Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । (ଭାଗ-୧୪)

ସେୟାର୍ କରନ୍ତୁ

ଏକାଦୋଶୀ, ସଂକ୍ରାନ୍ତି,ଅମାବାସ୍ୟା,ପୂର୍ଣ୍ଣିମା ଏବଂ ଜନ୍ମଦିନ ଯଦି ସେହି ଦିନ ହୋଇଥାଏ। ଏହି ଦିନ ଗୁଡିକରେ ଏକତ୍ର ଶୟନ କରିବା ଅନୁଚିତ। ଏହା କଲେ ଅମଙ୍ଗଳ ହୋଇଥାଏ। ତେଣୁ ପୃଥକ ଶଯ୍ୟା ହେବା  ଉଚିତ। ଏପରି କଲେ ଶୁଭଦାୟକ ହୋଇଥାଏ।

ବିଛାକୁ କେବେ ମାରିବେ ନାହିଁ। ଯାତ୍ରା ସମୟରେ ବିଛା ଦେଖିଲେ ଅନେକ ଶୁଭ ହୋଇଥାଏ। ଯଦି ଘରେ ବିଛା ଦେଖନ୍ତି ତେବେ ୮ ଦିନ ମଧ୍ୟରେ ମନସ୍କାମନା ପୂରଣ ହେବ।

ବେଙ୍ଗ ବୁବାଇଲେ ବର୍ଷା ହୋଇଥାଏ। ପିମ୍ପୁଡି ଧାଡି ଯଦି ତଳୁ ଉପରକୁ ଯାଏ ତେବେ ବର୍ଷା ହୋଇଥାଏ। କିନ୍ତୁ ଉପରକୁ ତଳକୁ ଗଲେ ମରୁଡି ହୋଇଥାଏ। ପ୍ରଜାପତି ଦେହରେ ବସିଲେ ପ୍ରଣୟ ସୁଖ ମିଳେ। ବୁଢିଆଣି ଜାଲ ଦେହରେ ଲାଗିଲେ କିମ୍ବା ବୁଢିଆଣି ଦେହରେ ଚଢିଲେ ନୂତନ ବସ୍ତ୍ର ପିନ୍ଧିବାର ସୁଯୋଗ ମିଳେ।

Google

 

କେବେହେଲେ ରବିବାର ଦିନ ଦୁବ ଛିଡାଇବେ ନାହିଁ। ରବିବାର ଏବଂ ବୁଧବାର ଦିନ ବର ଗଛ ମୂଳରେ କେବେ ପାଣି ଢାଳିବେ ନାହିଁ। ଏହା କଲେ ଆପଣଙ୍କର ଅମଙ୍ଗଳ ହୋଇଥାଏ।

ଠାକୁର ଘରେ ଗୋଟିଏ ଶଙ୍ଖ ନରଖି ଦୁଇଟି ଶଙ୍ଖ ରଖିଲେ ଅନେକ ଉନ୍ନତି ହୋଇଥାଏ।

ଯଦି ଘର ଭିତରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ଏବଂ ଅନର୍ଥ ଲାଗି ରହିଥାଏ ମନ ଭିତରେ ତିକ୍ତତା ଆସୁଥାଏ, କାହା ସହିତ କାହାର ପଡୁ ନଥାଏ ତେବେ ଗୋଟେ ବଉଳ ଗଛକୁ ଶନିବାର ଦିନ ସାତ ଥର ପ୍ରତିକ୍ଷଣ କରି ତାର ଚେର ଟିକେ ଆଣି ଘରେ ରଖନ୍ତି ତେବେ ସବୁ ଅନର୍ଥ ଦୁରେଇ ଯିବ ମନ ଫଟାଫଟି ମଧ୍ୟ ଦୂର ହୋଇଯିବ।

ଭଗବାନ ଗଣେଶ ପୂଜା ଦିନ ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ କରିବା ଉଚିତ ନୁହେଁ।

Google

ଭଗବାନ ଶନିଦେବଙ୍କ ମୂର୍ତି ଘରେ ରଖି ପୂଜା କରନ୍ତୁ ନାହିଁ।

ଶ୍ରୀ ଯନ୍ତ୍ର ଏବଂ ଲାଲ କପଡ଼ାରେ ଗୁଡା ହୋଇଥିବା ନଡ଼ିଆ ଟିକୁ ଘରେ ମା ଲକ୍ଷ୍ମୀଙ୍କ ପାଖରେ ରଖିଲେ ଘରର ମଙ୍ଗଳ ହୋଇଥାଏ।

ପୂର୍ବ ଦିଗକୁ ମୁହଁ କରି ଭୋଜନ କରନ୍ତୁ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୟନ କରନ୍ତୁ। ଆପଣଙ୍କର ମଙ୍ଗଳ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *