Excuse Me Odisha

ଯାହା କହିବୁ ସତ କହିବୁ

୨୦୨୧ ବର୍ଷଟି ବୃଷ ରାଶିର ଜାତକଙ୍କ ପାଇଁ କେମିତି ରହିବ। ନୁଆ ବର୍ଷରେ କଣ ରହିଛି ଖାସ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବା ପାଇଁ ଯାଉଛୁ ଯେ ୨୦୨୧ ବର୍ଷଟି ବୃଷ ରାଶିର ଜାତକଙ୍କ ପାଇଁ କେମିତି ରହିବ। ନୁଆ ବର୍ଷରେ କଣ ରହିଛି ଖାସ ଆସନ୍ତୁ ଜାଣିବା।

ବନ୍ଧୁଗଣ ୨୦୨୧ ମସିହା ଇଂରାଜୀ ନବ ବର୍ଷ। କେମିତି କଟିବ ୧୨ ଗୋଟି ରାଶିର ବ୍ୟକ୍ତି ମାନଙ୍କ ରାଶିଫଳ। କଣ ରହିଛି ଗ୍ରହ ମାନଙ୍କର ଫଳାଫଳ। କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଆସନ୍ତୁ ଜାଣିବା। ଧନୁରେ ରବି, ବୁଧ,କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁଥିବା ସମୟରେ ବର୍ଷ ଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ ମସିହା ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ। ସେପ୍ଟେମ୍ବର ମାସ ୧୪ ତାରିଖରେ ମକର ରାଶିକୁ ବକ୍ରି ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନଃରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ତେବେ ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ ଅବସ୍ଥାନ କରିବେ। ତେବେ ଆସନ୍ତୁ ଜାଣିବା ଏହି ବର୍ଷର ରାଶିଫଳ।

Google

ବୃଷ ରାଶି:

୨୦୨୧ ମସିହା ଇଂରାଜୀ ନବ ବର୍ଷ ଆରମ୍ଭରେ ବୃଷ ରାଶି ଜାତ ମହିଳା ଏବଂ ପୁରୁଷ ମାନଙ୍କର ରବି ବୁଧ ଅଷ୍ଟମ ଭାଗରେ, ମଙ୍ଗଳ ଦ୍ବାଦଶ ଭାଗରେ, ଗୁରୁ, ଶନି ନବମ ଭାଗରେ, ଶୁକ୍ର, କେତୁ ସପ୍ତମ ଭାଗରେ, ରାହୁ ସୋରାଶିରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ଗୁରୁ ଶୁଭ ଫଳ ପ୍ରଦାନ କରୁଛନ୍ତି। ଅନ୍ୟ ଗ୍ରହ ମାନେ ଅଶୁଭ ଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ବାରା କେତେକାଂଶରେ ଶୁଭ ଫଳ ପାଇପାରିବେ। ବିଶେଷତ୍ୱ,ମହାଦଶା, ଅନ୍ତଦଶା ଶୁଭ ଥିଲେ ଗଚର ଗ୍ରହ ମାନଙ୍କର କୁପ୍ରଭାବ ସେତେଟା ପଡ଼ିବ ନାହିଁ। ବୃହସ୍ପତି ମକର ରାଶିରେ ଭାଗ୍ୟ ଭାବରେ ନିଜର ଥାଇ ଶନି ମଧ୍ୟରେ ସେହି ସ୍ଥାନ ଥିବାରୁ ଏକ ନୀଚ୍ଚ ଭଙ୍ଗ ରାଜଭୋଗ ସୃଷ୍ଟି ହେଉଛି। ଯାହା ଫଳରେ ଭାଗ୍ୟର ପରିବର୍ତନ ହେବା ସହ ଅଟକିଥିବା ଧନ ସମ୍ପତ୍ତି ପାଇବେ।ନିଜର ସମ୍ପର୍କୀୟଙ୍କ ଠାରୁ ସୁଖ ପ୍ରାପ୍ତି ହେବ। ପୈତୃକ ସମ୍ପତ୍ତି ମଧ୍ୟ ପାଇବେ।ସବୁ କ୍ଷେତ୍ରରେ ଲାଭ ମିଳିବ। ପିଲା ମାନଙ୍କର ସମୟ ମଧ୍ୟ ଶୁଭ ହେବ। ମାତୃ ସୁଖ, ସମ୍ପତ୍ତି ସୁଖ, ଯାନ ବାହାନ ସୁଖ ପାଇବେ। ବିଦେଶ  ଯାତ୍ରା କରିପାରିବେ ଓ କାର୍ଯ୍ୟରେ ବୃଦ୍ଧି ହେବ। ପରିବାର ସଦସ୍ୟଙ୍କ ସହିତ କୌଣସି ଧାର୍ମିକ ସ୍ଥାନ ବା ଆଧ୍ୟାତ୍ମିକ ସ୍ଥାନ ପରିଦର୍ଶନ କରିବେ ଏହି ବର୍ଷ ବୃଷ ରାଶିର ଜାତକ ମାନେ। ଅବିବାହିତ ଲୋକମାନେ ବିବାହ କରିବାର ସୁଯୋଗ ପାଇବେ। ଶକ୍ତି ବୃଦ୍ଧି ହେବ। କଳ୍ପନା ଶକ୍ତି ମଧ୍ୟ ଆଶ୍ଚର୍ଯ୍ୟ ଜନକ ହୋଇପାରେ। ଅନେକ ପ୍ରକାରର ଯୋଜନା କରିବେ। ଦୀର୍ଘ ଦିନ ଧରି ଯେଉଁ କାର୍ଯ୍ୟ ମନରେ ଥିଲା ତାହା ପୂରଣ କରି ପାରିବେ। electronic media, print mediaରେ ଲୋକ ସଂପର୍କ ବୃଦ୍ଧି ହେବ। ଶତୃଙ୍କ ଠାରୁ ସତର୍କ ରହିବା ଉଚିତ। ନିଜର ମନ ଭିତରେ ଥିବା ଯୋଜନା ବିଷୟରେ କାହା ସହିତ ଆଲଚନା ନକରିବା ଉଚିତ। ଛାତ୍ର ଛାତ୍ରୀ ମାନେ ଅଧିକ ପରିଶ୍ରମ କରିବା ଦ୍ବାରା ତା ସହିତ ପାଠ ପଢାରେ ମନଯୋଗ ଦେବେ।

Google

ଏହି ବର୍ଷ ବୃଷ ରାଶି ବ୍ୟକ୍ତି  ଶିକ୍ଷା କ୍ଷେତ୍ରରେ ମାନସିକ ଅଭିବୃଦ୍ଧି ବଜାୟି ରହିବା ଆନନ୍ଦଦାୟକ ହେବ। ରାଜନୀତି କ୍ଷେତ୍ରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ।ବେବସାୟୀ ମାନେ ଗ୍ରାହକ ସେବାକୁ ଗ୍ରହଣ କରି ଜୋଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। କେତୁଙ୍କ ଯୋଗେ ହଠାତ ଧନ ପ୍ରାପ୍ତ ହେବ। ପୈତୃକ ଧନ ସମ୍ପତି ମିଳିଯାଇପାରେ। ସମାଜସେବା କାର୍ଯ୍ୟରେ ଯୋଗ ଦେଇ ଅନ୍ୟର ଦୁଃଖ ଦୁର୍ଦସାକୁ ଦୁର କରିବା ପାଇଁ ପ୍ରୟାସ କରିପାରନ୍ତି। ଅତି ଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ କରନ୍ତୁ ନାହିଁ। ରାହୁ ଜନ୍ମ ରାଶିରେ ଥିବା ନାକାରାତ୍ମକ ପ୍ରଭାବ ସୃଷ୍ଟି ହୋଇପାରେ।ସ୍ବାସ୍ଥ୍ୟ ଖରାପ ହୋଇପାରେ। ବର୍ଷ ଶେଷକୁ ମିଶ୍ରିତ ଫଳ ପ୍ରାପ୍ତ ହେବ। ଶନି ନବମ ଭାଗରେ ଥିବା ହେତୁ ଆପଣ ସମ୍ମାନ, ପ୍ରତିଷ୍ଠା ହରାଇ ପାରନ୍ତି। କର୍ମ କ୍ଷେତ୍ରରେ ମଧ୍ୟ ହାନି ହୋଇପାରେ। ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ, କଠିନ ପରିଶ୍ରମ ହେତୁ,ଶାରୀରିକ ମାନସିକ ଚାପ ସୃଷ୍ଟି ଯଗୁ ଶାରୀରିକ ମାନସିକ କଷ୍ଟ ଭୋଗ କରିପାରନ୍ତି।ଯାଗା, ଜମି,ବାଡ଼ି,ନେଇ କେତେକ ସମସ୍ୟାର ସମ୍ମୁଖୀନ କରିପାରନ୍ତି। କିନ୍ତୁ ଏହାକୁ ମୁକାବିଲା କରିବାର ସାହସ ମଧ୍ୟ ପାଇବେ । ଅଶୁଭ ଗ୍ରହ ମାନଙ୍କର ପ୍ରତୀକାର କରି ଚାଲିଲେ କୌଣସି ବିପଦ ପାଖ ମାଡ଼ିବ ନାହିଁ।ଶୁଭ ଫଳ ପ୍ରଦାନ କରିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ।  ଯଦି ଆପଣଙ୍କର ବି ବୃଷ ରାଶି ତେବେ କମେଣ୍ଟ ବାକ୍ସରେ ଆମକୁ ଲେଖି ଜଣାନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *