Excuse Me Odisha

ଯାହା କହିବୁ ସତ କହିବୁ

ଭୂଲରେ ମଧ୍ୟ କାହାକୁ କୁହନ୍ତୁ ନାହିଁ ଏହି ୭ଟି ଜିନିଷ , ହୋଇଯାଇପାରେ ବଡ଼ କ୍ଷତି

ସେୟାର୍ କରନ୍ତୁ

ଅନେକ ଲୋକ ଏଭଳି ଥାଆନ୍ତି , ଯେଉଁମାନଙ୍କ ପେଟରେ କୌଣସି କଥା ରହେ ନାହିଁ। ସେମାନେ ନିଜ ଘରର ସବୁ କଥା ଅନ୍ୟମାନଙ୍କୁ କହିଦିଅନ୍ତି। ତେବେ ଏଭଳି କରିବା ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ଆମର ଧର୍ମଗ୍ରନ୍ଥରେ ମଧ୍ୟ ଏଭଳି ୭ଟି କଥା ବିଷୟରେ ଉଲ୍ଲେଖ କରାଯାଇଛି , ଯାହାକୁ ଭୂଲରେ ମଧ୍ୟ ଅନ୍ୟ କାହାକୁ କହିବା ଉଚିତ ନୁହେଁ। ସ୍ତ୍ରୀ ହୁଅନ୍ତୁ କିମ୍ବା ପୁରୁଷ ଉଭୟଙ୍କୁ ନିଜ ସହ ଜଡିତ କୌଣସି କଥା ଅନ୍ୟମାନଙ୍କ ସହ ସେୟାର କରିବା ଉଚିତ ନୁହେଁ।

Google

୧) ମନ୍ତ୍ର:-

ଆପଣଙ୍କ ଗୁରୁ ଆପଣଙ୍କୁ ଯେଉଁ ମନ୍ତ୍ର ଦିଅନ୍ତି , ତାହାକୁ ସଦା ସର୍ବଦା ଗୁପ୍ତ ରଖିବା ଉଚିତ। ଆପଣ ଏଭଳି କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିଥାଏ। ବାସ୍ତବରେ ଗୁରୁ ମନ୍ତ୍ରକୁ ଗୁପ୍ତ ରଖାଯିବା ଦ୍ୱାରା ହିଁ ତାହାର ଲାଭ ମିଳିଥାଏ

୨) ଅପମାନ:-

ଯଦି ଆପଣଙ୍କ ସହ କୌଣସି ଅପମାନଜନିତ ଘଟଣା ଘଟିଛି , ତେବେ ତାହାକୁ ଗୁପ୍ତ ରଖିବା ଦ୍ୱାରା ହିଁ ଭଲ ହୋଇଥାଏ। ଅନ୍ୟ ବ୍ୟକ୍ତି ମାନଙ୍କୁ ଏ ବିଷୟରେ ଜଣା ପଡିବା ଦ୍ୱାରା ସେମାନେ ଆପଣଙ୍କର ମଜା ଉଡାଇ ପାରନ୍ତି। ସେମାନେ ଏହାକୁ ଆପଣଙ୍କର ଦୁର୍ବଳତା ରୂପରେ ବ୍ୟବହାର କରିପାରନ୍ତି।

୩) ଶାରୀରିକ ସମ୍ପର୍କ:-

ଯେତେବେଳେ ସ୍ତ୍ରୀ ଏବଂ ପୁରୁଷ ପରସ୍ପର ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତି , ତେବେ ସେମାନଙ୍କୁ ଏହା ସହିତ ଜଡିତ କଥା ଗୁପ୍ତ ରଖିବା ଉଚିତ। ଯଦି ଆପଣ ଅନ୍ୟ କାହାକୁ ଏହା ବିଷୟରେ ଜଣାଇବେ , ତେବେ ତାହା ଆପଣଙ୍କ ଚରିତ୍ର ଏବଂ ସାମାଜିକ ଜୀବନ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ।

୪) ପଦବୀ-ପ୍ରତିଷ୍ଠା:-

ଯଦି ଆପଣଙ୍କୁ କୌଣସି ବଡ଼ ପଦବୀ କିମ୍ବା ପ୍ରତିଷ୍ଠା ମିଳିଛି , ତେବେ ତାହାକୁ ଗୁପ୍ତ ରଖିବା ଉଚିତ। ଆପଣ ଯଦି ଅନ୍ୟ କାହାକୁ ଏ ବିଷୟରେ କହିବେ , ତେବେ ଏହାଦ୍ବାରା ଆପଣଙ୍କ ମନରେ ଅହଙ୍କାର ଭାବ ଉତ୍ପନ୍ନ ହେବ। ଏହି ଅହଙ୍କାର ଆପଣଙ୍କର ପତନର କାରଣ ହୋଇଥାଏ। ଏହାଦ୍ବାରା ଆପଣଙ୍କ ପ୍ରତିଷ୍ଠାରେ ବାଧା ସୃଷ୍ଟି ହୋଇପାରେ।

Google

୫) ଧନହାନି:-

ଟଙ୍କା କ୍ଷତି ହେବା କଥା କାହାକୁ ମଧ୍ୟ ଜଣାଇବା ଉଚିତ ନୁହେଁ। ଏହାଦ୍ବାରା ଲୋକମାନେ ଆପଣଙ୍କ ଠାରୁ ଦୂରେଇବା ଆରମ୍ଭ କରିବେ। ଆପଣଙ୍କର ଧନ ହାନି ହୋଇଛି ଏବଂ ଆପଣ ସେମାନଙ୍କୁ ଟଙ୍କା ମଧ୍ୟ ମାଗି ପାରନ୍ତି , ଏହା ଭାବି ଲୋକମାନଙ୍କର ସମ୍ପର୍କ ଆପଣଙ୍କ ସହ ଖରାପ ହୋଇପାରେ। ଏହିଭଳି ଅଧିକ ଆସିବା ଦ୍ୱାରା ମଧ୍ୟ ଆପଣଙ୍କୁ ସେହି କଥା ଗୁପ୍ତ ରଖିବା ଉଚିତ।

୬) ପରିବାରର ଝଗଡା:-

ପରିବାରରେ ହେଉଥିବା ଝଗଡାକୁ ମଧ୍ୟ ଗୁପ୍ତ ରଖିବା ଉଚିତ। ଏହାକୁ ଆପଣ ସମାଜରେ ପ୍ରଚାରିତ କରିବା ଦ୍ୱାରା ଆପଣଙ୍କ ପରିବାରର ପ୍ରତିଷ୍ଠାକୁ ଆଞ୍ଚ ଆସିପାରେ। ଆପଣଙ୍କ ପରିବାରର ଖରାପ ଚାହୁଁଥିବା ଲୋକମାନେ ଏହି ଝଗଡାର ଲାଭ ଉଠାଇପାରନ୍ତି।

୭) ଦାନ:-

ଯେତେବେଳେ ଆପଣ ଦାନ କରୁଛନ୍ତି , ତେବେ ତାହାକୁ ଗୁପ୍ତ ରଖନ୍ତୁ। କୁହାଯାଏ ଯେ , ଗୁପ୍ତ ଦାନ କରୁଥିବା ଲୋକମାନଙ୍କୁ ଅକ୍ଷୟ ପୂର୍ଣ୍ଣ ସହିତ ଦେବାଦେବୀ ମାନଙ୍କର ଆଶୀର୍ବାଦ ମିଳିଥାଏ। ଆପଣଙ୍କ ଜୀବନରେ ସୁଖ ସୁବିଧା ବୃଦ୍ଧି ହୋଇଥାଏ। ଅନ୍ୟକୁ ଜଣାଇ କରାଯାଇଥିବା ଦାନର କୌଣସି ପୁଣ୍ୟ ମିଳେନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *