Excuse Me Odisha

ଯାହା କହିବୁ ସତ କହିବୁ

୨୦୨୧ ବର୍ଷଟି ସିଂହ ରାଶିର ଜାତକଙ୍କ ପାଇଁ କେମିତି ରହିବ। ନୁଆ ବର୍ଷରେ କଣ ରହିଛି ଖାସ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇ ଦେବା ପାଇଁ ଯାଉଛୁ ଯେ ୨୦୨୧ ବର୍ଷଟି ସିଂହ ରାଶିର ଜାତକଙ୍କର କଣ ରହିଛି ଖାସ। କେମିତି କଟିବ ବର୍ଷଟି ଆସନ୍ତୁ ଜାଣିବା।

ବନ୍ଧୁଗଣ ୨୦୨୧ ମସିହା ଇଂରାଜୀ ନବ ବର୍ଷ। କେମିତି କଟିବ ୧୨ ଗୋଟି ରାଶି ବ୍ୟକ୍ତି ମାନଙ୍କ ରାଶିଫଳ? କଣ ରହିଛି ଗ୍ରହ ମାନଙ୍କର ଫଳାଫଳ। କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା। ଧନୁରେ ରବି, ବୁଧ କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ ଶନି, ବିଛାରେ ଶୁକ୍ର କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷ ଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ ମସିହା ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଚଳନ କରିବେ। ସେପ୍ଟେମ୍ବର ମାସ ୧୪ ତାରିଖରେ ମକର ରାଶିକୁ ବକ୍ରି ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନଃରାୟ କୁମ୍ଭ ରାଶିକୁ ପୁନଃରାୟ ଚଳନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ତେବେ ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ ଅବସ୍ଥାନ କରିବେ। ତେବେ ଆସନ୍ତୁ ଜାଣିବା ଏହି ବର୍ଷର ରାଶିଫଳ।

Google

ସିଂହ ରାଶିର ୨୦୨୧ ମସିହାର ବାର୍ଷିକ ରାଶିଫଳ। ୨୦୨୧ ମସିହା ଇଂରାଜୀ ନବ ବର୍ଷ ଆରମ୍ଭରେ ସିଂହ ରାଶି ଜାତ ମହିଳା ଏବଂ ପୁରୁଷ ମାନଙ୍କର ରବି ବୁଧ ପଞ୍ଚମ ଭାଗରେ,ମଙ୍ଗଳ ନବମ ଭାଗରେ, ଗୁରୁ ଶନି ଷଷ୍ଠ ଭାଗରେ, ଶୁକ୍ର କେତୁ ଚତୁର୍ଥ ଭାଗରେ, ରାହୁ ଦଶମ ଭାଗରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ରବି, ଚନ୍ଦ୍ର, ଶୁକ୍ର,ଶନି ଏବଂ ରାହୁ ଶୁଭ ଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହ ମାନେ ଅଶୁଭ ଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ବାରା କେତେକାଂଶରେ ଶୁଭ ଫଳ ମିଳିପାରେ। ବିଶେଷତ୍ୱ, ମହାଦଶା, ଅନ୍ତ ଦଶା ଶୁଭ ଥିଲେ ଗୋଚର ଗ୍ରହ ମାନଙ୍କର କୁପ୍ରଭାବ ସେତୋଟା ପଡ଼ିବ ନାହିଁ। ରାହୁ କର୍ମ ଭାଗରେ ରହି ବୃହସ୍ପତିଙ୍କର କର୍ମ ଭାଗକୁ ଦୃଷ୍ଟି ପଡୁଥିବାରୁ ଶନିଷ୍ଠ ଭାଗରେ ରହି ରାଜଯୋଗ ସୃଷ୍ଟି କରୁଥିବାରୁ ନିଜ ଭିତରେ ଏକ ସକରାତ୍ମକ ଶକ୍ତି ଅନୁଭବ କରିବେ। ଭାଗ୍ୟର ପୂର୍ଣ ସମର୍ଥନ ପାଇବେ। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ।

ନିଜର ଦକ୍ଷତାକୁ ଚିହ୍ନଟ କରି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିପାରିବେ। ଯାହା ଦ୍ବାରା ଆପଣଙ୍କୁ ପ୍ରଶଂସା ଏବଂ ପୁରସ୍କାର ମିଳିବ। ଭୂମି, ସମ୍ପତ୍ତି ଆଦି ମିଳିବ। ବିଶେଷ କରି ପୈତୃକ ସମ୍ପତ୍ତି ପ୍ରାପ୍ତ ହେବା ସହ ରାଜକୀୟ ସମ୍ମାନ ମଧ୍ୟ ପ୍ରାପ୍ତ ହେବ। ପ୍ରତ୍ୟକ କ୍ଷେତ୍ରରେ ଭଲ ପରାମର୍ଶ ମିଳିବ। ସଫଳତାର ବାଟ ଖୋଲିବ। ସେୟାର ବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ, ଚମଡ଼ା, ଠିକାଦାରୀ, ରାସ୍ତା ଗୃହ ନିର୍ମାଣ, ମଟର ପାର୍ଟ, ପେଟ୍ରୋଲିୟମ ପଦାର୍ଥ, କ୍ୟାରିୟର, କୋଇଲା,କଳଥ, ଖାଦ୍ୟ ଦ୍ରବ୍ୟ, ତେଲ, ଘିଅ, ଖାଦ୍ୟ ସାମଗ୍ରୀ, କାଚ, ବିଦ୍ୟୁତ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ ହେବେ। ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ବ୍ୟବସାୟ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ। ସମସ୍ତ ଗୁରୁତ୍ବପୂର୍ଣ ନିଷ୍ପତି ନେଲେ ବ୍ୟବସାୟରେ ଅଚାନକ ଧନ ପ୍ରାପ୍ତି ହେବ। ଜାଗା, ଜମି, ବାସଗୃହ, ଯାନବାହନ, କ୍ରୟ କରିବାର ସୁବିଧା ପାଇବେ। ଅବିବାହିତ ମାନଙ୍କର ବିବାହ ଘଟିବା ସହ ବୈସୟୀକ ବା ଧନ ସମୃଦ୍ଧି ଯୁକ୍ତ ହେବ। ଅଳ୍ପରେ ସନ୍ତୁଷ୍ଟ ହେବେ। ବନ୍ଧୁ ବାନ୍ଧବଙ୍କ ସମସ୍ୟା ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ସହ ବନ୍ଧୁ ବାନ୍ଧବଙ୍କ ନିକଟରେ ଗୁରୁଜନ, ପ୍ରିୟ ଲୋକ ପାଖରେ ଆଦୃତ ହେବେ। ଅଧ୍ୟୟନ, ଅଧ୍ୟାପନା,ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ। ନାନାବିଧି ସୁଯୋଗ ଶୁଭଫଳ ପ୍ରାପ୍ତି ହେବ। ଶୁଭ ସମାଚାର ପାଇ ମାନସିକ ଦୁଶ୍ଚିନ୍ତା ଦୁର ହୋଇ ଜୋଶମାନ ବୃଦ୍ଧି ହେବ।ସହନସିଳତା ଯୋଗେ ପ୍ରଶଂସା ମିଳିବ।

ଅଟକିଥିବା କାର୍ଯ୍ୟ ପୁରଣ ହେବାର ସମ୍ଭାବନା ଦେଖାଯାଉଛି। ଆପଣଙ୍କର ଦକ୍ଷତା ବୃଦ୍ଧିରେ ସାହାର୍ଯ୍ୟ ପାଇବେ। ଭାଗ୍ୟ ଉଜ୍ବଳ, ସମୃଦ୍ଧି ପ୍ରାପ୍ତ ହେବ। ବିଚାରଧିନ କାର୍ଯ୍ୟ ଗୁଡ଼ିକ ମଧ୍ୟ ସମାପ୍ତ ହୋଇପାରେ। କଳା, ସାହିତ୍ୟ, ଚଳଚିତ୍ର, ସଂଗୀତ ଆଦି କ୍ଷେତ୍ରରେ ବାଦବିବାଦ,ମାଲିମ୍କର୍ଦମା, କ୍ରୀଡ଼ା, ପ୍ରତିଯୋଗିତା, ପ୍ରତିଦ୍ୱନ୍ଦିତା,ପରୀକ୍ଷା, ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।ଇନ୍ଦ୍ରିୟପ୍ରଣାୟତା, ବିଷୟ ବାସନା ଉପରେ ଅଧିକ ଧ୍ୟାନ ଦେବେ। ପତି- ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ତା ସହିତ ଦାମ୍ପତ୍ୟ ଜୀବନରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶା ଜନକ ଫଳ ପ୍ରାପ୍ତି ହେବ। ବୃହସ୍ପୋତି ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଚଳନ କରି ଜୟ ଭାବ, ବ୍ୟବସାୟ ଭାବରେ ରହିବା ଫଳରେ ସବୁ କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହେବ। ବୈବାହିକ ଜୀବନ, ବ୍ୟବସାୟରେ ସୁଫଳ ମିଳିବ। ନିଜ  ବିବେକ, ଧର୍ଯ୍ୟର ସହିତ କାମ କରିବାକୁ ହେବ। ଧନ ବା କୁତୁମ୍ଭ ଭାବକୁ ବୃହସ୍ପତିଙ୍କ ଦୃଷ୍ଟି ପଡୁଥିବାରୁ ଘରେ ସୁଖ ସୁବିଧା ବୃଦ୍ଧି ହେବାର ସିମ୍ଭାବନା ରହୁଛି। ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ପୁରଣ ହେବ। ଅଶୁଭ ଗ୍ରହ ମାନଙ୍କର ପ୍ରତିକାର କରି ଚାଲିଲେ କୌଣସି ବିପଦ ପାଖ ମାଡିବ ନାହିଁ।

Google

ପ୍ରତିକାର ହେଲା ପ୍ରାଣ ପ୍ରତିଷ୍ଠିତ ସମ୍ପୂର୍ଣ ଶ୍ରୀ ମହାଯନ୍ତ୍ର ଘରେ ସ୍ଥାପନ କରି ଏକ ମାଳା ଜପ କରନ୍ତୁ ଏହି ମନ୍ତ୍ରକୁ।
ପ୍ରଥମ ଉପାୟ: “ଓଁ ହ୍ରାରଂ କ୍ରିନିଂ କ୍ରଂ ସଂ ସୂର୍ଯ୍ୟୟ ନମଃ”।
ଦିତୀୟ ଉପାୟ: ଏହି ଉପାୟ ହେଲା ପ୍ରଥମ ମାସର ଯେକୌଣସି ଗୁରୁବାର ଦିନ ଉସୁନା ଚାଉଳ, ନଡିଆ ତେଲ, ଛିଟ ବସ୍ତ୍ର ମିଶା ଫୁଲ, ନଡିଆ କମ୍ବଳ,ପନିଖି, ଛୁରୀ, ବିଧବା ଏବଂ ଅସହାୟ ମହିଳାଙ୍କୁ ଦାନ କରନ୍ତୁ।

ତୃତୀୟ ଉପାୟ: ମା ବାପା, ଜେଜେ, ଜେଜେ ମାଙ୍କର ସେବା କରିବା ସହ ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କୁ ଏହି ବର୍ଷ ସୁଖରେ କଟିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *