନ୍ତୁ ଜାଣିବା। ଧନୁରେ ରବି, ବୁଧ କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ ଶନି, ବିଛାରେ ଶୁକ୍ର କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷ ଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ ମସିହା ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଚଳନ କରିବେ। ସେପ୍ଟେମ୍ବର ମାସ ୧୪ ତାରିଖରେ ମକର ରାଶିକୁ ବକ୍ରି ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନଃରାୟ କୁମ୍ଭ ରାଶିକୁ ପୁନଃରାୟ ଚଳନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ତେବେ ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ ଅବସ୍ଥାନ କରିବେ। ତେବେ ଆସନ୍ତୁ ଜାଣିବା ଏହି ତୁଳା ରାଶି ବ୍ୟକ୍ତିଙ୍କର ୨୦୨୧ ବର୍ଷର ରାଶିଫଳ।

Google

ତୁଳା ରାଶିର ୨୦୨୧ ମସିହାର ବାର୍ଷିକ ରାଶିଫଳ। ୨୦୨୧ ମସିହା ଇଂରାଜୀ ନବ ବର୍ଷ ଆରମ୍ଭରେ ତୁଳା ରାଶି ଜାତ ମହିଳା ଏବଂ ପୁରୁଷ ମାନଙ୍କର ରବି ବୁଧ ତୃତୀୟ ଭାଗରେ,ମଙ୍ଗଳ ସପ୍ତମ ଭାଗରେ, ଗୁରୁ ଶନି ଚତୁର୍ଥ ଭାଗରେ, ଶୁକ୍ର କେତୁ ଦିତୀୟ ଭାଗରେ, ରାହୁ ଅଷ୍ଟମ ଭାଗରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ରବି, ଚନ୍ଦ୍ର,ଶୁକ୍ର ଶୁଭ ଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହ ମାନେ ଅଶୁଭ ଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ବାରା କେତେକାଂଶରେ ଶୁଭ ଫଳ ପାଇପାରିବେ। ବିଶେଷତ୍ୱ, ମହାଦଶା, ଅନ୍ତ ଦଶା ଶୁଭ ଥିଲେ ଗୋଚର ଗ୍ରହ ମାନଙ୍କର କୁପ୍ରଭାବ ସେତୋଟା ପଡ଼ିବ ନାହିଁ। ୬ ଟି ଗ୍ରହ ଆପଣଙ୍କ ବିଷୟରେ ଥିଲା ବେଳେ ୩ ଟି ଅସ୍ଥିର ଗ୍ରହ ଆପଣଙ୍କ ସୋବକ୍ଷରେ ରହୁଛନ୍ତି।ଯାହା ଫଳରେ ଶାରୀରିକ ଦକ୍ଷତା, କ୍ଷମତା, ଯୋଜନା, ମାନ ସମ୍ମାନ, ପ୍ରତିଷ୍ଠା, ସମ୍ପର୍କୀୟ ମାନଙ୍କ ମଧ୍ୟରେ ସ୍ଥିତି ବଢା଼ଇବାରେ ସାହାର୍ଯ୍ୟ କରିଥାଏ। ଶକ୍ତି ଦ୍ବାରା କାର୍ଯ୍ୟ ପୁରଣ କରିବେ, ସ୍ୱପ୍ନ ସାକାର ହେବ, ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମ କର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ଫଳ ହେବ। ଶତ୍ରୁ ମାନଙ୍କୁ ମୁକାବିଲା କରିପାରିବେ। କଳା, ସାହିତ୍ୟ, ଚଳଚିତ୍ର,ସଂଗୀତ ଆଦି କ୍ଷେତ୍ରରେ ବାଦ ବିବାଦ, କ୍ରୀଡ଼ା,  ପ୍ରତିଦ୍ୱନ୍ଦିତା,ପ୍ରତିଯୋଗିତା,ପରୀକ୍ଷା, ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।

ଗୁରୁ,ଶନୀ ଚତୁର୍ଥ ଭାବରେ ରହିବା ଫଳରେ ପ୍ରାୟତଃ କାର୍ଯ୍ୟରେ ବାଧା ଦେଖାଦେବ। କିନ୍ତୁ କାର୍ଯ୍ୟ କ୍ଷେତ୍ର ବ୍ୟତିତ ଅଲଗା କ୍ଷେତ୍ରରେ ଆପଣ ଲାଭ ପାଇପାରିବେ। ଅଟକି ରହିଥିବା କାର୍ଯ୍ୟ ପୂରଣ କରିବାରେ ଆପଣ ସୁଯୋଗ ପାଇବେ। ନୂତନ ଗୃହ ମଧ୍ୟ ତିଆରି କରିବେ। ବୃହସ୍ପତି ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଗଚର କରି ସନ୍ତାନ ଭାବରେ ରହିବା ଫଳରେ ସେଥିରେ ସକାରାତ୍ମକ ପରିବର୍ତନ ଦେଖିବେ। ଏକ ନୂତନ ଆତ୍ମବିଶ୍ୱାସ ଜନ୍ମ ହୋଇ ମାନ ସମ୍ମାନ ବୃଦ୍ଧି ହେବ। ଭବିଷ୍ୟତ ପାଇଁ ଯୋଜନା କରିବେ। କର୍ମ କ୍ଷେତ୍ର ପାଇଁ ଶାରୀରିକ ଦକ୍ଷତା,ମାନସିକ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ ମିଳିବ। ସନ୍ତାନଙ୍କର ଶିକ୍ଷାରେ ଭଲ ଲାଭ ହେବ। ଅଚାନକ ଧନ ପ୍ରାପ୍ତି ହେବ। ଏହି ସମୟରେ ଆପଣ ସେୟାର ମାର୍କେଟିଂ ଇତ୍ୟାଦିରେ ବିନିଯୋଗ କରିପାରିବେ। ଗୃହ ଆରମ୍ଭ, ଦୂର ଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ ଏହି ବର୍ଷ। ପତି-ପତ୍ନୀଙ୍କ ମଧ୍ୟରେ ଭୁଲ ବୁଝାମଣା ଦୂର ହୋଇଯିବ। ଦାମ୍ପତ୍ୟ ଜୀବନରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶା ଜନକ ଫଳ ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ସୋମ୍ଵଦ୍ଧିୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ। କର୍ମ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ସ୍ଥାନ ପରିବର୍ତନ ମଧ୍ୟ ହୋଇପାରେ। ବିଶେଷ କରି ଯେଉଁମାନେ ନିଜ ସନ୍ତାନଙ୍କ ପାଇଁ ଯୋଜନା କରୁଛନ୍ତି ସେମାନଙ୍କ ପାଇଁ ବିଶେଷ ଯତ୍ନ ନେବା ଆବଶ୍ୟକ।

Google

ରାହୁ ଅଷ୍ଟମ ଭାବରେ ଥିବାରୁ ଶତ୍ରୁମାନଙ୍କ ଠାରୁ ସତର୍କ ରହିବା ଉଚିତ। କେବଳ ନାସ୍ତିକତା ମଧ୍ୟ ବୃଦ୍ଧି ପାଇବ। କଠିନ ପରିଶ୍ରମ କରିବାକୁ ପଡ଼ିବ। ବିଶେଷ କରି ଶାରିରୀକ କଷ୍ଟ ଭୋଗ କରିପାରନ୍ତି ଏହି ବର୍ଷ। ଯେପରି ପେଟ, ପିଠି, ଗଣ୍ଠି ଯନ୍ତ୍ରଣା, ଚର୍ମ ରୋଗ ଆଦି ଭୋଗ କରିପାରନ୍ତି। ପ୍ରତିଯୋଗିତାରେ ଅନେକ ପରିଶ୍ରମ କରିବାକୁ ପଡିବ। ଯେଉଁମାନେ ବିଦେଶରେ ରହି ପାଠ ପଢ଼ୁଛନ୍ତି ସେମାନଙ୍କୁ ଟିକେ ସଚେତନ ରହିବା ଆବଶ୍ୟକ। ଅଶୁଭ ଗ୍ରହ ମାନଙ୍କର ପ୍ରତିକାର କରି ଚାଲିଲେ କୌଣସି ବିପଦ ଆପଣଙ୍କ ପାଖ ମାଡିବ ନାହିଁ।

ପ୍ରଥମ ପ୍ରତିକାର ହେଲା: ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ ନବ ଗ୍ରହ ମହାଯନ୍ତ୍ର ପୁଜାପାଠ କରି ଏହି ମନ୍ତ୍ରକୁ ପ୍ରତିଦିନ ଏକ ମାଳା ଜପ କରନ୍ତୁ। ମନ୍ତ୍ର ହେଲା “ଓଁ ତାଂ ଡିଂ ଡଂ ସଂ ଶୁକ୍ରାୟ ନମଃ”।

ଦିତୀୟ ଉପାୟ: ପ୍ରଥମ ମାସର ଯେକୌଣସି ଶୁକ୍ରବାର ଦିନ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ରାଶି, ସୋରିଷ ତେଲ,ନୀଳ ବସ୍ତ୍ର, କଳା ଫୁଲ, ପାନୀଖି, କମ୍ବଳ, ଛୁରୀ ଦାନ କରନ୍ତୁ।

ତୃତୀୟ ଉପାୟ: ରୂପା ପାଇସା ପକେଟରେ ରଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *