Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୩ ନଭେମ୍ବର ୨୦୨୦,ଶୁକ୍ରବାର,ଏହି ଧନତେରସ ରେ କୁବେର ଖୋଲିବେ ଧନର ଦ୍ଵାର, ଏହି ଚାରିଟି ରାଶିର ଲୋକଙ୍କ ଉପରେ ହେବ ଧନ ବର୍ଷା।

ସେୟାର୍ କରନ୍ତୁ

ଆଜି ଧନତେରସ ଅଟେ। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି କୁ ଧନତେରସ ପାଳନ କରାଯାଏ। ଧନତେରସ ରେ କିଣାକିଣି କରିବାର ବିଶେଷ ମହତ୍ତ୍ଵ ରହିଛି। ଧନତେରସ ର ପର୍ବ ଧନ ଏବଂ ସ୍ବାସ୍ଥ୍ୟ ସହିତ ଜଡ଼ିତ ଏହିଦିନ ଧନର ଦେବତା କୁବେର ଙ୍କ ଉପାସନା କରାଯାଇଥାଏ। ଆମେ ଆପଣଙ୍କୁ ଶୁକ୍ରବାର ୧୩ ନଭେମ୍ବର ର ରାଶିଫଳ କହିବାକୁ ଯାଉଛୁ। ଏହି ରାଶିଫଳ ରେ ଆପଣଙ୍କୁ ଚାକିରୀ, ବ୍ୟାପାର, ସ୍ବାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଏବଂ ପ୍ରେମ ଜୀବନ ସହିତ ଜଡ଼ିତ ସୂଚନା ମିଳିବ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ , ପଢନ୍ତୁ ରାଶିଫଳ ୧୩ ନଭେମ୍ବର ୨୦୨୦ ।

ମେଷ ରାଶି –

ଆଜି କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ପ୍ରଗତି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପରିବାରରେ ସୁଖଶାନ୍ତି ର ମାହୋଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ । କୌଣସି ବଡ଼ ଖର୍ଚ୍ଚ ତୁଲାଇବା ପାଇଁ ଆପଣଙ୍କ ପ୍ରୟାସ ସଫଳ ରହିବ। ଏହି ସମୟରେ ଆପଣଙ୍କୁ ଧନ ନିବେଶ କରିବା ପାଇଁ ଅନୁକୂଳ ସମୟ ରହିଛି। ସୁନା, ରୂପା, ବାସନ, ଗହଣା, ହୀରା, ବସ୍ତ୍ର ଆଦି ଜିନିଷ କିଣାକିଣି କରିବା ଶୁଭ ରହିବ।

ବୃଷ ରାଶି –

ଆଜି ଦ୍ବିପ୍ରହର ରୁ କାର୍ଯ୍ୟରେ ପ୍ରଗତି ହେବ। ଅତ୍ୟଧିକ ଖର୍ଚ୍ଚ ହୋଇପାରେ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ଲାଭ କରିବେ। ଆପଣଙ୍କ ପରିଶ୍ରମ ସାର୍ଥକ ରହିବ। ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି । ସବୁ ବସ୍ତୁ କୁ କିଣାକିଣି କରିବାରେ ଲାଭ ମିଳିବ। ବସ୍ତ୍ର ଏବଂ ସୁନା କିଣିବା ଅତ୍ୟନ୍ତ ଲାଭଦାୟକ ରହିବ। ନିଜର ଧ୍ୟାନ କିଛି ଏଭଳି ବସ୍ତୁ ଉପରେ କେନ୍ଦ୍ରିତ କରନ୍ତୁ ଯାହା ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆଣିବ। ପାରିବାରିକ ବାଧା ଦୂର ହେବ।

ମିଥୁନ ରାଶି –

ଆଜି ଅଯଥା କଥାବାର୍ତ୍ତା କରନ୍ତୁ ନାହିଁ। ଜୀବନସାଥୀ ଙ୍କ ଠାରୁ ପାରିବାରିକ ବିଚାର ବିମର୍ଷ କରି ପାରନ୍ତି। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରି ପାରନ୍ତି। ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ। କ୍ୟାରିୟର କ୍ଷେତ୍ରରେ ନୂତନ ଉପଲବ୍ଧି ହାସଲ କରିବେ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ପରିଜନ ଙ୍କୁ ଖରାପ ଲାଗିପାରେ।

Google

କର୍କଟ ରାଶି –

ବାହନ କିଣାକିଣି ସମୟରେ ସାବଧାନ ରୁହନ୍ତୁ। ଆଜି ଆପଣଙ୍କୁ ପ୍ରଶଂସା ମିଳିବ। ଆଜି ଆପଣଙ୍କୁ ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ କିଛି ଦୁର୍ବଳ ଦେଖା ଦେଇପାରେ। ଜୀବନସାଥୀ କିଛି କଥାକୁ ନେଇ ମନାଇ ପାରନ୍ତି। ରୋଜଗାର ମିଳିବାର ସମ୍ଭାବନା ରହିଛି। ରୋଜଗାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ରାଜନୀତି ରେ ଆପଣଙ୍କୁ ସୂଚନା ମିଳିବ ।

ସିଂହ ରାଶି –

ଆଜି ଆପଣଙ୍କୁ କିଛି ଉପହାର ମିଳିପାରେ। ବିରୋଧୀ ଆପଣଙ୍କ ଉପରେ ପ୍ରଭାବ ବିସ୍ତାର କରି ପାରନ୍ତି। କ୍ୟାରିୟର ପାଇଁ ନେଇଥିବା ନିଷ୍ପତ୍ତି ନିଜେ ନିଅନ୍ତୁ। ପରିବାରରେ ସମ୍ପତ୍ତି କୁ ନେଇ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କୁ ନିଜ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। ମୂଲ୍ୟବାନ ଧାତୁ କିଣିବା ଦ୍ଵାରା ଲାଭ ମିଳିବ।

କନ୍ୟା ରାଶି –

ଆପଣଙ୍କର ଲମ୍ବା ସମୟରୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। କ୍ରୋଧ କରନ୍ତୁ ନାହିଁ, ଥଣ୍ଡା ମସ୍ତିଷ୍କ ରେ ଆପଣ ସବୁ ପରିସ୍ଥିତି କୁ ସମ୍ଭାଳି ପାରିବେ। କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଲୋକଙ୍କ ସାମ୍ନାରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ପରିବାରର ବୃଦ୍ଧ ଲୋକଙ୍କ ସମ୍ମାନ କରନ୍ତୁ। କାର୍ଯ୍ୟ ମାମଲାରେ ଆପଣଙ୍କର ଯାତ୍ରା ସଫଳ ରହିବ। ଆପଣ କୌଣସି ଆବଶ୍ୟକ ସାମଗ୍ରୀର କିଣାକିଣି କରି ପାରନ୍ତି।

ତୁଳା ରାଶି –

ଆଜି ଆପଣଙ୍କୁ ଆର୍ଥିକ ମାମଲାରେ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି। ଅଧିକ ପ୍ରୟାସ ଫଳରେ ଆପଣଙ୍କର ଖର୍ଚ୍ଚରେ ନିୟନ୍ତ୍ରଣ ଆସିପାରେ। ପରିବାର ଲୋକଙ୍କ ଉପରେ ଅଧିକ ବିଶ୍ୱାସ ବନେଇ ରଖନ୍ତୁ। ଆଜି କିଛି ଅଧୁରା କାର୍ଯ୍ୟ ଆପଣ ସମ୍ପନ୍ନ କରି ପାରନ୍ତି। କୌଣସି କାଗଜପତ୍ର ର ଦସ୍ତଖତ ପୂର୍ବରୁ ତାକୁ ଭଲ ଭାବରେ ଯାଞ୍ଚ କରି ନିଅନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପ୍ରେମ ଜୀବନରେ ସୁଖଦ ସମାଚାର ମିଳିପାରେ । ଆକସ୍ମିକ ଧନଲାଭ ହୋଇପାରେ।

ବିଛା ରାଶି –

ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ମିତ୍ରଙ୍କ ସହଯୋଗ ପ୍ରାପ୍ତ ହେବ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଦୁର୍ଘଟଣା ର ଶିକାର ହୋଇ ପାରନ୍ତି। ସମ୍ଭାଳି କାର୍ଯ୍ୟ କରନ୍ତୁ। ଆପଣ କୌଣସି ପାର୍ଟି ରେ ଯାଇ ପାରନ୍ତି। ବ୍ୟକ୍ତିଗତ ସମ୍ପର୍କ ସୁଦୃଢ ରହିବ। ଆପଣଙ୍କ ବ୍ୟବହାର ସାମାନ୍ୟ ରହିବ। ଜମିବାଡ଼ି ଆଦି ସଉଦା ରେ ଆପଣଙ୍କୁ ସଫଳତା ମିଳିବ।

ଧନୁ ରାଶି –

ଏହି ରାଶିର ଲୋକେ ଜୀବନସାଥୀ ଙ୍କ ସହିତ କଥାବାର୍ତ୍ତା ସହିତ ମସ୍ତି କରିବେ। କାନୁନ ବିବାଦ ରେ ସାବଧାନ ରୁହନ୍ତୁ। କୌଣସି ନୂଆ ବିବାଦ ଉତ୍ପନ୍ନ ହୋଇପାରେ। ପରିଶ୍ରମ ଅନୁପାତରେ ଲାଭ ର ଅବସର ମିଳିପାରେ। ସର୍ବଦା ନିଜର ପ୍ରୟାସ ଜାରି ରଖନ୍ତୁ, ସଫଳତା ଆପଣଙ୍କୁ ସୁନିଶ୍ଚିତ ମିଳିବ। ଆପଣଙ୍କୁ ଜୀବନରେ ସବୁ କ୍ଷେତ୍ରରେ ସଫଳତା ମିଳିବ। ଋଣ ମାମଲା କୁ ନେଇ ଚିନ୍ତିତ ରହି ପାରନ୍ତି। ବାହନ, ବିଜୁଳି ଉପକରଣ, ତମ୍ବା , ପିତଳ ବାସନ କିଣାକିଣି କରି ପାରନ୍ତି।

Google

ମକର ରାଶି –

ବୈବାହିକ ଦମ୍ପତ୍ତି ଙ୍କୁ କୌଣସି ଦାୟିତ୍ୱ ତୁଲାଇବା ପାଇଁ ବ୍ୟସ୍ତ ରହି ପାରନ୍ତି। ସରକାରୀ କ୍ଷେତ୍ରରେ ଖୁବ୍ ଶୀଘ୍ର ସଫଳତା ମିଳିବ। ସରକାରୀ ଚାକିରୀ କରିଥିବା ଲୋକେ ଆଜି କାମ ଶୀଘ୍ର କରିବା ପାଇଁ ଅବସର ମିଳିବ। ଚାକିରୀ ପେଶାରେ ଥିବା ଲୋକଙ୍କୁ ଅଧିକାରୀ ବର୍ଗ ଙ୍କୁ ପ୍ରଶଂସା ମିଳିବ। ନୂଆ ଲୋକଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଧନ ମାମଲା ରେ ଆପଣଙ୍କୁ ଲାଭ ମିଳିବ। ସ୍ବାସ୍ଥ୍ୟ କୁ ନେଇ ଅଣଦେଖା କରନ୍ତୁ ନାହିଁ। ସୁନା, ରୂପା, ବାହନ, ଆଭୂଷଣ କିଣି ପାରିବେ। ଆଜି ପୁରୁଣା ଜିନିଷ ବ୍ୟବହାର କରିବା ଉଚିତ ନୁହେଁ।

କୁମ୍ଭ ରାଶି –

ଆଜି ଆପଣଙ୍କୁ ବୃଦ୍ଧ ଲୋକଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ସ୍ଥାନୀୟ ବ୍ୟସ୍ତତା ରହିବ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି, କିନ୍ତୁ ଏହି କାର୍ଯକ୍ରମ କୁ ଆପଣ ଟାଳି ଦେବା ଉଚିତ। କାର୍ଯ୍ୟ କ୍ଷେତ୍ରରେ ଆପଣ ଦ୍ରୁତ ଗତିରେ ଆଗେଇ ଚାଲିବେ। ସମ୍ପତ୍ତି ମାମଲାରେ ଆପଣଙ୍କୁ ସଫଳତା ମିଳିବ। ସାନ ଭାଇଭଉଣୀ ଆପଣଙ୍କୁ ରାୟ ମାଗିବେ। ଜମି, ସଂପତ୍ତି, ଫ୍ଲାଟ କିଣାକିଣି କରିବା ପାଇଁ ଅନୁକୂଳ ସମୟ ରହିଛି।

ମୀନ ରାଶି –

ଆଜି ଆପଣଙ୍କୁ କାର୍ଯ୍ୟରେ ପ୍ରଶଂସା ମିଳିବ , ଏହାସହିତ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କ ପରିଶ୍ରମ ଏବଂ ପ୍ରତିଷ୍ଠା ରେ ବୃଦ୍ଧି ହେବ। ସମ୍ପତ୍ତି ବା ନିବେଶ ମାମଲାରେ ଜଣକୁ ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କୁ ଅନୁଭବୀ ଙ୍କ ପରାମର୍ଶ ନେବା ଆବଶ୍ୟକ ।ପିଲାମାନେ ପ୍ରଶଂସା ର ସ୍ରୋତ ରହିବେ। କମ୍ପ୍ୟୁଟର ଏବଂ ବାସନ ଆଦି କିଣାକିଣି କରି ପାରନ୍ତି।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *