Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ବ୍ୟକ୍ତିମାନଙ୍କ କୁଣ୍ଡଳୀରେ ରହିଥାଏ ଏହି ୫ଟି ମଧ୍ୟରୁ କୌଣସି ଗୋଟିଏ ଯୋଗ , ସେମାନେ ହୋଇଥାନ୍ତି ଭାଗ୍ୟରୁ ଧନୀ

ସେୟାର୍ କରନ୍ତୁ

ଏହି ଯୋଗ ନିଜ ରାଶିରେ ପାଞ୍ଚଟି ଗ୍ରହ ମାନଙ୍କର ଉପସ୍ଥିତ ରହିବା ଦ୍ୱାରା ଏବଂ ଉଚ୍ଚ ହୋଇ କେନ୍ଦ୍ରରେ ଉପସ୍ଥିତ ହେବା ଦ୍ୱାରା ତିଆରି ହୋଇଥାଏ। ପାଞ୍ଚଟି ଗ୍ରହ ଯଥା ମଙ୍ଗଳ , ଗୁରୁ , ଶୁକ୍ର , ବୁଧ ଏବଂ ଶନି ମଧ୍ୟରୁ କୌଣସି ଗୋଟିଏ ଗ୍ରହ କିମ୍ବା ଏକାଧିକ ଗ୍ରହ ମାନଙ୍କର କୌଣସି ବିଶିଷ୍ଟ ସ୍ଥିତିରେ ହେବା ଦ୍ୱାରା ଏହି ଯୋଗ ତିଆରି ହୋଇଥାଏ।

୧) ରୁଚକ ଯୋଗ:-

ଯେତେବେଳେ କୁଣ୍ଡଳୀରେ ମଙ୍ଗଳ ଉଚ୍ଚ ସ୍ଥାନରେ , ସ୍ୱଗ୍ରହୀ , ମୂଳ ତ୍ରିକୋଣରେ ବସି କେନ୍ଦ୍ର ସ୍ଥାନରେ ରହିଥିବ , ତେବେ ମଙ୍ଗଳ ଗ୍ରହର ଏହି ସ୍ଥିତିକୁ ରୁଚକ ଯୋଗ କୁହାଯାଏ। ଏହି ଯୋଗରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ଶରୀର ଦୃଢ଼ ହୋଇଥାଏ ଏବଂ ଏମାନଙ୍କ ମଧ୍ୟରେ ବିଶେଷ କାନ୍ତି ହୋଇଥାଏ। ଏହି ଲୋକମାନେ ଧନୀ , ଶସ୍ତ୍ର ଏବଂ ଶାସ୍ତ୍ରରେ ଜ୍ଞାନୀ ହୋଇଥାନ୍ତି। ଏମାନଙ୍କୁ ରାଜାଙ୍କ ଠାରୁ ସମ୍ମାନ ମିଳିଥାଏ। ଏମାନେ ଶତ୍ରୁଜିତ , କୋମଳ ମନ ଯୁକ୍ତ , ତ୍ୟାଗୀ , ଧନୀ , ସୁଖୀ , ସେନାପତି ଏବଂ ଯାନବାହନ ପ୍ରେମୀ ହୋଇଥାନ୍ତି। ଏହି ଯୋଗ ଦ୍ୱାରା ପ୍ରଭାବିତ ବ୍ୟକ୍ତି ପୋଲିସ , ରାଜନୀତି , ସେନା , ଶାରୀରିକ ଶକ୍ତି ଯୁକ୍ତ କାମରେ ପାରଙ୍ଗମ , ମେସିନ ବିଭାଗ କିମ୍ବା ଶକ୍ତି ସହ ଜଡିତ କ୍ଷେତ୍ରରେ କାମ କରିଥାନ୍ତି।

Google

୨) ଭଦ୍ର ଯୋଗ:-

ଯେତେବେଳେ ବୁଧ ଗ୍ରହ କେନ୍ଦ୍ରରେ ସ୍ଵରାଶିରେ ରହିଥିବେ ଅର୍ଥାତ ମିଥୁନ କିମ୍ବା କନ୍ୟାରେ ରହିଥିବେ , ଯେତେବେଳେ ଭଦ୍ର ଯୋଗ ହୋଇଥାଏ। ଏହି ଯୋଗ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କର ହାତ ଅଧିକ ଲମ୍ବା ହୋଇଥାଏ ଏବଂ ଏମାନେ ବିଦ୍ୱାନ ହେବା ସହିତ କଥା କହିବାର ଶୈଳୀରେ ନିପୁଣ ହୋଇଥାନ୍ତି। କଥାରେ ତାଙ୍କ ସମ୍ମୁଖରେ କେହି ମଧ୍ୟ ପାରିବେ ନାହିଁ। ଏମାନଙ୍କ ଶରୀରରେ ସିଂହ ଭଳି ତେଜ ଏବଂ ହାତୀ ଭଳି ଗତି ରହିଥାଏ। ଏହି ଲୋକମାନେ ଶ୍ରେଷ୍ଠ ପ୍ରଶାସକ , ବିପୁଳ ସମ୍ପଦା , ପ୍ରଜ୍ଞାବାନ , ଧନୀ , ସମ୍ମାନନୀୟ ଏବଂ ଦୟାବାନ ହୋଇଥାନ୍ତି। ଏହି ଲୋକମାନେ ଆକଳନ ସମ୍ବନ୍ଧୀୟ କାମ , ବ୍ୟାଙ୍କ , ଚାଟାର୍ଡ ଆକାଉଣ୍ଟ , କ୍ଲର୍କ , ଅଧ୍ୟୟନ କାମ ସହିତ ଜଡିତ ତଥା ବିଦେଶୀ ସମ୍ବନ୍ଧୀୟ କାମ କରିଥାନ୍ତି।

୩) ହଂସ ଯୋଗ:-

ଏହି ଯୋଗ ବ୍ୟକ୍ତି ମାନଙ୍କର କୁଣ୍ଡଳୀରେ ସେତେବେଳେ ହୋଇଥାଏ , ଯେତେବେଳେ ଗୁରୁ ଗ୍ରହ ଧନୁ ,  ମୀନ ଏବଂ କର୍କଟ ରାଶି ମଧ୍ୟରୁ କୌଣସି ଗୋଟିଏ ରାଶିରେ ହୋଇ କେନ୍ଦ୍ରରେ ବସିଥିବ। ଏହି ଯୋଗ ଦ୍ୱାରା ପ୍ରଭାବିତ ବ୍ୟକ୍ତି ସୁନ୍ଦର , ମଧୁର ବାଣୀ କହୁଥିବା , ନଦୀ କିମ୍ବା ସମୁଦ୍ରର ଆଖପାଖରେ ରହୁଥିବା ବ୍ୟକ୍ତି ହୋଇଥାନ୍ତି। ଏହିଭଳି ଲୋକମାନେ ରାଜାଙ୍କ ଭଳି ଜୀବନ ବଞ୍ଚିଥାନ୍ତି। ଏମାନଙ୍କୁ କଫର ସମସ୍ୟା ରହିଥାଏ ଏବଂ ଏମାନଙ୍କର ପତ୍ନୀ କୋମଳ ଅଙ୍ଗୀ ହୋଇଥାନ୍ତି। ଏହି ଲୋକମାନେ ସୁନ୍ଦର , ସୁଖୀ , ଶାସ୍ତ୍ରର ଜ୍ଞାତା , ନିପୁଣ , ଗୁଣି ଏବଂ ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି।

୪) ମାଳବ୍ୟ ଯୋଗ:-

ପାଞ୍ଚ ମହାପୁରୁଷଙ୍କର ମାଳବ୍ୟ ଯୋଗ ସେତେବେଳେ ହୋଇଥାଏ , ଯେତେବେଳେ କୌଣସି ଜାତକର କୁଣ୍ଡଳୀରେ ଶୁକ୍ର ଗ୍ରହ ବୃଷ , ତୁଳା କିମ୍ବା ମୀନର ହୋଇ କେନ୍ଦ୍ରରେ ଉପସ୍ଥିତ ହୋଇଥିବେ। ଏହି ଯୋଗ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କର ମୁହଁରେ ଚନ୍ଦ୍ରଙ୍କ ଭଳି ଉଜ୍ଜ୍ୱଳତା ରହିଥାଏ। ଏମାନେ ଯୁଦ୍ଧ କିମ୍ବା ରାଜନୀତିରେ ନିପୁଣତା ପ୍ରାପ୍ତ କରିଥାନ୍ତି। ଏହି ବ୍ୟକ୍ତି ମାନେ ସ୍ତ୍ରୀ , ପୁତ୍ର , ଯାନବାହାନ , ଘର ଏବଂ ଅତୁଳନୀୟ ସମ୍ପତ୍ତିର ମାଲିକ ହୋଇଥାନ୍ତି। ଏମାନଙ୍କର ସ୍ୱଭାବ ତେଜ୍ଵସି , ବିଦ୍ୱାନ , ଉତ୍ସାହି , ତ୍ୟାଗୀ , ଚତୁର ହୋଇଥାଏ। ଏହି ଲୋକମାନେ ଫ୍ୟାଶନ , କଳାକାର , ସାଜସଜ୍ଜା , କବି , ନାଟକ କାର , ଗୁରୁ କିମ୍ବା ସାମାଜିକ କାମ ସହ ଜଡିତ କ୍ଷେତ୍ରରେ ନାମ ଏବଂ ଧନ ଅର୍ଜନ କରିଥାନ୍ତି।

Google

୫) ଶଶ ଯୋଗ:-

ଏହି ଯୋଗ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କର ଜୀବନ କୌଣସି ରାଜାଙ୍କ ଠାରୁ କମ ହୁଏ ନାହିଁ। ଏହ ଯୋଗ ଶନିଙ୍କର ମକର , କୁମ୍ଭ କିମ୍ବା ତୁଳା ରାଶିରେ ହୋଇ କେନ୍ଦ୍ରରେ ଉପସ୍ଥିତ ହେବା ଦ୍ୱାରା ତିଆରି ହୋଇଥାଏ। ଶଶ ଯୋଗର ଜାତକ ସେନାପତି , ଧାତୁ କର୍ମୀ , କ୍ରୋଧି ,ବୃଦ୍ଧି , ଜଙ୍ଗଲ ପର୍ବତରେ ବୁଲୁଥିବା ବ୍ୟକ୍ତି ହୋଇଥାନ୍ତି। ସେମାନଙ୍କ ଆଖିରେ କ୍ରୋଧର ଜ୍ବାଳା ଦେଖା ଯାଇଥାଏ। ଏହି ଲୋକମାନେ ତେଜ୍ଵସୀ , ଭାଇ ପ୍ରେମୀ , ସୁଖୀ , ଶ୍ୟାମବର୍ଣ୍ଣ , ତୀବ୍ର ବୃଦ୍ଧି ଏବଂ ପତ୍ନୀଙ୍କ ପ୍ରତି ଅନୁରତ ରହିଥାନ୍ତି। ଏହି ଲୋକମାନେ ବୈଜ୍ଞାନିକ , ନିର୍ମାଣକର୍ତା , ଭୂମି ସହ ଜଡିତ କାର୍ଯ୍ୟରେ ସଂଲଗ୍ନ , ଗୁପ୍ତଚର , ଓକିଲ ତଥା ବିଶାଳ ଭୂଖଣ୍ଡର ମାଲିକ ହୋଇଥାନ୍ତି।

ଯଦି ପଞ୍ଚ ମହାପୁରୁଷ ଯୋଗର ନିର୍ମାଣ କରୁଥିବା ଗ୍ରହ ଉପରେ ପାପ ଗ୍ରହର ଦୃଷ୍ଟି ରହିଥିବ ,ତେବେ ତାହା ଦ୍ୱାରା ଫଳରେ ଅଭାବ ହେବା ସହିତ ତାହାର ଚରିତ୍ରରେ ମଧ୍ୟ ନିମ୍ନତା ଆସିପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *