Excuse Me Odisha

ଯାହା କହିବୁ ସତ କହିବୁ

ବର୍ଷ ୨୦୨୧ ରେ ରାହୁର କେଉଁ ରାଶି ଉପରେ ପଡ଼ିବ ଶୁଭ ଏବଂ କେଉଁ ରାଶି ଉପରେ ଅଶୁଭ ପ୍ରଭାବ, ଜାଣନ୍ତୁ ଆପଣଙ୍କର ରାଶିର କିପରି ରହିବ ଅବସ୍ଥା।

ସେୟାର୍ କରନ୍ତୁ

ଜ୍ୟୋତିଷ ଗଣନା ଅନୁସାରେ ଗ୍ରହ ସମୟ ସହିତ ନିଜ ଚଳନ ସହିତ ପରିବର୍ତ୍ତନ କରିଥାନ୍ତି, ଯେଉଁଥିପାଇଁ ୧୨ଟି ରାଶି ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପଡିଥାଏ। ଆପଣଙ୍କୁ କହି ରଖୁଛୁ କି କେବେବି କୌଣସି ଗ୍ରହ ଅଶୁଭ ହୋଇ ନଥାଏ। ଏଥିରୁ ମିଳୁଥିବା ଫଳ ଶୁଭ ଏବଂ ଅଶୁଭ ମାନା ଯାଇଥାଏ। ଯାହାକି ଆମେ ଜାଣିଛୁ ୨୦୨୦ ଖୁବ୍ ଶୀଘ୍ର ସମାପ୍ତ ହେବାକୁ ଯାଉଛି ଏବଂ ନୂଆ ବର୍ଷ ୨୦୨୧ ଆସିବାକୁ ଅଛି। ଜ୍ୟୋତିଷ ଗଣନା ଅନୁସାରେ କହିବାକୁ ଗଲେ ୨୦୨୧ ରେ ରାହୁ ର ପ୍ରଭାବ ସବୁ ୧୨ଟି ରାଶି ଉପରେ ଶୁଭ ଅଶୁଭ ପ୍ରଭାବ ପଡ଼ିବ। ଯଦି କୌଣସି ବ୍ୟକ୍ତିର ରାଶି ଉପରେ ରାହୁର ଶୁଭ ପ୍ରଭାବ ପଡ଼େ ତାହେଲେ ବ୍ୟକ୍ତିର ଭାଗ୍ୟ ବଦଳି ଯାଇଥାଏ। ଯଦି ରାହୁର ଅଶୁଭ ପ୍ରଭାବ ପଡ଼େ ତାହେଲେ ଜୀବନରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ନୂଆ ବର୍ଷରେ ରାହୁ କେଉଁ ରାଶି ଉପରେ ନିଜର କୃପା ଦୃଷ୍ଟି ରଖିବେ ଏବଂ କେଉଁ ରାଶିକୁ ହଇରାଣ କରିବେ, ଆସନ୍ତୁ ଆମେ ସେହି ବିଷୟରେ ଜାଣିବା।

Google

ଆସନ୍ତୁ ଜାଣିବା ବର୍ଷ ୨୦୨୧ ରେ ରାହୁ କେଉଁ ରାଶି ଉପରେ ନିଜର କୃପା ଦୃଷ୍ଟି ରଖିବେ।

ମେଷ ରାଶିର ଲୋକଙ୍କ ଉପରେ ବର୍ଷ ୨୦୨୧ ରେ ରାହୁ ଗ୍ରହର ଶୁଭ ପ୍ରଭାବ ରହିବ। ଏହି ରାଶିର ଲୋକଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି।  ଆସୁଥିବା ବର୍ଷରେ ସମ୍ପତ୍ତି କିଣାକିଣି ପାଇଁ ଅନୁକୂଳ ସମୟ ରହିଛି। ଅନେକ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ରହିଛି। କାର୍ଯ୍ୟରେ ଲଗାତାର ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ।

କର୍କଟ ରାଶିର ଲୋକଙ୍କ ପାଇଁ ବର୍ଷ ୨୦୨୧ ଉତ୍ତମ ସାବ୍ୟସ୍ତ ହେବ। ରାହୁର ଶୁଭ ପ୍ରଭାବ ଦ୍ଵାରା ଆପଣଙ୍କ ଆମଦାନୀରେ ଜବରଦସ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ବ୍ୟାପାରରେ ଲାଭ ମିଳିବାର ସଂକେତ ରହିଛି। ବୈବାହିକ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ସନ୍ତାନଙ୍କ ସଫଳତାର ସୁଖଦ ସମାଚାର ମିଳିବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ପ୍ରଭାବଶାଳୀ ଲୋକଙ୍କ ଠାରୁ ସହାୟତା ମିଳିବାର ସମ୍ଭାବନା ରହିଛି।

ମୀନ ରାଶିର ଲୋକଙ୍କ ପାଇଁ ବର୍ଷ ୨୦୨୧ ରେ ରାହୁର ଶୁଭ ପ୍ରଭାବ ଯୋଗୁଁ ଉତ୍ତମ ପରିଣାମ ପ୍ରାପ୍ତ ହେବ। ଆପଣଙ୍କ ସାହସ ଏବଂ ପରାକ୍ରମରେ ବୃଦ୍ଧି ହେବ। ଆପଣ ନିଜ ଶତ୍ରୁକୁ ପରାସ୍ତ କରିବେ। ଆପଣଙ୍କ ଦ୍ଵାରା କରିଥିବା ଯାତ୍ରା ସଫଳ ରହିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଲଗାତାର ସଫଳତା ମିଳିବ। ପ୍ରେମ ଜୀବନରେ ସୁଖଦ ପରିଣାମ ପ୍ରାପ୍ତ ହେବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା।

ବୃଷ ରାଶିର ଲୋକଙ୍କ ଉପରେ ରାହୁର ପ୍ରଭାବ ଅଶୁଭ ରହିବ। ମାନସିକ ଚିନ୍ତା ବୃଦ୍ଧି ହେବ। କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ଅଧିକ କଠିନ ରହିପାରେ। ଆବଶ୍ୟକତା ଠାରୁ ଅଧିକ ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ବିବାହିତ ଲୋକଙ୍କ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଏହି ରାଶିର ଲୋକଙ୍କୁ ସବୁ କ୍ଷେତ୍ରରେ ବୁଝି ବିଚାରି କାମ କରିବା ଆବଶ୍ୟକ।

ମିଥୁନ ରାଶିର ଲୋକଙ୍କ ଉପରେ ବର୍ଷ ୨୦୨୧ ରେ ରାହୁର ପ୍ରଭାବ  ନକାରାତ୍ମକ ଦେଖିବାକୁ ମିଳିବ। ଖର୍ଚ୍ଚରେ ବୃଦ୍ଧି ହୋଇପାରେ, ଯାହାଦ୍ବାରା ଆପଣଙ୍କର ଆର୍ଥିକ ସ୍ଥିତି ଖରାପ ହୋଇପାରେ। ଧନ ହାନୀ ହେବାର ଆଶଙ୍କା ରହିଛି। ଆର୍ଥିକ ମାମଲାରେ ଆପଣଙ୍କୁ ଅଧିକ ସମ୍ଭାଳି ରହିବା ଆବଶ୍ୟକ। ଧନ ମାମଲାରେ କୌଣସି କଠିନ ପଦକ୍ଷେପ ନିଅନ୍ତୁ ନାହିଁ, ନଚେତ ହାନୀ ହୋଇପାରେ।

Google

ସିଂହ ରାଶିର ଲୋକଙ୍କ ଉପରେ ରାହୁର ପ୍ରଭାବ ଅଶୁଭ ରହିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି ହୋଇ ପାରେ। ଏହି ରାଶିର ଲୋକଙ୍କୁ କାର୍ଯ୍ୟ କ୍ଷେତ୍ରରେ ଶୀଘ୍ରତା କରିବା ଉଚିତ ନୁହେଁ। ଟଙ୍କା ଉଧାର ଦିଅନ୍ତୁ ନାହିଁ। ଆପଣଙ୍କୁ କହି ରଖୁଛୁ କି ଜାନୁଆରୀ ୨୭ କୁ  ରାହୁ ରୋହିଣୀ ନକ୍ଷତ୍ରରେ ଅବସ୍ଥାନ କରିବେ, ଯାହାଦ୍ବାରା ବ୍ୟାପାରରେ ଜଡ଼ିତ ଲୋକଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ।

କନ୍ୟା ରାଶିର ଲୋକଙ୍କୁ ବର୍ଷ ୨୦୨୧ ରେ କଷ୍ଟ ର ସାମ୍ନା କରିବାକୁ ପଡିପାରେ। ମାନସମ୍ମାନ ହାନୀ ହେବାର ସମ୍ଭାବନା ରହିଛି। ପିତାଙ୍କ ସହିତ ସମ୍ବନ୍ଧ ଖରାପ ହୋଇପାରେ। କୌଣସି ଲମ୍ଭା ଯାତ୍ରାରେ ଯିବା ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କ ପରିଶ୍ରମ ସଫଳ ରହିବ।

ତୁଳା ରାଶିର ଲୋକଙ୍କୁ ବର୍ଷ ୨୦୨୧ ରେ ଅଧିକ ସମ୍ଭାଳି ରହିବାର ଆବଶ୍ୟକତା ରହିଛି। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅନେକ ବାଧାର ସାମ୍ନା କରିବାକୁ ପଡିପାରେ। ମାନସିକ ଚିନ୍ତାର ସାମ୍ନା କରିବାକୁ ପଡିପାରେ। ଅଧିକ ଧନ ଉପାର୍ଜନ କରିବା ପାଇଁ ନୂତନ ମାର୍ଗ ପ୍ରଶସ୍ତ କରିବେ। ଶ୍ଵଶୁର ଘର ଲୋକଙ୍କ ସହିତ ସମ୍ଭନ୍ଧ ରେ ସୁଧାର ଆସିବ।

ବିଛା ରାଶିର ଲୋକଙ୍କୁ ଏହି ବର୍ଷ ୨୦୨୧ ରେ କୌଣସି  ପ୍ରକାରର ଦେବା ନେବା ସମୟରେ ସାବଧାନ ରହିବା ଆବଶ୍ୟକ, ଅନ୍ୟଥା ହାନୀ ହେବାର ସମ୍ଭାବନା ରହିଛି। ରାହୁର ନକାରାତ୍ମକ ପ୍ରଭାବ  ଯୋଗୁଁ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ବ୍ୟାପାରରେ ଜଡ଼ିତ ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଲଗାତାର ସଫଳତା ମିଳିବ।

ଧନୁ ରାଶିର ଲୋକଙ୍କ ଉପରେ ବର୍ଷ ୨୦୨୧ ରେ ରାହୁର ପ୍ରଭାବ ସାମାନ୍ୟ ରହିବ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କୁ ନିଜ ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ ହେବ। ଅଚାନକ ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଆପଣଙ୍କୁ ଆମଦାନୀ ଅନୁସାରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି, ନଚେତ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

ମକର ରାଶିର ଲୋକଙ୍କ ଉପରେ ବର୍ଷ ୨୦୨୧ ରେ ରାହୁର ଅଶୁଭ ପ୍ରଭାବ ଯୋଗୁଁ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ପରିବାରରେ କୌଣସି କଥାକୁ ନେଇ ସମସ୍ୟା ଉତ୍ପନ୍ନ ହୋଇପାରେ। ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ। ସନ୍ତାନଙ୍କ ତରଫରୁ ଚିନ୍ତା ମିଳିପାରେ। ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ବାଧା ଉତ୍ପନ୍ନ ହୋଇପାରେ।

କୁମ୍ଭ ରାଶିର ଲୋକଙ୍କୁ ବର୍ଷ ୨୦୨୧ ରେ ରାହୁର ପ୍ରଭାବରେ ଦୁଃଖ ମିଳିବାର ସମ୍ଭାବନା ରହିଛି। ପୈତୃକ ସମ୍ପତ୍ତି ମାମଲାରେ ବାଦବିବାଦ ହେବାର ସମ୍ଭାବନା ରହିଛି। ୨୭ ଜାନୁଆରୀ କୁ ରାହୁ ର ରୋହିଣୀ ନକ୍ଷତ୍ରରେ ଅବସ୍ଥାନ ଯୋଗୁଁ ସ୍ଥିତି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। କାନୁନ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବାର ସମ୍ଭାବନା ରହିଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *