Excuse Me Odisha

ଯାହା କହିବୁ ସତ କହିବୁ

ବିଛା ରାଶିର ବୁଧର ଗୋଚର ଦ୍ଵାରା ଏହି ୫ଟି ରାଶିର ଲୋକଙ୍କର ଖୋଲିବ ଭାଗ୍ୟ , ଏମାନଙ୍କ ଉପରେ ଭାଙ୍ଗିବ ଦୁଃଖର ପାହାଡ଼।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ସଞ୍ଚାର, ବ୍ୟାପାର, ବିଶ୍ଳେଷଣ ଏବଂ ଅବଲୋକନର ଗ୍ରହ ମାନା ଯାଇଥାଏ। ବୁଧ ଗ୍ରହର ଖାସ୍ କଥା ଏହିକି ଯେ ଏହା ଯେଉଁ ଗ୍ରହ ସହିତ ରହିଥାଏ, ସେହି ଅନୁରୂପରେ ଫଳ ପ୍ରାପ୍ତ ହୋଇଥାଏ। ଯଦି ଖରାପ ରହିଥାଏ ତାହେଲେ ଖରାପ ଫଳ ମିଳିବ।

ସୌର ମଣ୍ଡଳ ଅନୁସାରେ ବୁଧ ଗ୍ରହ, ସୂର୍ଯ୍ୟ ଏବଂ ଶୁକ୍ରର ସବୁଠାରୁ ପାଖରେ ରହିଥାଏ। ୨୮ ନଭେମ୍ବରକୁ ୬ ଟା ବାଜି ୫୩ ମିନିଟରେ ବୁଧ, ବିଛା ରାଶିରେ ଗୋଚର କରିବେ ଏବଂ ୧୭ ନଭେମ୍ବର ପର୍ଯ୍ୟନ୍ତ ରହିବେ। ୧୭ ଡିସେମ୍ବରକୁ ୧୧ ଟା ବାଜି ୨୬ ମିନିଟ ବୁଧ ଧନୁ ରାଶିରେ ଗୋଚର କରିବେ। ମାନା ଯାଉଛି କି ବୁଧ ଗ୍ରହର ରାଶି ପରିବର୍ତ୍ତନ ପ୍ରଭାବ ସବୁ ରାଶିରେ ପଡ଼ିବ। ଆସନ୍ତୁ ଜାଣିବା ସବୁ ୧୨ ଟି ରାଶି ଉପରେ କିପରି ପ୍ରଭାବ ପଡ଼ିବ।

ମେଷ ରାଶି –

ମେଷ ରାଶିର ଲୋକଙ୍କ ପାଇଁ ବୁଧ ର ରାଶି ପରିବର୍ତ୍ତନ ଶୁଭ ଫଳ ପ୍ରଦାନ କରିବ ନାହିଁ। ଜୀବନରେ ସମସ୍ୟା ଦେଖା ଦେଇପାରେ। କିଛି କାର୍ଯ୍ୟରେ ଅସଫଳତା ମିଳିବା କାରଣରୁ ଆପଣ କ୍ରୋଧିତ ରହି ପାରନ୍ତି। ଏହି ଗୋଚର ସମୟରେ ଯାତ୍ରା କରନ୍ତୁ ନାହିଁ। ଲାଭ ମିଳି ନପାରେ, ହାନୀ ହେବାର ସମ୍ଭାବନା ରହିଛି।

Google

ବୃଷ ରାଶି –

ବୃଷ ରାଶିର ଲୋକଙ୍କ ପାଇଁ ଏହି ଗୋଚର ଦ୍ଵାରା ଶୁଭ ପରିଣାମ ପ୍ରାପ୍ତ ହେବ। ଏହି ଗୋଚର ସମୟରେ ବ୍ୟବସାୟ ରେ ଜଡ଼ିତ ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ଚାକିରୀ କରୁଥିବା ଲୋକଙ୍କୁ ଫାଇଦା ମିଳିବ। ପ୍ରଶାସନିକ ସେବାରେ ଜଡ଼ିତ ଲୋକଙ୍କର ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ହେବ।

ମିଥୁନ ରାଶି –

ମିଥୁନ ରାଶିର ଲୋକଙ୍କୁ ବୁଧ ର ଗୋଚର ସମୟରେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ମହାମାରୀ ସମୟରେ ଅଧିକ ସମୟ ଘରେ ରହିବାକୁ ପ୍ରୟାସ କରନ୍ତୁ। ଅଯଥା ତର୍କ ବିତର୍କ କରିବାରୁ ବଞ୍ଚିତ ହୁଅନ୍ତୁ। କାନୁନ ମାମଲାରେ ଆପଣଙ୍କୁ ଲମ୍ବା ଲଢେଇ ଲଢ଼ିବାକୁ ପଡିପାରେ।

କର୍କଟ ରାଶି –

କର୍କଟ ରାଶିର ଲୋକଙ୍କୁ ବୁଧ ର ଏହି ଗୋଚର ଦ୍ଵାରା ଶୁଭ ପରିଣାମ ପ୍ରାପ୍ତ ହେବ। ଏହି ରାଶିର ଛାତ୍ର ମାନଙ୍କର ବିଦେଶରେ ପାଠ ପଢ଼ିବାର ସ୍ଵପ୍ନ ପୂରଣ ହେବ। ବିବାହିତ ଥିବା ଲୋକଙ୍କୁ ନିଜ ସନ୍ତାନ ଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଉତ୍ତମ ଅବସର ଏବଂ ମଞ୍ଚ ପ୍ରାପ୍ତ ହେବ ଏବଂ ସଫଳ ରହିବେ।

ସିଂହ ରାଶି –

ଅନେକ କ୍ଷେତ୍ରରେ ବୁଧର ରାଶି ପରିବର୍ତ୍ତନ ଉତ୍ତମ ସାବ୍ୟସ୍ତ ହେବ। ଏହି ସମୟରେ ଆପଣଙ୍କୁ କିଛି ନୂଆ ଶିଖିବା ପାଇଁ ଏବଂ କରିବା ପାଇଁ ମିଳିବ। କାର୍ଯ୍ୟ ମାମଲାରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। ଯଦି ଆପଣ ବାହନ ବା ଘର କିଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କ ଇଛା ପୂରଣ ହେବ।

କନ୍ୟା ରାଶି –

ଏହି ରାଶିର ଲୋକଙ୍କୁ  ବୁଧର ଗୋଚର ସମୟରେ ଅତ୍ୟନ୍ତ ଶୁଭ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ ଚାକିରୀ କ୍ଷେତ୍ର ଏବଂ ବ୍ୟକ୍ତିଗତ ଜୀବନ ରେ ସଫଳତା ମିଳିବ। ପବ୍ଲିକ ଡ଼ିଲିଂ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। ବୁଧର ଗୋଚର ଲାଭଦାୟକ ସାବ୍ୟସ୍ତ ହେବ। ପରିବାରରେ ଖୁସିର ବାତାବରଣ ବିରାଜମାନ କରିବ।

Google

ତୁଳା ରାଶି –

ଯଦି ଆପଣ କୌଣସି କାର୍ଯ୍ୟରେ ଅଧିକ ପ୍ରୟାସ କରିଛନ୍ତି ତାହେଲେ ଆପଣଙ୍କୁ ନିଶ୍ଚିତ ରୂପରେ ସଫଳତା ମିଳିବ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଗୋଚର ସମୟରେ ଲମ୍ବା ଯାତ୍ରାର ଯୋଜନା କରି ପାରନ୍ତି। ପରିବାର ସହିତ ଆପଣଙ୍କ ସମ୍ପର୍କ ସୁଦୃଢ ରହିବ ଏବଂ ମଧୁରତା ଆସିବ।

ବିଛା ରାଶି –

ଏହି ରାଶିର ଜାତକଙ୍କ ପାଇଁ ବୁଧର ଗୋଚର ଶୁଭ ପରିଣାମ ନେଇ ଆସିବ। ଏହି ସମୟରେ ସାମାଜିକ ସଂପର୍କ ସୁଦୃଢ଼ ରହିବ। ଆପଣ ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ସଚ୍ଚୋଟ ହୋଇ କରିଥିବା ପ୍ରୟାସ ସଫଳ ରହିବ। ପ୍ରଶାସନିକ ଏବଂ ସାଂଗଠାନିକ ଗୁଣ ଆପଣଙ୍କୁ ପେଶାରେ ସଫଳତା ପ୍ରାପ୍ତ କରାଇବ। ଏହି ସମୟରେ ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ, ପରିସ୍ଥିତି ଆପଣଙ୍କ ପାଇଁ ଜଟିଳ ହୋଇପାରେ।

ଧନୁ ରାଶି –

ବୁଧର ଗୋଚର ଦ୍ଵାରା ଧନୁ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି। ବ୍ୟବସାୟ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି। ପାର୍ଟନରଙ୍କ ସ୍ବାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ମାନସିକ ରୂପରେ ଆପଣ ଚିନ୍ତିତ ଅନୁଭବ କରି ପାରନ୍ତି। ଆପଣ ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ନିଦ୍ରା ଜଡ଼ିତ ସମସ୍ୟା ଦେଖା ଦେଇପାରେ।

ମକର ରାଶି –

ମକର ରାଶିର ଲୋକଙ୍କୁ ବୁଧର ଗୋଚର ଅତ୍ୟନ୍ତ ଲାଭଦାୟକ ରହିବ। ଏହି ସମୟରେ ଭାଇଭଉଣୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ସର୍ବଦା ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କାନୁନ ମାମଲାରେ ସଫଳତା ମିଳିବ। ଆପଣଙ୍କ ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ, ଯେଉଁଥିରେ ଅଧିକ ଖର୍ଚ୍ଚ ହୋଇପାରେ। ବୁଧର ଗୋଚର ଦ୍ଵାରା ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରହିବ।

କୁମ୍ଭ ରାଶି –

କୁମ୍ଭ ରାଶିର  ଲୋକଙ୍କୁ ବୁଧର ଗୋଚର ଦ୍ଵାରା ଉଚିତ ପରିଣାମ ପ୍ରାପ୍ତ ହେବ। ବ୍ୟବସାୟିକ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ନୂଆ ସଉଦା ମିଳିପାରେ। ଚାକିରୀ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ବରିଷ୍ଠ ଅଧିକାରୀଙ୍କ ଆଗରେ ମାନସମ୍ମାନ ମିଳିବ। ବିବାହିତ ଲୋକଙ୍କୁ ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ପାରିବାରିକ ମାହୋଲ ସୁଖମୟ ରହିବ । ପ୍ରତିଯୋଗୀ ମାନଙ୍କୁ ପରୀକ୍ଷା ପାଇଁ ପରିଶ୍ରମ କରିବାକୁ ପଡ଼ିବ ଏବଂ ସଫଳ ମଧ୍ୟ ରହିବେ।

ମୀନ ରାଶି –

ମୀନ ରାଶିର ଜାତକଙ୍କୁ ବୁଧର ରାଶି ପରିବର୍ତ୍ତନ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଯେଉଁ ଛାତ୍ରଛାତ୍ରୀ ବିଦେଶ ରେ ପାଠ ପଢିବା ପାଇଁ ଇଛା କରିଛନ୍ତି, ସେମାନଙ୍କ ସ୍ଵପ୍ନ ପୂରଣ ହେବ। ନିବେଶ କରିବା ପାଇଁ ସମୟ ଅନୁକୂଳ ରହିବ। କ୍ୟାରିୟର ମାମଲାରେ ଆପଣଙ୍କୁ ଉତ୍ତମ ସମର୍ଥନ ପ୍ରାପ୍ତ ହେବ। ଆୟର ନୂତନ ସ୍ରୋତ ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *