Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୧ ଡିସେମ୍ବର ୨୦୨୦, ମଙ୍ଗଳବାର: ଆଜି ଶେଷ ହେବ ଏହି ଚାରିଟି ରାଶିର ଅପେକ୍ଷା , ଭଗବାନ ହନୁମାନଙ୍କ କୃପାରୁ ଆରମ୍ଭ ହୋଇଯିବ ମଙ୍ଗଳ କାର୍ଯ୍ୟ ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ମଙ୍ଗଳବାର ୧ ଡିସେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧ ଡିସେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କୁ ଭଲ କାର୍ଯ୍ୟ ପାଇଁ ମାନସମ୍ମାନ ପ୍ରାପ୍ତ ହେବ। ଯଦି ଆପଣ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଖରେ ଅନେକ ବିକଳ୍ପ ରହିଛି। ବୈବାହିକ ଜୀବନ ସୁଖମୟ ରହିବ। ଜୀବନସାଥୀ ଙ୍କ ତରଫରୁ ପ୍ରେମ ଏବଂ ସହଯୋଗ ପ୍ରାପ୍ତ ହେବ। ଭବିଷ୍ୟତରେ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି । କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ପ୍ରେମୀଙ୍କୁ ଉପହାର ଦେବା ପାଇଁ ଅନୁକୂଳ ସମୟ ରହିଛି।

ବୃଷ ରାଶି –

ଘର ସହିତ ଜଡ଼ିତ ଯୋଜନା ଉପରେ ବିଚାର କରିବେ। ବ୍ୟବସାୟିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆତ୍ମବିଶ୍ବାସ କମ୍ ହେବା କାରଣରୁ ଏହା ଆପଣଙ୍କ ଉପରେ ପ୍ରଭାବ ପକାଇବା ପାଇଁ ଦିଅନ୍ତୁ ନାହିଁ। ବ୍ୟବସାୟ ରେ ସଫଳତା ମିଳିବ। ବ୍ୟବସାୟରେ ସଫଳତା ମିଳିବ। ଆପଣଙ୍କୁ ନିଜ କାର୍ଯ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ।

ମିଥୁନ ରାଶି –

ସମସ୍ୟାର ନିରାକରଣ ହେବ। ପରିବାରର ଦୁଃଖର ମାହୋଲ ସୁଖମୟ ରହିବ। ଆପଣଙ୍କ ଆତ୍ମବଳରେ ବୃଦ୍ଧି ହେବ । ଧନର ନିବେଶ କରି ପାରନ୍ତି। କଳା ସହିତ ଜଡ଼ିତ ଲୋକଙ୍କୁ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଭଗବାନ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ମଉଜ ମସ୍ତିର ଦିନ ସାବ୍ୟସ୍ତ ହେବ। କାର୍ଯ୍ୟ ମାମଲାରେ ଶୀଘ୍ରତାରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ପରିବାରରେ ସୁଖଶାନ୍ତିର ମାହୋଲ ରହିବ। ଧନର ବ୍ୟୟ ଅଧିକ ହୋଇପାରେ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିପାରେ। ନିଜ ସଂପର୍କ ଉପରେ ଧ୍ୟାନ ଦେବା ଆବଶ୍ୟକ।

ସିଂହ ରାଶି –

ପୂର୍ବରୁ ବନେଇ ଥିବା ଯୋଜନା ଉପରେ ଆପଣ ଅଧିକ ଧ୍ୟାନ ଦେବେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ବ୍ୟବସାୟ ରେ ଲାଭ ମିଳିବ ଏବଂ ଚାକିରୀ ପେଶାରେ ଥିବା ଲୋକଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ଅଧିକ ଉପାର୍ଜନ କରିବାରେ ଆପଣ ଅଧିକ ପରିଶ୍ରମ କରିବେ। ଏହି ସମୟରେ ଆପଣଙ୍କୁ ବୁଝି ବିଚାରି ଆର୍ଥିକ ନିଷ୍ପତ୍ତି ନେବା ଉଚିତ। ସାମାଜିକ ପ୍ରଭାବରେ ବୃଦ୍ଧି ହେବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ। ଆଜି ଆପଣଙ୍କ ମନୋଭାବକୁ ବ୍ୟକ୍ତ କରିବା ପାଇଁ ଭୟ କରନ୍ତୁ ନାହିଁ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ମନରେ ନୂଆ ବିଚାର ଆସିପାରେ। ମାର୍ଗ ଦର୍ଶନ ପାଇଁ ଅନେକ ଲୋକ ଆପଣଙ୍କ ପାଖକୁ ଆସିବେ। ପାଠପଢ଼ାରେ ଛାତ୍ରଛାତ୍ରୀ ମାନଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଜୀବନସାଥୀଙ୍କ ଠାରୁ ସ୍ନେହ ପ୍ରେମ ପ୍ରାପ୍ତ ହେବ। ଉଚ୍ଚ ଅଧିକାରୀଙ୍କୁ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ହେବ ନାହିଁ।

ତୁଳା ରାଶି –

ଆଜି ଯାହା ସହିତ ବିବାଦ କରନ୍ତୁ ନାହିଁ। ଭୌତିକ ସୁଖ ସାଧନର ଲାଳସା ବଢିପାରେ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ପରିବାରର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବା ଅବଶ୍ୟକ । ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ। ଗୋଟେ ଦିଗରେ କରିଥିବା ପରିଶ୍ରମରୁ ଉଚିତ ଫଳ ପ୍ରାପ୍ତ ହେବ। ଜୀବନରେ ସଫଳତା ପ୍ରାପ୍ତ ହେବ। ସମ୍ପର୍କୀୟଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ବିଛା ରାଶି –

ଜୀବନସାଥୀଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଆଜି ଆପଣଙ୍କ ସଫଳତା ପ୍ରେମୀଙ୍କୁ ସହାୟକ ହେବେ। ଜରୁରୀ  କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଅଧିକ ଖର୍ଚ୍ଚ ହୋଇପାରେ ଏବଂ ଆପଣଙ୍କ ପର୍ସ ହଜି ଯାଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କୌଣସି ସମସ୍ୟାର ସମାଧାନ କରିବା ପାଇଁ ପଡ଼ିବ ଏବଂ ଆପଣଙ୍କ କାର୍ଯ୍ୟ ଆଗକୁ ବଢ଼ିବ।

ଧନୁ ରାଶି –

ବ୍ୟକ୍ତିଗତ ମୋର୍ଚ୍ଚା ରେ ଥିବା ସମସ୍ୟା ଆପଣଙ୍କ ଜୀବନକୁ ପ୍ରଭାବିତ କରିପାରେ। କୌଣସି ଖାସ୍ ବ୍ୟକ୍ତି ଆପଣଙ୍କ ନୂଆ ରଚନାତ୍ମକ ବିଚାର ଦ୍ଵାରା ପ୍ରସନ୍ନ ରହିବେ। ଆପଣଙ୍କୁ ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଲୋକଙ୍କ ସମର୍ଥନ ମିଳିବ। କ୍ୟାରିୟର ରେ ଆଗକୁ ବଢିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ସର୍ବଦା ହନୁମାନ ଚାଳିଶା ପାଠ କରନ୍ତୁ।

Google

ମକର ରାଶି –

ସମ୍ପର୍କୀୟଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। ଆଜି ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଯାହାର ଫାଇଦା ଆପଣଙ୍କୁ ମିଳିବ। ଆଜି ବ୍ୟବସାୟରେ ଆପଣଙ୍କୁ ଫାଇଦା ମିଳିପାରେ। କୌଣସି ପ୍ରକାରର ଦାୟିତ୍ବହୀନ ହୁଅନ୍ତୁ ନାହିଁ। ଅଚାନକ ଆପଣଙ୍କୁ ଯାତ୍ରା କାରଣରୁ ସମସ୍ୟା ହୋଇପାରେ।

କୁମ୍ଭ ରାଶି –

ଆଜି ବ୍ୟବସାୟ ରେ ଆପଣଙ୍କୁ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ସନ୍ତାନଙ୍କ ପକ୍ଷରୁ ଲାଭ ମିଳିବାର ସମ୍ଭାବନା ରହିଛି। କାରବାରରେ ବିସ୍ତାର କରିବା ପାଇଁ ଅନୁକୂଳ ସମୟ ରହିଛି। ଆୟର ନୂଆ ସ୍ରୋତ ମିଳିପାରେ। ଆଜି ଆପଣଙ୍କୁ ଅଧିକ ଶିଖିବା ପାଇଁ ମିଳିପାରେ। ପାରିବାରିକ ଦାୟିତ୍ୱରେ ବୃଦ୍ଧି ହେବ। ଧନର ଆଗମନ ହୋଇପାରେ। ଶୁଭ ସମାଚାର ମିଳିପାରେ।

ମୀନ ରାଶି –

ଆଜି ପାରିବାରିକ ସମାରୋହରେ ମହତ୍ୱପୂର୍ଣ୍ଣ ଅବସର ପାଇଁ ଅନୁକୂଳ ସମୟ ରହିଛି। କଥାବାର୍ତ୍ତା ସମୟରେ ଆପଣ ନିୟନ୍ତ୍ରଣ ରଖନ୍ତୁ। ଅଫିସରେ ସହକର୍ମୀଙ୍କ ଠାରୁ ସହଯୋଗ ମିଳିପାରେ। ସାମାଜିକ , ଆର୍ଥିକ ଏବଂ ଶାରୀରିକ ମାମଲାରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବ୍ୟାପାରରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଜୀବନସାଥୀଙ୍କ ପରାମର୍ଶକୁ ଆପଣ ସମ୍ମାନ କରିବେ। ଆସୁଥିବା ସମୟ ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅଚାନକ ଆପଣଙ୍କୁ ଲାଭ ମିଳିପାରେ।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *