Excuse Me Odisha

ଯାହା କହିବୁ ସତ କହିବୁ

ଚାକିରୀ ବ୍ୟବସାୟରେ ମିଳିବ ସଫଳତା , କରନ୍ତୁ ଏହି କାମ

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ଅର୍ଥଶାସ୍ତ୍ରର ବହୁତ ବଡ଼ ବିଦ୍ୱାନ ଥିଲେ। ତାଙ୍କର ନୀତି ମାର୍ଗରେ ଚାଲି ଚନ୍ଦ୍ରଗୁପ୍ତ ସମ୍ରାଟ ହୋଇଥିଲେ। ସେ ଅର୍ଥଶାସ୍ତ୍ରକୁ ଦୃଢ଼ କରୁଥିବା ବ୍ୟବସାୟ ଉପରେ ମଧ୍ୟ ଗଭୀର ଭାବରେ ଅଧ୍ୟୟନ କରିଥିଲେ। ସେଗୁଡିକୁ ଉନ୍ନତ କରିବାପାଇଁ ଚାଣକ୍ୟନୀତିରେ ଅନେକ ନୀତିକୁ ଅନ୍ତର୍ଭୁକ୍ତ ମଧ୍ୟ କରିଥିଲେ। ଆସନ୍ତୁ ଜାଣିବା ଜଣେ ସଫଳ ବ୍ୟବସାୟୀ ପାଇଁ ସେ କଣ କହିଛନ୍ତି।

ସମାନେ ଶୋଭତେ ପ୍ରିତୀ ରାଜ୍ଞି ସେବା ଚ ଶୋଭତେ।

ବାଣିଜ୍ୟଙ୍ଗ ବ୍ୟବହାରେଷୁ ସ୍ତ୍ରୀ ଦିବ୍ୟା ଶୋଭତେ ଗୃହେ।।

ଏହି ଶ୍ଳୋକ ମାଧ୍ୟମରେ ଚାଣକ୍ୟ କହିଛନ୍ତି ଯେ ବନ୍ଧୁତା ସମାନତା ଭାବରେ କରାଯିବା ଉଚିତ। ଚାଣକ୍ୟ ନୀତି ଅନୁଯାୟୀ , ବ୍ୟବସାୟରେ ସେହି ଲୋକମାନେ ସଫଳତା ହାସଲ କରିଥାନ୍ତି , ଯେଉଁମାନେ କୁଶଳ ବ୍ୟବହାରର ଲୋକ ହେବା ସହିତ ଭଲ ବକ୍ତା ମଧ୍ୟ ହୋଇଥିବେ। ଅର୍ଥାତ ଯିଏ ବାକଚାତୁର୍ଯ୍ୟରେ ବିଜ୍ଞ ହୋଇଥିବେ।

Google

ବ୍ୟବସାୟରେ ଏହି ଦୁଇଟି ଗୁଣର ଭରପୁର ବ୍ୟବହାର ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି। ବ୍ୟବହାର ଏବଂ ବାକଚାତୁର୍ଯ୍ୟ ହିଁ ବ୍ୟବସାୟରେ ସଫଳତାର ମାଧ୍ୟମ ହୋଇଥାଏ। ଜଣେ ବ୍ୟବସାୟୀଙ୍କୁ କେବେ ମଧ୍ୟ ମନରେ ଖରାପ ଭାବନା ଆଣିବା ଉଚିତ ନୁହେଁ। ସକାରାତ୍ମକ ଭାବନା ଦ୍ୱାରା କାର୍ଯ୍ୟକୁ ଆରମ୍ଭ କରିବା ଦ୍ୱାରା ସଫଳତା ନିଶ୍ଚିତ ଭାବରେ ମିଳିଥାଏ। କିନ୍ତୁ ନକାରତ୍ମକ ଭାବନା କାରଣରୁ ଭଲ କାମ ମଧ୍ୟ ଖରାପ ହୋଇ ଯାଇଥାଏ।

ଜଣେ ବ୍ୟବସାୟୀଙ୍କୁ ସର୍ବଦା ସମସ୍ତ ପ୍ରକାରର ବିପଦ ଉଠାଇବା ପାଇଁ ପ୍ରସ୍ତୁତ ରହିବା ଉଚିତ। ଏଥିସହ କୌଣସି କାମ ଆରମ୍ଭ କରିବା ପୂର୍ବରୁ , ସେହି କାମ ସମ୍ପର୍କିତ ସମସ୍ତ ସୂଚନା ତାଙ୍କ ନିକଟରେ ରହିବା ଉଚିତ। ଏହାବ୍ୟତୀତ ବ୍ୟବସାୟୀଙ୍କୁ ଭଲ ରଣନୀତି ସହ ନୂତନ ପରିବର୍ତ୍ତନ ଦ୍ୱାରା ପରିଚିତ ରହିବାର ମଧ୍ୟ ଆବଶ୍ୟକତା ରହିଛି।

ବ୍ୟକ୍ତିଙ୍କ ମଧ୍ୟରେ ସମସ୍ତଙ୍କୁ ସାଥିରେ ନେଇ ଚାଲିବାର ଗୁଣ ରହିବା ଦ୍ୱାରା ସେ ଖୁବ ଶୀଘ୍ର ସଫଳତା ହାସଲ କରିଥାନ୍ତି। ବ୍ୟବସାୟରେ ଏକୁଟିଆ କାର୍ଯ୍ୟ କରିବା ଦ୍ୱାରା ଶୀଘ୍ର ସଫଳତା ମିଳେ ନାହିଁ , ଏଥିପାଇଁ ଯେଉଁ ବ୍ୟବସାୟୀଙ୍କ ନିକଟରେ ସହଯୋଗୀ ମାନଙ୍କର ଗୋଷ୍ଠୀ ରହିଥାଏ , ସେ ଦ୍ରୁତ ଗତିରେ ସଫଳତା ଆଡକୁ ଗତି କରିଥାନ୍ତି।

Google

ଲୋକମାନେ ବ୍ୟବହାରରେ କୁଶଳ ହେବା ସହ କଠିନ ପରିଶ୍ରମ କରିଥାନ୍ତି। ସେଥିପାଇଁ ଜଣେ କୁଶଳ ବ୍ୟବସାୟୀଙ୍କୁ ସଦା ସର୍ବଦା ନିଜ ସମ୍ପର୍କକୁ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି। ଏହି ଗୁଣ ବିନା ସଫଳ ହେବା ଅସମ୍ଭବ ଅଟେ।

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି ଯେ ଜଣେ ବ୍ୟବସାୟୀଙ୍କୁ ଦୁନିଆଁର ଯେକୌଣସି ଅଂଶରେ ବ୍ୟବସାୟ କରିବାପାଇଁ ସଦା ସର୍ବଦା ପ୍ରସ୍ତୁତ ରହିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *