Excuse Me Odisha

ଯାହା କହିବୁ ସତ କହିବୁ

ସୁଖୀ ବୈବାହିକ ଜୀବନ ପାଇଁ ଏଭଳି କରନ୍ତୁ ଭଗବାନ ବିଷ୍ଣୁଙ୍କର ପୂଜା , ଏହି କଥାରେ ଧ୍ୟାନରେ ରଖନ୍ତୁ

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ପୂଜା ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଇଛି। କୁହାଯାଏ ଯେ , ସ୍ୱଚ୍ଛ ମନରେ ତାଙ୍କୁ ପୂଜା କରୁଥିବା ଲୋକଙ୍କ ସମସ୍ତ ମନସ୍କାମନା ଭଗବାନ ବିଷ୍ଣୁ ନିଶ୍ଚିତ ଭାବରେ ପୂର୍ଣ୍ଣ କରିଥାନ୍ତି। ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ , ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ବିଧିବିଧାନ ଅନୁଯାୟୀ ପୂଜା କରିବା ଦ୍ୱାରା ଜୀବନର ସମସ୍ତ ସଙ୍କଟରୁ ମୁକ୍ତି ମିଳିଥାଏ। ଭଗବାନ ବିଷ୍ଣୁଙ୍କୁ ଜଗତର ପାଳନକର୍ତ୍ତା ଭାବରେ ବିବେଚନା କରାଯାଏ। ପୌରାଣିକ ମାନ୍ୟତା ଅନୁଯାୟୀ , ଗୁରୁବାର ଦିନ ବିଧିବିଧାନ ଅନୁସାରେ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଯାଏ। ପୌରାଣିକ ମାନ୍ୟତା ଅନୁଯାୟୀ , ଗୁରୁବାର ବ୍ରତ କରିବା ଦ୍ୱାରା ଏବଂ କଥା ଶୁଣିବା ଦ୍ୱାରା ଜାତକ ମାନଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଧନର ଅଭାବ ଦୂର ହୋଇଥାଏ , ବୃଦ୍ଧି ଏବଂ ଶକ୍ତି ବଢିଥାଏ ଏବଂ ଗ୍ରହ ଦୋଷ ଦୂର ହୋଇଥାଏ। ଗୁରୁବାର ବ୍ରତରେ ଭଗବାନ ବିଷ୍ଣୁଙ୍କର ପୂଜା କରା ଯାଇଥାଏ ଏବଂ ତାଙ୍କୁ ଗୁଡ଼ ଏବଂ ଚଣାର ପ୍ରସାଦ ଅର୍ପଣ କରା ଯାଇଥାଏ। ଆସନ୍ତୁ ଜାଣିବା ସୁଖୀ ବୈବାହିକ ଜୀବନ ପାଇଁ ଭଗବାନ ବିଷ୍ଣୁଙ୍କର ପୂଜା କିପରି କରିବା।

Google

ବୃହସ୍ପତି ଦେବଙ୍କର ପୂଜାର ଗୁରୁତ୍ୱ:-

ହିନ୍ଦୁ ମାନ୍ୟତା ଅନୁଯାୟୀ , ବୃହସ୍ପତି କେବଳ ଏକ ଗ୍ରହ ନୁହେଁ  ବରଂ ଜୀବନର ବିଭିନ୍ନ ପର୍ଯ୍ୟାୟକୁ ପ୍ରଭାବିତ କରୁଥିବା ଗ୍ରହ ଅଟନ୍ତି। ସମସ୍ତ ବିଧିବିଧାନ ଅନୁଯାୟୀ , ବୃହସ୍ପତି ଦେବଙ୍କର ପୂଜା କରିବା ଦ୍ୱାରା ମନଇଚ୍ଛା ଜୀବନସାଥି ମିଳିଥାନ୍ତି। ବୈବାହିକ ସମ୍ପର୍କ ସଫଳ ରହିଥାଏ ଏବଂ କ୍ୟାରିଅରରେ ମଧ୍ୟ ସଫଳତା ମିଳିଥାଏ। ଯେଉଁ ଲୋକମାନଙ୍କର ବୃହସ୍ପତି ଦୁର୍ବଳ ଅଟନ୍ତି , ସେମାନଙ୍କୁ ଏହି ପୂଜା ଫଳ ଦେଇଥାଏ। ମାତାପିତାଙ୍କ ସହ ଭଲ ସମ୍ପର୍କ ପାଇଁ ମଧ୍ୟ ଏହିଦିନ ପୂଜାର ମାନ୍ୟତା ରହିଛି।

Google

ପୂଜା କରିବାର ବିଧି:-

ଗୁରୁବାର ଦିନ ବୃହସ୍ପତି ଦେବ ଏବଂ ଭଗବାନ ବିଷ୍ଣୁଙ୍କର ପୂଜା ଏହି ମନ୍ତ୍ର ଜପ କରି କରନ୍ତୁ-ଓଁ ନମଃ ନାରାୟଣ , ଏହି ମନ୍ତ୍ରକୁ ୧୦୮ ଥର ଜପ କରିବା ଦ୍ୱାରା ପରିବାରରେ ସୁଖ ସମୃଦ୍ଧତା ଆସିଥାଏ ଏବଂ କ୍ୟାରିଅରରେ ମଧ୍ୟ ସଫଳତା ମିଳିଥାଏ। ପୂଜାରେ କ୍ଷୀର , ଦହି ଏବଂ ଘିଅରୁ ତିଆରି ହୋଇଥିବା ହଳଦିଆ ତରକାରୀକୁ ଭୋଗ ଲଗାନ୍ତୁ। ଭଗବାନ ବିଷ୍ଣୁଙ୍କର ପୂଜା କରୁଥିଲେ ଦିନରେ ଥରେ ମାତ୍ର ପୂଜା ପରେ ଉପବାସ ପାଳନ କରନ୍ତୁ ଏବଂ କେବଳ ମିଠା ଜିନିଷ ହିଁ ସେବନ କରନ୍ତୁ।

Google

ଏହି କଥା ଗୁଡିକୁ ଧ୍ୟାନ ରଖନ୍ତୁ:-

ଗୁରୁବାର ଦିନ ପୂଜା କରୁଥିବା ସମୟରେ କିଛି କଥାକୁ ଧ୍ୟାନ ରଖିବା ଦ୍ୱାରା ପୂଜାର ସମ୍ପୂର୍ଣ୍ଣ ଫଳ ମିଳିଥାଏ।

ଗୁରୁବାର ଦିନ ପ୍ରତିଦିନ କଦଳୀ ଗଛର ପୂଜାର ଗୁରୁତ୍ୱ ରହିଛି କାରଣ ଏହାକୁ ଭଗବାନ ବିଷ୍ଣୁଙ୍କର ଅବତାର ଭାବରେ ବିବେଚନା କରାଯାଏ।

ଏହି ଦିନ ହଳଦିଆ ବସ୍ତ୍ର ଧାରଣ କରି ପୂଜା କରନ୍ତୁ , ହଳଦିଆ ଜିନିଷ ଦାନ କରନ୍ତୁ , ଏହାଦ୍ବାରା ଦାନର ଶହେ ଗୁଣ ପୁଣ୍ୟ ମିଳିଥାଏ।

ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବାପାଇଁ ପୂଜା ସମୟରେ ବୃହସ୍ପତି ଭଗବାନଙ୍କର କଥା ପଢନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶୁଣାନ୍ତୁ।

Google

ଭଗବାନ ବିଷ୍ଣୁଙ୍କର ଅବତାରଙ୍କୁ ଓଦା ଚଣାର ଡାଲି ଭୋଗ ମଧ୍ୟ ଗୁଡ଼ ସହ ଲଗା ଯାଇଥାଏ।

ଶିବଲିଙ୍ଗରେ ହଳଦିଆ କନିଅର ଅର୍ପଣ କରି ଶିବ ଆରାଧନା ଦ୍ୱାରା ମଧ୍ୟ ଗୁରୁ ଦୋଷ ଶେଷ ହୋଇଯାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ପ୍ରିୟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କର କୃପା ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *