Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ରାଶି ପାଇଁ ୨୦୨୧ ଆଣୁଛି ସୁଖର ସମୟ, ବାକି ମାନଙ୍କୁ ରହିବାକୁ ପଡ଼ିବ ସତର୍କ।

ସେୟାର୍ କରନ୍ତୁ

ବର୍ଷ ୨୦୨୧ କୁ ନେଇ ସମସ୍ତେ ଆଶାବାଦୀ ରହିଛନ୍ତି। ୨୦୨୧ ସବୁ ଲୋକଙ୍କ ପାଇଁ ସୁଖର ସମୟ ନେଇ ଆସୁଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୫ ଟି ରାଶି ପାଇଁ ୨୦୨୧ ଆଣୁଛି ସୁଖର  ସମୟ।

ଏହି ରାଶିର ଲୋକଙ୍କ ପାଇଁ ଆୟର ସ୍ରୋତ ବୃଦ୍ଧି ହେବ। ଘର ପରିବାରରେ ସୁଖଦ ଶାନ୍ତି ବିରାଜମାନ କରିବ। ଆସନ୍ତୁ ଜାଣିବା ୨୦୨୧ ରେ ସବୁ ୧୨ ଟି ରାଶି ଗୁଡିକର ଅବସ୍ଥା କିପରି ରହିବ।

ମେଷ ରାଶି –

ମେଷ ରାଶିର ଲୋକଙ୍କ ପାଇଁ କ୍ୟାରିୟର ମାମଲାରେ ୨୦୨୧ ଅତ୍ୟନ୍ତ ଶୁଭ ରହିବ। କିନ୍ତୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିବ। ଆରମ୍ଭ ଦିନରୁ ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଚାକିରୀ ପେଶାରେ ଥିବା ଲୋକଙ୍କୁ ସତର୍କ ରହିବା ଆବଶ୍ୟକ।

ଆପଣଙ୍କ କର୍ମଭାବ ସ୍ଵାମୀ ଶନିଦେବ ଅସ୍ତ ରହିବେ। ବ୍ୟାପାରରେ ସକ୍ରିୟ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଆୟର ନୂତନ ସ୍ରୋତ ହାସଲ କରିବେ। ମାତାପିତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ସେମାନଙ୍କ ଧ୍ୟାନ ରଖନ୍ତୁ।

ଛାତ୍ର ମାନଙ୍କ ପାଇଁ ଜାନୁୟାରୀ , ମାର୍ଚ୍ଚ, ମେ, ଜୁଲାଇ ଏବଂ ନଭେମ୍ବରର ସମୟ ଅତ୍ୟନ୍ତ ସୁଖମୟ ରହିବ। ଫେବୃୟାରୀ , ଏପ୍ରିଲ, ଜୁନ, ଅଗଷ୍ଟ, ସେପ୍ଟେମ୍ବର, ଡିସେମ୍ବର ମାସରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି।

ବୃଷ ରାଶି –

୨୦୨୧ ରେ ଚାକିରୀ ପେଶାରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବ। କାର୍ଯ୍ୟ ମାମଲାରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ଆପଣଙ୍କୁ ଉତ୍ତମ ଅବସର ମିଳିବ। ବ୍ୟାପାର କରୁଥିବା ଲୋକଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

ଗ୍ରହର ସ୍ଥିତି ଠିକ୍ ନରହିବା କାରଣରୁ ଛାତ୍ର ମାନଙ୍କ ପାଇଁ କଠିନ ସମୟ ରହିଛି। ଯଦି ଶୁଭ ଫଳ ପାଇବାକୁ ଚାହୁଁଛନ୍ତି ତାହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ। ପାରିବାରିକ ସମସ୍ୟାରେ ବୃଦ୍ଧି ହେବ।

ଯେଉଁ ଲୋକେ ବିବାହ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଯେଉଁଥିପାଇଁ ମାନସିକ ଚିନ୍ତା ବଢିପାରେ। ରାହୁ କେତୁଙ୍କ ଉପସ୍ଥିତି ଆପଣଙ୍କ ସ୍ବାସ୍ଥ୍ୟ ହାନୀ କରେଇ ପାରନ୍ତି।

Google

ମିଥୁନ ରାଶି –

ବର୍ଷ ୨୦୨୧ ରେ ଆପଣଙ୍କୁ କ୍ୟାରିୟରରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଚାକିରୀ ପେଶାରେ ଥିବା ଲୋକଙ୍କୁ ସହକର୍ମୀଙ୍କ ତରଫରୁ ସହଯୋଗ ମିଳିବ ନାହିଁ। ଯେଉଁଥିପାଇଁ କାର୍ଯ୍ୟସ୍ଥଳରେ ସମସ୍ୟା ଦେଖା ଦେଇପାରେ।

ଆପଣଙ୍କୁ ପଦୋନ୍ନତୀ ପାଇବା ପାଇଁ ବଡ଼ ଅପେକ୍ଷା କରିବାକୁ ପଡ଼ିଥାଏ। ଯେଉଁ ଲୋକେ ବ୍ୟାପାରରେ ସକ୍ରିୟ ରହିଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। ଦେବାନେବା ସମୟରେ ସାବଧାନ ରହିବା ଆବଶ୍ୟକ।

ଆର୍ଥିକ ମାମଲା ପାଇଁ ସମୟ ଅନୁକୂଳ ରହିଛି। ବର୍ଷର ମଧ୍ୟଭାଗରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆପଣଙ୍କର ଧନହାନି ହେବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ମାନଙ୍କୁ ଆଶାନୁରୂପ ସଫଳତା ମିଳିବ ଏବଂ କଠିନ ପରିଶ୍ରମ କରିବାକୁ ପଡ଼ିବ।

କର୍କଟ ରାଶି –

ଏହି ରାଶିର ଲୋକଙ୍କୁ କ୍ୟାରିୟର ରେ ସଫଳତା ମିଳିବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିପାରେ। ବ୍ୟାପାର କରିଥିବା ଲୋକେ ନିବେଶରୁ ଲାଭ ଉଠାଇ ପାରିବେ।

ଛାତ୍ର ମାନଙ୍କ ପାଇଁ ଏହି ବର୍ଷ ଉତ୍ତମ ସାବ୍ୟସ୍ତ ହେବ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ। କୌଣସି ବଡ଼ ନିଷ୍ପତ୍ତି କାରଣରୁ ଆପଣ ପରିବାର ବିରୁଦ୍ଧରେ ଛିଡ଼ା ହୋଇ ପାରନ୍ତି। ପ୍ରେମ ସମ୍ପର୍କ ପାଇଁ ଏହି ବର୍ଷ ଅନୁକୂଳ ସାବ୍ୟସ୍ତ ହେବ। ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଆବଶ୍ୟକ।

ସିଂହ ରାଶି –

ବର୍ଷ ୨୦୨୧ ସିଂହ ରାଶିର ଲୋକଙ୍କ ପାଇଁ ଶୁଭ ରହିବ ସମୟ। ଏହି ସମୟରେ ଶତ୍ରୁ ପ୍ରଭାବ ବିସ୍ତାର କରିବେ। ସବୁ କାର୍ଯ୍ୟ ଆପଣଙ୍କର ସମ୍ପନ୍ନ ହେବ। ଅଧିକ ଖର୍ଚ୍ଚ ହେବା ଦ୍ବାରା ଆପଣ ଚିନ୍ତିତ ରହି ପାରନ୍ତି।

ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ଯଦି ଆପଣଙ୍କର ବିଦେଶ ଯିବାର ଇଛା ରହିଥାଏ, ତାହେଲେ ଆପଣଙ୍କ ମନସ୍କାମନା ପୂରଣ ହେବ। ଜୀବନସାଥୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ନିଜର ଖାସ୍ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

କନ୍ୟା ରାଶି –

ବର୍ଷ ୨୦୨୧ ଆପଣଙ୍କ ପାଇଁ ସାମାନ୍ୟ ରହିବ। ଏହି ରାଶିର ଲୋକେ ବ୍ୟବସାୟ ରେ ସକ୍ରିୟ ରହିବେ। ବର୍ଷଟି ଏମାନଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଗ୍ରହ ଚଳନ ଯୋଗୁଁ ଆର୍ଥିକ ସଙ୍କଟ ଦେଖା ଦେଇପାରେ। କିନ୍ତୁ ରାହୁର ଶୁଭ ଦୃଷ୍ଟି ରହିବା ଯୋଗୁଁ ଆପଣଙ୍କୁ ଧନର ଅଭାବ ହେବ ନାହିଁ।

ଛାତ୍ର ମାନଙ୍କୁ ଅଧିକ କଷ୍ଟ କରିବାକୁ ପଡିପାରେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ଜୀବନସାଥୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଶାରୀରିକ ଦୃଷ୍ଟିରୁ ଏହି ବର୍ଷ ଅନୁକୂଳ ରହିଛି। ଆପଣଙ୍କ ସାହସ ଏବଂ ପରାକ୍ରମରେ ବୃଦ୍ଧି ହେବ।

Google

ତୁଳା ରାଶି –

କ୍ୟାରିୟର ମାମଲାରେ , ୨୦୨୧ ଆପଣଙ୍କ ପାଇଁ ଉତ୍ତମ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ ଗୁପ୍ତ ସ୍ରୋତରୁ  ଧନଲାଭ ହେବାର ଯୋଗ ରହିଛି । ୨୦୨୧ ରେ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ।

ଛାତ୍ର ମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ପ୍ରେମ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। ପ୍ରେମ ବିବାହ ହେବାର ଯୋଗ ରହିଛି। ସ୍ବାସ୍ଥ୍ୟ ମାମଲାରେ ସାବଧାନ ରହିବାର ଆବଶ୍ୟକତା ରହିଛି।

ବିଛା ରାଶି –

୨୦୨୧ ରେ ଆପଣଙ୍କୁ କ୍ୟାରିୟର ପାଇଁ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ବ୍ୟାପାର କରିଥିବା ଲୋକଙ୍କ ପାଇଁ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ଘରେ ଅଚାନକ ଖର୍ଚ୍ଚ ବଢିପାରେ। ଯେଉଁଥିପାଇଁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଚାକିରୀ କରୁଥିବା ଲୋକଙ୍କୁ ଶୁଭ ସମାଚାର ମିଳିପାରେ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ।

ଘରେ ପିଲାଙ୍କ ସହିତ ଆପଣଙ୍କ ସମ୍ପର୍କ ସୁଦୃଢ ରହିବ। ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଏ ବର୍ଷ ବଡ଼ ବେମାରୀ ଘେରରେ ଆସି ପାରନ୍ତି।

ଧନୁ ରାଶି –

ବ୍ୟାପାର କରୁଥିବା ଲୋକେ ସକ୍ରିୟ ରହିବେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଚାକିରୀ କରୁଥିବା ଲୋକଙ୍କ ପାଇଁ ଏହି ବର୍ଷ ସାମାନ୍ୟ ରହିବ। ପ୍ରତିଯୋଗୀ ମାନେ ପରୀକ୍ଷାରେ ସଫଳ ରହିବେ।

ଯଦି ଆପଣଙ୍କର ବିଦେଶ ଯିବାର ଇଛା ରହିଛି ତାହେଲେ ଆପଣଙ୍କ ସ୍ଵପ୍ନ ପୂରଣ ହେବ। ସାନ ଭାଇଭଉଣୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଜୀବନସାଥୀ ଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ । ଏହା ଆପଣଙ୍କ ଚିନ୍ତାର କାରଣ ହୋଇପାରେ। ପ୍ରେମୀ ଜାତକଙ୍କ ପାଇଁ ୨୦୨୧ ଅତ୍ୟନ୍ତ ରୋମାଣ୍ଟିକ ରହିବ।

ମକର ରାଶି –

କ୍ୟାରିୟର ରେ ଶୁଭ ପରିଣାମ ପାଇବାକୁ ଚାହୁଁଥିଲେ, ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଚାକିରୀ ପେଶାରେ ଥିବା ଲୋକଙ୍କୁ ସଫଳତା ମିଳିବ। ବ୍ୟାପାର କରୁଥିବା ଲୋକଙ୍କୁ ଫାଇଦା ମିଳିବ।

ବର୍ଷର ଆରମ୍ଭରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିପାରେ। ପରେ ଆୟରେ ବୃଦ୍ଧି ହେବ। ବିଦ୍ୟାର୍ଥୀ ମାନଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ୨୦୨୧ ରେ ମାତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

କୁମ୍ଭ ରାଶି –

କୁମ୍ଭ ରାଶିର ଲୋକଙ୍କ ପାଇଁ ବର୍ଷ ୨୦୨୧ ସାମାନ୍ୟ ରହିବ। କ୍ୟାରିୟର ମାମଲାରେ ମଧ୍ୟ ସମୟ ଅନୁକୂଳ ନାହିଁ। ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିପାରେ। ମାନସିକ ଚିନ୍ତା ବଢିପାରେ।

ବର୍ଷ ୨୦୨୧ ରେ କୁମ୍ଭ ରାଶିର ଲୋକଙ୍କୁ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଜ୍ୟୋତିଷ ଗଣନା ଅନୁସାରେ ଲୋକଙ୍କୁ ବେମାରୀର ସାମ୍ନା କରିବାକୁ ପଡିପାରେ। ଏଥିପାଇଁ ସାବଧାନ ରହିବା ଆବଶ୍ୟକ।

ଯଦି ଆପଣଙ୍କ ରାଶି କୁମ୍ଭ ଏବଂ ଆପଣ ବ୍ୟବସାୟ କରୁଛନ୍ତି ତାହେଲେ ଆପଣଙ୍କୁ ୨୦୨୧ ରେ ଅନେକ ଯାତ୍ରା କରିବାକୁ ପଡିପାରେ। ବ୍ୟାପାରରେ ଅନେକ ଲାଭ ମିଳିବାର ସମ୍ଭାବନା ରହିଛି। ସମ୍ପର୍କ ବିଷୟରେ କହିବାକୁ ଗଲେ ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

Google

ମୀନ ରାଶି –

ମୀନ ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ। ବ୍ୟାପାର କରୁଥିବା ଲୋକଙ୍କୁ ବ୍ୟବସାୟରେ ଲାଭ ମିଳିବ । ଆର୍ଥିକ ଜୀବନରେ ଆମଦାନୀର ସ୍ରୋତ ବୃଦ୍ଧି ହେବ। ଖର୍ଚ୍ଚ ବଢିପାରେ।

ପରିବାରର ମହୋଲ ସୁଖମୟ ରହିବ। ପୈତୃକ ସମ୍ପତ୍ତିରୁ ଧନଲାଭ ହେବାର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ। ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ। କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ସ୍ବାସ୍ଥ୍ୟ ମାମଲାରେ ୨୦୨୧ ଉତ୍ତମ ସାବ୍ୟସ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ପ୍ରିୟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କର କୃପା ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *