Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣ ମଧ୍ୟ କରନ୍ତି ଏହି ୬ଟି ଭୁଲ , ତେବେ କେବେ ମଧ୍ୟ ଘରେ ବିରାଜମାନ ହେବେ ନାହିଁ ମାତା ଲକ୍ଷ୍ମୀ

ସେୟାର୍ କରନ୍ତୁ

ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା କେବେ ମଧ୍ୟ ଜୀବନରେ ଧନର ଅଭାବ ରହେ ନାହିଁ। ତେବେ ଆମେ ଅନେକଥର ମାତା ଲକ୍ଷ୍ମୀଙ୍କୁ ପୂଜା କରିଥାଉ କିନ୍ତୁ ପୂଜାର ଫଳ ମିଳିପାରେ ନାହିଁ ଏବଂ ଘରେ ଟଙ୍କାର ଅଭାବ ରହିଥାଏ। ଯଦି ସ୍ୱଚ୍ଛ ମନରେ ମାତା ଲକ୍ଷ୍ମୀଙ୍କୁ ପୂଜା କରା ଯାଏନାହିଁ , ତେବେ ପୂଜାର କୌଣସି ଫଳ ମିଳେ ନାହିଁ। ଏଥିପାଇଁ ଆପଣ ଯେବେ ମଧ୍ୟ ମାତାଙ୍କୁ ପୂଜା କରିବେ , ସ୍ୱଚ୍ଛ ମନରେ ହିଁ କରିବେ। ଯଦି ମାତା ଲକ୍ଷ୍ମୀଙ୍କର ପୂଜା ବିଧିବିଧାନ ଅନୁଯାୟୀ କରାଯାଏ , ତେବେ ପୂଜା ନିଶ୍ଚିତ ଭାବରେ ସଫଳ ହୋଇଥାଏ ଏବଂ ଘରେ ଧନର ଅଭାବ ରହେ ନାହିଁ। ତେବେ ଆସନ୍ତୁ ଜାଣିବା ମାତା ଲକ୍ଷ୍ମୀଙ୍କୁ ପୂଜା କରିବାର ବିଧି କଣ ଅଟେ।

Google

ପୂଜା କରିବାର ବିଧିବିଧାନ:-

ସକାଳୁ ଉଠି ସ୍ନାନ କରନ୍ତୁ , ତାପରେ ମନ୍ଦିରକୁ ଭଲଭାବରେ ପରିଷ୍କାର କରନ୍ତୁ ଏବଂ ତାପରେ ଫୁଲ ଏବଂ ଫଳ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟକୁ ଅର୍ପଣ କରନ୍ତୁ।

ମାତା ଲକ୍ଷ୍ମୀଙ୍କର ଅତର ଅତ୍ୟନ୍ତ ପ୍ରିୟ ଅଟେ। ସେଥିପାଇଁ ପୂଜା କରିବା ସମୟରେ ମାତା ଲକ୍ଷ୍ମୀଙ୍କୁ ଅତର ଯୁକ୍ତ ଜିନିଷ ଅର୍ପଣ କରନ୍ତୁ।

ପୂଜା କରିବା ପୂର୍ବରୁ ମାତାଙ୍କ ଚରଣରେ ଏକ ଟଙ୍କିଆ ମୁଦ୍ରା ରଖନ୍ତୁ।

ମାତାଙ୍କ ମୂର୍ତ୍ତି ସମ୍ମୁଖରେ ଦୀପ ଜାଳନ୍ତୁ। ମନେରଖନ୍ତୁ ଯେତେବେଳେ ମଧ୍ୟ ମାତା ଲକ୍ଷ୍ମୀଙ୍କର ପୂଜା କରିବେ , ସେତେବେଳେ ତାଙ୍କ ସମ୍ମୁଖରେ ଘିଅର ଦୀପ ହିଁ ଜାଳିବେ।

ଦୀପ ଜାଳିବା ପରେ ମାତାଙ୍କ ସହି ଜଡିତ ମନ୍ତ୍ର ଜପ କରନ୍ତୁ ଏବଂ ମାତାଙ୍କ ଆରତୀ ଗାନ କରନ୍ତୁ। ପ୍ରତିଦିନ ଏହିଭଳି ଭାବରେ ମାତା ଲକ୍ଷ୍ମୀଙ୍କର ପୂଜା କରନ୍ତୁ।

ଶୁକ୍ରବାର ଦିନ ମାତାଙ୍କ ସହ ଜଡିତ ହୋଇଥାଏ। ଏଥିପାଇଁ ଏହିଦିନ ମାତାଙ୍କର ସ୍ୱତନ୍ତ୍ର ପୂଜା କରନ୍ତୁ ଏବଂ ଯଦି ସମ୍ଭବ ତେବେ ବ୍ରତ ମଧ୍ୟ ରଖନ୍ତୁ।

କରନ୍ତୁ ଏହି ଉପାୟ:-

ପୂଜା କରିବା ବ୍ୟତୀତ ଆପଣ ନିମ୍ନରେ ଉଲ୍ଲେଖ କରା ଯାଇଥିବା ଉପାୟ ଗୁଡିକୁ ମଧ୍ୟ କରନ୍ତୁ। ଏହି ଉପାୟ ଗୁଡିକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଯାଆନ୍ତି।

୧)

ଯଦି ଅନାବଶ୍ୟକ ଟଙ୍କା ଖର୍ଚ୍ଚ ହେଉଛି , ତେବେ ମାତାଙ୍କ ଚରଣରେ ପ୍ରତିଦିନ ପଦ୍ମଫୁଲ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ୱାରା ଖର୍ଚ୍ଚ କମ ହେବାକୁ ଲାଗିବ ଏବଂ ଧନ ମଧ୍ୟ ଗଚ୍ଛିତ ହେବା ଆରମ୍ଭ ହେବ।

୨)

ଧନ ସହ ଜଡିତ ସମସ୍ୟା ହେବା ଦ୍ୱାରା ମନ୍ଦିରକୁ ଯାଇ ମାତାଙ୍କ ସମ୍ମୁଖରେ ପାଞ୍ଚଟି ଦୀପ ଜାଳନ୍ତୁ ଏବଂ ମାତାଙ୍କୁ କମଳ ମାଳା ପିନ୍ଧାନ୍ତୁ।

୩)

ଅଶ୍ୱତ୍ଥ ଗଛରେ ମାତା ଲକ୍ଷ୍ମୀ ବିରାଜମାନ କରିଥାନ୍ତି , ଏଥିପାଇଁ ଏହି ଗଛକୁ ପୂଜା କରନ୍ତୁ ଏବଂ ଏହାର ସମ୍ମୁଖରେ ଦୀପ ଜଳାନ୍ତୁ। ଏହାସହିତ ଗଛକୁ ଜଳ ଅର୍ପଣ କରନ୍ତୁ।

୪)

ପୂଜା କରିବା ପାଇଁ ଘରେ ମାତାଙ୍କର ଏଭଳି ଫୋଟ ରଖନ୍ତୁ , ଯେଉଁଥିରେ ମାତାଙ୍କ ହାତରୁ ଧନ ଖସୁଥିବ। ଏହିଭଳି ଫୋଟକୁ ପୂଜା କରିବା ଦ୍ୱାରା ଧନ ଅଟକିବାକୁ ଲାଗିଥାଏ।

Google

 

ରଖନ୍ତୁ ଏହି କଥା ଗୁଡିକର ଧ୍ୟାନ:-

କେବେ ମଧ୍ୟ ଭାଙ୍ଗି ଯାଇଥିବା ପାନିଆରେ କେଶ କୁଣ୍ଡାନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି।

ପୂଜାର ଦୀପ ଫୁଙ୍କି ଲିଭାନ୍ତୁ ନାହିଁ।

ରାତିରେ ସର୍ବଦା ନିଜ ଗୋଡ଼କୁ ସଫା କରି ଶୁଅନ୍ତୁ।

ରାତିରେ ରୋଷେଇ ଘର ନିଶ୍ଚିତ ଭାବରେ ସଫା କରନ୍ତୁ।କେବେ ମଧ୍ୟ ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ।

ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ କରନ୍ତୁ ନାହିଁ ଏବଂ କେବେ ମଧ୍ୟ ଝାଡୁକୁ ଗୋଡ଼ରେ ଲଗାନ୍ତୁ ନାହିଁ।

ମାତା ଲକ୍ଷ୍ମୀ କେବଳ ସେହି ଘରେ ବିରାଜମାନ କରନ୍ତି , ଯେଉଁ ଘର ପରିଷ୍କାର ପରିଛନ୍ନ ହୋଇଥାଏ। ଏଥିପାଇଁ ଘରକୁ ଅପରିଷ୍କାର ରଖନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *