Excuse Me Odisha

ଯାହା କହିବୁ ସତ କହିବୁ

ବିଦୁର ନୀତି: ନିଜ ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ଏଭଳି ଲୋକେ ହୋଇଥାନ୍ତି ବିପଦ

ସେୟାର୍ କରନ୍ତୁ

କେବଳ ଚାଣକ୍ୟ ନୁହେଁ ବରଂ ମହାଭାରତର ପ୍ରମୁଖ ଚରିତ୍ରଙ୍କ ମଧ୍ୟରୁ ଏକ ମହାତ୍ମା ବିଦୁରଙ୍କୁ ମଧ୍ୟ ନୀତିବାନ କୁହାଯାଇଛି। ତାଙ୍କ ଜ୍ଞାନର ପ୍ରମାଣ ମହାଭାରତର ସେହି ସମୟରେ ମିଳିଥାଏ , ଯେତେବେଳେ ସେ ମହାଭାରତ ଯୁଦ୍ଧ ସମୟରେ ଧୃତରାଷ୍ଟ୍ରଙ୍କୁ ଏପରି କଥା କହିଥିଲେ ଯେ ଯାହା କେବଳ ସେହି ସମୟରେ ଉପଯୋଗୀ ବିବେଚନା କରାଯାଇ ନଥିଲା ବରଂ ଆଜିର ଦିନରେ ମଧ୍ୟ ସେହି ନୀତିକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ଆଜି ଆମେ ଆପଣଙ୍କୁ ତାଙ୍କର କିଛି ଏଭଳି ବିଶେଷ କଥା କହିବାକୁ ଯାଉଛୁ , ଯାହାକୁ ଜାଣିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

Google

ଏହି କଥାକୁ ଜାଣିବା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ କାରଣ ଏହି କଥାଗୁଡ଼ିକ ଟଙ୍କା ଉପରେ ନିର୍ଭର କରେ। ମହାତ୍ମା ବିଦୁରଙ୍କ ଅନୁସାରେ , ଯେଉଁ ବ୍ୟକ୍ତିଙ୍କ ଭିତରେ ନିମ୍ନରେ ବର୍ଣ୍ଣନା କରାଯାଇଥିବା ଅଭ୍ୟାସ ମଧ୍ୟରୁ ଗୋଟିଏ ଅଭ୍ୟାସ ଥାଏ , ତେବେ ସେହି ବ୍ୟକ୍ତି ଜୀବନରେ କେବେ ମଧ୍ୟ ସଫଳ ହୋଇପାରିବ ନାହିଁ ଏବଂ ତାଙ୍କ ଜୀବନରେ ଅପାର ଧନ ଆସିପାରିବ ନାହିଁ।

ତେବେ ଆସନ୍ତୁ ସେହି ଅଭ୍ୟାସ ଗୁଡିକ ବିଷୟରେ ଜାଣିବା:-

କିନ୍ତୁ ଏହା ପୂର୍ବରୁ କହିରଖୁଛୁ ଯେ , ମହାତ୍ମା ବିଦୁର ମହାଭାରତର ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଥିଲେ , ଯିଏକି ନିଜର ଜ୍ଞାନର ଶକ୍ତିରେ ଏକ ଗ୍ରନ୍ଥର ରଚନା କରିଥିଲେ। ଯାହା ବିଦୁର ନୀତି ନାମରେ ଜଣାଶୁଣା ଅଟେ। ଏହି ଗ୍ରନ୍ଥରେ ସମାଜ ଏବଂ ଲୋକଙ୍କର କଲ୍ୟାଣ ସହିତ ଜଡିତ ବହୁତ କଥା ବର୍ଣ୍ଣିତ ଅଛି। ତାଙ୍କ ନୀତିଗୁଡିକର ଉତ୍ତମ ହେବାର ପ୍ରମାଣ ଏହି ପ୍ରଚଳିତ ସ୍ୱୀକୃତିରୁ ମଧ୍ୟ ମିଳେ ଯାହା ଅନୁସାରେ ପାଣ୍ଡବ ଶ୍ରୀକୃଷ୍ଣଙ୍କ ସହ ମିଶି ତଥା ତାଙ୍କ ବୁଝାମଣା ଶକ୍ତି ଦ୍ଵାରା କୌରବଙ୍କ ଉପରେ ବିଜୟ ହାସଲ କରିଥିଲେ। ତାଙ୍କର ଏହି ଗ୍ରନ୍ଥରେ ଦିଆଯାଇଥିବା କିଛି ନୀତିଗୁଡିକ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ:-

ବିଦୁର କହିଛନ୍ତି ଯେ , କୌଣସି ଆଳସ୍ୟ ବ୍ୟକ୍ତି ଉପରେ କେବେ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ କୃପା ହୁଏ ନାହିଁ। ବରଂ ଏଭଳି ବ୍ୟକ୍ତି ନିଜ ଜୀବନରେ କେବଳ କାନ୍ଦିଥାନ୍ତି। କାରଣ ତାଙ୍କର ଏହି ଅଭ୍ୟାସ କାରଣରୁ ତାଙ୍କର ଭାଗ୍ୟ ତାଙ୍କୁ ସମର୍ଥନ କରେନାହିଁ। ଏଭଳି ଲୋକ ନିଜ ନଷ୍ଟର କାରଣ ନିଜେ ହୋଇଥାନ୍ତି। ଯେଉଁ ବ୍ୟକ୍ତିଙ୍କୁ ନିଜ ଜୀବନରେ କିଛି ହାସଲ କରିବାର ଇଚ୍ଛା ରହିଥିବ , ତାଙ୍କୁ ନିଜ ଜୀବନରେ ଏହି ଅଭ୍ୟାସ ଗୁଡିକୁ ଦୂର କରିଦେବା ଉଚିତ କାରଣ ଅଳସୁଆ ବ୍ୟକ୍ତି ଜୀବନରେ ଦାରିଦ୍ର୍ୟତାକୁ ଜନ୍ମ ଦେଇଥାଏ , ଯେଉଁ କାରଣରୁ ଏଭଳି ଲୋକଙ୍କୁ ଜୀବନରେ ସର୍ବଦା ଧନର ଅଭାବ ଦେଖିବାକୁ ପଡ଼ିଥାଏ।

Google

ଯେଉଁ ବ୍ୟକ୍ତି ପରିଶ୍ରମ କରିବା ଠାରୁ ଦୂରେଇ ରୁହନ୍ତି , ତାଙ୍କ ଜୀବନରେ କେବେ ମଧ୍ୟ ଧନ କିମ୍ବା ସଫଳତା ଆସେ ନାହିଁ। ସଫଳତା କେବଳ ସେହି ବ୍ୟକ୍ତି ମାନଙ୍କର ପାଦ ଚୁମ୍ବନ କରିଥାଏ , ଯେଉଁମାନେ କେବେ ମଧ୍ୟ ପରିଶ୍ରମ କରିବାକୁ ଭୟ କରନ୍ତି ନାହିଁ। ଏଥିପାଇଁ ଯଦି ଆପଣ ଆପଣଙ୍କ ଜୀବନରେ କୌଣସି ଲକ୍ଷ୍ୟକୁ ହାସଲ କରିବାକୁ ଚାହୁଁଛନ୍ତି , ତେବେ ସର୍ବପ୍ରଥମେ ପରିଶ୍ରମ କରିବା ଆରମ୍ଭ କରନ୍ତୁ , ନଚେତ ଆପଣଙ୍କ ଉପରେ ଭଗବାନଙ୍କ କୃପା ହେବ ନାହିଁ କିମ୍ବା ଧନର ଦେବୀଙ୍କର କୃପା ହେବ ନାହିଁ।

ଶେଷରେ ସେହି ଲୋକମାନେ ଆସୁଛନ୍ତି , ଯେଉଁମାନେ ଭଗବାନଙ୍କ ଉପରେ ଭରସା କରନ୍ତି ନାହିଁ। ଆଜିକାଲିର ସମୟରେ ଏଭଳି ଅନେକ ଲୋକ ଅଛନ୍ତି , ଯେଉଁମାନେ ଭଗବାନଙ୍କ ଉପରେ ଭରସା କରନ୍ତି ନାହିଁ। ଏଭଳି ଲୋକମାନେ ଜୀବନରେ କେବେ ମଧ୍ୟ ସଫଳ ହୋଇପାରନ୍ତି ନାହିଁ। ବରଂ ଏଭଳି ଲୋକମାନେ ଅନ୍ୟ ମାନଙ୍କର ମନୋଭାବକୁ ପରିବର୍ତ୍ତନ କରିବା ପାଇଁ ଲାଗି ରହିଥାନ୍ତି , ଯାହାଦ୍ୱାରା ଏମାନେ ନିଜ ଜୀବନ ସହିତ ଅନ୍ୟମାନଙ୍କର ଜୀବନ ମଧ୍ୟ ନଷ୍ଟ କରିଥାନ୍ତି। ଏଭଳି ପରିସ୍ଥିତିରେ ସର୍ବପ୍ରଥମେ ଏପରି ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଏହାବ୍ୟତୀତ ଯଥାସମ୍ଭବ ଭଗବାନଙ୍କ ପାଇଁ ମଧ୍ୟ ନିଶ୍ଚିତ ଭାବରେ ସମୟ ବାହାର କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *