Excuse Me Odisha

ଯାହା କହିବୁ ସତ କହିବୁ

୧୪ ଡିସେମ୍ବରକୁ ଲାଗିବ ବର୍ଷର ଶେଷ ସୂର୍ଯ୍ୟପରାଗ , ଏହି ୫ଟି ରାଶିର ଲୋକଙ୍କ ଭାଗ୍ୟ ଚମକି ପାରେ।

ସେୟାର୍ କରନ୍ତୁ

ବର୍ଷ ୨୦୨୦ ରେ ୧୪ ଡିସେମ୍ବରକୁ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ସନ୍ଧ୍ୟା ୭:୦୩ ଘଟିକା ସମୟରେ ପରାଗ ର ସ୍ପର୍ଶ କାଳ ଲାଗିବ, ଯାହାକି ଏହାର ମଧ୍ୟକାଳ ରାତି ୯:୪୩ ଘଟିକା ପର୍ଯ୍ୟନ୍ତ ରହିବ। ଆପଣଙ୍କୁ କହି ରଖୁଛୁ କି ସୂର୍ଯ୍ୟପରାଗର ମୋକ୍ଷକାଳ ରାତି ୧୨:୨୩ ଘଟିକାରେ ହେବ। ପରାଗ ସମୟରେ ଚାରିପାଖରେ ନକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ପରାଗ ସମୟରେ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି। ଘରର ସବୁ ପାଣିର ବାସନ, ଦୁଧ ଓ ଦହିରେ କୁଶ , ତୁଳସୀ ପତ୍ର ବା ଦୁବକୁ ଧୋଇ ପକାଇବା ଉଚିତ। ଯେତେବେଳେ ପରାଗ ସମାପ୍ତ ହେଉଛି ଆପଣ ଏହାକୁ ବାହାର କରି ପାରିବେ। ଯଦି ଆମେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖିବୁ ତାହେଲେ ସୂର୍ଯ୍ୟପରାଗର ୧୨ ଟି ରାଶି ଉପରେ ଅନେକ ପ୍ରଭାବ ପଡିଥାଏ। କହିବାକୁ ଗଲେ ଏହି ପରାଗ କେଉଁ ରାଶିର ଲୋକଙ୍କ ପାଇଁ ଶୁଭ ରହିବ ଏବଂ କେଉଁ ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେବ ? ଆଜି ଆମେ ସେହି ସମ୍ବନ୍ଧରେ ସୂଚନା ଦେବାକୁ ଯାଉଛୁ।

Google

ଆସନ୍ତୁ ଜାଣିବା ସୂର୍ଯ୍ୟପରାଗ କେଉଁ ରାଶିର ଲୋକଙ୍କ ପାଇଁ ରହିବ ଶୁଭ।

କନ୍ୟା ରାଶିର ଲୋକଙ୍କର ରାଶିରେ ସୂର୍ଯ୍ୟପରାଗ ତୃତୀୟ ସ୍ଥାନରେ ଲାଗିବାକୁ ଯାଉଛନ୍ତି। ଯେଉଁଥିପାଇଁ ଭାଇଭଉଣୀଙ୍କ ମଧ୍ୟରେ ସମ୍ବନ୍ଧ ସୁଦୃଢ ରହିବ। କୌଣସି କ୍ଷେତ୍ରରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢିବ। ଧନ ସମ୍ବନ୍ଧିତ ମାମଲାରେ ଲାଭ ମିଳିବାର ସମ୍ଭାବନା ରହିଛି।

ତୁଳା ରାଶିର ଲୋକଙ୍କ ରାଶିରେ ସୂର୍ଯ୍ୟପରାଗ ଦିତୀୟ ସ୍ଥାନରେ ଲାଗିବାକୁ ଯାଉଛି, ଯେଉଁଥିପାଇଁ ଆପଣଙ୍କୁ ଭାରୀ ମାତ୍ରାରେ ଲାଭ ମିଳିବାର ସମ୍ଭାବନା ରହିଛି। ଆମଦାନୀ ରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରୀ କ୍ଷେତ୍ରରେ ପ୍ରଭାବ ପଡ଼ିବ। ପିତାମାତାଙ୍କ ସହିତ ମନ୍ଦିର ଦର୍ଶନ କରି ପାରନ୍ତି। ଦାନ ପୁଣ୍ୟ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ। ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହେବ।

ମକର ରାଶିର ଲୋକଙ୍କ ରାଶିରେ ସୂର୍ଯ୍ୟପରାଗ ଏକାଦଶ ସ୍ଥାନରେ ଲାଗିବାକୁ ଯାଉଛି। ଯେଉଁଥିପାଇଁ ଏହାର ପ୍ରଭାବ ଦ୍ଵାରା ଆପଣଙ୍କ ଆମଦାନୀ ରେ ବୃଦ୍ଧି ହେବ। ଆଇଅନଙ୍କର ଅଧୁରା ଇଛା ପୂରଣ ହେବ। ଆମଦାନୀ ରେ ନୂତନ ସ୍ରୋତ ହାସଲ କରିବେ। ମାନସିକ ଚିନ୍ତାରୁ ମୁକ୍ତି ମିଳିବ। ପରାଗ ଦିନ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ମୂଳା ବା ବାଦାମ ରଖି ଶୁଅନ୍ତୁ। ଆଗାମୀ ଦିନ ଏହି ଜିନିଷକୁ ମନ୍ଦିରରେ ଦାନ କରନ୍ତୁ। ଯାହାଦ୍ବାରା ଆପଣଙ୍କୁ ଅଶୁଭ ପ୍ରଭାବରୁ ମୁକ୍ତି ମିଳିବ।

କୁମ୍ଭ ରାଶିର ଲୋକଙ୍କ ରାଶିରେ ସୂର୍ଯ୍ୟପରାଗ ଦଶମ ସ୍ଥାନରେ ଲାଗିବାକୁ ଯାଉଛି। ଯେଉଁଥିପାଇଁ ଆପଣ କ୍ୟାରିୟର ମାମଲାରେ ଲଗାତାର ଉନ୍ନତି ହାସଲ କରିବେ। କୌଣସି ମହତ୍ୱପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେବାର କ୍ଷମତା ଆପଣଙ୍କ ମଧ୍ୟରେ ବୃଦ୍ଧି ହେବ। ପାରିବାରିକ ସମସ୍ୟାର ସମାଧାନ ହେବ। ଯଦି ଆପଣ ମୁଣ୍ଡ ଉପରେ ଧଳା ରଭ ପଗଡ଼ି ପରିଧାନ କଲେ ଶୁଭ ଫଳ ପ୍ରାପ୍ତି ହେବ।

ମୀନ ରାଶିର ଲୋକଙ୍କ ରାଶିରେ ସୂର୍ଯ୍ୟପରାଗ ନବମ ସ୍ଥାନରେ ଲାଗିବାକୁ ଯାଉଛି। ଯାହାର ସମ୍ବନ୍ଧ ଆପଣଙ୍କ ଭାଗ୍ୟ ସହିତ ରହିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କୁ ଲାଭ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଯଦି ଆପଣ ଗୁଡ଼ ଦାନ କରିବେ ତାହେଲେ ପରାଗର ଅଶୁଭ ପ୍ରଭାବରୁ ମୁକ୍ତି ମିଳିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା।

ମେଷ ରାଶିର ଲୋକଙ୍କ ଉପରେ ରାଶିର ସୂର୍ଯ୍ୟପରାଗ ଅଷ୍ଟମ ସ୍ଥାନ ଉପରେ ଲାଗିବାକୁ ଯାଉଛି। ଯେଉଁଥିପାଇଁ ଏହାର ପ୍ରଭାବ ଆପଣଙ୍କ ଆୟୁ ଉପରେ ପଡ଼ିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପରାଗ ସମୟରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଯଦି ଆପଣଙ୍କୁ ଗ୍ରହଣର ଅଶୁଭ ପ୍ରଭାବରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି , ତାହେଲେ ଏଥିପାଇଁ କଳା ଗାଈ ବା ବଡ଼ ଭାଇଙ୍କ ସେବା କରନ୍ତୁ। ଏହାର ଶୁଭ ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ।

Google

ବୃଷ ରାଶିର ଲୋକଙ୍କ ରାଶିରେ ସୂର୍ଯ୍ୟପରାଗ ସପ୍ତମ ସ୍ଥାନରେ ଲାଗିବାକୁ ଯାଉଛି। ଯେଉଁଥିପାଇଁ ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଆପଣଙ୍କୁ ନିଜ ବାଣୀ ଏବଂ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଜୀବନସାଥୀଙ୍କ ମନ ଦୁଃଖ ହୋଇପାରେ। ପରାଗ ସମୟରେ ଅଶୁଭ ପ୍ରଭାବରୁ ବଞ୍ଚିତ ହେବା ପାଇଁ ଭୋଜନ କରିବା ପୂର୍ବରୁ ରୁଟି ର ଖଣ୍ଡ ଅଗ୍ନି ରେ ଦାନ କରନ୍ତୁ।

ମିଥୁନ ରାଶିର ଲୋକଙ୍କ ରାଶିରେ ସୂର୍ଯ୍ୟପରାଗ ଷଷ୍ଠ ସ୍ଥାନରେ ଲାଗିବାକୁ ଯାଉଛନ୍ତି। ଯେଉଁଥିପାଇଁ ଶତ୍ରୁ ଆପଣଙ୍କ ଉପରେ ପ୍ରଭାବ ବିସ୍ତାର କରି ପାରନ୍ତି। ଆପଣଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ବନ୍ଧୁଙ୍କ ସହିତ ଉତ୍ତମ ତାଳମେଳ ରହିବ। ପୁରୁଣା ବେମାରୀକୁ ନେଇ ଚିନ୍ତିତ ରହି ପାରନ୍ତି। ପରାଗ ସମୟରେ ଅଶୁଭ ପ୍ରଭାବ ରୁ ବର୍ତ୍ତିବାକୁ ହେଲେ ଆପଣଙ୍କୁ କୁକୁରକୁ ରୁଟି ଖୁଆଇବା ପାଇଁ ପଡ଼ିବ।

କର୍କଟ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟପରାଗ ପଞ୍ଚମ ସ୍ଥାନରେ ଲାଗିବାକୁ ଯାଉଛନ୍ତି। ଯେଉଁଥିପାଇଁ ସନ୍ତାନ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ନିଜ ବିବେକକୁ ପ୍ରୟୋଗ କରନ୍ତୁ। ଗ୍ରହଣର ଅଶୁଭ ପ୍ରଭାବରୁ ବଞ୍ଚିତ ହେବା ପାଇଁ ଆପଣ ପକ୍ଷୀ ମାନଙ୍କୁ ଦାନା ଦିଅନ୍ତୁ।

ସିଂହ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟପରାଗ ଚତୁର୍ଥ ସ୍ଥାନରେ ଲାଗିବାକୁ ଯାଉଛି। ଯେଉଁଥିପାଇଁ ଆପଣଙ୍କୁ କାର୍ଯ୍ୟରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ। ପିତାମାତାଙ୍କ ସହିତ ସମ୍ବନ୍ଧ ଖରାପ ହୋଇପାରେ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ପରାଗ ର ଅଶୁଭ ପ୍ରଭାବରୁ ବଞ୍ଚିତ ହେବାପାଇଁ ଆପଣଙ୍କୁ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିବା ଆବଶ୍ୟକ।

ବିଛା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟପରାଗ ପ୍ରଥମ ସ୍ଥାନରେ ଲାଗିବାକୁ ଯାଉଛନ୍ତି, ଯେଉଁଥିପାଇଁ ଶରୀର ଅସୁସ୍ଥ ରହିପାରେ। ବର୍ଷ ର ଶେଷ ସୂର୍ଯ୍ୟପରାଗ ଦ୍ଵାରା ଆପଣଙ୍କ ଶରୀରକୁ ପ୍ରଭାବିତ କରି ପାରେ। ଶରୀରକୁ ନେଇ କୌଣସି ଦାୟିତ୍ବହୀନ ହୁଅନ୍ତୁ ନାହିଁ। ପରାଗର ଅଶୁଭ ପ୍ରଭାବରୁ ବଞ୍ଚିତ ହେବା ପାଇଁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

ଧନୁ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟପରାଗ ଦ୍ଵାଦଶ ସ୍ଥାନରେ ଲାଗିବାକୁ ଯାଉଛି। ଯେଉଁଥିପାଇଁ ସୁଖ ସୁବିଧାରେ ବୃଦ୍ଧି ହେବ। ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଆର୍ଥିକ ସଙ୍କଟ ଦେଖା ଦେଇପାରେ। ପରାଗର ଅଶୁଭ ପ୍ରଭାବରୁ ବଞ୍ଚିତ ହେବ ପାଇଁ ଆପଣଙ୍କୁ ଘରକୁ ଉଚିତ ମାତ୍ରାରେ ଆଲୋକିତ କରି ରଖିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *