Excuse Me Odisha

ଯାହା କହିବୁ ସତ କହିବୁ

ମେଷ ରାଶି ୨୦୨୧ – କେମିତି କଟିବ ୨୦୨୧ ମସିହା, ନୂଆ ବର୍ଷରେ କଣ ରହିଛି ଆପଣଙ୍କ ପାଇଁ ଖାସ୍ ଜାଣନ୍ତୁ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇଦେବୁ ଯେ ମେଷ ରାଶି ୨୦୨୧ କେମିତି କଟିବ ଏହି ବର୍ଷ। ନୂଆ ବର୍ଷରେ କଣ ଖାସ ରହିଅଛି ଆପଣଙ୍କ ପାଇଁ। ଆସନ୍ତୁ ଜାଣିବା।

Google

ବନ୍ଧୁଗଣ ୨୦୨୧ ରାଶି ଫଳ ମେଷ ରାଶିର ବାର୍ଷିକ ରାଶିଫଳ। କେମିତି ରହିବ ୨୦୨୧ ମେଷ ରାଶି ପାଇଁ। କଣ କହୁଛି ତାଙ୍କର ଗ୍ରହ ନକ୍ଷେତ୍ର? କିପରି ରହିବ ତାଙ୍କ ଜୀବନରେ ପରିବର୍ତ୍ତନ। ୨୦୨୧ ମସିହା ଇଂରାଜୀ ନବ ବର୍ଷ। କେମିତି କଟିବ ୧୨ ଟି ରାଶିର ବ୍ୟକ୍ତି ମାନଙ୍କ ପାଇଁ। କଣ ରହିଛି ଗ୍ରହ ମାନଙ୍କର ଫଳାଫଳ। କେମିତି କରିବେ ଅଶୁଭ ଗ୍ରହ ମାନଙ୍କର ପ୍ରତିକାର। ଧନୁରେ ରବି, ବୁଧ କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ ବୃଷରେ ରାହୁ ଥିବା ସମୟରେ ବର୍ଷ ଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ ମସିହା ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ। ସେପ୍ଟେମ୍ବର ମାସ ୧୪ ତାରିଖରେ ମକର ରାଶିକୁ, ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନଃରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ୨୦୨୧ ମସିହା ଶନି ମକର ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ ଅବସ୍ଥାନ କରିବେ। ତେବେ ଆସନ୍ତୁ ଜାଣିବା ମେଷ ରାଶିରେ ୨୦୨୧ ମସିହା କିପରି ରହିବ।

୨୦୨୧ ମସିହା ଇଂରାଜୀ ନବ ବର୍ଷର ଆରମ୍ଭରେ ମେଷ ରାଶି ଜାତକ ମହିଳା ପୁରୁଷ ମାନଙ୍କର ରବି,ବୁଧ ନବମ ଭାଗରେ ମଙ୍ଗଳ,ଜନ୍ମ ରାଶିଟି ଗୁରୁ, ଶନି ଦଶମ ଭାଗରେ, ଶୁକ୍ର ଏବଂ କେତୁ ଅଷ୍ଟମ ଭାଗରେ,ରାହୁ ଦ୍ୱିତୀୟ ଭାଗରେ, ଅବସ୍ଥାନ କରୁଛନ୍ତି। ଯାହା ଫଳରେ ରବି, ଶୁକ୍ର, ଶନି ଶୁଭ ଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହ ମାନେ ଅଶୁଭ ଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହ ମାନେ ଅଶୁଭ ଫଳ ପ୍ରଦାନ କରିବାରୁ ପ୍ରତିକାର କରିବା ଦ୍ୱାରା କେତେକାଂଶରେ ଶୁଭ ଫଳ ପାଇବେ। ବିଶେଷତ୍ୱ, ମହାଦଶା, ଅନ୍ତଦଷା ଶୁଭ ଥିଲେ ଗୋଚର ଗ୍ରହ ମାନଙ୍କର ପ୍ରଭାବ ସେତେଟା ପଡିବ ନାହିଁ। ରବି, ବୁଧ ଭାଗ୍ୟ ଭାବରେ ଥାଇ ବର୍ଷ ଆରମ୍ଭ ହୋଇଥିବାରୁ ରବି ଏବଂ ବୁଧଙ୍କ ମିଶ୍ରଣରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି। ଯାହା ଫଳରେ ଖ୍ୟାତି ମିଳିବା ସହିତ କ୍ୟାରୀୟରରେ ବିଶେଷ ଲାଭଦାୟକ ହେବ।

Google

ମେଷ ରାଶି ମାନଙ୍କୁ ସମ୍ମାନ ପଦବୀରେ ବୃଦ୍ଧି ହେବ। ନୂତନ ଗୃହ, ଯାନବାହନ, କିମ୍ବା ବଡ଼ ସମ୍ପତ୍ତି କିଣିବାର ସମ୍ଭାବନା ଅଛି। ଧାର୍ମିକ କାର୍ଯ୍ୟରେ ସଫଳତା ପାଇବେ। ଅନ୍ୟର ଦୁଖଃ ଦର୍ଦଶାକୁ ଦୂର କରିବାରେ ପ୍ରୟାସ କରିବେ। ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ପାଇବେ। ମିତ୍ରଙ୍କର ସାହାର୍ଯ୍ୟରେ ଅଟକି ରହିଥିବା କାର୍ଯ୍ୟକୁ ଚାଲୁ କରିବାକୁ ସକ୍ଷମ ହେବେ। ଧର୍ମ ଅନୁଷ୍ଠାନ, ଯଜ୍ଞା ଅନୁଷ୍ଠାନ, ପଞ୍ଚାୟତ କ୍ଷେତ୍ରରେ ଉତ୍ସ୍ୟହିତ ହେବେ। କର୍ମ ଭାବରେ ସ୍ୱାମୀ ଶନି ଗୁରୁଯୁକ୍ତ ହୋଇ କର୍ମ ଭାଗରେ ଥିବାରୁ ବୃହସ୍ପତି ଏବଂ ଶନିଙ୍କୁ ଯୁକ୍ତ ହେତୁ ନିଚ୍ଚ ଭଙ୍ଗ ରାଜ ଯୋଗ ସୃଷ୍ଟି ହେଉଛି। ଏହା ଫଳରେ ଛୋଟ ସଫଳତାରୁ ବଡ଼ ସଫଳତା ଆଡ଼କୁ ଗତି କରିପାରିବେ। ବିଦେଶରେ ପଢିବାକୁ ଇଚ୍ଛା କରୁଥିବା ଜାତକଙ୍କୁ ସଫଳତା ମିଳିବ। ଅନ୍ତ୍ରରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ଅର୍ଜନ କରପାରିବେ। ବ୍ୟବସାୟ ଏବଂ କର୍ମ ବିଦେଶ ଯାତ୍ରାରେ ବିଶେଷ ଲାଭ ଯୋଗ ହେବ। କର୍ମ କ୍ଷେତ୍ରରେ ଉଚ୍ଚଅଧିକାରୀ, ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଫଳରେ କର୍ମନ୍ନତି ହେବା ସହ ଭାଗ୍ୟ ନୀତି, ଯଶ ମାୟା, ପ୍ରତିଷ୍ଠା ଲାଭର ଯୋଗ ରହିଛି। ଭବିଷ୍ୟତ ପାଇଁ ଯୋଜନା ସଫଳ ଦେଖିବାର କ୍ଷମତା ବୃଦ୍ଧି ପାଇବ। ନୂତନ ଯୋଜନା ଆରମ୍ଭ କରି ସଫଳତା ହାସଲ କରିବାର ସହକର୍ମୀ ମାନଙ୍କର ସାହାର୍ଯ୍ୟ ମିଳିବ। ବେସାୟୀ କ୍ଷେତ୍ରକୁ ସୁସଜିତ କରି ପ୍ରଚୁର ଲାଭବାନ ହେବେ। ନୂତନ ବେବସାୟ କ୍ଷେତ୍ରରେ ଶିଳାନ୍ୟାସ କଲେ ତାହା ଦୀର୍ଘସ୍ଥାୟୀ ହେବ। ନୂଆ ନୂଆ ବେବସାୟୀକ ସମ୍ପର୍କ ସ୍ଥାପନ ହେବା ସହ ଭାଗିଦାର ବେବସାୟୀଙ୍କ ପାଇଁ ସାହାର୍ଯ୍ୟ ସହଯୋଗ ଅଚାନକ ମିଳିବ।

ସନ୍ତାନ କାରକ ବୃହଷ୍ପତି ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରି ଏକଦଶ ଭାବରେ ରହିବା ଯୋଗେ ସମସ୍ତ କ୍ଷେତ୍ରରେ ଶୁଭ ଫଳ ପାଇବା ସହିତ ସନ୍ତାନ ସୁଖ କିମ୍ବା ସନ୍ତାନ ପକ୍ଷରୁ କିଛି ସୁଖ ପାଇପାରିବେ। ରାହୁ ଧନ ଭାବରେ, କେତୁ ଅଷ୍ଟମ ଭାବରେ ଥିବାରୁ କାର୍ଯ୍ୟ, ସ୍ୱାସ୍ଥ୍ୟ, ମାନସିକ ଚାପ,ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ନକରାତ୍ମକ ଭାବ ସୃଷ୍ଟି କରିପାରନ୍ତି। ଶତ୍ରୁ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଲେ ମଧ୍ୟ କୌଣସି କ୍ଷେତ୍ରରେ କିଛି କ୍ଷତି କରିପାରିବେ ନାହିଁ। କାରଣ ଶତ୍ରୁ ମାନଙ୍କ ଦ୍ୱାରା ଚିନ୍ତାରେ ପଡିଲେ ମଧ୍ୟ ଶନିଙ୍କ ପ୍ରଭାବ ହେତୁ ଶତ୍ରୁ ମାନଙ୍କୁ ଜବାବ ଦେଇପାରିବେ। ସୋ ରାଶିରେ ମଙ୍ଗଳ ସାମାନ୍ୟ କଷ୍ଟ ଦେଇପାରନ୍ତି। ପ୍ରତିସଦ୍ଧାକୁ ବୃଦ୍ଧି କରିଛନ୍ତି କିନ୍ତୁ ନିଜ ରାଶି ଯୋଗେ ଏହି ପ୍ରତି ପ୍ରସତିଦ୍ଧାରେ ଲାଭ କରି ପାରିବେ। ବାପା ମା, ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଦର୍ଶଗତ ପାର୍ଥକ୍ୟ ବୃଦ୍ଧି ହେବ। ଉଚ୍ଚ ପଦସ୍ତ ବ୍ୟକ୍ତି ମାନଙ୍କ ସହିତ ଭଲ ସମ୍ପର୍କ ରଖିବା ଉଚିତ। ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର କରି ଚାଲିଲେ କୌଣସି ବିପଦ ପାଖ ମାଡିବ ନାହିଁ।

ପ୍ରାଣ ପ୍ରତିଷ୍ଠିତ ସମ୍ପୂର୍ଣ୍ଣ ବଙ୍ଗଳାମୁଖୀ ମହା ଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜ ମନ୍ତ୍ରକୁ ପ୍ରତିଦିନ ୩ ମାଳା ଜପ କରନ୍ତୁ। ମନ୍ତ୍ରଟି ହେଲା ଓଁ କ୍ରାଙ୍ଗ କ୍ରିନିଂ କ୍ରରଂ ସଂ ଭୋ ମାହୋ ନମଃ।

ପ୍ରତିଦିନ ବରଗଛରେ ଜଳ ଦିଅନ୍ତୁ। ଯେକୌଣସି ମନ୍ଦିରରେ ପ୍ରତ୍ୟେକ ସଂକ୍ରାନ୍ତିରେ କିଛି ମୁଗଡାଲି ଦାନ କରନ୍ତୁ।

ପ୍ରତ୍ୟେକ ମାସରେ କୌଣସି ମଙ୍ଗଳ ବାରରେ ଅସହାୟଙ୍କୁ କଦଳୀ ଦାନ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *