Excuse Me Odisha

ଯାହା କହିବୁ ସତ କହିବୁ

ଶନିଦେବ ଏବଂ ଭଗବାନ ହନୁମାନଙ୍କ କୃପାରୁ ଏହି ୬ଟି ରାଶିର ଲୋକଙ୍କ ସମସ୍ୟା ଦୂର ହେବ। ସବୁ ପ୍ରୟାସ ହେବ ସଫଳ।

ସେୟାର୍ କରନ୍ତୁ

ମନୁଷ୍ୟ ଜୀବନରେ ପରିସ୍ଥିତି ସମୟ ଅନୁସାରେ ଲଗାତାର ବଦଳି ଥାଏ। କେବେ ନିଜ ଜୀବନରେ ସୁଖର ମୁହୁର୍ତ୍ତ ଆସିଥାଏ ତ ଆଉକେବେ ଜୀବନରେ ସମସ୍ୟା ଦେଖା ଦେଇ ଥାଏ। ଜ୍ୟୋତିଷ ଗଣନା ଅନୁସାରେ ଯେଉଁ  ପରିବର୍ତ୍ତନ ମନୁଷ୍ୟ ଜୀବନରେ ଆସିଥାଏ , ଏହାପଛରେ ଗ୍ରହ ମାନଙ୍କର ମୁଖ୍ୟ ଭୂମିକା ରହିଥାଏ। ସର୍ବଦା ଗ୍ରହ ନକ୍ଷତ୍ରର ସ୍ଥିତିରେ ପରିବର୍ତ୍ତନ ଅନୁସାରେ ଲୋକଙ୍କ ଜୀବନରେ ସେହିଭଳି ପ୍ରଭାବ ପଡିଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ, ଏହା ନିରନ୍ତର ଚାଲି ରହିଥାଏ। ଏହାକୁ ଅଟକାଇବା ସମ୍ଭବ ନୁହେଁ।

ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିର ଲୋକଙ୍କ ଉପରେ ଗ୍ରହ ନକ୍ଷତ୍ରର ଶୁଭ ପ୍ରଭାବ ପଡ଼ିବ। ଏହି ରାଶିର ଲୋକଙ୍କୁ ଶନିଦେବ ଏବଂ ହନୁମାନଙ୍କ ବିଶେଷ କୃପା ମିଳିବ। ଜୀବନରେ ସମସ୍ୟାରୁ ମୁକ୍ତି ମିଳିବ। କାର୍ଯ୍ୟରେ ଉଚିତ ପରିଣାମ ପ୍ରାପ୍ତ ହେବ। କହିବାକୁ ଗଲେ ଏହି ସୁଖୀ ରାଶି କେଉଁ ଗୁଡ଼ିକ ଆସନ୍ତୁ ଜାଣିବା ସେହି ବିଷୟରେ ।

Google

ଆସନ୍ତୁ ଜାଣିବା କେଉଁ ରାଶି ଉପରେ ରହିବ ଶନିଦେବ ଏବଂ ହନୁମାନଙ୍କ ଆଶୀର୍ବାଦ।

ମେଷ ରାଶି:-

ମେଷ ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ଅତ୍ୟନ୍ତ ସୁଖମୟ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣ ନିଜ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ କେନ୍ଦ୍ରିତ କରିବେ। ଅଫିସ ରେ ବାତାବରଣ ଆପଣଙ୍କ ସପକ୍ଷରେ ରହିବ। ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ଶନିଦେବ ଏବଂ ଶ୍ରୀହନୁମାନଙ୍କ ଆଶୀର୍ବାଦରେ ଆପଣଙ୍କ ପରିଶ୍ରମ ସାର୍ଥକ ରହିବ। ପାରିବାରିକ ଜୀବନ ଶାନ୍ତ ରହିବ। ବୃଦ୍ଧ ଲୋକଙ୍କ ପରାମର୍ଶ ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ। ଆପଣ ନିଜର ସବୁ କାର୍ଯ୍ୟ ପ୍ରତି ଧର୍ଯ୍ୟବାନ ରହିବେ। ଅବିବାହିତ ଲୋକଙ୍କୁ ବିବାହର ପ୍ରସ୍ତାବ ମିଳିପାରେ। ପ୍ରେମ ଜୀବନରେ ପ୍ରେମୀଙ୍କ ବ୍ୟବହାରରେ ଆପଣ ଅଧିକ ପ୍ରସନ୍ନ ରହିବେ। ଖର୍ଚ୍ଚ କମ୍ ହେବ। ଆମଦାନୀ ରେ ବୃଦ୍ଧି ହେବ।

କନ୍ୟା ରାଶି:-

କନ୍ୟା ରାଶିର ଲୋକଙ୍କ ଉପରେ ଭଗବାନ ଶନିଦେବ ଏବଂ ଶ୍ରୀହନୁମାନଙ୍କ ବିଶେଷ ଆଶୀର୍ବାଦ ମିଳିବ। ନୂଆ କାରବାର ଆରମ୍ଭ କରିବାରେ ଆପଣଙ୍କୁ ସଫଳତା ମିଳିବ । ଚାକିରୀ କ୍ଷେତ୍ରରେ ଲୋକେ ଆପଣଙ୍କୁ ପସନ୍ଦ କରିବେ। ଧାର୍ମିକ ସ୍ଥଳକୁ ଯାତ୍ରା କରିବା ପାଇଁ ଯୋଜନା କରି ପାରନ୍ତି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରୁ ସମସ୍ୟା ଦୂର ହେବ। ପ୍ରେମ ସମ୍ବନ୍ଧ ସୁଦୃଢ ରହିବ। ଏହି ରାଶିର ଲୋକଙ୍କୁ ବଡ଼ ଆର୍ଥିକ ଲାଭ ମିଳିପାରେ।

ତୁଳା ରାଶି:-

ତୁଳା ରାଶିର ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ସୁଖମୟ ରହିବ। ଆପଣ ପ୍ରସନ୍ନ ରହିବେ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ବଡ଼ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ପ୍ରତି ଆକର୍ଷଣ ରହିବ। ଶନିଦେବ ଏବଂ ହନୁମାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ବର୍ତମାନ ବନେଇଥିବା ଯୋଜନାରେ ଆପଣଙ୍କୁ ଭବିଷ୍ୟତରେ ସଫଳତା ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ।

ଧନୁ ରାଶି:-

ଧନୁ ରାଶିର ଲୋକଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ପାରିବାରିକ ଜୀବନରୁ ସମସ୍ୟା ଦୂର ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଆପଣ ସବୁ କାର୍ଯ୍ୟକୁ ଉଚିତ ଢଙ୍ଗରେ ସମ୍ପନ୍ନ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ସମ୍ପର୍କୀୟଙ୍କ ଠାରୁ ଉପହାର ମିଳିପାରେ। ଏହି ରାଶିର ଲୋକେ ମହିଳାଙ୍କ ଆଡ଼କୁ ଆକର୍ଷିତ ହୋଇ ପାରନ୍ତି। ଆପଣଙ୍କର ଅଧୁରା ଇଛା ପୂରଣ ହେବ। ଯାହା ଦ୍ଵାରା ଆପଣଙ୍କର ମନ ପ୍ରସନ୍ନ ରହିବ।

ମକର ରାଶି:-

ମକର ରାଶିର ଲୋକଙ୍କର ସାମାଜିକ ଦାୟିତ୍ଵ ବୃଦ୍ଧି ହେବ। ଆପଣ ଅନ୍ୟମାନଙ୍କ ଭଲ ପାଇଁ କିଛି କାର୍ଯ୍ୟ କରି ପାରନ୍ତି। ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। କାର୍ଯ୍ୟ ମାମଲାରେ ଆପଣଙ୍କ ପ୍ରୟାସ ସଫଳ ରହିବ। ବନ୍ଧୁଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଶନିଦେବ ଏବଂ ହନୁମାନଙ୍କ କୃପାରୁ ଆପଣଙ୍କର ସବୁ ସମସ୍ୟା ଦୂର ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି।ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କୁମ୍ଭ ରାଶି:-

କୁମ୍ଭ ରାଶିର ଲୋକଙ୍କୁ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଅଚାନକ ଆପଣଙ୍କୁ ଧନଲାଭ ହୋଇପାରେ। ଘର ପରିବାର ରେ ଆର୍ଥିକ  ସ୍ଥିତି ସୁଦୃଢ ରହିବ। କାର୍ଯ୍ୟରେ ଆପଣଙ୍କର ମନ ଲାଗିବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ । ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବା ସହିତ ବେତନରେ ବୃଦ୍ଧି ହେବ। ବ୍ୟାପାର ରେ ଲାଭ ମିଳିବ ଏବଂ ବିସ୍ତାର ସମ୍ଭବ ଅଟେ। ପ୍ରଭାବଶାଳୀ ଲୋକଙ୍କ ଠାରୁ ମାର୍ଗଦର୍ଶନ ମିଳିବ, ଯାହାଦ୍ବାରା କ୍ୟାରିୟରରେ ଆପଣ ଆଗକୁ ବଢ଼ିବେ। ଆପଣଙ୍କ ପୁରୁଣା ଯୋଜନା ସଫଳ ହେବ।

ଆସନ୍ତୁ ଜାଣିବା ବାକି ରାଶି ଗୁଡିକର କିପରି ରହିବ ଅବସ୍ଥା –

ବୃଷ ରାଶି:-

ବୃଷ ରାଶିର ଲୋକଙ୍କୁ ମାନସିକ ଚିନ୍ତାର ସାମ୍ନା କରିବାକୁ ପଡିପାରେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କୁ ନିଜ ପରିଶ୍ରମ ଉପରେ ଭରସା ରଖିବା ଆବଶ୍ୟକ। ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ରହିବ। ଆୟ ସାମାନ୍ୟ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସମସ୍ୟା ଦେଖା ଦେଇପାରେ। ଆପଣଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିପାରେ। ଆପଣ କିଛି କଥାରେ କ୍ରୋଧିତ ହୋଇ ପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରି ପାରନ୍ତି, ଏବଂ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ। ଅଯଥା ମାନସିକ ଚିନ୍ତା ବଢିପାରେ।

Google

ମିଥୁନ ରାଶି:-

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ପାରିବାରିକ ମାମଲାରେ କିଛି ନିଷ୍ପତ୍ତି ନେଇ ପାରନ୍ତି , କିନ୍ତୁ ଶୀଘ୍ରତା କରନ୍ତୁ ନାହିଁ। ବ୍ୟାପାରରେ ଜଡ଼ିତ ଲୋକଙ୍କୁ କିଛି ପରିବର୍ତ୍ତନ କରିବା ପାଇଁ  ପରାମର୍ଶ ମିଳିପାରେ। ବାହନ ପ୍ରୟୋଗ ସମୟରେ ସାବଧାନ ରୁହନ୍ତୁ। ମାନସିକ ଚିନ୍ତା ଅଧିକ ରହିବା କାରଣରୁ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପ୍ରେମ ଜୀବନ ସାମାନ୍ୟ ରହିବ। ଶ୍ଵଶୁର ଘର ପକ୍ଷରୁ ସୁଖଦ ସମାଚାର ମିଳିପାରେ।

କର୍କଟ ରାଶି:-

କର୍କଟ ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ସାମାନ୍ୟ ରହିବ। କାର୍ଯ୍ୟ ମାମଲାରେ ଅଧିକ ବ୍ୟସ୍ତ ରହିବେ। ବ୍ୟବସାୟ ପାର୍ଟନରଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। ପାରିବାରିକ ମାହୋଲ ସୁଖମୟ ରହିବ। ସନ୍ତାନଙ୍କ ଉନ୍ନତିରେ ଆପଣ ଗର୍ବ ଅନୁଭବ କରିବେ। କୌଣସି ବିବାଦରେ ପଡନ୍ତୁ ନାହିଁ। ପ୍ରାଇଭେଟ ଚାକିରୀ କରୁଥିବା ଲୋକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ସହକର୍ମୀଙ୍କ ସହିତ ମତଭେଦ ହୋଇପାରେ।

ସିଂହ ରାଶି:-

ସିଂହ ରାଶିର ଲୋକଙ୍କ ପାଇଁ ଦିନଟି ଦୁର୍ବଳ ରହିଛି। ଖର୍ଚ୍ଚରେ ବୃଦ୍ଧି ହେବ, ଯାହାଦ୍ବାରା ଆପଣଙ୍କର ଆର୍ଥିକ ମାନ୍ଦା ଅବସ୍ଥାର ସାମ୍ନା କରିବାକୁ ପଡିପାରେ । ଚାକିରୀ କ୍ଷେତ୍ରରେ ଉଚିତ ପରିଣାମ ପ୍ରାପ୍ତ ହେବ, ଏଥିପାଇଁ ଆପଣଙ୍କୁ ସଂଘର୍ଷ କରିବାକୁ ପଡ଼ିବ। ସାମାଜିକ କ୍ଷେତ୍ରରେ ଉଚିତ ପରିଣାମ ପ୍ରାପ୍ତ କରିବେ। ମାତାପିତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିବ। ପିତାମାତାଙ୍କ ତରଫରୁ ଆଶୀର୍ବାଦ ପ୍ରାପ୍ତ ହେବ।

ବିଛା ରାଶି:-

ବିଛା ରାଶିର ଲୋକଙ୍କ ମନରେ ଅନେକ ବିଚାର ଆସିପାରେ। କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ବ୍ୟସ୍ତ ରହି ପାରନ୍ତି। ଆପଣ କୌଣସି ମାମଲାରେ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରିବା ଆବଶ୍ୟକ।  ଶୀଘ୍ରତା ରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ନଚେତ ହାନୀ ହୋଇପାରେ। ପ୍ରେମ ଜୀବନ ପାଇଁ ସମୟ ସାମାନ୍ୟ ରହିବ। ସୁଖ ସାଧନରେ ଖର୍ଚ୍ଚ ହୋଇପାରେ। ପ୍ରେମୀ ଆପଣଙ୍କ ଉପରେ କ୍ରୋଧ ପ୍ରଦର୍ଶନ କରି ପାରନ୍ତି।ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କୁ ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ ହେବ।

ମୀନ ରାଶି:-

ମୀନ ରାଶିର ଲୋକଙ୍କ ପାଇଁ  ସମୟ ସାମାନ୍ୟ ରହିଛି।ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ଉତ୍ତମ ତାଳମେଳ ରଖିବେ। ମାତାଙ୍କ ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ରହି ପାରନ୍ତି। ନିଜ ସ୍ବାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ରଖନ୍ତୁ। ନିବେଶ ସମ୍ବନ୍ଧିତ ମାମଲାରେ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *