Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ପରେ ଏହି ରାଶିର ଲୋକଙ୍କ ଉପରେ ପ୍ରସନ୍ନ ରହିବେ ମାତା ଲକ୍ଷ୍ମୀ , ଅନ୍ୟମାନଙ୍କୁ ଆର୍ଥିକ ସମସ୍ୟା ଭୋଗିବାକୁ ପଡ଼ିପାରେ

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମର ସବୁଠାରୁ ବଡ଼ ପର୍ବ ଦୀପାବଳିକୁ ବର୍ତ୍ତମାନ ଆଉ କିଛି ଦିନ ବାକି ରହିଛି। ଏହି ପର୍ବର ସିଧାସଳଖ ସମ୍ପର୍କ ଧନ ଏବଂ ଐଶର୍ଯ୍ୟ ସହିତ ରହିଛି। ଏହିଦିନ ଧନର ଦେବୀ ମା ଲକ୍ଷ୍ମୀ , ପ୍ରଥମ ପୂଜ୍ୟ ଭଗବାନ ଗଣେଶ ଏବଂ କୁବେର ଦେବତାଙ୍କୁ ପୂଜା କରାଯାଏ। ଦୀପାବଳି ଠାରୁ ଧନ ଲକ୍ଷ୍ମୀ ବର୍ଷର ମଧ୍ୟ ଆରମ୍ଭ ହୋଇଯାଏ ଏବଂ ଏହାଦ୍ବାରା ଆର୍ଥିକ ବର୍ଷର ଗଣନା ହୋଇଥାଏ। ଅର୍ଥାତ ଏହା ଆକଳନ କରାଯାଏ ଯେ ଏହି ଦୀପାବଳି ଠାରୁ ଆସନ୍ତା ଦୀପାବଳି ପର୍ଯ୍ୟନ୍ତର ସମୟ ଧନ ସମୃଦ୍ଧି ମାମଲାରେ କିପରି ରହିବାକୁ ଯାଉଛି।

ବାର୍ଷିକ ଆର୍ଥିକ ବର୍ଷର ଗଣନା ପାଇଁ ଲାଭ ଏବଂ ହାନିର ଚକ୍ର ପ୍ରସ୍ତୁତ କରାଯାଇଥାଏ ଏବଂ ସେଥିରୁ ଗଣନା କରାଯାଇ ଏହା ଜଣାଯାଇଥାଏ ଯେ ଏହି ଦୀପାବଳିରେ ଆପଣଙ୍କ ରାଶି ପାଇଁ ମାତା ଲକ୍ଷ୍ମୀ କଣ କହୁଛନ୍ତି। ତେବେ ଆସନ୍ତୁ ଜାଣିବା ଏହିବର୍ଷ ଆପଣଙ୍କ ଆୟ ଏବଂ ଲାଭରେ ବୃଦ୍ଧି ହେବ କିମ୍ବା ଏହି ବର୍ଷ ଆପଣଙ୍କ ପାଇଁ କ୍ଷତିକାରକ ରହିବ।

ମେଷ ରାଶି:-

ମେଷ ରାଶିର ଜାତକ ପାଇଁ ଏହି ଧନ ଲକ୍ଷ୍ମୀ ବର୍ଷରେ ଲାଭ କମ ଏବଂ ଅଧିକ କ୍ଷତି ହେବାର ସମ୍ଭାବନା ରହିଛି। ଆପଣଙ୍କୁ ଆପଣଙ୍କର ଆୟରେ ବୃଦ୍ଧି କରିବା ପାଇଁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ଆୟରୁ ଅଧିକ ଖର୍ଚ୍ଚ କରିବା ଦ୍ୱାରା ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ଏବଂ ଋଣ ମଧ୍ୟ ନେବାକୁ ପଡିପାରେ। ଏହି ସବୁରୁ ରକ୍ଷା ପାଇବାପାଇଁ ଆୟ ଅନୁଯାୟୀ ହିଁ ଖର୍ଚ୍ଚ କରନ୍ତୁ।

Google

ଯଦି ଆପଣ ବିନିଯୋଗ କରିବାକୁ ଭାବୁଛନ୍ତି , ତେବେ ଏହି ବର୍ଷ ଭାବିଚିନ୍ତି ହିଁ ବିନିଯୋଗ କରନ୍ତୁ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ନିଜ ପାଖରେ ହିଁ ଟଙ୍କା ସଞ୍ଚୟ କରି ରଖନ୍ତୁ , ଯାହାଫଳରେ ଭବିଷ୍ୟତରେ ଆପଣଙ୍କୁ ଟଙ୍କାର କୌଣସି ସମସ୍ୟା ହେବ ନାହିଁ।

ବୃଷ ରାଶି:-

ବୃଷ ରାଶିର ଜାତକ ପାଇଁ ଏହି ବର୍ଷ ମିଶ୍ରିତ ରହିବ। ଆପଣଙ୍କ ଲାଭ ହାନି ଚକ୍ର ଏହି ସଙ୍କେତ ଦେଉଛି ଯେ ଆପଣଙ୍କ ଆୟ ବଢିବ ନାହିଁ , କିନ୍ତୁ ଯେତିକି ଆପଣଙ୍କର ଆୟ ରହିଛି , ସେତିକି ହିଁ ରହିବ। ଏହାବ୍ୟତୀତ ଏକ ଭଲ ଖବର ଏହା ଯେ ଏହିବର୍ଷ ଆପଣ ସନ୍ତୁଳିତ ଖର୍ଚ୍ଚ କରିବେ ଏବଂ ଆପଣଙ୍କ ଆୟ ବ୍ୟୟରେ ଭଲ ତାଳମେଳ ବଜାୟ ରଖିବେ।

ବୃଷ ରାଶିର ଜାତକ ଏହି ବର୍ଷ ବେଆଇନ ଜିନିଷରେ କମ ଖର୍ଚ୍ଚ କରିବେ ଏବଂ ଆପଣଙ୍କର ଟଙ୍କାର ଗୁରୁତ୍ୱକୁ ଭଲଭାବରେ ବୁଝିବେ। ମୋଟାମୋଟି ଭାବରେ ଏହା କହିବା ଭୁଲ ହେବନାହିଁ ଯେ ଏହିବର୍ଷ ଆପଣ ଖର୍ଚ୍ଚ ମାମଲାରେ ସନ୍ତୁଳିତ ରହିବେ ଏବଂ ଅଧିକ ମିଳିବ ନାହିଁ କିମ୍ବା ଅଧିକ ଖର୍ଚ୍ଚ ମଧ୍ୟ କରିବେ ନାହିଁ।

ମିଥୁନ ରାଶି:-

ମିଥୁନ ରାଶିର ଜାତକ ପାଇଁ ଏହି ବର୍ଷ ଭଲ ଏବଂ ଖରାପ କଥା ରହିଛି। ପ୍ରଥମେ ଭଲ କଥା ଏହା ଯେ ଏହିବର୍ଷ ଯଦି ଆପଣ ପରିଶ୍ରମ କରିବେ , ତେବେ ତାହାର ଫଳ ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ। ଆୟର ନୂତନ ସ୍ରୋତ ଖୋଲିବ। ଯଦି ଆପଣ ବ୍ୟବସାୟ କ୍ଷେତ୍ର ସହ ଜଡିତ ଅଛନ୍ତି , ତେବେ ଆପଣଙ୍କର ନିଶ୍ଚିତ ଭାବରେ ଉନ୍ନତି ହେବ। କିଛି ଭଲ ଚୁକ୍ତି ଫାଇନାଲ ହୋଇପାରେ। ଏଭଳି ପରିସ୍ଥିତିରେ ଆର୍ଥିକ ଲାଭ ମିଳିବାର ଯୋଗ ରହିଛି।

ଏଥିସହିତ ଆପଣଙ୍କ ଲାଭ ହାନିଚକ୍ର ଏହି ସଙ୍କେତ ଦେଉଛି ଯେ ଏହିବର୍ଷ ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହେବ। ଅଯଥା ଖର୍ଚ୍ଚ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖର୍ଚ୍ଚ ବଢିବ। ଏହି କାରଣରୁ ଭଲ ଆୟ ହେବା ପରିବର୍ତ୍ତେ ଆପଣ ଆର୍ଥିକ ମାମଲାରେ ଫସି ରହିବେ। ଏଭଳି ପରିସ୍ଥିତିରେ ଟଙ୍କା ସଞ୍ଚୟ କରି ରଖନ୍ତୁ , ଯାହାଫଳରେ ସମସ୍ୟା ହେବ ନାହିଁ।

କର୍କଟ ରାଶି:-

ଧନର ଦେବୀ ମାତା ଲକ୍ଷ୍ମୀ ଏହିବର୍ଷ କର୍କଟ ରାଶିର ଜାତକ ଉପରେ ଅତ୍ୟନ୍ତ ପ୍ରସନ୍ନ ରହିବେ। ଯଦି ଠିକ ସମୟରେ ଠିକ କାର୍ଯ୍ୟ କରିବେ , ତେବେ ଆପଣଙ୍କ ଆୟରେ ବୃଦ୍ଧି ହୋଇପାରେ। ସେୟାର , ଉପହାର କିମ୍ବା ଅନ୍ୟ କୌଣସି ଅନିୟୋଜିତ ମାର୍ଗ ଦ୍ୱାରା ଆପଣଙ୍କୁ ଧନ ମିଳିବାର ପ୍ରଭାବ ରହିଛି।

କୁବେରଙ୍କ କୃପା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ , ଏଭଳି ପରିସ୍ଥିତିରେ ଏହିବର୍ଷ କୁବେର ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଏହି ଦୀପାବଳିରେ କର୍କଟ ରାଶିର ଜାତକ ମାନଙ୍କୁ କୁବେର ମହାରାଜଙ୍କର ପୂଜା କରିବା ଉଚିତ।

ସିଂହ ରାଶି:-

ଲାଭ ହାନି ଚକ୍ରରେ ସିଂହ ରାଶିର ଜାତକ ପାଇଁ ଅଧିକ କ୍ଷତି ଥିବାର ଦେଖା ଯାଉନାହିଁ। ଏଭଳି ପରିସ୍ଥିତିରେ ଆପଣଙ୍କ ପାଇଁ ଏହିବର୍ଷ ଧନ ମାମଲାରେ ଶୁଭ ହେବାକୁ ଯାଉଛି। ଏହି ରାଶିର ଲୋକଙ୍କୁ ହଠାତ ଲାଭ ମିଳିବାର ଯୋଗ ରହିଛି। ଆପଣଙ୍କ ଆୟର ମୁଖ୍ୟ ସ୍ରୋତରୁ ହଟି ଅନ୍ୟ ସ୍ରୋତରୁ ମଧ୍ୟ ଧନ ଲାଭ ହେବାର ଯୋଗ ରହିଛି। ଏଭଳି ପରିସ୍ଥିତିରେ ଏହା କହିବା ଭୁଲ ହେବ ନାହିଁ ଯେ ଏହିବର୍ଷ ଆପଣଙ୍କ ଆର୍ଥିକ ପକ୍ଷକୁ ଦୃଢ଼ କରିବ।

କନ୍ୟା ରାଶି:-

କନ୍ୟା ରାଶିର ଜାତକ ପାଇଁ ମଧ୍ୟ ଏହିବର୍ଷ ଅତ୍ୟନ୍ତ ଲାଭଦାୟକ ରହିବାକୁ ଯାଉଛି। ଆୟରେ ବୃଦ୍ଧି ହେବ କିନ୍ତୁ ଖର୍ଚ୍ଚ ମଧ୍ୟ ରହିବ। ଏହି କାରଣରୁ ଆପଣଙ୍କ ବଜେଟ ଆପଣଙ୍କ ପାଇଁ ଚିନ୍ତାର ବିଷୟ ପାଲଟି ଯାଇପାରେ। ତେବେ ଅଧିକ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଅଯଥା ଖର୍ଚ୍ଚ କରିବା ଠାରୁ ଦୂରେଇ ରହିଲେ , ଭବିଷ୍ୟତରେ ଲାଭ ମିଳିବ।

ତୁଳା ରାଶି:-

ତୁଳା ରାଶିର ଜାତକ ପାଇଁ ଏହିବର୍ଷ ସାମାନ୍ୟ ରହିବ। ଆପଣଙ୍କ ଅଧିକ ଆୟ ହେବ ନାହିଁ କିମ୍ବା ଅଧିକ ଖର୍ଚ୍ଚ ମଧ୍ୟ ହେବ ନାହିଁ। ଅର୍ଥାତ ଏହା ସ୍ପଷ୍ଟ ଯେ ଆପଣଙ୍କ ବଜେଟ ସନ୍ତୁଳିତ ରହିବ।

ଏହି ରାଶିର ଜାତକକୁ ଏହିବର୍ଷ ନିଜ ମନ ଉପରେ କାବୁ ରଖିବାର ଆବଶ୍ୟକତା ରହିଛି , ଯାହାଫଳରେ ଅଧିକ ଖର୍ଚ୍ଚ ହେବ ନାହିଁ। ଏହାସହିତ ଯଦି ଆପଣ ବିନିଯୋଗ କରିବାପାଇଁ ଯୋଜନା କରୁଛନ୍ତି , ତେବେ ତାହାକୁ ସ୍ଥଗିତ ରଖନ୍ତୁ , ନଚେତ କ୍ଷତି ହୋଇପାରେ।

ବିଛା ରାଶି:-

ବିଛା ରାଶିର ଜାତକ ପାଇଁ ଭଲ ସମୟ ଆସୁନାହିଁ। ବାସ୍ତବରେ କ୍ଷତି ହେବାର ଯୋଗ ରହିଛି। ଏଭଳି ପରିସ୍ଥିତିରେ ଏହିବର୍ଷ ଆପଣଙ୍କୁ ଆପଣଙ୍କର ଆୟରେ ବୃଦ୍ଧି କରିବାପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ , ଯାହାପରେ ହିଁ ଆପଣଙ୍କୁ ସଫଳତା ମିଳିବ।

ଏହି ରାଶିର ଜାତକ ପାଇଁ ନିଜ ବଜେଟ ଉପରେ ସମ୍ପୂର୍ଣ୍ଣ ଭାବରେ ଧ୍ୟାନ ରଖିବାର ଆବଶ୍ୟକତା ରହିଛି , ନଚେତ ସମସ୍ୟା ହୋଇପାରେ। ଆପଣଙ୍କୁ କହୁରଖୁଛୁ ଯେ ଆପଣ ଏହିବର୍ଷ କୌଣସି ଜିନିଷରେ ମଧ୍ୟ ତତ୍ପରତାରେ ବିନିଯୋଗ କରନ୍ତୁ ନାହିଁ , କାରଣ କ୍ଷତିର ଯୋଗ ରହିଛି।

Google

ଧନୁ ରାଶି:-

ଧନୁ ରାଶିର ଜାତକ ପାଇଁ ଏହିବର୍ଷ ମିଶାମିଶି ରହିବ। ଆୟରେ ବୃଦ୍ଧି ହେବାର ଯୋଗ ନାହିଁ। ତେବେ ଏହିବର୍ଷ ଆପଣଙ୍କ ବଜେଟ ସନ୍ତୁଳିତ ରହିବ। ଏହାବ୍ୟତୀତ ଆପଣ କିଛି ସଞ୍ଚୟ ମଧ୍ୟ କରିପାରିବେ। ଆପଣଙ୍କୁ ଆପଣଙ୍କ ମନ ଉପରେ କାବୁ ରଖିବାର ଆବଶ୍ୟକତା ରହିଛି , ନଚେତ କ୍ଷତି ହୋଇପାରେ।

ଏହି ରାଶିର ଜାତକ ଯଦି ଜମି କିଣିବାକୁ ଚାହୁଁଛନ୍ତି , ତେବେ କିଣିପାରିବେ , କିନ୍ତୁ ବ୍ୟର୍ଥ ଆକାରରେ ଟଙ୍କା ଖର୍ଚ୍ଚ କରିବା ଠାରୁ ଦୂରେଇ ରୁହନ୍ତୁ।

ମକର ରାଶି:-

ମକର ରାଶି ଉପରେ ସାଢ଼େସାତି ଚାଲୁଅଛି , ତଥାପି ଧନର ଯୋଗ ରହିଛି। ଏହିବର୍ଷ ଆପଣଙ୍କୁ ଆର୍ଥିକ ସମସ୍ୟାର ଅନୁଭବ ହେବ ନାହିଁ। ବାସ୍ତବରେ ଖର୍ଚ୍ଚ ସହ ଆୟର ଯୋଗ ମଧ୍ୟ ହେବ , ଯାହାଦ୍ୱାରା ସନ୍ତୁଳିତ ରହିବ।

ଯଦି ଏହି ରାଶିର ଜାତକ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି , ତେବେ ଭାବିଚିନ୍ତି କରନ୍ତୁ। ବାସ୍ତବରେ ହଠାତ ଖର୍ଚ୍ଚ ବୃଦ୍ଧି ହେବାର ଯୋଗ ମଧ୍ୟ ରହିଛି। ଏଥିପାଇଁ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ ରାଶି:-

କୁମ୍ଭ ରାଶିର ଜାତକ ଉପରେ ମଧ୍ୟ ସାଢ଼େସାତି ଚାଲୁଅଛି , ଏଭଳି ପରିସ୍ଥିତିରେ ଆପଣଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ହୋଇପାରେ , କିନ୍ତୁ ଛୋଟ ଛୋଟ ଲାଭ ମିଳିବ। ମୋଟାମୋଟି ଭାବରେ ଆପଣଙ୍କର ଏହିବର୍ଷ ସନ୍ତୁଳିତ ରହିବ। ଏହାସହିତ ଆପଣଙ୍କୁ ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି , ନଚେତ କ୍ଷତି ହେବ।

ଏହି ରାଶିର ଜାତକକୁ ଟଙ୍କା କାରବାର ଉପରେ ଟିକିଏ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବିନିଯୋଗ ପାଇଁ ଭଲ ଯୋଗ ରହିଛି। ଆପଣ ସଞ୍ଚୟ ମଧ୍ୟ କରିପାରନ୍ତି।

ମୀନ ରାଶି:-

ମୀନ ରାଶିର ଜାତକ ପାଇଁ ଏହି ବର୍ଷ ମିଶ୍ରିତ ରହିବ। ଏହି ରାଶିର ଲୋକଙ୍କର ମଝି ମଝିରେ ଲାଭ ହୋଇପାରେ। ତେବେ ଅଧିକ ଖର୍ଚ୍ଚ ମଧ୍ୟ ରହିବ , କିନ୍ତୁ ଆୟ ମଧ୍ୟ ସେହି ହିସାବରେ ରହିବ। ତେବେ ଏହା ସ୍ପଷ୍ଟ ଯେ ଟଙ୍କାର ଅସୁବିଧା ଆପଣଙ୍କୁ ଏହିବର୍ଷ ଭୋଗିବାକୁ ପଡ଼ିବ ନାହିଁ।

ଏହି ରାଶିର ଜାତକ ଏହି ସମୟରେ ବିନିଯୋଗ କରିବା ଠାରୁ ଦୂରେଇ ରୁହନ୍ତୁ। ଏଥିସହିତ ଅଟକି ରହିଥିବା ଟଙ୍କା ମିଳିବାର ଯୋଗ ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ଆପଣଙ୍କ ପରିବାରରେ ହସ ଖୁସିର ପରିବେଶ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *