Excuse Me Odisha

ଯାହା କହିବୁ ସତ କହିବୁ

ଡିସେମ୍ବରରେ ହେବ ଏହି ୪ ଟି ଗ୍ରହର ରାଶି ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ଜୀବନରେ କିପରି ପ୍ରଭାବ ପଡ଼ିବ।

ସେୟାର୍ କରନ୍ତୁ

ଡିସେମ୍ବର ମାସରେ ୪ ଟି ଗ୍ରହ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାଦ୍ବାରା ପ୍ରତ୍ୟେକ ରାଶି ଉପରେ ପ୍ରଭାବ ପଡ଼ିବ। ପଣ୍ଡିତଙ୍କ ଅନୁସାରେ ଆଗାମୀ ମାସ ଶୁକ୍ର ଗ୍ରହ, ସୂର୍ଯ୍ୟ ଗ୍ରହ, ବୁଧ ଗ୍ରହ, ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରିବେ। ଶୁକ୍ର ଗ୍ରହ ବିଛା ରାଶିରେ ଗୋଚର କରିବେ। ସୂର୍ଯ୍ୟ ଗ୍ରହ ଏବଂ ବୁଧ ଗ୍ରହ ଧନୁ ରାଶିର ପ୍ରବେଶ କରିବେ। ମଙ୍ଗଳ ଗ୍ରହ ମେଷ ରାଶିରେ ପ୍ରବେଶ କରିବେ। ଏହି ୪ ଟି ଗ୍ରହର ରାଶି ପରିବର୍ତ୍ତନ ଦ୍ଵାରା ୧୨ ଟି ରାଶି ଉପରେ ଏହାର ପ୍ରଭାବ ପଡ଼ିବ। ଆସନ୍ତୁ ଜାଣିବା ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ କେଉଁ ତାରିଖରେ ହେବ ଏବଂ ଏହାର ପ୍ରଭାବ କିପରି ରହିବ।

ଶୁକ୍ର ଗ୍ରହର ବିଛା ରାଶିରେ ପ୍ରବେଶ –

ଶୁକ୍ର ଗ୍ରହ ନିଜର ସ୍ଵରାଶି ତୁଲାରୁ ବିଛା ରାଶିକୁ ପ୍ରବେଶ କରିବେ। ଏହି ରାଶି ପରିବର୍ତ୍ତନ ୧୧ ଡିସେମ୍ବରକୁ ହେବ। ଶୁକ୍ର ଗ୍ରହ ୪ ଜାନୁଆରୀ ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବେ। ଏହି ଗ୍ରହକୁ ଭୌତିକ ସୁଖଦ ସୁବିଧାର କାରକ ମାନା ଯାଇଥାଏ। ଶୁକ୍ର ବିଛା ରାଶିରେ ପ୍ରବେଶ କରିବା ଦ୍ୱାରା କିଛି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ, ଆଉ କିଛି ରାଶିର ଲୋକଙ୍କୁ ଅଶୁଭ ଫଳ ମିଳିପାରେ।ଶୁକ୍ର ଦେବଙ୍କ ଏହି ଗୋଚର ଅନେକ ଲୋକଙ୍କ ବୈବାହିକ ଜୀବନ ଉପରେ ପ୍ରଭାବ ପକାଇ ଥାଏ।

କରନ୍ତୁ ଏହି ଉପାୟ –

ଶୁକ୍ର ଗ୍ରହକୁ ଅନୁକୂଳ ବନେଇବା ପାଇଁ ଧଳା ରଙ୍ଗର ଜିନିଷ ଦାନ କରନ୍ତୁ। ଏହି ଗ୍ରହ ସହିତ ଜଡିତ କଥାକୁ ପ୍ରତ୍ୟେକ ଶୁକ୍ରବାର ଦିନ ପଢନ୍ତୁ।

Google

ସୂର୍ଯ୍ୟଦେବ କରିବେ ଧନୁ ରାଶିରେ ପ୍ରବେଶ –

ସୂର୍ଯ୍ୟଦେବ ବିଛା ରାଶି ରୁ ବାହାରି ୧୫ ଡିସେମ୍ବରକୁ ଧନୁ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ରାଶିରେ ସୂର୍ଯ୍ୟ ଦେବ ୧୪ ଜାନୁଆରୀ ପର୍ଯ୍ୟନ୍ତ ରହିବେ । ଏହାପରେ ସୂର୍ଯ୍ୟଦେବ ବିଛା ରାଶିରୁ ବାହାରୁ ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହର ଧନୁ ରାଶିରେ ପ୍ରବେଶ ୧୨ ଟି ରାଶି ଉପରେ ପ୍ରଭାବ ପକାଇବ। ଧନଲାଭ ହେବାର ସମ୍ଭାବନା ରହିଛି। କ୍ୟାରିୟରରେ ପରିବର୍ତ୍ତନ ଆସିପାରେ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବ ଏବଂ ଚାକିରୀ ନଥିବା ଲୋକଙ୍କୁ ନୂଆ ଚାକିରୀ ମିଳିପାରେ।

କରନ୍ତୁ ଏହି ଉପାୟ –

ସୂର୍ଯ୍ୟଦେବଙ୍କ ଖରାପ ପ୍ରଭାବରୁ ବଞ୍ଚିତ ହେବାପାଇଁ ପ୍ରତ୍ୟେକ ଦିନ ସକାଳେ ଏହି ଗ୍ରହର ପୂଜା କରନ୍ତୁ ଏବଂ ସୂର୍ଯ୍ୟକୁ ଅର୍ଘ୍ୟ ଦିଅନ୍ତୁ।

ବୁଧ ଦେବଙ୍କର ହେବ ଧନୁ ରାଶିରେ ଗୋଚର –

ବୁଧ ଗ୍ରହ ଧନୁ ରାଶିରେ ପ୍ରବେଶ କରିବେ। ଏହି ପ୍ରବେଶ ୧୭ ଡିସେମ୍ବର କୁ ହେବ। ଏହି ରାଶିର ଗ୍ରହର ରାଜକୁମାର ଏବଂ ବୁଦ୍ଧି ର କାରକ ମାନା ଯାଉଥିବା ବୁଧ ଗ୍ରହ ୫ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ରହିବେ। ଏହି ରାଶିରେ ବୁଧ ଦେବ ଏବଂ ସୂର୍ଯ୍ୟ ଦେବ ଏକାଠି ହେବେ। ଯାହାଦ୍ବାରା ବୁଦ୍ଧାଦିତ୍ୟ ଯୋଗର ନିର୍ମାଣ ହେବ । ଏହି ରାଶି ପରିବର୍ତ୍ତନ ପ୍ରତ୍ୟେକ ରାଶି ଉପରେ ପ୍ରଭାବ ପକାଇବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

Google

କରନ୍ତୁ ଏହି ଉପାୟ –

ବୁଧ ଦେବଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ଜୀବନରେ କୌଣସି ଖରାପ ପ୍ରଭାବ ନପଡ଼ିବା ପାଇଁ କିଛି ଜିନିଷକୁ ଦାନ କରନ୍ତୁ ଏବଂ ବୁଧ ଗ୍ରହ କଥା ପଢନ୍ତୁ।

ମଙ୍ଗଳ ଗ୍ରହର ମେଷ ରାଶିରେ ପ୍ରବେଶ –

୨୪ ଡିସେମ୍ବରକୁ ମଙ୍ଗଳ ଗ୍ରହ ନିଜ ରାଶି ମେଷରେ ମାର୍ଗୀ କରିବେ ଏବଂ ମେଷ ରେ ପ୍ରବେଶ କରିବେ। ଏହି ରାଶିର ପରିବର୍ତନ ସବୁଠାରୁ ଶୁଭ ପ୍ରଭାବ ମେଷ ରାଶିର ଲୋକଙ୍କୁ ପ୍ରାପ୍ତ ହେବ। ଅନ୍ୟ ରାଶିର ଲୋକଙ୍କୁ ସାବଧାନ ରହିବା ଆବଶ୍ୟକ। ଅଧିକ କ୍ରୋଧ କରିବା ହାନିକାରକ ହୋଇପାରେ।

କରନ୍ତୁ ଏହି ଉପାୟ –

ମଙ୍ଗଳ ଗ୍ରହ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଏଥିପାଇଁ ପ୍ରତ୍ୟେକ ମଙ୍ଗଳବାର ଦିନ ଲାଲ ରଙ୍ଗର ବସ୍ତୁ ଦାନ କରନ୍ତୁ। ହନୁମାନଙ୍କ ପୂଜାର୍ଚ୍ଚନା କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କର କୃପା ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *