Excuse Me Odisha

ଯାହା କହିବୁ ସତ କହିବୁ

ଆଜି ବନିବାକୁ ଯାଉଛି ସିଦ୍ଧି ଏବଂ ମହାଲକ୍ଷ୍ମୀ ଯୋଗ, ଏହି ୬ଟି ରାଶିର ଲୋକଙ୍କୁ ମିଳିବ ଧନଲାଭ , ସୁଧୁରିବ ଭାଗ୍ୟ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯେଉଁଥିପାଇଁ ପ୍ରତ୍ୟେକ ମନୁଷ୍ୟର ଜୀବନ ପ୍ରଭାବିତ ହୋଇଥାଏ। ଗ୍ରହ ମାନଙ୍କର ସ୍ଥିତି ବ୍ୟକ୍ତିର ରାଶିରେ ହୋଇଥାଏ, ସେହି ଅନୁସାରେ ଫଳ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ବଦଳୁଥିବା ସ୍ଥିତି ଆକାଶ ମଣ୍ଡଳରେ ଅନେକ ଯୋଗର ନିର୍ମାଣ କରିଥାଏ, ଯାହାର ସବୁ ରାଶି ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପଡିଥାଏ। ଜ୍ୟୋତିଷ ଗଣନା ଅନୁସାରେ ଆଜି ଗ୍ରହର ସ୍ଥିତିରେ ସିଦ୍ଧି ନାମକ ଶୁଭ ଯୋଗ ବନିବାକୁ ଯାଉଛି। ଏହାସହିତ ମଙ୍ଗଳ ଏବଂ ଚନ୍ଦ୍ର ଗୋଟେ ରାଶିରେ ଥିବା ଯୋଗୁଁ ମହାଲକ୍ଷ୍ମୀ ଯୋଗର ନିର୍ମାଣ ହେଉଛି। ଏହି ଯୋଗ ଗୁଡିକ ଦ୍ଵାରା ଅନେକ ରାଶିର ଲୋକଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଏହି ଦୁଇଟି ଶୁଭ ଯୋଗ ଆପଣଙ୍କ ରାଶିକୁ କିପରି ପ୍ରଭାବ ପକାଇବେ ? ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ।

Google

ଆସନ୍ତୁ ଜାଣିବା ସିଦ୍ଧି ଏବଂ ମହାଲକ୍ଷ୍ମୀ ଯୋଗ ଯୋଗୁଁ କେଉଁ ରାଶିର ଲୋକଙ୍କୁ ମିଳିବ ଲାଭ ।

ମେଷ ରାଶିର ଲୋକଙ୍କ ପାଇଁ ଏହି ଶୁଭ ଯୋଗ ଅତ୍ୟନ୍ତ ଉତ୍ତମ ସାବ୍ୟସ୍ତ ହେବ। ନିଜ ପରିବାର ଲୋକଙ୍କ ସହିତ କୌଣସି ସମାରୋହରେ ସାମିଲ ହୋଇ ପାରନ୍ତି। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ପରିବାରରେ ବରିଷ୍ଠ ଲୋକେ ଆପଣଙ୍କୁ ସହଯୋଗ କରିବେ। ସରକାରୀ କାର୍ଯ୍ୟ ସମ୍ପନ୍ନ ହେବ। ଆପଣ ନିଜର ଦାୟିତ୍ୱକୁ ବୁଝିବେ। ସଫଳତାର ନୂଆ ମାର୍ଗ ସୃଷ୍ଟି ହେବ।

କନ୍ୟା ରାଶିର ଲୋକଙ୍କ ଉପରେ ଏହି ଯୋଗର ଶୁଭ ପ୍ରଭାବ ପଡ଼ିବ। ପରିବାରର ଦାୟିତ୍ୱ କୁ ଆପଣ ବୁଝିବେ। କାର୍ଯ୍ୟରେ ଆପଣ ଲଗାତାର ସଫଳତା ହାସଲ କରିବେ। ପ୍ରଭାବଶାଳୀ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆମଦାନୀରେ ବୃଦ୍ଧି ହେବ। ଆପଣଙ୍କ ବ୍ୟକ୍ତିତ୍ଵ ଆକର୍ଷଣୀୟ ରହିବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଆପଣ ନିଜର କଠିନ ପରିଶ୍ରମ ବଳରେ ସବୁ କାର୍ଯ୍ୟ ସମ୍ପନ୍ନ କରିବେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ବିଛା ରାଶିର ଲୋକଙ୍କ ଉପରେ ଏହି ଶୁଭ ଯୋଗର ପ୍ରଭାବ ଲାଭଦାୟକ ରହିବ। ବିଦ୍ୟାର୍ଥୀ ମାନଙ୍କୁ କ୍ୟାରିୟର ରେ ଶୁଭ ସୂଚନା ମିଳିପାରେ। ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଲଗାତାର ସଫଳତା ମିଳିବ। ଅଚାନକ ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ମିଡ଼ିଆ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସେମାନଙ୍କ କାର୍ଯ୍ୟରେ ପ୍ରଶଂସା ମିଳିବ। କାରବାରରେ ସଫଳତା ମିଳିବ। ଖାସ୍ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ଧନୁ ରାଶିର ଲୋକଙ୍କ ଉପରେ ଦୁଇଟି ଶୁଭ ଯୋଗର ଉତ୍ତମ ପ୍ରଭାବ ଦେଖିବାକୁ ମିଳିବ। ଆପଣଙ୍କୁ ନିଜ ପରିଶ୍ରମର ଉଚିତ ଫଳ ମିଳିବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଘରର ବୃଦ୍ଧ ଲୋକଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ରହିବ। ପ୍ରେମ ଜୀବନ ସୁଖମୟ ରହିବ। ଅଚାନକ ଆପଣଙ୍କୁ ଧନଲାଭ ହୋଇପାରେ। ଚାକିରୀ କ୍ଷେତ୍ରରେ ଲୋକଙ୍କୁ ଚାକିରୀ ମିଳିପାରେ। ପାରିବାରିକ ସମ୍ପର୍କ ସୁଦୃଢ ରହିବ।

କୁମ୍ଭ ରାଶିର ଲୋକଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଚାକିରୀ କ୍ଷେତ୍ରରେ ବଡ଼ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ଖୁସି ହେବେ। ପ୍ରେମୀଙ୍କ ସହିତ କୌଣସି  ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ପିତାମାତାଙ୍କ ଠାରୁ ଉପହାର ମିଳିପାରେ। ଅଚାନକ ଆର୍ଥିକ ଲାଭ ମିଳିପାରେ। କୋର୍ଟ କଚେରୀ ମାମଲା ସଫଳତା ମିଳିବ।

ମୀନ ରାଶିର ଲୋକଙ୍କୁ ଧନଲାଭ ମିଳିପାରେ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କୌଣସି ଶୁଭ ସମାଚାର ମିଳିପାରେ। ସମାଜରେ ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କାର୍ଯ୍ୟ ପ୍ରଣାଳୀରେ ସୁଧାର ଆସିବ

Google

ଆସନ୍ତୁ ଜାଣିବା ବାକି ରାଶିର ଅବସ୍ଥା –

ବୃଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ପାରିବାରିକ ମାହୋଲ ସୁଖମୟ ରହିବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଭବିଷ୍ୟତକୁ ସୁଦୃଢ କରିବା ଆପଣ ଉତ୍ତମ ପଦକ୍ଷେପ ଗ୍ରହଣ କରିବେ। ଆପଣଙ୍କୁ ସକାରାତ୍ମକ ବିଚାର ରଖିବାକୁ ପଡ଼ିବ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ।

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଶିକ୍ଷକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଆପଣ ନିଜ ବ୍ୟବହାର ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ। ଉତ୍ତମ ଭୋଜନର ଆନନ୍ଦ ନେବେ। ରୋଜଗାର ନଥିବା ଲୋକଙ୍କୁ ଚାକିରୀ ମିଳିପାରେ। ଧର୍ମ କର୍ମ କାର୍ଯ୍ୟରେ ରୁଚି ବଢିବ। ଆପଣଙ୍କୁ କିଛି ନୂଆ ଦାୟିତ୍ୱ ମିଳିପାରେ।

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଏହି ରାଶିର ଲୋକଙ୍କୁ କୌଣସି ମହତ୍ୱପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରିବା ଆବଶ୍ୟକ। କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ବହୁତ ରହିଛି। ଗୁପ୍ତ ଶତ୍ରୁଙ୍କ ଠାରୁ ସମ୍ଭାଳି ରୁହନ୍ତୁ। ନଚେତ ସେମାନେ ଆପଣଙ୍କ କାର୍ଯ୍ୟ ବିଗାଡ଼ିବା ପାଇଁ ପ୍ରୟାସ କରି ପାରନ୍ତି।

ସିଂହ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଅଚାନକ ଘରକୁ ଅତିଥି ଆସି ପାରନ୍ତି। ଘରର ମାହୋଲ ସୁଖମୟ ରହିବ। ଏହି ରାଶିର ଲୋକଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ବିବାଦରେ ସାମିଲ ହୁଅନ୍ତୁ ନାହିଁ। ବିଷଣ ପରିସ୍ଥିତିରେ ବୁଦ୍ଧି ପ୍ରୟୋଗ କରନ୍ତୁ।ଆପଣ ନିଜର ପରିଶ୍ରମ ବଳରେ କାର୍ଯ୍ୟ ରେ ସଫଳତା ହାସଲ କରିବେ। ସନ୍ତାନଙ୍କ ଉନ୍ନତିରେ ଆପଣ ଗର୍ବ ଅନୁଭବ କରିବେ।

ତୁଳା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣ ମାନସିକ ଶାନ୍ତି ଅନୁଭବ କରିବେ। ଆପଣଙ୍କୁ ନିଜ ଜରୁରୀ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଆର୍ଥିକ ମାମଲାରେ ସାବଧାନ ରହିବା ଆବଶ୍ୟକ। ନକାରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ। କୋର୍ଟ କଚେରୀ ମାମଲାରେ ଦୂରରେ ରୁହନ୍ତୁ । ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ।

ମକର ରାଶିର ଲୋକଙ୍କୁ ସାମାନ୍ୟ ଫଳ ପ୍ରାପ୍ତ ହେବ। ଆପଣଙ୍କ ବ୍ୟବହାରରେ ଲୋକେ ଆକର୍ଷିତ ହେବେ। କିଛି କାର୍ଯ୍ୟ ସମ୍ପନ୍ନ ହେବାରେ ବିଳମ୍ବ ହୋଇପାରେ। ଟଙ୍କାପଇସା ମାମଲାରେ ଚିନ୍ତା ଅଧିକ ରହିପାରେ।ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଜୀବନରେ ଚାଲି ଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *