Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରୀକୃଷ୍ଣ ଉପଦେଶ : ଶତୃମାନଙ୍କୁ ପରାସ୍ତ କରିବା ପାଇଁ ଏହା ଠାରୁ ଭଲ ଉପାୟ ଆଉ କିଛି ହେବ ନାହିଁ

ସେୟାର୍ କରନ୍ତୁ

କୁହାଯାଏ ଯେ , ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏଭଳି ଏକ ମୁହୂର୍ତ୍ତ ଆସିଥାଏ , ଯେତେବେଳେ ସେ ଠିକ ଭୁଲକୁ ଜାଣି ପାରେ ନାହିଁ କିମ୍ବା କହିପାରିବା ଯେ , ସେ ଜାଣି ପାରେ ନାହିଁ ତାକୁ କଣ କରିବା ଉଚିତ। ଏଭଳି ପରିସ୍ଥିତିରେ କୁହାଯାଏ ଯେ , ଏହି ସମସ୍ତ ସମସ୍ୟାର ସମାଧାନ କେବଳ ଗୋଟିଏ ସ୍ଥାନରୁ ମିଳିପାରିବ ଏବଂ ତାହା ଶ୍ରୀମଦ ଭଗବତ ଗୀତା ଅଟେ। କୁହାଯାଏ ଯେ , ମଣିଷକୁ ତା ଜୀବନରେ କୌଣସି ଅସୁବିଧାର ସମ୍ମୁଖୀନ କରିବାକୁ ପଡୁ ନା କାହିଁକି , ଯଦି ଏଥିରେ ଉଲ୍ଲେଖ କରାଯାଇଥିବା ଶ୍ରୀକୃଷ୍ଣ ଉପଦେଶକୁ ଆପଣେଇ ନିଏ , ତେବେ ତାହାର ଜୀବନ ପରିବର୍ତ୍ତନ ହୋଇପାରେ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କାହା ପାଖରେ ଏତେ ସମୟ ନାହିଁ ଯେ ଏହାକୁ ପଢିପାରିବ ଏବଂ ଜ୍ଞାନ ପ୍ରାପ୍ତ କରିପାରିବ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଶ୍ରୀକୃଷ୍ଣଙ୍କ ଦ୍ୱାରା ବର୍ଣ୍ଣନା କରାଯାଇଥିବା ଏଭଳି କିଛି କଥା ବିଷୟରେ କହିବାକୁ ଯାଉଛୁ , ଯାହାକୁ ବୁଝୁପାରିବା ପ୍ରତ୍ୟେକ ମନୁଷ୍ୟ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।

Google

ଶ୍ରୀକୃଷ୍ଣ କହିଛନ୍ତି ଯେ , ପ୍ରତ୍ୟେକ ମନୁଷ୍ୟକୁ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ଆବଶ୍ୟକ। ସନ୍ଧ୍ୟା ହେବା ପରେ ଯେତେବେଳେ ରାତ୍ରିର ଅନ୍ଧକାର ସାରା ସଂସାରକୁ ଧୀରେ ଧୀରେ ନିଜ ଅନ୍ଧକାରରେ ଲୀନ କରିବାକୁ ଆସିଥାଏ। ତେବେ ଏହି ଅନ୍ଧକାର ବ୍ରହ୍ମ ମୁହୂର୍ତ୍ତରେ ଭୋର ହେବା ଠିକ ପୂର୍ବରୁ ଟିକିଏ ଅଧିକ କଳା ହୋଇଯାଇଥାଏ।

ମଣିଷର ଜୀବନ ଠିକ ଏହିଭଳି ହୋଇଥାଏ। ଯେତେବେଳେ ଆମ ଜୀବନର ସମସ୍ୟା ଚୂଡାନ୍ତରେ ରହିଥାଏ , ସେତେବେଳେ ଏହି ସମସ୍ୟା ଏକ ବଡ଼ ସମସ୍ୟାର ରୂପ ନେଇ ଆମ ସମ୍ମୁଖରେ ଆହ୍ୱାନ ହୋଇ ଛିଡା ହୋଇଯାଏ। ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକମାନେ ନିଜର ପରାଜୟ ସ୍ୱୀକାର କରିନିଅନ୍ତି। କିନ୍ତୁ ଯଦି ଆପଣ ଭୟ ନ କରିବେ , ପରାଜୟ ସ୍ୱୀକାର ନ କରିବେ , ଦୃଢ଼ତାର ସହିତ ଛିଡା ହୋଇ ରହିବେ , ନିଜ ଲକ୍ଷ୍ୟ ପଥରେ ଆଗକୁ ବଢ଼ିବେ , ତେବେ ପ୍ରକାଶ ଆକାରରେ ଆମର ସ୍ୱାଗତ କରିବା ପାଇଁ ସୂର୍ଯ୍ୟ ଉଦୟ ଆମର ସ୍ୱାଗତ କରିଥାଏ।

ବରଗଛ ଯେତେ ବଡ଼ ହୋଇଥାଏ , ସେତେ ଦୃଢ଼ ହୋଇଥାଏ। ପତ୍ରଝଡାରେ ସେ ଶୁଖି ଯାଇଥାଏ କିନ୍ତୁ ଦୁର୍ବଳ ହୁଏ ନାହିଁ କିମ୍ବା ଭାଙ୍ଗି ଯାଏ ନାହିଁ। କିନ୍ତୁ ଏହାର ବିପରୀତରେ ଯଦି ସନ୍ତସନ୍ତିଆ ସ୍ଥାନରେ ଉଠିଥିବା ଗଛ କଥା କହିବା , ତେବେ ସେମାନେ ଦେଖିବାରେ ଅତ୍ୟନ୍ତ ବଡ଼ ହୋଇଥାଏ। କିନ୍ତୁ ପତ୍ରଝଡା ଆସିବା ଦ୍ୱାରା ସେମାନଙ୍କର କୌଣସି ଫରକ ପଡେ ନାହିଁ। ସେମାନେ ସଦା ସର୍ବଦା ସବୁଜିଆ ରହିଥାନ୍ତି। କିନ୍ତୁ ଏତେ ଦୁର୍ବଳ ହୋଇଥାନ୍ତି ଯେ , ଜଳଧାରଣର ଅଧିକ ବେଗ ଦ୍ୱାରା ଭାଙ୍ଗି ଯାଇଥାନ୍ତି। କିନ୍ତୁ ଆପଣ କେବେ ମଧ୍ୟ ଏହାର କାରଣ ଏବଂ କାହିଁକି ହୋଇଥାଏ ଭାବିଛନ୍ତି କି ? ଏହାର କାରଣ ହେଉଛି ମୂଳ , ଯେଉଁ ଗଛର ମୂଳ ଦୃଢ଼ ଭୁମିରେ ରହିଥିବ , ତାହା ସମସ୍ତଙ୍କର ସାଥିରେ ରହିଥାଏ। ଏହାର ବିପରୀତ ପକ୍ଷରେ ଯାହାର ମୂଳ ସନ୍ତସନ୍ତିଆ ସ୍ଥାନରେ ହୋଇଥାଏ , ସେ ନିଜେ ନିଜକୁ ନିଜ ଭଳି ଦୁର୍ଲଭ କରି ଦେଇଥାଏ। ଏଭଳି କିଛି ମଣିଷ ହୋଇଥାନ୍ତି , ଯେଉଁମାନେ ଅଧର୍ମ , ଅସତ୍ୟ ଏବଂ କୁକର୍ମରେ ତିଆରି ହୋଇଥାନ୍ତି , ସେମାନେ ସମୟର ଗୋଟିଏ ମାଡ଼ ମଧ୍ୟ ସହିପାରନ୍ତି ନାହିଁ। ଏବଂ ଯେଉଁ ମଣିଷ ସତ୍ୟରୁ ଉପୁଜିଥାଏ , ସେ ନିଜ ଜୀବନର ସମସ୍ତ ସମସ୍ୟାକୁ ଅତିକ୍ରମ କରିଥାଏ। ଯାହାର ଅର୍ଥ ଏହା ଯେ , ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ କି ଆପଣ କଣ ହେବାକୁ ଚାହୁଁଛନ୍ତି।

Google

ଆମ ଜୀବନରେ ମିତ୍ର ଏବଂ ଶତ୍ରୁ ଅତ୍ୟନ୍ତ ଗୁରୁତ୍ୱ ରଖିଥାନ୍ତି। ଯଦି ଗମ୍ଭୀରତା ଦ୍ୱାରା ଚିନ୍ତା କରାଯାଏ , ତେବେ ଏଭଳି କୌଣସି ମୁହୂର୍ତ୍ତ ନାହିଁ , ଯେତେବେଳେ ଆମେ ନିଜ ମିତ୍ର କିମ୍ବା ଶତ୍ରୁ ମାନଙ୍କ ବିଷୟରେ ଚିନ୍ତା କରୁନାହୁଁ। ଆମର ପ୍ରତ୍ୟେକ କାର୍ଯ୍ୟ ଆମ ମିତ୍ରର ହିତ ପାଇଁ ହୋଇଥାଏ କିମ୍ବା ଅହିତ ପାଇଁ ହୋଇଥାଏ। ଆମେ ସବୁ ସ୍ଥାନରେ ଆମ ମିତ୍ରଙ୍କ ସହ କିମ୍ବା ଶତ୍ରୁଙ୍କ ସହ ରହିଥାଉ। କେହି ଚାହାଁନ୍ତି ଯେ ତାଙ୍କ ଶତ୍ରୁ ଖୁସିରେ ନ ରହୁ ବରଂ ସମସ୍ତେ ଇଚ୍ଛା କରନ୍ତି ଯେ , ତାଙ୍କର ବିନାଶ ହୋଇଯାଉ। ଯେଉଁଥି ପାଇଁ ସେ ତାଙ୍କୁ ଚାରିଆଡୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ଏଭଳି ମନ୍ତ୍ର ମଧ୍ୟ ଅଛି , ଯାହାକୁ ଆପଣେଇ ଆପଣଙ୍କୁ ଉପରୋକ୍ତ କାମ କରିବାକୁ ପଡିବ ନାହିଁ ଏବଂ ଆପଣଙ୍କର ସମସ୍ତ ଶତ୍ରୁଙ୍କର ବିନାଶ ମଧ୍ୟ ହୋଇଯିବ। ଏବଂ ସେହି ମନ୍ତ୍ର ଶତ୍ରୁକୁ ମିତ୍ର କରିବା ଅଟେ। ଯଦି ଆମେ ଆମର ସମସ୍ତ ଶତ୍ରୁ ମାନଙ୍କୁ ମିତ୍ର କରିନେବା , ତେବେ ଜୀବନ ଆପେ ଆପେ ସରଳ ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶ୍ରୀକୃଷ୍ଣ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *