Excuse Me Odisha

ଯାହା କହିବୁ ସତ କହିବୁ

ବୁଧ ଗ୍ରହର ବଦଳିବ ସ୍ଥିତି , ୪ ଟି ରାଶିକୁ ମିଳିବ ଶୁଭ ଫଳ। କାହା ପାଇଁ ଏହି ପରିବର୍ତ୍ତନ ରହିବ ଅଶୁଭ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ସ୍ଥିତି ସମୟ ମଧ୍ୟରେ ବଦଳୁ ଥାଏ। ଯେଉଁଥିପାଇଁ ୧୨ଟି ରାଶି ଉପରେ ପ୍ରଭାବ ପଡିଥାଏ। ଜ୍ୟୋତିଷ ସୂଚନା ଅନୁସାରେ ଏଭଳି କୁହାଯାଉଛି କି କୌଣସି ବ୍ୟକ୍ତିର ରାଶିରେ ଗ୍ରହ ନକ୍ଷତ୍ରର ଚଳନ ଉତ୍ତମ ରହିଛି, ଯେଉଁଥିପାଇଁ ଜୀବନରେ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। କିନ୍ତୁ ସ୍ଥିତି ଠିକ୍ ନରହିବା କାରଣରୁ ଜୀବନରେ ନକାରାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ। ଏହା ନିରନ୍ତର ଚାଲି ରହିଥାଏ, ଏହାକୁ ଅଟକାଇବା ଅସମ୍ଭବ ଅଟେ।

ଜ୍ୟୋତିଷ ଗଣନା ଅନୁସାରେ କହିବାକୁ ଗଲେ ବିଛା ରାଶିରେ ବୁଧ ଗ୍ରହ ୧୭ ଡିସେମ୍ବର ପର୍ଯ୍ୟନ୍ତ ଅବସ୍ଥାନ କରିବେ। ବୁଧର ଏହି ପରିବର୍ତ୍ତନ ୧୨ ଟି ରାଶି ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପଡ଼ିବ। ତେବେ ଚାଲନ୍ତୁ ବୁଧର ଗୋଚର ଆପଣଙ୍କ ରାଶି ଉପରେ କିପରି ପ୍ରଭାବ ପକାଇବ।

Google

ଆସନ୍ତୁ ଜାଣିବା ବୁଧ ଗ୍ରହର ରାଶି ପରିବର୍ତ୍ତନ କିପରି ରହିବ ଶୁଭ ପ୍ରଭାବ।

କର୍କଟ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଶୁଭ ସାବ୍ୟସ୍ତ ହେବ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ବ୍ୟାପାରରେ ଉଚିତ ପରିଣାମ ପ୍ରାପ୍ତ ହେବ। ଆମଦାନୀରେ ନୂତନ ସ୍ରୋତ ପ୍ରାପ୍ତ ହେବ। ଯଦି ଆପଣ ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଫାଇଦା ମିଳିବ। ସନ୍ତାନ ସମ୍ବନ୍ଧିତ ସମସ୍ୟା ଦୂର ହେବ। କାର୍ଯ୍ୟ ମାମଲାରେ ଆପଣ ନୂତନ କୌଶଳ ଆପଣେଇବେ।

କନ୍ୟା ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ରାଶି ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହେବ। ଭାଇଭଉଣୀଙ୍କ ସହିତ ଚାଲି ଥିବା ମତଭେଦ ଦୂର ହେବ। ଚାକିରୀ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ବିସ୍ତାର ହେବ। କାର୍ଯ୍ୟାଳୟରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ନୂଆ କାର୍ଯ୍ୟରେ ସଫଳତା ମିଳିବ। ବିଦ୍ୟାର୍ଥୀ ବର୍ଗ ପରୀକ୍ଷାରେ ସଫଳତା ହାସଲ କରିବେ। ବିଦେଶରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି।

ବିଛା ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ରାଶି ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହେବ। ଆପଣଙ୍କ ସାହସ ଏବଂ ପରାକ୍ରମ ରେ ବୃଦ୍ଧି ହେବ। କଠିନ ପରିସ୍ଥିତି ଉପରେ ଆପଣ ବିଜୟ ହାସଲ କରିବେ। ସରକାରୀ ଚାକିରୀ କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ। ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ।

ମକର ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ରାଶି ପରିବର୍ତ୍ତନ ଉତ୍ତମ ରହିବ। ଭାଇଭଉଣୀଙ୍କ ସହିତ ମତଭେଦ ଦୂର ହେବ। ଆମଦାନୀରେ ବୃଦ୍ଧି ହେବ। ପରିବାରର ସବୁ ଲୋକେ ଆପଣଙ୍କୁ ସହଯୋଗ କରିବେ। ଛାତ୍ରଛାତ୍ରୀ ମାନଙ୍କୁ ସଫଳତା ମିଳିବ। ସନ୍ତାନଙ୍କ ଚିନ୍ତା ଦୂର ହେବ। ଆପଣ କୌଣସି ମହତ୍ୱପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେଇ ପାରନ୍ତି। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ।

କୁମ୍ଭ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ରାଶି ପରିବର୍ତ୍ତନ ଉତ୍ତମ ସାବ୍ୟସ୍ତ ହେବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ପ୍ରସନ୍ନ ରହିବେ। ସରକାରୀ କାର୍ଯ୍ୟ ଉଚିତ ସମୟ ମଧ୍ୟରେ ସମ୍ପନ୍ନ ହେବ। ବାହନ କିଣିବା ପାଇଁ ବିଚାର କରି ପାରନ୍ତି। ବିଦେଶ ରେ କାର୍ଯ୍ୟ କରିଥିବା ଲୋକଙ୍କୁ ଧନଲାଭ ଅବସର ମିଳିପାରେ। ମାତାପିତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ।

ମୀନ ରାଶିର ଲୋକଙ୍କ ଉପରେ ବୁଧ ଗ୍ରହର ରାଶି ପରିବର୍ତ୍ତନ ଉତ୍ତମ ପ୍ରଭାବ ରହିବ। ଆପଣଙ୍କ ଭାଗ୍ୟ ପ୍ରବଳ ରହିବ। ଧର୍ମ କର୍ମ ପ୍ରତି ଆପଣଙ୍କର ରୁଚି ବଢିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ବିବାହ ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ସମ୍ପର୍କ ସୁଦୃଢ଼ ରହିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା ।

ମେଷ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ପରିବର୍ତ୍ତନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ସମ୍ଭାଳି ରହିବାକୁ ପଡିବ। କିଛି ଲୋକେ ଆପଣଙ୍କ ପାଇଁ ଷଡ଼ଯନ୍ତ୍ର ରଚନା କରି ପାରନ୍ତି। ଟଙ୍କାପଇସା ମାମଲାରେ ସମ୍ଭାଳି ରୁହନ୍ତୁ। ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆଳସ୍ୟ ଗ୍ରାସ କରି ପାରେ। କାର୍ଯ୍ୟରେ ଆପଣଙ୍କର ମନ ଲାଗିବ ନାହିଁ।

Google

ବୃଷ ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ବୁଧ ଗ୍ରହର ରାଶି ପରିବର୍ତ୍ତନ ବ୍ୟାପାର କରୁଥିବା ଲୋକଙ୍କ ପାଇଁ ସାମାନ୍ୟ ରହିବ। ବିବାହ ସମ୍ବନ୍ଧିତ ମାଙ୍ଗଳିକ କାର୍ଯ୍ୟର ଶୁଭ ଅବସର ମିଳିପାରେ। ସରକାରୀ କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ଭାଳି ରହିବା ଆବଶ୍ୟକ। ଆପଣଙ୍କର କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ବିଗିଡି ପାରେ। ଭୂମି ଭବନ ସମ୍ବନ୍ଧିତ କାର୍ଯ୍ୟରେ ଆପଣଙ୍କୁ ବୁଝି ବିଚାରି କାର୍ଯ୍ୟ କରିବା ଆବଶ୍ୟକ।

ମିଥୁନ ରାଶିର ଲୋକଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବା ଆବଶ୍ୟକ। ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ। କୋର୍ଟ କଚେରୀ ମାମଲାରେ ଦୂରେଇ ରୁହନ୍ତୁ। ଧର୍ମ କର୍ମରେ ରୁଚି ରଖିବେ। ଅସହାୟ ଲୋକଙ୍କୁ ସହାୟତା କରି ପାରନ୍ତି। କୌଣସି କାମ ପାଇଁ ଲମ୍ବା ଯାତ୍ରା କରି ପାରନ୍ତି। ଆମଦାନୀ ରେ ଅଧିକ ଖର୍ଚ୍ଚ ହୋଇପାରେ।

ସିଂହ ରାଶିର ଲୋକଙ୍କ ପାଇଁ ବୁଧର ରାଶି ପରିବର୍ତ୍ତନ ଯୋଗୁଁ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି। କୌଣସି ବିବାଦରେ ସାମିଲ ରୁହନ୍ତୁ ନାହିଁ। କୌଣସି ଯାତ୍ରାରେ ଯିବା ସମୟରେ ସାବଧାନ ରୁହନ୍ତୁ ଏବଂ ନିଜ ଜିନିଷ ପ୍ରତି ଧ୍ୟାନ ରଖନ୍ତୁ। ଆପଣଙ୍କୁ ନିଜ ଚିନ୍ତାଧାରାକୁ ସକାରାତ୍ମକ ରହିବା ଆବଶ୍ୟକ।

ତୁଳା ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ରାଶି ପରିବର୍ତ୍ତନ ଅଧିକ କଠିନ ରହିବ। ଘର ପରିବାର ରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ରୋଜଗାର ପ୍ରାପ୍ତି ପାଇଁ ପ୍ରୟାସ ସଫଳ ରହିବ। କୌଣସି ବଡ଼ ନିବେଶ କରିବା ପୂର୍ବରୁ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ପୁରୁଣା ବେମାରୀ ଆପଣଙ୍କୁ ହଇରାଣ କରି ପାରେ।

ଧନୁ ରାଶିର ଲୋକଙ୍କ ପାଇଁ ବୁଧ ର ରାଶି ପରିବର୍ତ୍ତନରେ ଅନେକ ବ୍ୟସ୍ତତା ଦେଖା ଦେଇପାରେ। କାର୍ଯ୍ୟ ମାମଲାକୁ ନେଇ ଆପଣଙ୍କୁ ଅଧିକ ବ୍ୟସ୍ତ ରହିବାକୁ ପଡ଼ିବ। ବିବାହ ଯୋଗ୍ୟ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଆର୍ଥିକ ମାମଲାକୁ ନେଇ ସାବଧାନ ରହିବା ଆବଶ୍ୟକ। କୌଣସି ଅଶୁଭ ସମାଚାର ମିଳିପାରେ, ଯାହାଦ୍ଵାରା ଘର ପରିବାରର ବାତାବରଣ ଦୁଃଖଦ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *