Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣଙ୍କ ମାର୍ଗଶିର ମାସ ବହୁତ ପ୍ରିୟ ଅଟେ, ଏହି ସମୟ ମଧ୍ୟରେ ଏହି କାମ କରିବା ଦ୍ୱାରା ଭାଗ୍ୟ ଖୋଲିଥାଏ ।

ସେୟାର୍ କରନ୍ତୁ

ମାର୍ଗଶିର ମାସ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି। ଏବଂ ଏହି ମାସ ଭଗବାନ ଶ୍ରୀକୃଷ୍ଣଙ୍କୁ ଉତ୍ସର୍ଗ କରାଯାଇଛି। ଏହି ମାସରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଉପାସନା କରିବା ଦ୍ୱାରା ଆପଣଙ୍କ ଇଚ୍ଛା ଅନୁଯାୟୀ ଜିନିଷ ମିଳିଥାଏ ଏବଂ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏହି ମାସରେ ପଡୁଥିବା ପୂର୍ଣ୍ଣିମା ଦିନ ମୃଗଶିରା ନକ୍ଷତ୍ର ଘଟିଥାଏ। ଯେଉଁଥି ପାଇଁ ଏହି ମାସକୁ ମାର୍ଗଶିର କୁହାଯାଏ।

Google

ବିଶ୍ୱାସ କରାଯାଏ ଯେ ମାର୍ଗଶିର ମାସରେ ପ୍ରତିଦିନ ପବିତ୍ର ନଦୀରେ ଯାଇ ଗାଧୋଇବା ଉଚିତ। ଏମିତି କରିବା ଦ୍ୱାରା ପାପରୁ ମୁକ୍ତି ମିଳିଯାଇଥାଏ। ଏହା ସହିତ ଜୀବନର ସମସ୍ତ ଅସୁବିଧା ମଧ୍ୟ ଦୂର ହୋଇଯାଏ। ସ୍ନାନ କରିବା ପରେ ବିଷ୍ଣୁ ସହସ୍ରନାମ। ଗଜେନ୍ଦ୍ରମୋଶା ଏବଂ ଭଗବତ ଗୀତା ମଧ୍ୟ ପାଠ କରିବା ଦ୍ୱାରା ଭଲ ଫଳାଫଳ ମିଳିଥାଏ।

ମାର୍ଗଶିର ସହିତ ଜଡିତ ଏକ କାହାଣୀ ଅନୁଯାୟୀ ଗୋପୀମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ସେମାନେ କଣ କରିବେ ଯାହା ଦ୍ବାରା ତାଙ୍କୁ ଭଗବାନ ଶ୍ରୀକୃଷ୍ଣ ମିଲିଯିବେ। ଭଗବାନ ଶ୍ରୀକୃଷ୍ଣ ହସି ହସି କହିଥିଲେ ଯେ ଯିଏ ମୋତେ ପାଇବାକୁ ଚାହୁଁଛି ସେ କେବଳ ମାର୍ଗାଶିର ମାସରେ ଯମୁନାରେ ସ୍ନାନ କରିବା ଉଚିତ। ଯମୁନାରେ ଯେଉଁ ବ୍ୟକ୍ତି ସ୍ନାନ କରିଥାଏ ସେ ମୋତେ ପ୍ରାପ୍ତ କରିଥାଏ। ସେବେଠାରୁ ମାର୍ଗଶିର ମାସରେ ନଦୀରେ ସ୍ନାନ କରିବାର ପରମ୍ପରା ଆରମ୍ଭ ହୋଇଥିଲା। ମାର୍ଗାଶିର ପୂର୍ଣ୍ଣିମା ଦିନ ବହୁ ସଂଖ୍ୟାରେ ଭକ୍ତ ପବିତ୍ର ନଦୀକୁ ଯାଇ ସ୍ନାନ କରିଥାନ୍ତି ଏବଂ ଏହା ପରେ ଭଗବାନ ଶ୍ରୀ କୃଷ୍ଣଙ୍କୁ ପୂଜା କରିଥାନ୍ତି।

ମାର୍ଗଶିର ମାସରେ କରନ୍ତୁ ଏହି ଉପାୟ ଖୋଲି ଯିବ ଆପଣଙ୍କ ଭାଗ୍ୟ।

ମାର୍ଗାଶୀର ମାସରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରନ୍ତୁ ଏବଂ ତାଙ୍କ ସହ ଜଡିତ ଭଜନ ଗାନ କରନ୍ତୁ। ବାସ୍ତବରେ ଭଗବାନ ଶ୍ରୀକୃଷ୍ଣ ଏକ ଗୀତ ଗାଇବା ସମୟରେ କହିଥିଲେ ଯେ ମାର୍ଗାଶୀର ମାସ ହେଉଛି ତାଙ୍କର ହିଁ ସ୍ଵରୂପ। ତେଣୁ ଏହି ମାସରେ ଭଗବାନ ଶ୍ରୀକୃଷ୍ଣଙ୍କର ବିଶେଷ ପୂଜା କରନ୍ତୁ।

Google

ମାର୍ଗାଶୀର ମାସରେ ପ୍ରତିଦିନ ପବିତ୍ର ନଦୀକୁ ଯାଇ ସ୍ନାନ କରନ୍ତୁ। ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ସ୍ନାନ କରିବା ଜଳରେ ଗଙ୍ଗା ଜଳ ମିଶାଇ ସେହି ପାଣିରେ ସ୍ନାନ କରନ୍ତୁ। ଯଦି ସମ୍ଭବ ମାସରେ ଥରେ ଯମୁନାରେ ସ୍ନାନ କରନ୍ତୁ।

ଏହି ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରିବା ସମୟରେ ଗାୟତ୍ରୀ ମନ୍ତ୍ର ଜପ କରିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହା ସହିତ ଆପଣ ବିଷ୍ଣୁ ସହସ୍ରନାମ,ଗଜେନ୍ଦ୍ରମୋକ୍ଷ ଏବଂ ଭଗବଦ ଗୀତା ମଧ୍ୟ ପାଠ କରନ୍ତୁ।

ସନ୍ଧ୍ୟାରେ ତୁଳସୀ ଗଛକୁ ପୂଜା କରନ୍ତୁ ଏବଂ ତୁଳସୀ ଗଛ ସାମ୍ନାରେ ଏକ ଦୀପ ଜଳାନ୍ତୁ। ପୂଜା କରିବା ସମୟରେ ନିଶ୍ଚିତ ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ। ଭଗବାନ ଶ୍ରୀକୃଷ୍ଣ ବିଷ୍ଣୁଙ୍କର ହିଁ ସ୍ଵରୂପ ଏବଂ ବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ ତୁଳସୀ ଅଟେ।

ଏହି ମାସରେ ଶଙ୍ଖ ପୂଜା ମଧ୍ୟ କରନ୍ତୁ ଏବଂ ସେଥିରେ ଗଙ୍ଗା ଜଳ ଭରି ଭଗବାନ ଶ୍ରୀକୃଷ୍ଣଙ୍କ ଚାରିପାଖରେ ଘୂର୍ଣ୍ଣନ କରନ୍ତୁ। ପୂଜା ସରିବା ପରେ ଏହି ପାଣିକୁ ନିଜ ଘର ଉପରେ ଛିଞ୍ଚନ କରନ୍ତୁ। ଏହା କରିବା ଦ୍ୱାରା ଘରେ ଶାନ୍ତି ରହିଥାଏ ଏବଂ ଘରେ ସକାରାତ୍ମକ ସଂଚାର ହୋଇଥାଏ। ଗରିବ ଲୋକଙ୍କୁ ଖାଦ୍ୟ ଜିନିଷ ଦାନ କରନ୍ତୁ। ଏବଂ ମନ୍ଦିରକୁ ଯାଇ ଝାଡୁ ଅର୍ପଣ କରି ଆସନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶ୍ରୀକୃଷ୍ଣ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ଆପଣଙ୍କ ଘର ପରିବାର ଉପରେ ରହିଥାଉ । ଏତିକି ପ୍ରାର୍ଥନା । ଜୟ ଶ୍ରୀକୃଷ୍ଣ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *