Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣ ମଧ୍ୟ ଫୁଲକୋବି ସେବନ କରୁଛନ୍ତି , ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଏହିକଥା ଜଣା ହେବା ଆବଶ୍ୟକ

ସେୟାର୍ କରନ୍ତୁ

ଫୁଲକୋବି ତରକାରୀ ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥାଏ। ଏହା ସବୁ ଋତୁରେ ବଜାରରେ ସହଜରେ ମିଳି ଯାଉଥିବା ପରିବା ମାନଙ୍କ ମଧ୍ୟରୁ ଗୋଟିଏ ଅଟେ। କିନ୍ତୁ ଆପଣ ଜାଣିଛନ୍ତି କି ଫୁଲକୋବି ଗୁଣର ଭଣ୍ଡାର ହୋଇଥାଏ , ଯଦି ଜାଣି ନାହାଁନ୍ତି , ତେବେ ଆପଣଙ୍କୁ କହିରଖୁଛୁ ଯେ ଶୀତ ଋତୁରେ ଫୁଲକୋବି କିପରି ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

Google

ଫୁଲକୋବିରେ ପ୍ରୋଟିନ , ଫୋସଫୋରସ , ଆଇରନ , ପୋଟାସିୟମ , ସଲଫର , ନିୟାସୀନ ଏବଂ ଭିଟାମିନ ସି ଭଳି ପୋଷକ ତତ୍ୱ ଅଧିକ ମାତ୍ରାରେ ରହିଥାଏ। ସଲଫର ଏବଂ କ୍ଲୋରିନ ତତ୍ୱର ମାତ୍ରା ହେବା କାରଣରୁ ଏହା ଶରୀରର ଆଭ୍ୟନ୍ତରୀଣ ଆବର୍ଜନାକୁ ସଫା କରିବା କାମ କରିଥାଏ।

ଫୁଲକୋବି କେବଳ ସ୍ୱାସ୍ଥ୍ୟକୁ ଠିକ କରିନଥାଏ ବରଂ ଏହା ମୁହଁର ଦାଗକୁ ମଧ୍ୟ ଦୂର କରିଥାଏ। ଯଦି ଆପଣଙ୍କ ମୁହଁରେ ତିଳର ଦାଗ ରହିଛି , ତେବେ ସେହି ସ୍ଥାନରେ ପ୍ରତିଦିନ କୋବି ରସ ଲଗାନ୍ତୁ। ଏହାଦ୍ବାରା କିଛିଦିନରେ ହିଁ ତିଳର ଦାଗ ଲିଭିଯିବ।

ସଲଫର ଅଧିକ ଥିବା କାରଣରୁ ଫୁଲକୋବି ରକ୍ତକୁ ପରିଷ୍କାର କରିଥାଏ , ଯେଉଁ କାରଣରୁ ଚର୍ମ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଫୁଲକୋବିର ସଲଫୋରାଫିନ ରସାୟନ ହୃଦ ରୋଗ ପାଇଁ ବହୁତ ଭଲ ହୋଇଥାଏ। ଯଦି ଆପଣଙ୍କର କୋଷ୍ଠକାଠିନ୍ୟର ସମସ୍ୟା ରହିଛି , ତେବେ ରାତିରେ କୋବିର ରସ ପିଇବା ଆପଣଙ୍କ ପାଇଁ ଲାଭଦାୟକ ହେବ।

ଯଦି ଆପଣଙ୍କୁ କେବେ ଆଘାତ ଲାଗୁଛି , ତେବେ କ୍ଷତ ସ୍ଥାନରେ କୋବି ପତ୍ରକୁ ଗରମ ପାଣିରେ ଧୋଇ , ତାପରେ ତାହାକୁ କପଡ଼ାରେ ଶୁଖାଇ ଲଗାନ୍ତୁ। ଏଭଳି କରିବା ଦ୍ୱାରା ଆପଣଙ୍କୁ ଲାଭ ମିଳିବ।

Google

କୋବିର ରସ ପିଇବା ଦ୍ୱାରା ଆଖିର ଦୁର୍ବଳତା ଦୂର ହୋଇ ଯାଇଥାଏ ଏବଂ ଜଣ୍ଡିସ ଦୂର କରିବାରେ ସାହାଯ୍ୟ ମିଳିଥାଏ।

କୋବିର ପତ୍ରକୁ ଛେଚି ରସ ପ୍ରସ୍ତୁତ କରି କୁଳୁକୁଳୁ କରିବା ଦ୍ୱାରା ମାଢ଼ିରୁ ରକ୍ତ ବାହାରିବା ବନ୍ଦ ହୋଇଯାଏ। ଏହା ସହିତ କଞ୍ଚା ଫୁଲକୋବିକୁ ଚୋବାଇବା ଦ୍ୱାରା ମାଢି ଫୁଲା ମଧ୍ୟ ଦୂର ହୋଇଯାଏ।

ଫୁଲକୋବିରେ କୋଲିନ ମିଳିଥାଏ , ଯାହା ଯକୃତରେ କୋଲେଷ୍ଟ୍ରୋଲ ଜମା ହେବାକୁ ରୋକିବାରେ ସାହାଯ୍ୟ କରିଥାଏ। ଫୁଲକୋବିରୁ ମିଳୁଥିବା ଫାଇବର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ।

ଆଣ୍ଠୁଗଣ୍ଠି ଯନ୍ତ୍ରଣା , ହାଡ଼ରେ ଯନ୍ତ୍ରଣା ଆଦିର ସମସ୍ୟା ହେବା ଦ୍ୱାରା କୋବି ଏବଂ ଗାଜରର ରସ ସମାନ ମାତ୍ରାରେ ମିଶାଇ ପିଇବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ। କ୍ରମାଗତ ଭାବରେ ତିନିମାସ ଏହାକୁ ସେବନ କରିବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ।

ରକ୍ତ ସଫା କରିବା ଏବଂ ଚର୍ମ ରୋଗରୁ ରକ୍ଷା କରିବାପାଇଁ କୋବି ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିପାଇଁ ଆପଣ କଞ୍ଚା କୋବି କିମ୍ବା ଏହାର ଜୁସ ପ୍ରସ୍ତୁତ କରି ସେବନ କରିପାରିବେ। ଏହି ଦୁଇଟିଯାକ ଉପାୟ ଲାଭକାରୀ ଅଟେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *