Excuse Me Odisha

ଯାହା କହିବୁ ସତ କହିବୁ

ଚାଣକ୍ୟଙ୍କର ଏହି ତିନୋଟି କଥା ଆପଣଙ୍କୁ କରିପାରେ କୋଟିପତି , ଜାଣନ୍ତୁ କଣ କରିବାକୁ ହେବ

ସେୟାର୍ କରନ୍ତୁ

ଟଙ୍କା ଏଭଳି ଏକ ଜିନିଷ ଅଟେ , ଯାହାକୁ ସମସ୍ତେ ଭଲ ପାଇଥାନ୍ତି। ତାପରେ ବର୍ତ୍ତମାନର ଦାମିକା ସମୟରେ ଏହା ବିନା ଜୀବନ ଭଲ ଭାବରେ ଚାଲିପାରିବ ନାହିଁ। ଏଭଳି ପରିସ୍ଥିତିରେ ସମସ୍ତେ ଟଙ୍କାକୁ ଅଧିକରୁ ଅଧିକ ପରିମାଣରେ ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଟଙ୍କା ରୋଜଗାର କରିବାର ଏହି ଚେଷ୍ଟାରେ ସମସ୍ତେ ସଫଳ ହୋଇପାରନ୍ତି ନାହିଁ। ଅନେକଥର ପରିଶ୍ରମ ଏବଂ ଜ୍ଞାନ ହେବା ସତ୍ତ୍ୱେ ମଧ୍ୟ ମଣିଷର ହାତରେ ଟଙ୍କା ଲାଗି ପାରିନଥାଏ।

Google

ଏହିଭଳି ପରିସ୍ଥିତିରେ ଚାଣକ୍ୟ ନୀତି ଆପଣଙ୍କର ବଡ଼ କାମରେ ଆସିପାରେ। ଚାଣକ୍ୟଙ୍କୁ ତାଙ୍କ ସମୟର ସବୁଠାରୁ ଶ୍ରେଷ୍ଠ ବିଦ୍ୱାନ ଭାବରେ ବିବେଚନା କରାଯାଏ। ସେ ତାଙ୍କ ଜୀବନରେ ଅନେକ ଏଭଳି ଜିନିଷର ଅନୁଭବ ନେଇଛନ୍ତି , ଯାହାଦ୍ୱାରା ତାଙ୍କ ଜ୍ଞାନ ସାଗର ବହୁତ କାମରେ ଆସିଯାଇଛି। ଏଥିମଧ୍ୟରୁ କିଛି କଥାକୁ ସେ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି। ଏହି କଥା ଗୁଡିକୁ ଯଦି ପ୍ରତିଦିନର ଜୀବନରେ କାର୍ଯ୍ୟକାରୀ କରାଯାଏ , ତେବେ ଆପଣଙ୍କ ଜୀବନ ସଫଳ ହୋଇପାରିବ।

ଟଙ୍କା ରୋଜଗାର କରିବାକୁ ନେଇ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟ କିଛି ଭଲ କଥା କହିଥିଲେ। ଆଜି ଆମେ ସେଥିମଧ୍ୟରୁ ତିନୋଟି କଥା ଆପଣଙ୍କ ଆଗରେ ବର୍ଣ୍ଣନା କରିବାକୁ ଯାଉଛୁ। ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ବର୍ଣ୍ଣନା କରାଯାଇଥିବା ସେହି କଥା ଗୁଡିକୁ ବୁଝିନେବେ , ତେବେ ଆପଣଙ୍କୁ ଆପଣଙ୍କ ଜୀବନରେ ଅଧିକ ଟଙ୍କା ରୋଜଗାର କରିବାରେ କେହି ଅଟକାଇ ପାରିବେନାହିଁ। କିଏ ଜାଣେ ଆପଣ ଏହି ନୀତି ଗୁଡିକୁ ଆପେଣେଇ କାଲି କୋଟିପତି ହୋଇ ଯାଇପାରନ୍ତି।

କଠିନ ପରିଶ୍ରମ କରିବା:-

ଚାଣକ୍ୟଙ୍କ ଅନୁଯାୟୀ , ଧନର ଦେବୀ ମାତା ଲକ୍ଷ୍ମୀ କେବଳ ସେହି ଲୋକମାନଙ୍କ ଉପରେ ନିଜର କୃପା ବର୍ଷଣ କରନ୍ତି , ଯେଉଁମାନେ କଠିନ ପରିଶ୍ରମ କରିଥାନ୍ତି। ଜୀବନରେ କଠିନ ପରିଶ୍ରମ ବିନା କିଛି ମଧ୍ୟ ଭଲ ହାସଲ କରାଯାଇପାରିବ ନାହିଁ। ଯଦି ଆପଣ କଠିନ ପରିଶ୍ରମ କରିବାକୁ ଭୟ କରନ୍ତି ନାହିଁ ଏବଂ କ୍ରମାଗତ ଭାବରେ କାମ କରିଥାନ୍ତି ,ତେବେ ପଇସା ନିଜେ ଚାଲି ଆପଣଙ୍କ ନିକଟକୁ ଆସିବ।

Google

ଯୋଜନାବଦ୍ଧ ଶୈଳୀରେ କାମ କରିବା:-

ଯେବେ ମଧ୍ୟ ଆପଣ ଜୀବନରେ କୌଣସି ବଡ଼ ନିଷ୍ପତ୍ତି ନେଉଛନ୍ତି କିମ୍ବା କୌଣସି ନୂତନ କାମ ଆରମ୍ଭ କରୁଛନ୍ତି , ତେବେ କରିବା ପୂର୍ବରୁ ତାହାର ସଠିକ ଯୋଜନା କରିନିଅନ୍ତୁ। ଯୋଜନାବଦ୍ଧ ଶୈଳୀରେ କରାଯାଇଥିବା କାମ ସଦା ସର୍ବଦା ସଫଳ ହୋଇଥାଏ। ଯେତେବେଳେ କାମ ସଫଳ ହେବ , ଟଙ୍କା ମଧ୍ୟ ନିଜେ ନିଜେ ଆସିବାକୁ ଲାଗିବ। ଏହି ଯୋଜନା ଦ୍ୱାରା ଆପଣଙ୍କର ସମୟ ମଧ୍ୟ ବଞ୍ଚିବ ଏବଂ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ।

ମାନବ ହିତରେ କାମ କରିବା:-

ଯଦି ଆପଣ ମାନବ ହିତରେ କାମ କରୁଛନ୍ତି , ତେବେ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷିବ। ଏଭଳି ଲୋକଙ୍କ ଜୀବନରେ କେବେ ମଧ୍ୟ ଧନର ଅଭାବ ହୁଏ ନାହିଁ। ଏହାର କାରଣ ଏହା ମଧ୍ୟ ଯେ , ମାନବ ହିତରେ କାମ କରିବା ସମୟରେ ଆପଣଙ୍କ ମନ ସକରାତ୍ମକ ରହିଥାଏ। ଏହାଦ୍ବାରା ଆପଣଙ୍କ କାମ ଉପରେ ଧ୍ୟାନ ବଢି ଯାଇଥାଏ। ଏହାସହିତ ଏହି ସକରାତ୍ମକ ଶକ୍ତି ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇଥାନ୍ତି।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ପାଇବା ପାଇଁ ଏହାକୁ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଜୟ ଜଗନ୍ନାଥ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *