Excuse Me Odisha

ଯାହା କହିବୁ ସତ କହିବୁ

୨୦୨୧ ବର୍ଷଟି ବିଛା ରାଶିର ଜାତକଙ୍କର କଣ ରହିଛି ଖାସ। କେମିତି କଟିବ ୨୦୨୧ ନୂତନ ବର୍ଷଟି  ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇ ଦେବା ପାଇଁ ଯାଉଛୁ ଯେ ୨୦୨୧ ବର୍ଷଟି ବିଛା ରାଶିର ଜାତକଙ୍କର କଣ ରହିଛି ଖାସ। କେମିତି କଟିବ ୨୦୨୧ ନୂତନ ବର୍ଷଟି  ଆସନ୍ତୁ ଜାଣିବା।

ବନ୍ଧୁଗଣ ୨୦୨୧ ମସିହା ଇଂରାଜୀ ନବ ବର୍ଷ। କେମିତି କଟିବ ୧୨ ଗୋଟି ରାଶି ବ୍ୟକ୍ତି ମାନଙ୍କ ରାଶିଫଳ? କଣ ରହିଛି ଗ୍ରହ ମାନଙ୍କର ଫଳାଫଳ। କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଆସନ୍ତୁ ଜାଣିବା। ଧନୁରେ ରବି, ବୁଧ କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ ଶନି, ବିଛାରେ ଶୁକ୍ର କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷ ଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ ମସିହା ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଚଳନ କରିବେ। ସେପ୍ଟେମ୍ବର ମାସ ୧୪ ତାରିଖରେ ମକର ରାଶିକୁ ବକ୍ରି ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନଃରାୟ କୁମ୍ଭ ରାଶିକୁ ପୁନଃରାୟ ଚଳନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ତେବେ ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ ଅବସ୍ଥାନ କରିବେ।ତେବେ ଆସନ୍ତୁ ଜାଣିବା ଏହି ବିଛା ରାଶି ବ୍ୟକ୍ତିଙ୍କର ୨୦୨୧ ବର୍ଷର ରାଶିଫଳ।

Google

ବିଛା ରାଶିର ୨୦୨୧ ମସିହାର ବାର୍ଷିକ ରାଶିଫଳ। ୨୦୨୧ ମସିହା ଇଂରାଜୀ ନବ ବର୍ଷ ଆରମ୍ଭରେ ବିଛା ରାଶି ଜାତ ମହିଳା ଏବଂ ପୁରୁଷ ମାନଙ୍କର ରବି ବୁଧ ଦିତୀୟ ଭାଗରେ,ମଙ୍ଗଳ ଷଷ୍ଠ ଭାଗରେ, ଗୁରୁ ଶନି ତୃତୀୟ ଭାଗରେ, ଶୁକ୍ର କେତୁ ପ୍ରଥମ ଭାଗରେ, ରାହୁ ସପ୍ତମ ଭାଗରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ରବି, ମଙ୍ଗଳ,ବୁଧ, ଶୁକ୍ର ଏବଂ ଶନି ଶୁଭ ଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହ ମାନେ ଅଶୁଭ ଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ବାରା କେତେକାଂଶରେ ଶୁଭ ଫଳ ପାଇପାରିବେ। ବିଶେଷତ୍ୱ, ମହାଦଶା, ଅନ୍ତ ଦଶା ଶୁଭ ଥିଲେ ଗୋଚର ଗ୍ରହ ମାନଙ୍କର କୁପ୍ରଭାବ ସେତୋଟା ପଡ଼ିବ ନାହିଁ।

ବର୍ଷ ଆରମ୍ଭରେ ଶନି ନୂତନ ଯୋଜନା ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରିବେ। ସମ୍ପୂର୍ଣ ସମର୍ଥନ,ମାର୍ଗଦର୍ଶନ ମଧ୍ୟ ଦେଖାଦେବ। ଯେଉଁ ଯୋଜନା କରିବାର ରାସ୍ତା ମଧ୍ୟ ତାର ଦେଖାଦେବ। ଅନେକ କଠିନ ଏବଂ ଗୁରୁତ୍ୱପୂର୍ଣ ନିଷ୍ପତି ନେଇ ଅତି ଚତୁରତା ସହିତ କାର୍ଯ୍ୟ ହାସଲ କରିପାରିବେ। ଆପଣଙ୍କ କାର୍ଯ୍ୟରେ ହଠାତ ପରିବର୍ତନ ହେବାର ଲକ୍ଷଣ ଦେଖାଯାଉଛି। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଭଲ ନିଷ୍ପତି ନେଇପାରିବେ,ନୂତନ ଯୋଜନା ମଧ୍ୟ ପରିଚାଳନା କରିପାରିବେ। ପରିବାରରେ ଶୁଭ, ମାଙ୍ଗଳିକ କାର୍ଯ୍ୟ ମଧ୍ୟ ହେବାର ସମ୍ଭାବନା ଅଛି। ଏହି ସମୟରେ ଧନ, ପୈତୃକ ସମ୍ପତ୍ତିର ଉତରାଧିକାରି, ନୂତନ ଗୃହ, ନୂତନ ଜାନ ବାହାନ ଇତ୍ୟାଦିର ଲାଭ ଉଠାଇ ପାରିବେ।

ଜନ୍ମ ସ୍ଥାନକୁ ଯିବା, ଘରକୁ ପରିବର୍ତନ କରିବା ଆଦି ଯୋଗ ସୃଷ୍ଟି ହେଉଅଛି। ବ୍ୟକ୍ତିଗତ ଜୀବନରେ ପ୍ରେମ, ବିବାହ ଆଦି ଯୋଗ ସୃଷ୍ଟି ହେଉଛି। ପିଲାମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ। ଦୁର ସ୍ଥାନକୁ ଯାତ୍ରା କରି ମନ ଇଛା ଶିକ୍ଷା ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦବୀଙ୍କ ସହିତ ସମ୍ପର୍କ ପରେ ଭାଗ୍ୟ ଉନ୍ନତି, କର୍ମ ଉନ୍ନତି, ଜୋଶମାନ ପ୍ରତିଷ୍ଠା ଲାଭର ଯୋଗ ରହିଛି। ରାଜନୀତି କ୍ଷେତ୍ରରେ କର୍ତବ୍ୟ ନିଷ୍ଠା, ଉଦ୍ୟମି, ଦକ୍ଷ ଜନପ୍ରିୟ, ସିଦ୍ଧ ହସ୍ତା, ସୁଭକ୍ତ ବ୍ୟକ୍ତି ରୁପେ ସମାଜରେ ସ୍ୱୀକୃତି ପାଇବେ। ରବିଙ୍କର ସହିତ ବୁଧ ଯୁକ୍ତ ହୋଇଥିବାରୁ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି। ରବିଙ୍କ ସହିତ ବୁଧ ଧନ ଭାବରେ ଅଛନ୍ତି ଯାହା ଫଳରେ ଧନ ବର୍ଷା ହେବ। ଗ୍ରହ ଆରମ୍ଭ, ଦୁର ଯାତ୍ରା,ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ନୂତନ ବ୍ୟବସାୟ ଯୋଜନା ସୀଳାନ୍ୟାସ କଲେ ତାହା ଦୀର୍ଘସ୍ଥାୟୀ ହେବ। ବହୁବିଧି ଲାଭ ମିଳିବ। ନୁଆ ନୁଆ ବ୍ୟବସାୟିକ ସମ୍ପର୍କ ସ୍ଥାପନ ଭାଗିଦାର ବ୍ୟବସାୟୀ ପାଇଁ ଅସହାୟ ସହଯୋଗ ଅଚାନକ ମିଳିବ। ଅଟକି ରହିଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଟଙ୍କା ସହଜରେ ହସ୍ତଗତ ହେବ। କଳା, ସାହିତ୍ୟ, ଚଳଚିତ୍ର, ସଂଗୀତ ଆଦି କ୍ଷେତ୍ରରେ କ୍ରୀଡ଼ା, ପ୍ରତିଯୋଗିତା, ପ୍ରତିଦ୍ୱନ୍ଦିତା,ପରୀକ୍ଷା, ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ମଙ୍ଗଳ ଷଷ୍ଠ ଭାଗରେ ଥିବାରୁ ପ୍ରତିଦ୍ଵନ୍ଦି,ବିରୋଧୀ କିମ୍ବା ଶତ୍ରୁମାନେ ଆପଣଙ୍କ ଚିନ୍ତାକୁ ବଢ଼ାଇ ପାରନ୍ତି କିନ୍ତୁ କିଛି କ୍ଷତି ପହଞ୍ଚାଇ ପାରିବେ ନାହିଁ।

Google

ରାହୁ ସପ୍ତମ ଭାଗରେ ଥିବାରୁ ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ପଡ଼ିବ। ରାହୁ ମଧ୍ୟ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି। ଅନେକ ଯୋଜନା ପ୍ରସ୍ତୁତ କରିବେ ଏହି ବର୍ଷରେ କିନ୍ତୁ ତାହା ଦ୍ଵନ୍ଦରେ ପକାଇପାରେ। କାର୍ଯ୍ୟର ତ୍ରୁଟିକୁ ଅପସାରଣ କରାଯାଇପାରେ।  ବ୍ୟୟ ବୃଦ୍ଧି ହୋଇପାରେ। ପରିବାରରେ ମତଭେଦ ସୃଷ୍ଟି ହୋଇପାରେ। କିନ୍ତୁ ଶନି ବିକ୍ରମ ସ୍ଥାନରେ ଥିବାରୁ ଆପଣଙ୍କର ନକାରାତ୍ମକ ଶକ୍ତିକୁ ହ୍ରାସ କରିବେ। ଯାହା ଫଳରେ ଏହି ସୁଯୋଗର ଲାଭ ଉଠାଇ ପାରିବେ। ଶନିଙ୍କର ପରିବର୍ତନ ନଥିବାରୁ ଯାହା ଫଳରେ ଶତ୍ରୁ ଉପରେ ବିଜୟ ଲାଭ କରିବେ। ଯେକୌଣସି ପ୍ରତିଯୋଗିତାରେ ଆପଣ ବିଜୟ ପ୍ରାପ୍ତ କରିବେ। ନିଜର ହଜି ଯାଇଥିବା ସୁନାମକୁ ଫେରି ପାଇବେ।କ୍ୟାରିୟରରେ ମଧ୍ୟ ଲାଭ ହେବ। ଅଶୁଭ ଗ୍ରହ ମାନଙ୍କ ପାଇଁ ପେତିକାର କରିପାରିଲେ କୌଣସି ବିପଦ ପାଖକୁ ମାଡିବ ନାହିଁ।

ପ୍ରତିକାର ହେଲା ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ ବଗଳାମୁଖି ମହାଯନ୍ତ୍ର ପୁଜା କରିବା ସହିତ ଏହି ମନ୍ତ୍ର ପ୍ରତିଦିନ ୩ ମାଳା ଜପ କରନ୍ତୁ।” ଓଁ କ୍ରାନଂ କ୍ରିନଂ କ୍ରଂ ସଂ ଭୁମୋହ ନମଃ”।

ଦିତୀୟ ପ୍ରତିକାର:

ପ୍ରଥମ ମାସର ଯେକୌଣସି ଗୁରୁବାର ଦିନ ଚଣା,ଗୁଡ଼, ସୁନା, ହଳଦିଆ ବସ୍ତ୍ର ମନ୍ଦିରରେ ଦାନ କରନ୍ତୁ। ଶୁଭ ଫଳ ମିଳିବ।

ତୃତୀୟ ପ୍ରତିକାର:

ଚାନ୍ଦୀରେ ତିଆରି ଆଭୁଷଣ ଧାରଣ କରନ୍ତୁ। ଗର୍ବ, ଅହଂକାର କରନ୍ତୁ ନାହିଁ ଅନ୍ୟଥା ଦୁଖଃ ଭୋଗ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *