Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ ( ୨୩ ରୁ ୨୯ ନଭେମ୍ବର ୨୦୨୦ ) : ଧନ ଏବଂ ସଫଳତା ମାମଲାରେ ୭ଟି ରାଶି ହେବେ ଏହି ସପ୍ତାହରେ ଭାଗ୍ୟଶାଳୀ।

ସେୟାର୍ କରନ୍ତୁ

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟରେ ଆମେ ଏ ସପ୍ତାହର ସପ୍ତାହିକ ରାଶିଫଳ ଜଣେଇବୁ । ଏହାକୁ ଶେଷ ଯାଏଁ ପଢନ୍ତୁ ।

ମେଷ ରାଶି –

ଏହି ସପ୍ତାହରେ ଆରମ୍ଭ କରିଥିବା କାର୍ଯ୍ୟରେ କିଛି ସମସ୍ୟା ଦେଖା ଦେଇପାରେ। ଅଟକି ରହିଥିବା ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ଧର୍ମ କର୍ମରେ ରୁଚି ବଢିବ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଚାକିରୀ ପେଶାରେ ଥିବା ଲୋକଙ୍କୁ ଆଶାନୁରୂପ ପଦୋନ୍ନତୀ ମିଳିପାରେ। ଭୂମି, ଭବନ, ବାହନ ସୁଖ ସାଧନ ରେ ବୃଦ୍ଧି ହୋଇପାରେ। ଅଚାନକ କୌଣସି ଜିନିଷ କିଣିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ। ଶୁଭ ଅଙ୍କ ୪, ଶୁଭ ବାର ସୋମବାର, ଶୁଭ ରଙ୍ଗ ଧଳା। ସଫଳତାରେ ସୂତ୍ର ହେଉଛି ଅବସର କୁ ହାତଛଡ଼ା କରନ୍ତୁ ନାହିଁ। ଉପାୟ ହେଉଛି ରୂପରେ ପଇସା ନିଜ ପାଖରେ ରଖନ୍ତୁ। ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ବୃଷ ରାଶି –

ଏହି ରାଶିର ଲୋକଙ୍କୁ ଏହି ସପ୍ତାହରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଚାକିରୀ ପେଶାରେ ଥିବା ଲୋକଙ୍କ ଉପରେ ଅଧିକ କାର୍ଯ୍ୟ ଭାର ରହିପାରେ। ଅଧିକ ବ୍ୟସ୍ତ ରହି ପାରନ୍ତି। ସ୍ତ୍ରୀ ମାନଙ୍କ ଠାରୁ ସତର୍କ ରୁହନ୍ତୁ। କୌଣସି ବଡ଼ ଯୋଜନା ଉପରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରିବା ଆବଶ୍ୟକ। କୌଣସି ଶୁଭ ଚିନ୍ତକ ଆପଣଙ୍କୁ ନିଷ୍ପତ୍ତି ନେବାରେ ସହଯୋଗ କରି ପାରନ୍ତି। ଆଖି ବିନ୍ଧା, ଆଣ୍ଠୁ ଗଣ୍ଠି ବିନ୍ଧା ରୋଗ ଦେଖା ଦେଇପାରେ। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଶୁଭ ଅଙ୍କ ୨, ଶୁଭ ଦିନ ଗୁରୁବାର, ଶୁଭ ରଙ୍ଗ ସୁନେଲି, ସଫଳତା ର ସୂତ୍ର ନିଜ ମନକୁ ଶାନ୍ତ ରଖନ୍ତୁ। ଭଗବାନ ନାରାୟଣଙ୍କ ମନ୍ଦିର ଯାଇ ଚଣା ଡାଲି, ଗୁଡ଼ ଅର୍ପଣ କରନ୍ତୁ। ନିଜ ପାଖରେ ହଳଦିଆ ରୁମାଲ ରଖନ୍ତୁ।

ମିଥୁନ ରାଶି –

ମିଥୁନ ରାଶିର ଲୋକଙ୍କର ଏହି ସପ୍ତାହରେ ଖର୍ଚ୍ଚ ବଢିପାରେ। ଭାଇଭଉଣୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇ ପାରେ। ଚାକିରୀ ପେଶାରେ ଥିବା ଲୋକଙ୍କୁ କଠିନ ପରିଶ୍ରମର ସାମ୍ନା କରିବାକୁ ପଡିପାରେ। ନୂଆ ବ୍ୟାପାର ସମ୍ବନ୍ଧ ବନିବ, ଯାହାଦ୍ଵାରା ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ। ଜୀବନସାଥୀ ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ। କୌଣସି ମିତ୍ରଙ୍କ ମାଧ୍ୟମରେ ପ୍ରେମ ସମ୍ବନ୍ଧରେ ଭୁଲ ବୁଝାମଣା ଦୂର ହେବ। ମହିଳା ମାନଙ୍କର ପରୋପକାରୀ ଏବଂ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ଶୁଭ ଅଙ୍କ ୯, ଶୁଭ ବାର ସୋମବାର, ଶୁଭ ରଙ୍ଗ ଧଳା, ସଫଳତାର ସୂତ୍ର ବିବେକ ଦ୍ଵାରା କାମ କରନ୍ତୁ। ଉପାୟ ହେଉଛି ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରନ୍ତୁ। ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଓଁ ନମଃ ଶିବାୟ ମନ୍ତ୍ର ଜପ କରି ରୁଦ୍ରାକ୍ଷ ମାଳା ଜପ କରନ୍ତୁ।

Google

କର୍କଟ ରାଶି –

ରୋଜଗାର ନଥିବା ଲୋକଙ୍କୁ ନୂତନ ଅବସର ମିଳିବ। ସମ୍ପତ୍ତି ମାମଲାରେ ବିଶେଷ ଲାଭ ମିଳିପାରେ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ସପ୍ତାହର ମଧ୍ୟମ ଭାଗରେ କିଛି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି, ଯାହା ଭବିଷ୍ୟତ ପାଇଁ ଲାଭଦାୟକ ରହିବ। ବ୍ୟାପାରରେ ଲାଭ ମିଳିବ। ଯାତ୍ରାରେ ଅଧିକ ଖର୍ଚ୍ଚ ହୋଇପାରେ ଏବଂ ଶାରୀରିକ ଥକା ଅନୁଭବ କରିବେ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଛାତ୍ର ମାନଙ୍କୁ ଅସାମଞ୍ଜସ୍ୟ ସ୍ଥିତିର ସାମ୍ନା କରିବାକୁ ପଡିପାରେ। ପରିବାରର କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରେ। ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଶୁଭ ଅଙ୍କ ୬, ଶୁଭ ବାର ବୁଧବାର, ଶୁଭ ରଙ୍ଗ ସବୁଜ, ସଫଳତାର ସୂତ୍ର ହେଉଛି ଉଚିତ ସମୟ ମଧ୍ୟରେ କାର୍ଯ୍ୟ କରନ୍ତୁ। ତୁଳସୀ ଗଛକୁ ପୂଜା କରନ୍ତୁ।

ସିଂହ ରାଶି –

ଆପଣଙ୍କୁ ସାମାନ୍ୟ ବିବାଦକୁ ଅଣଦେଖା କରିବା ଆବଶ୍ୟକ। କାର୍ଯ୍ୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ସପ୍ତାହର ଆରମ୍ଭରେ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଆବଶ୍ୟକ। ଶ୍ଵସନ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କର କାର୍ଯ୍ୟରେ ବାଧା ଦୂର ହେବ। ଅଚାନକ କୌଣସି ଧର୍ମ ଅନୁଷ୍ଠାନକୁ ଯିବାକୁ ପଡିପାରେ। ବ୍ୟବସାୟ ରେ ଲାଭ ମିଳିବ। ସନ୍ତାନଙ୍କ ଠାରୁ ସୁଖଦ ସମାଚାର ମିଳିପାରେ, ଘରର ମାହୋଲ ସୁଖମୟ ରହିବ। ଶୁଭ ଅଙ୍କ ୨ , ଶୁଭ ବାର ମଙ୍ଗଳବାର , ଶୁଭ ରଙ୍ଗ ଲାଲ, ସଫଳତାର ସୂତ୍ର ହେଉଛି ନିଜ ହିତ ପ୍ରତି ଧ୍ୟାନ ଦିଅନ୍ତୁ। ଉପାୟ ହେଉଛି ଜୀବନ ସହିତ ଜଡ଼ିତ ବାଧା ଦୂର କରିବା ପାଇଁ ଶ୍ରୀହନୁମାନଙ୍କ ଆରାଧନା କରନ୍ତୁ

କନ୍ୟା ରାଶି –

କନ୍ୟା ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ରହିବ। ସପ୍ତାହର ଆରମ୍ଭରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ, ଯାହାଦ୍ବାରା ଆପଣଙ୍କୁ କାର୍ଯ୍ୟରେ ବଡ଼ ଲାଭ ହେବ। ବିଦେଶ ସମ୍ବନ୍ଧିତ କାରବାର ପାଇଁ ସମୟ ଅନୁକୂଳ ନାହିଁ। ଘରର ବୃଦ୍ଧ ଲୋକଙ୍କ ସାହାଯ୍ୟରେ ପରିବାରରେ ଚାଲିଥିବା ସମ୍ପତ୍ତି ବିବାଦ ଦୂର ହେବ। ନୂଆ ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ପ୍ରେମ ସମ୍ବନ୍ଧରେ ଥିବା ଲୋକେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ। ସନ୍ତାନଙ୍କ ପକ୍ଷରୁ ମାନସିକ କଷ୍ଟ ଅନୁଭବ ହୋଇପାରେ। ଶୁଭ ଅଙ୍କ ୨, ଶୁଭ ଦିନ ଗୁରୁବାର, ଶୁଭ ରଙ୍ଗ ହଳଦିଆ, ସଫଳତାର ସୂତ୍ର ହେଉଛି ଅବସରର ଲାଭ ଉଠାନ୍ତୁ। ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ। କୌଣସି ଧର୍ମ ସ୍ଥାନକୁ ଯାଇ ଲଡୁ ବଣ୍ଟନ କରନ୍ତୁ।

ତୁଳା ରାଶି –

ଏହି ସପ୍ତାହରେ ଆପଣଙ୍କ ସାମ୍ନାରେ ଅନେକ କଠିନ ପରିସ୍ଥିତି ସୃଷ୍ଟି ହେବ, ଯାହାକୁ ଆପଣ ସାହସର ସହିତ ସାମ୍ନା କରିବେ। ପିତାମାତାଙ୍କ ସହଯୋଗରେ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ କରିବେ। ଧନଲାଭ ହେବାର ଯୋଗ ରହିଛି। ପାରିବାରିକ ସୁଖରେ ବୃଦ୍ଧି ହେବ। ମହିଳାଙ୍କ ପାଇଁ କାର୍ଯ୍ୟ କ୍ଷେତ୍ର ଅନୁକୂଳ ସାବ୍ୟସ୍ତ ହେବ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ କିଛି ସମସ୍ୟା ହୋଇପାରେ। ଯାତ୍ରା ସୁଖଦ ଏବଂ ଲାଭଦାୟକ ରହିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ଏବଂ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ମହିଳା ମାନଙ୍କରେ ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଶୁଭ ଅଙ୍କ ୮, ଶୁଭ ଦିନ ରବିବାର, ଶୁଭ ରଙ୍ଗ କେଶର ରଙ୍ଗ, ସଫଳତାର ସୂତ୍ର ଉଚିତ ସମୟ ମଧ୍ୟରେ କାର୍ଯ୍ୟ କରନ୍ତୁ। ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ ଏବଂ ମନ୍ତ୍ର ଜପ କରନ୍ତୁ।

ବିଛା ରାଶି –

ବିଛା ରାଶିର ଲୋକଙ୍କ ପାଇଁ ସପ୍ତାହ ଅତ୍ୟନ୍ତ ସୁଖମୟ ରହିଛି। ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ। କାର୍ଯ୍ୟରେ କରିଥିବା ପ୍ରୟାସ ସଫଳ ରହିବ। ଚାକିରୀ କ୍ଷେତ୍ରରେ ଆପଣଙ୍କ ଦିଗ ପରିବର୍ତ୍ତନ ହୋଇପାରେ। ଅଫିସ ରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ କଥାକୁ ଅଣଦେଖା କରନ୍ତୁ ନାହିଁ। ଶୁଭ ଅଙ୍କ ୫, ଶୁଭ ବାର ଶୁକ୍ରବାର, ଶୁଭ ରଙ୍ଗ ଧଳା, ସଫଳତାର ସୂତ୍ର ହେଉଛି ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କୂଳ ଦେବୀଙ୍କ ପୂଜାର୍ଚ୍ଚନା କରନ୍ତୁ ,ଆପଣଙ୍କୁ ବିଶେଷ ଲାଭ ମିଳିବ।

ଧନୁ ରାଶି –

କ୍ୟାରିୟର ଏବଂ କାରବାର ରେ ଏହି ରାଶିର ଲୋକଙ୍କୁ ନୂତନ ଅବସର ମିଳିପାରେ। କାରବାରରେ ଲାଭ ମିଳିବ। ପାରିବାରିକ ସଦସ୍ୟଙ୍କ ସହିତ କୌଣସି ଭୁଲ ବୁଝାମଣା ଦେଖା ଦେଇପାରେ। ସମ୍ପର୍କୀୟ ଆପଣଙ୍କ ପ୍ରେମ ବିବାହ ପାଇଁ ସ୍ବୀକାର କରି ପାରନ୍ତି। ଛାତ୍ରଛାତ୍ରୀ ମାନଙ୍କୁ କ୍ୟାରିୟର ପାଇଁ ଉପଲବ୍ଧି ମିଳିପାରେ। ବଦଳୁଥିବା ଋତୁ ପ୍ରତି ସତର୍କ ରୁହନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ମଙ୍ଗଳବାର ଦିନ କୌଣସି ଦେବା ନେବାରୁ ବଞ୍ଚିତ ହୋଇ ପାରନ୍ତି। କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ। ଶୁଭ ଅଙ୍କ ୨, ଶୁଭ ଦିନ ଗୁରୁବାର, ଶୁଭ ରଙ୍ଗ ହଳଦିଆ, ସଫଳତାର ସୂତ୍ର ହେଉଛି କୌଣସି କାର୍ଯ୍ୟକୁ ଅଣଦେଖା କରନ୍ତୁ ନାହିଁ। ଭଗବାନ ବିଷ୍ଣୁଙ୍କୁ ବିଧିବିଧାନ ସହିତ ପୂଜାର୍ଚ୍ଚନା କରନ୍ତୁ। ହଳଦିଆ ରୁମାଲ ନିଜ ପାଖରେ ରଖନ୍ତୁ।

Google

ମକର ରାଶି –

ମକର ରାଶିର ଲୋକଙ୍କୁ ଏହି ସପ୍ତାହରେ ଆଳସ୍ୟ ଅନୁଭବ ହୋଇପାରେ। ଲାଭର ଅବସର ହାତକୁ ଆସିବ। ଲାଭ ଏବଂ ଉନ୍ନତି ପର୍ଯ୍ୟାପ୍ତ ପରିମାଣରେ ଥାଇ ମଧ୍ୟ ଆପଣ ପ୍ରୟୋଗ କରି ପାରିବେ ନାହିଁ। ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ବିରୋଧୀ ଆପଣଙ୍କ ପାଇଁ ଷଡ଼ଯନ୍ତ୍ର ଯୋଜନା କରି ପାରନ୍ତି। କୌଣସି କାଗଜପତ୍ର ରେ ହସ୍ତାକ୍ଷର କରିବା ପୂର୍ବରୁ ଭାକ ଭାବରେ ବିଚାର କରି ନିଅନ୍ତୁ। ନଚେତ ଭବିଷ୍ୟତରେ ସମସ୍ୟା ହୋଇପାରେ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ଚିନ୍ତା ହୋଇପାରେ। ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ। ଶୁଭ ଅଙ୍କ ୮, ଶୁଭ ବାର ମଙ୍ଗଳବାର, ଶୁଭ ରଙ୍ଗ ନାରଙ୍ଗୀ, ସଫଳତାର ସୂତ୍ର ହେଉଛି ସମୟରେ ସଦୁପଯୋଗ କରନ୍ତୁ। କୁଷ୍ଠ ରୋଗୀ ବା ଅସହାୟ ଲୋକଙ୍କୁ ଶନିବାର ଦିନ ଦାନ କରନ୍ତୁ। ଅଶ୍ୱତ୍ଥ ଗଛକୁ ପୂଜାର୍ଚ୍ଚନା କରନ୍ତୁ।

କୁମ୍ଭ ରାଶି –

ଏହି ସପ୍ତାହରେ ରାଜନୀତି ସହିତ ଜଡିତ ଲୋକଙ୍କୁ ସଫଳତା ମିଳିବ। ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ। କୌଣସି ଶୁଭ ସମାଚାର ମିଳିପାରେ। ବ୍ୟବସାୟ ରେ ଅଧିକ ଲାଭ ମିଳିବ। ଗୃହସ୍ଥ ଜୀବନ ସୁଖମୟ ରହିବ। ପତ୍ରକାରିତା, କେଖନ, ଗୃହସ୍ଥ ଆଦି କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇପାରେ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ସମ୍ପର୍କୀୟ ଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ମହିଳା ମାନଙ୍କୁ ନିଜ ସ୍ବାସ୍ଥ୍ୟ କୁ ନେଇ ଚିନ୍ତା ହୋଇପାରେ। ଶୁଭ ଅଙ୍କ ୬, ଶୁଭ ଦିନ ରବିବାର, ଶୁଭ ରଙ୍ଗ ଧୂସର, ସଫଳତାର ସୂତ୍ର ଶୀଘ୍ରତା କରନ୍ତୁ ନାହିଁ। ଉପାୟ ହେଉଛି ଅଶ୍ୱତ୍ଥ ଗଛ ରୋପଣ କରନ୍ତୁ। ବିଷ୍ଣୁ ସହସ୍ର ନାମ ଜପ କରନ୍ତୁ।

ମୀନ ରାଶି –

ଏହି ସପ୍ତାହରେ ମୀନ ରାଶିର ଲୋକଙ୍କୁ କଠିନ ପରିସ୍ଥିତି ସହିତ ତାଳମେଳ ବନେଇ ରଖନ୍ତୁ। ସମ୍ପତ୍ତି ରେ ଜଡ଼ିତ ବିବାଦରେ ସାମିଲ ହୁଅନ୍ତୁ ନାହିଁ। ସାମାଜିକ ଏବଂ ଧାର୍ମିକ ଆୟୋଜନ ରେ ମାନସମ୍ମାନ ପ୍ରାପ୍ତ ହୋଇପାରେ। ଧନ ନିବେଶ ମାମଲାରେ କୌଣସି ଅନୁଭବୀଙ୍କ ପରାମର୍ଶ ନିଅନ୍ତୁ। ବନ୍ଧୁଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ। ପ୍ରେମ ଜୀବନ ସାମାନ୍ୟ ରହିବ। ସ୍ୱାସ୍ଥ୍ୟକୁ ନେଇ ସାବଧାନ ରହିବ। ପେଟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ଶୁଭ ରଙ୍ଗ କେଶରିଆ । ସଫଳତାର ସୂତ୍ର ହେଉଛି ପରିସ୍ଥିତି ସହିତ ତାଳମେଳ ବନେଇ ରଖନ୍ତୁ। ଉପାୟ ହେଉଛି ସର୍ବଦା ହନୁମାନ ଚାଳିଶା ପାଠ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *