Excuse Me Odisha

ଯାହା କହିବୁ ସତ କହିବୁ

“B”ନାମର ବ୍ୟକ୍ତିଙ୍କ ରାଶିଫଳ , ଜାଣନ୍ତୁ ୨୦୨୧ ବର୍ଷ B ନାମର ଲୋକଙ୍କ ପାଇଁ କିପରି କଟିବ ।

ସେୟାର୍ କରନ୍ତୁ

ଯେଉଁ ବ୍ୟକ୍ତି ବିଶେଷଙ୍କ ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇଛି ସେମାନଙ୍କ ପାଇଁ ୨୦୨୧ ବର୍ଷ କିପରି କଟିବ, ସେହି ବିଷୟରେ ମୁଁ ଆଜି ଆପଣଙ୍କୁ କହିବାକୁ ଯାଉଛି। ଆଜି ମୁଁ ଆପଣଙ୍କୁ B ରୁ ଆରମ୍ଭ ହୋଇଥିବା ନାମର ସ୍ଵଭାବ,ଶିକ୍ଷା, ଜୀବନଶୈଳୀ , ପ୍ରେମ ଜୀବନ, ଆର୍ଥିକ ଅବସ୍ଥା ବିଷୟରେ ତଥ୍ୟ ଦେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ନାମର କିଛି ନା କିଛି ଅର୍ଥ ରହିଛି। ଆପଣଙ୍କ ନାମ ଯେଉଁ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଅକ୍ଷର ଆପଣଙ୍କ ଜୀବନରେ କିଛି ନା କିଛି ଅର୍ଥାତ ସ୍ଵଭାବ ଓ ବ୍ୟକ୍ତିତ୍ଵ ଉପରେ ପ୍ରଭାବ ପକାଇ ଥାଏ। ଏହି ବ୍ୟକ୍ତିଙ୍କ ସ୍ଵଭାବ ବହୁତ ସମ୍ବେଦନଶୀଳ ହୋଇଥାଏ। ଏହି ଲୋକମାନେ ସାମାଜିକ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ସର୍ବଦା ଆଗେଇ ରୁହନ୍ତି। ଏମାନେ ବହୁତ ସାହସୀ ଅଟନ୍ତି, କିନ୍ତୁ ବେଳେବେଳେ ଛୋଟ ଛୋଟ କଥା ଏମାନଙ୍କ ଜୀବନକୁ ପ୍ରଭାବିତ କରିଥାଏ। ଏମାନେ ଛୋଟ ଛୋଟ କଥାରେ ଖୁସି ହୋଇଥାନ୍ତି ଏବଂ ଏମାନଙ୍କୁ ମନେଇବା ଅଧିକ ସହଜ ହୋଇଥାଏ। ଏମାନେ ନିଜ ଭୁଲରୁ ଶିକ୍ଷା ପ୍ରାପ୍ତ କରି ଥାନ୍ତି। ଏମାନେ ପ୍ରକୃତି ପ୍ରେମୀ ହୋଇ ଥାନ୍ତି ଏବଂ ପରିଶ୍ରମ ଉପରେ ଭରସା ରଖି ଥାଆନ୍ତି। ଏମାନଙ୍କ ପାଖରେ କୌଣସି ଜିନିଷର ଅଭାବ ରହି ନଥାଏ। ଏମାନେ ନିଜର ଗୁପ୍ତ କଥା କାହା ଆଗରେ ପ୍ରକାଶ କରି ନଥାନ୍ତି।

Google

ରାଶିଫଳ ୨୦୨୧ ଅନୁସାରେ ଏହି ବର୍ଷ ଶିକ୍ଷା ଅତ୍ୟନ୍ତ ଅନୁକୂଳ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ଭଲ ପ୍ରଦର୍ଶନ କରିବେ। ଯେଉଁ ପିଲାମାନେ ଚାକିରୀ ପାଇଁ ପରୀକ୍ଷା ଦେଉଛନ୍ତି, ସେମାନଙ୍କୁ ସଫଳତା ପ୍ରାପ୍ତ ହେବ। ଯେଉଁମାନଙ୍କର ରୋଜଗାର ନାହିଁ, ସେମାନଙ୍କୁ ଚାକିରୀର ନୂଆ ଅବସର ମିଳିବ। ଯେଉଁମାନେ ଚାକିରୀ କରୁଛନ୍ତି , ସେମାନଙ୍କୁ ସୁଖଦ ପରିଣାମ ପ୍ରାପ୍ତ ହେବ। ବର୍ଷ ୨୦୨୧ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଏହି ବିଶେଷ ବ୍ୟକ୍ତିଙ୍କର ଉତ୍ତମ ଭବିଷ୍ୟତ ରହିଛି। ଏହି ବି ନାମକ ଥିବା ଲୋକଙ୍କର ପ୍ରେମ ଏବଂ ବୈବାହିକ ଜୀବନ ସୁଖମୟ ରେ ଅତିବାହିତ ହେବ। ଆପଣ ନିଜର ପାର୍ଟନରଙ୍କ ସହିତ ବାହାରକୁ ଯାଇ ପାରନ୍ତି। ଯାହାଫଳରେ ଏହା ଆପଣଙ୍କ ପ୍ରେମକୁ ସୁଦୃଢ କରିବ। ଯେଉଁ ମାନେ ବିବାହ କରିବାକୁ ଇଚ୍ଛୁକ ଅଛନ୍ତି, ସେମାନଙ୍କୁ ଆଶାନୁରୂପ ଜୀବନସାଥୀ ପ୍ରାପ୍ତ ହେବ।

Google

ଯେଉଁ ମାନେ ପ୍ରେମ ସମ୍ବନ୍ଧରେ ରହିଛନ୍ତି , ତାହେଲେ ପରସ୍ପରକୁ ଭରପୂର ସମୟ ଦିଅନ୍ତୁ। B ଅକ୍ଷର ନାମ ଥିବା ଲୋକଙ୍କ ପ୍ରେମ ଏବଂ ବୈବାହିକ ଜୀବନ ସୁଖମୟ ଅଟେ। ରାଶିଫଳ ଅନୁସାରେ ୨୦୨୧ ବର୍ଷରେ ଏହି ବ୍ୟକ୍ତି ମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣଙ୍କୁ ନିଜ ବୁଦ୍ଧିର ପ୍ରୟୋଗ କରିବାକୁ ପଡ଼ିବ। ଆପଣଙ୍କ ପରିଶ୍ରମ ଏବଂ କଷ୍ଟ ଆପଣଙ୍କୁ ଉନ୍ନତି ଆଡ଼କୁ ଅଗ୍ରସର କରାଇବ। ଏହି ବର୍ଷ ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ। ଯଦି ଆପଣ ନୂଆକରି ବ୍ୟବସାୟ ଆରମ୍ଭ କରୁଛନ୍ତି ତାହେଲେ ଏହି ବର୍ଷ ଆପଣଙ୍କ ଆର୍ଥିକ ପରିସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ। ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଯଦି ଆପଣଙ୍କ ନାମ ବି B ରୁ ଆରମ୍ଭ ତେବେ କମେଣ୍ଟ ବାକ୍ସରେ ଲେଖି ଜଣାନ୍ତୁ। ଜୟ ଜଗନ୍ନାଥ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *