Excuse Me Odisha

ଯାହା କହିବୁ ସତ କହିବୁ

ଜାଣନ୍ତୁ ଦୀପାବଳିରେ ଲକ୍ଷ୍ମୀ ପୂଜାର ସମୟ ଏବଂ ଶୁଭ ମୁହୂର୍ତ୍ତ

ସେୟାର୍ କରନ୍ତୁ

ଦୀପାବଳିରେ ଲୋକମାନେ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି। ଏହିଦିନ ମାତା ଲକ୍ଷ୍ମୀ ପୃଥିବୀକୁ ଅବତରଣ କରିଥାନ୍ତି ଏବଂ ବିଧି ବିଧାନ ଅନୁଯାୟୀ ପୂଜା କରୁଥିବା ଲୋକମାନଙ୍କୁ ଇଚ୍ଛାନୁସାରେ ଫଳ ଦେଇଥାନ୍ତି। ଏହିଦିନ ଲକ୍ଷ୍ମୀପୂଜା ଦ୍ୱାରା ଘରେ କେବେ ମଧ୍ୟ ଟଙ୍କାର ସମସ୍ୟା ରହେନାହିଁ। ଚଳିତ ବର୍ଷ ଦୀପାବଳି ନଭେମ୍ବର ୧୪ ତାରିଖ ଦିନ ପଡୁଛି।

ଦୀପାବଳିରେ ଲକ୍ଷ୍ମୀ ପୂଜାର ପ୍ରଦୋଷ କାଳର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୫ଟା ବାଜି ୨୮ ମିନିଟ ରୁ ୭ଟା ବାଜି ୨୪ ମିନିଟ ପର୍ଯ୍ୟନ୍ତ ରହିଛି। ଅର୍ଥାତ ପୂଜାର ଶୁଭ ମୁହୂର୍ତ୍ତ କେବଳ ୧ ଘଣ୍ଟା ୫୬ ମିନିଟର ଅଟେ।

କିପରି କରିବେ ଲକ୍ଷ୍ମୀ ପୂଜା:-

ଭଗବାନ ଗଣେଶଙ୍କୁ ସ୍ନାନ କରାନ୍ତୁ। ବସ୍ତ୍ର ଅର୍ପଣ କରନ୍ତୁ। ଗନ୍ଧ କର୍ପୂର , ଫୁଲ , ଅକ୍ଷତ ଅର୍ପଣ କରନ୍ତୁ।

Google

ମାତା ଲକ୍ଷ୍ମୀଙ୍କର ମୂର୍ତ୍ତିକୁ ସ୍ନାନ କରାନ୍ତୁ। ସ୍ନାନ ପୂର୍ବରୁ ଜଳରେ ପୁଣି ପଞ୍ଚାମୃତ ଦ୍ୱାରା ଏବଂ ପୁଣିଥରେ ଜଳ ଦ୍ୱାରା ସ୍ନାନ କରାନ୍ତୁ।

ମାତା ଲକ୍ଷ୍ମୀଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ। ବସ୍ତ୍ର ପରେ ଅଳଙ୍କାର ପରିଧାନ କରାନ୍ତୁ। ତାପରେ ଫୁଲମାଳ ପିନ୍ଧାନ୍ତୁ। ସୁଗନ୍ଧିତ ଅତର ଅର୍ପଣ କରନ୍ତୁ।

କୁମକୁମ ଦ୍ୱାରା ଟିକା ଲଗାନ୍ତୁ। ଧୂପ ଦୀପ ଅର୍ପଣ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଗୋଲାପ ଫୁଲ ଅତ୍ୟନ୍ତ ପ୍ରିୟ ଅଟେ।

ବେଲ ପତ୍ର ଏବଂ ବେଲ ଫଳ ଅର୍ପଣ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

୧୧ କିମ୍ବା ୨୧ ଚାଉଳ ଅର୍ପଣ କରନ୍ତୁ। ଶ୍ରଦ୍ଧାନୁସାରେ ଘିଅ କିମ୍ବା ତେଲର ଦୀପ ଜାଳନ୍ତୁ। ମାତା ଲକ୍ଷ୍ମୀଙ୍କ ପୂଜା ପାଇଁ ଦୀପର ବତୀ ଲାଲି ରଙ୍ଗର ହେବା ଉଚିତ। ଦୀପକୁ ଡାହାଣ ପାର୍ଶ୍ଵରେ ରଖନ୍ତୁ। ଦୀପକୁ ବାମ ପାର୍ଶ୍ଵରେ ରଖିବା ଉଚିତ ନୁହେଁ।

Google

ମାତା ଲକ୍ଷ୍ମୀଙ୍କର ଆରତୀ କରନ୍ତୁ। ଆରତୀ ପରେ ପରିକ୍ରମା କରନ୍ତୁ।

ତାପରେ ନୈବେଦ୍ୟ ଅର୍ପଣ କରନ୍ତୁ। ମହାଲକ୍ଷ୍ମୀ ପୂଜା ସମୟରେ ‘ଓଁ ମହାଲକ୍ଷ୍ମୈୟ ନମଃ’ , ଏହି ମନ୍ତ୍ର ଜପ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *