Excuse Me Odisha

ଯାହା କହିବୁ ସତ କହିବୁ

୨୦୨୧ ମସିହା କର୍କଟ ରାଶିର ଜାତକଙ୍କ ପାଇଁ କିପରି ରହିବ। ଆପଣଙ୍କର ନୂଆ ବର୍ଷ କେମିତି କଟିବ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେ ୨୦୨୧ ମସିହା କର୍କଟ ରାଶିର ଜାତକଙ୍କ ପାଇଁ କିପରି ରହିବ। ଆପଣଙ୍କର ନୂଆ ବର୍ଷ କେମିତି କଟିବ ଆସନ୍ତୁ ଜାଣିବା।

ବନ୍ଧୁଗଣ ୨୦୨୧ ମସିହାରେ କେମିତି କଟିବ ୧୨ ଗୋଟି ରାଶିଙ୍କର ରାଶିଫଳ। କଣ ରହିଛି ଗ୍ରହ ନକ୍ଷତ୍ର ମାନଙ୍କର ଫଳାଫଳ। କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଆସନ୍ତୁ ଜାଣିବା। ଧନୁରେ ରବି, ବୁଧ କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷ ରେ ରାହୁ ଥିବା ସମୟରେ ବର୍ଷ ଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ ମସିହା ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ। ସେପ୍ଟେମ୍ବର ମାସ ୧୪ ତାରିଖରେ ମକର ରାଶିକୁ ବକ୍ରି ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନଃରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ ତାରିଖ ପର୍ଯ୍ୟନ୍ତକୁମ୍ଭ ରାଶିରେ ରହିବେ।ତେବେ ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ ଅବସ୍ଥାନ କରିବେ। ତେବେ ଆସନ୍ତୁ ଜାଣିବା ଏହି ବର୍ଷର ରାଶିଫଳ।

Google

କର୍କଟ ରାଶିର ୨୦୨୧ ବାର୍ଷିକ ରାଶିଫଳ। ୨୦୨୧ ଇଂରାଜୀ ନବ ବର୍ଷ ଆରମ୍ଭରେ କର୍କଟ ରାଶି ଜାତ ମହିଳା ପୁରୁଷ ମାନଙ୍କର ରବି ବୁଧ ଷଷ୍ଠ ଭାଗରେ, ମଙ୍ଗଳ ଦଶମ ଭାଗରେ, ଗୁରୁ ଶନି ସପ୍ତମ ଭାଗରେ, ଶୁକ୍ର କେତୁ ପଞ୍ଚମ ଭାଗରେ ଓ ରାହୁ ଏକାଦଶ ଭାଗରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ରାହୁ ଶୁଭ ଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହ ମାନେ ଅଶୁଭ ଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ବାରା କେତେକାଂଶରେ ଶୁଭ ଫଳ ପାଇପାରିବେ। ବିଶେଷତ୍ୱ ମହାଦଶା, ଅନ୍ତଦଶା ଶୁଭ ଥିଲେ ଗଚର ଗ୍ରହ ମାନଙ୍କର ପ୍ରଭାବ ସେତୋଟା ପଡ଼ିବ ନାହିଁ। ଦୀର୍ଘ ଦିନ ପରେ ଆପଣଙ୍କ ଜୀବନରେ ଅଧିକ ସୁଖ ସମୃଦ୍ଧି ସମୟ ଉପସ୍ଥିତ ରହିଛି। ଆକସ୍ମିକ ଧନ ପ୍ରାପ୍ତି ହେବ। ବ୍ୟାଙ୍କ,ବୀମା, ନିବେଶ ପରେ ଆର୍ଥିକ ଗତିବିଧିରେ ବ୍ୟସ୍ତ ରହିବେ। ଗୃହ ନିର୍ମାଣ, ଜମିଜମା, କ୍ରୟ ବିକ୍ରୟ, ସେୟାର ବଜାର ଜୁଆ,ଲଟେରୀ, ମଧ୍ୟସ୍ତ କରୁଥିବା ଲୋକମାନେ ଜଗିରଖି ଚଳିଲେ ଆଶାତୀତ ଲାଭ ମିଳିବ। ଯେକୌଣସି କାର୍ଯ୍ୟ ହାତକୁ ନେଲେ ଶେଷ କରିବା ପରେ ଆସ୍ୱସ୍ତୀ ପାଇବେ। electronics  ଉପକରଣ, ଉଚ୍ଚସ୍ତରୀୟ ବାହାନ କ୍ରୟ କରିପାରନ୍ତି। ରେଶମୀ ବସ୍ତ୍ର,ଅଗରବତୀ, ଇଟା, କ୍ଷୀର, ଦହି, ଘିଅ, ସୁନା, ଚାନ୍ଦି,ବ୍ୟବସାୟରେ ଲାଭ ମିଳିବ।ରେଶମୀ ବସ୍ତ୍ର,ଅଗରବତୀ, ଇଟା, କ୍ଷୀର, ଦହି, ଘିଅ, ବାଦ୍ୟ ଯନ୍ତ୍ର, ଚଳଚିତ୍ର, ଔଷଧ, ଶାଢ଼ୀ, ଷ୍ଟେସନାରୀ, ମହିଳା ମାନଙ୍କର ସୌଖିନ ଦ୍ରବ୍ୟ ଆଦି ବ୍ୟବସାୟରେ ଅଧିକ ଲାଭ କରିପାରିବେ। ନୂତନ କାର୍ଯ୍ୟ ଆରମ୍ଭ, ଶତୃ ହାନି, ଉଚ୍ଚ ଆଶା ସଫଳ ହେବ, ଉଚ୍ଚ ପ୍ରଶଂସା ଲାଭ କରିବେ। ଉଚ୍ଚ ଶିକ୍ଷା ଲାଭ କରିଥିଲେ ସମସ୍ତ ପ୍ରକାର ପ୍ରତିଯୋଗି ପରୀକ୍ଷାରେ ସଫଳ ପ୍ରାପ୍ତ କରିବେ ଏହି ବର୍ଷ। ନ୍ୟାୟ ଧିସ, ପ୍ରାସାଶନିକ, ସେବା ଅଧିକାରୀ, ଓକିଲ,ଜେଲର, ଶିକ୍ଷକ,ପ୍ରଶିକ୍ଷକ,ଅଭିନେତା, ଡାକ୍ତର, ଇତ୍ୟାଦି ହୋଇଥିଲେ ଏହି ବର୍ଷ ଆଶାତୀତ ଲାଭ କରିବେ। ଅନ୍ୟ ମାନଙ୍କ କାନ୍ଧରେ ବନ୍ଧୁକ ରଖି ଖେଳ ଖେଳିବେ,ଅପଜୋଶକୁ ଦୁରରେ ରଖି କେବଳ ଜୋସକୁ ଆପଣେଇବେ। ଶିକ୍ଷା କ୍ଷେତ୍ରରେ ତେଜସ୍ଵୀ, ବ୍ୟବହାର କୁଶଳୀ, ଅନୁଶାସନ ପ୍ରିୟ, ଗୁଣ ଜ୍ଞାନୀ ଜଜ୍ଞ, ଆଜ୍ଞ ପାଳ, ସୌଭାଗ୍ୟଶାଳୀ ହେବେ। ରାଜନୈତିକ କ୍ଷେତ୍ରରେ ସହକର୍ମିଙ୍କ ସହିତ ଶତ୍ରୁତା ମେଣ୍ଟି ଯିବ। ଫଳରେ ଶତୃ ମାନେ ପ୍ରବଳ ଦୁର୍ବଳ ହେବେ।ମିତ୍ର ମାନେ ବହୁତ ସାହାର୍ଯ୍ୟ ସହଯୋଗ ମିଳିବ,ଫଳରେ ବହୁତ ମାନସିକ ଶାନ୍ତି ଅନୁଭବ କରିବେ। ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃ ମାନଙ୍କୁ ମୁକାବିଲା କରିପାରିବେ। କଳା,ସାହିତ୍ୟ, ସଙ୍ଗୀତ, ଆଦି କ୍ଷେତ୍ରରେ ବାଦବିବାଦ, ମାଲି ମକରଦମା,କ୍ରୀଡ଼ା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା, ପରୀକ୍ଷା ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ।ପୁର୍ବରୁ କରିଥିବା ଯୋଜନା ସମ୍ପୂର୍ଣ କରିବାର ସୁଯୋଗ ପାଇବେ।ରାହୁ ଉଚ୍ଚରେ ଥିବା ଗୃହକୁ ବିସ୍ତାର କରିପାରିବେ। ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ। ନୂତନ ଯାନ ପ୍ରାପ୍ତି ହୋଇପାରେ। କର୍ମ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ। ତେଣୁ ଶନିଙ୍କୁ ପୁଜା କରିବା ଉଚିତ। ଶ୍ରୀ ହନୁମାନଙ୍କୁ ପୁଜା କଲେ ଲାଭଦାୟକ ହେବ। ଆପଣ ମାଧ୍ୟମା ଆଙ୍ଗୁଳିରେ ଘୋଡା ନାଲିରେ ତିଆରି ମୁଦି ପିନ୍ଧି ପାରିବେ। ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର କରି ଚାଲିଲେ କୌଣସି ବିପଦ ପାଖ ମାଡିବ ନାହିଁ।

Google

ପ୍ରଥମ ଉପାୟ ହେଉଛି:

ପ୍ରାଣ ପ୍ରତିଷ୍ଠିତ ସମ୍ପୂର୍ଣ ନବ ଗ୍ରହ ମହାଯନ୍ତ୍ର ପୁଜା କରିବା ସହ ଏହି ମନ୍ତ୍ରକୁ ଏକ ମାଳା ଜପ କରନ୍ତୁ। ” ଓଁ ସ୍ରାଂ ସ୍ରିଂ ସ୍ରୋଂ, ସ୍ରୋଂ ଚନ୍ଦ୍ରମାୟ ନମଃ।”

ଦିତୀୟ ଉପାୟ:

ମାସକୁ ଥରେ ସୋମବାର ଦିନ ଅରୁଆ ଚାଉଳ, ଧଳା ଚନ୍ଦନ, ଧଳା ଫୁଲ, ଚିନି, ଦହି ମନ୍ଦିରରେ ଦାନ କରିବା ଉଚିତ।

ତୃତୀୟ ଉପାୟ:

ପ୍ରଥମ ମାସରେ ଲୁହା, ବିରିଡା଼ଲି, କଳଥ ଡାଲି, ସୋରିଷ ତେଲ, କଳା ବସ୍ତ୍ର, କଳା ଫୁଲ, ମଇଁଷି କ୍ଷୀର, ଶନିବାର ଦିନ ଅସହାୟ ଲୋକଙ୍କୁ ଦାନ କରିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ।  ଯଦି ଆପଣଙ୍କର ବି କର୍କଟ ରାଶି ତେବେ କମେଣ୍ଟ ବାକ୍ସରେ ଆମକୁ ଲେଖି ଜଣାନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *