Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ପୂର୍ଣ୍ଣିମାରେ ଧନ ପ୍ରାପ୍ତି ପାଇଁ କରନ୍ତୁ ଏହି ସହଜ ଉପାୟ

ସେୟାର୍ କରନ୍ତୁ

କାର୍ତ୍ତିକ ପୂର୍ଣ୍ଣିମା ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଆସିଥାଏ। ଚଳିତବର୍ଷ ଏହି ଶୁଭ ଦିନ ନଭେମ୍ବର ୩୦ ତାରିଖ ଦିନ ପାଳନ କରାଯିବ। ଏହିଦିନ ମାତା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀହରିଙ୍କୁ ପୂଜା କରିବାର ଗୁରୁତ୍ୱ ରହିଛି। ବିଶ୍ୱାସ କରାଯାଏ ଯେ , ଏହିଦିନ ଗଙ୍ଗା ସ୍ନାନ , ଦୀପ ଦାନ , ତୁଳସୀ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ବର୍ଷ ପୂର୍ଣ୍ଣିମା ଦିନ ଉପଛାୟା ଚନ୍ଦ୍ରଗ୍ରହଣ ହେବା ଦ୍ୱାରା ମହାଯୋଗ ସୱାର୍ଥ ସିଦ୍ଧି ଯୋଗ ହେଉଅଛି। ଏଭଳି ପରିସ୍ଥିତିରେ ଜ୍ୟୋତିଷ ଏବଂ ବାସ୍ତୁ ଅନୁଯାୟୀ , କିଛି ଉପାୟ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧତା ଏବଂ ଶାନ୍ତି ମିଳିଥାଏ। ଏହାସହିତ ଟଙ୍କା ସମସ୍ୟା ଦୂର ହୋଇ ଘର ଅନ୍ନ ଏବଂ ଧନରେ ପରିପୂର୍ଣ୍ଣ ହୋଇ ରହିଥାଏ। ତେବେ ଆସନ୍ତୁ ଏହି ଉପାୟ ଗୁଡିକ ବିଷୟ ଜାଣିବା।

Google

ତୁଳସୀ ପୂଜା:-

ଭଗବାନ ବିଷ୍ଣୁଙ୍କର ତୁଳସୀ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏଭଳି ପରିସ୍ଥିତିରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳ ଏବଂ ସନ୍ଧ୍ୟାରେ ବିଶେଷ ଭାବରେ ତୁଳସୀ ଦେବୀଙ୍କ ଆଗରେ ଦୀପ ଜଳାଇ ତୁଳସୀ ଚାଳିଶା ପାଠ କରନ୍ତୁ। ଏହାଦ୍ବାରା ଘରକୁ ସୁଖ ସମୃଦ୍ଧତା ଆସିବା ସହିତ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।

ଲକ୍ଷ୍ମୀ ସ୍ତୋତ୍ର ପାଠ କରନ୍ତୁ:-

କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଅବସରରେ ଲକ୍ଷ୍ମୀ ସ୍ତୋତ୍ର ପାଠ କରନ୍ତୁ କିମ୍ବା ଶୁଣନ୍ତୁ। ଏହାସହ ସନ୍ଧ୍ୟା ସମୟରେ ଦୀପ ଦାନ କରନ୍ତୁ। ଏହାଦ୍ବାରା ମାତା ଲକ୍ଷ୍ମୀଙ୍କର କୃପା ହେବା ସହିତ ଘରେ ଅନ୍ନ ଏବଂ ଧନ ବୃଦ୍ଧି ହୋଇଥାଏ।

ଚାରୋଟି ସ୍ଥାନରେ ଦୀପ ଜାଳନ୍ତୁ:-

ଏହି ଶୁଭ ଦିନକୁ ଦେବ ଦୀପାବଳି ମଧ୍ୟ କୁହାଯାଏ। ଧାର୍ମିକ କଥା ଅନୁଯାୟୀ , ଏହି ଶୁଭ ଦିନରେ ଦେବାଦେବୀ ମାନେ ଧରାପୃଷ୍ଠକୁ ଆସି ନିଜ ଭକ୍ତ ମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି। ଏଭଳି ପରିସ୍ଥିତିରେ ଏହିଦିନ ତୁଳସୀ , ଜଳ ଘରର ମୁଖ୍ୟ ଦ୍ୱାର ଏବଂ ପୂଜା ସ୍ଥାନରେ ନିଶ୍ଚିତ ଭାବରେ ଦୀପ ଜାଳନ୍ତୁ। ଏହାଦ୍ବାରା ପୂର୍ବପୁରୁଷମାନଙ୍କର ଆଶୀର୍ବାଦ ମିଳିବା ସହ ଗ୍ରହ ନକ୍ଷତ୍ର ମାନେ ମଧ୍ୟ ଶୁଭ ଫଳ ଦେବେ।

Google

ପାପରୁ ମିଳିବ ମୁକ୍ତି:-

କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଦିନରେ ସୂର୍ଯୋଦୟ ପୂର୍ବରୁ ସ୍ନାନ କରନ୍ତୁ। ତାପରେ ଭଗବାନ ଶ୍ରୀହରି ଏବଂ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ଘିଅର ଦୀପ ଜଳାଇ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ଏହାଦ୍ବାରା ପାପରୁ ମୁକ୍ତି ମିଳିବ।

କଳା ହଳଦୀ ଦ୍ୱାରା କରନ୍ତୁ ଉପାୟ:-

ଲାଲ ରଙ୍ଗର କପଡ଼ାରେ କଉଡ଼ି , କଳା ହଳଦୀ , ଗୋମତି ଚକ୍ର ଏବଂ ଗୋଟିଏ ମୁଦ୍ରା ରଖି ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ଆପଣଙ୍କର ଆଲମାରି କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହାଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇ ଘରର ସଦସ୍ୟ ମାନଙ୍କ ମଧ୍ୟରେ ଭଲପାଇବା ବଢିବ।

କ୍ଷୀରି ଭୋଗ ଲଗାନ୍ତୁ:-

ମାତା ଲକ୍ଷ୍ମୀଙ୍କୁ କ୍ଷୀରି ଭୋଗ ଲଗାଇ ୫ଟି କନ୍ୟାକୁ ଖାଇବାକୁ ଦିଅନ୍ତୁ। ଏହାସହିତ ଆପଣଙ୍କ ଇଚ୍ଛା ଅନୁଯାୟୀ ଦକ୍ଷିଣା ଦେଇ ସେମାନଙ୍କର ଆଶୀର୍ବାଦ ନିଅନ୍ତୁ। ଏହାଦ୍ବାରା ମାତାଙ୍କର ଆଶୀର୍ବାଦ ମିଳିବା ସହ ସ୍ୱାସ୍ଥ୍ୟ ଠିକ ରହିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *