Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୩ ନଭେମ୍ବର ୨୦୨୦, ସୋମବାର: ମହାଦେବ ଏହି ୬ଟି ରାଶିର ମନସ୍କାମନା ପୂରଣ  କରିବେ, ପଢନ୍ତୁ କଣ କହୁଛି ଆପଣଙ୍କ ରାଶି ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ସୋମବାର ୨୩ ନଭେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୩ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କର ଭାଗ୍ୟ ସୁଦୃଢ ରହିବ ଏବଂ ଆପଣଙ୍କୁ ସଫଳତା ମିଳିବ। ଜୀବନସାଥୀଙ୍କ ଯୋଗୁଁ ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ। କଠିନ ପରିସ୍ଥିତରେ ମଧ୍ୟ ସବୁ କାର୍ଯ୍ୟ ସମ୍ପନ୍ନ  କରିବେ। ବ୍ୟାପାର ଠିକ୍ ଠାକ୍ ରହିବ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ପରିବାରରେ ଆବଶ୍ୟକ କଥାକୁ ନେଇ ଚର୍ଚ୍ଚା ହୋଇପାରେ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କୁ ମହତ୍ୱପୂର୍ଣ୍ଣ ବସ୍ତୁ ଉପରେ ଯୋଜନା କରିବା ପାଇଁ ଅନୁକୂଳ ସମୟ ରହିବ। ପ୍ରଭାବଶାଳୀ ଲୋକଙ୍କ ଠାରୁ ମାର୍ଗ ଦର୍ଶନ ଏବଂ ସହଯୋଗ ମିଳିବ । ରାଜନୀତିରେ ସହିତ ଜଡ଼ିତ ଲୋକଙ୍କର ମାନସମ୍ମାନ ବୃଦ୍ଧି ହେବ। ଆଜି କରିଥିବା ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ।ଘରର ବାତାବରଣ ସୁଖମୟ ରହିବ। କଟୁ ବଚ୍ଚନ ଭୁଲ ପରିସ୍ଥିତିରେ କୁହନ୍ତୁ ନାହିଁ। ବେମାର ପଡ଼ିଥିବା ଲୋକଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ।

ମିଥୁନ ରାଶି –

ଆଜି ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଧର୍ଯ୍ୟ ଏବଂ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ , ଯେଉଁମାନେ ଆପଣଙ୍କ ପ୍ରତିଷ୍ଠା କୁ ଆଘାତ ଦେଉଛନ୍ତି। ଆଜିର ପରିଶ୍ରମ ଆପଣଙ୍କ ପାଇଁ ଅସନ୍ତୋଷର କାରଣ ହୋଇପାରେ। ଭୁଲ ସଙ୍ଗତରେ ପଡନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ସ୍ଵଜନଙ୍କ ସହିତ କୌଣସି କଥାକୁ ମତଭେଦ ହୋଇପାରେ।

Google

କର୍କଟ ରାଶି –

ଜୀବନସାଥୀଙ୍କ ସହିତ ଆପଣ ଭବିଷ୍ୟତ ପାଇଁ ଯୋଜନା କରି ପାରନ୍ତି। ଆପଣ ନିଜ ପାଇଁ ସମୟ ବାହାର କରିବେ। କୌଣସି ତୀର୍ଥ ଯାତ୍ରାର ଆୟୋଜନ କରି ପାରନ୍ତି। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ସାମାଜିକ ସେବାରେ ଦାନ ପୁଣ୍ୟ କାର୍ଯ୍ୟ କରିବେ। ଧାର୍ମିକ ଗତିବିଧିରେ ରୁଚି ବଢିବ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆପଣଙ୍କ ମଧ୍ୟରେ ଚେତନା ଏବଂ ସ୍ପୁର୍ତିର ସଞ୍ଚାର ହେବ।

ସିଂହ ରାଶି –

ଆଜି ଆପଣ ଯାହା କରିବେ , କିଛି ଲୋକେ ଏହାର ବିରୋଧ କରି ପାରନ୍ତି। ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ ଏବଂ ଆପଣଙ୍କୁ ନୂଆ ଆଇଡିଆ ଆସିପାରେ। ବ୍ୟାପାର ବ୍ୟବସାୟରେ ଲାଭ ମିଳିବ। ଘର ବାହାରେ ସବୁ କ୍ଷେତ୍ରରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ଲୋକଙ୍କ ସହିତ ଆପଣ ବିନମ୍ର ବ୍ୟବହାର କରିବେ। କୌଣସି ସମ୍ପର୍କୀୟଙ୍କ ଠାରୁ ଅଶୁଭ ସମାଚାର ମିଳିପାରେ। ପ୍ରବାସ କରନ୍ତୁ ନାହିଁ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଘରକୁ ଅତିଥି ଆସିବାର ସମ୍ଭାବନା ରହିଛି। ପାରିବାରିକ ବାତାବରଣ ସୁଖମୟ ରହିବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ଆଶା ଏବଂ ନିରାଶା ମଧ୍ୟରେ ଚିନ୍ତା ରହିବ। କାର୍ଯ୍ୟାଳୟରେ ସହକର୍ମୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

ତୁଳା ରାଶି –

ଆଜି ଆପଣଙ୍କ ମନରେ ଆନନ୍ଦ ରହିବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ପାରିବାରିକ ଜୀବନ ସୁଖମୟ ରହିବ। ସମ୍ପର୍କୀୟଙ୍କ ଠାରୁ ପ୍ରେମ ପ୍ରାପ୍ତ ହେବ। କଠିନ ପରିସ୍ଥିତିରେ ଆପଣଙ୍କ ଆତ୍ମବିଶ୍ଵାସ ସୁଦୃଢ ରହିବ।  ଧନ ସମ୍ବନ୍ଧିତ ମାମଲାରେ ସାବଧାନ ରହିବାର ଆବଶ୍ୟକତା ରହିଛି।

ବିଛା ରାଶି –

ଆପଣ କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ଚାକିରୀ ପେଶାରେ ଥିବା ଲୋକଙ୍କ ପରିଶ୍ରମ ସାର୍ଥକ ରହିବ। ଆପଣଙ୍କ ପରିଶ୍ରମ ଦେଖି ଲୋକେ ପ୍ରଭାବିତ ହେବେ। ଧନର ଆଗମନ ହୋଇପାରେ। ଅସହାୟ ଲୋକଙ୍କୁ ଅନ୍ନ ଦାନ କରନ୍ତୁ । ମହତ୍ୱପୂର୍ଣ୍ଣ ଲୋକେ ଆପଣଙ୍କୁ କାର୍ଯ୍ୟ କରିବା ପାଇଁ ପ୍ରେରିତ କରି ପାରନ୍ତି। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରଭାବିତ ହୋଇପାରେ।

ଧନୁ ରାଶି –

ଆପଣଙ୍କର ବ୍ୟବସାୟରେ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ। କଠିନ ସ୍ଥିତି ସମ୍ଭାଳିବା ପାଇଁ ଆପଣ ସକ୍ଷମ ରହିବେ। ରୋଜଗାର ନଥିବା ଲୋକଙ୍କୁ ନୂତନ ଅବସର ମିଳିପାରେ। ବୈବାହିକ ଜୀବନରେ କଳହ ଦେଖା ଦେଇପାରେ। ଜୀବନସାଥୀ କୌଣସି କଥାକୁ ନେଇ କ୍ରୋଧ ପ୍ରଦର୍ଶନ କରି ପାରନ୍ତି। କାର୍ଯ୍ୟରେ ସନ୍ତୁଷ୍ଟି ଅନୁଭବ କରିବେ। ସମୟର ସଦୁପଯୋଗ କରନ୍ତୁ। ବନ୍ଧୁଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ମକର ରାଶି –

ଆଜି କାର୍ଯ୍ୟରେ ଧନ ବ୍ୟୟ ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ସମ୍ପର୍କୀୟଙ୍କ ସହିତ ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କଥାବାର୍ତ୍ତା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। କାର୍ଯ୍ୟ ମାମଲାରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। କୌଣସି ବଡ଼ ସମସ୍ୟାର ସମାଧାନ ହୋଇଯିବ।

Google

କୁମ୍ଭ ରାଶି –

ଆପଣଙ୍କ ସ୍ଵଭାବ ଯୋଗୁଁ ଆପଣ ହାରି ପାରନ୍ତି। ଚାକିରୀ କ୍ଷେତ୍ରରେ ଆପଣ ନକାରାତ୍ମକ ବାତାବରଣରୁ ଦୂରେଇ ରୁହନ୍ତୁ। ରାଜନୀତି କ୍ଷେତ୍ରରେ ସାମିଲ ହେବାରୁ ବଞ୍ଚିତ ହୁଅନ୍ତୁ। ଖର୍ଚ୍ଚରେ ବୃଦ୍ଧି ହେବ। ପ୍ରଭାବଶାଳୀ ଲୋକଙ୍କ ସହିତ ପରିଚୟ ବଢେଇବା ପାଇଁ ଉତ୍ତମ ଅବସର ଆପଣଙ୍କୁ ମିଳିବ। କର୍ମନିଷ୍ଠ ହୋଇ ଆପଣ ସବୁ କାର୍ଯ୍ୟ ସମ୍ପନ୍ନ କରିବେ।

ମୀନ ରାଶି –

ଆଜି କାରବାର ରେ ଅବସ୍ଥା ସାମାନ୍ୟ ରହିବ। ଆର୍ଥିକ ସ୍ତରରେ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଆପଣଙ୍କର କୌଣସି କାର୍ଯ୍ୟ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଅନୁକୂଳ ଦିନ ରହିଛି। ବ୍ୟାପାର ରେ ନିବେଶ କରିବା ପାଇଁ ଅନୁକୂଳ ଦିନ ରହିଛି, ଆପଣ ଲାଭ ଉଠାଇ ପାରିବେ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *