Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୨ ନଭେମ୍ବର ୨୦୨୦,ଗୁରୁବାର,ଦୀପାବଳିର ଦୁଇଦିନ ପୂର୍ବରୁ ଏହି ଛଅଟି ରାଶିର ଲୋକଙ୍କୁ ମିଳିବ ଲାଭ, ପଢନ୍ତୁ ନିଜର ରାଶିଫଳ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଗୁରୁବାର ୧୨ ନଭେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୨ ନଭେମ୍ବର ୨୦୨୦।

ମେଷ ରାଶି –

ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ। ଯଦି ସାବଧାନ ରହିବେ ନାହିଁ, ତାହେଲେ ଆପଣଙ୍କୁ ସମସ୍ୟା ହୋଇପାରେ। ଅଧିକାରୀ ମାନଙ୍କ ଠାରୁ ପ୍ରଶଂସା ମିଳିବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ, ଯାହାଦ୍ବାରା ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ମାନସିକ ଚାପ ରହିପାରେ, ତଥାପି ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ।

ବୃଷ ରାଶି –

କୌଣସି ବଡ଼ ଯୋଜନା ଉପରେ ଆପଣ ବିଚାର କରି ପାରନ୍ତି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କୌଣସି ମହତ୍ୱପୂର୍ଣ୍ଣ ଅବସର ପାଇବା ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଈଶ୍ୱର ଭକ୍ତି ଏବଂ ଆଧ୍ୟାତ୍ମିକ ଚିନ୍ତନ ଆପଣଙ୍କ ମନକୁ ଶାନ୍ତି ପ୍ରଦାନ କରିବ। ଆପଣଙ୍କ ମନରେ ନକାରାତ୍ମକ ବିଚାର ଦୂର ହେବ।

ମିଥୁନ ରାଶି –

ଆପଣ ନିଜକୁ ରୋମାଞ୍ଚକାରୀ ଅବସ୍ଥା ରେ ପାଇବେ। ସନ୍ତାନଙ୍କୁ ନେଇ କିଛି ଯୋଜନା ପ୍ରସ୍ତୁତ କରି ପାରନ୍ତି। ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଦୁର୍ଘଟଣା ର ଆଶଙ୍କା ରହିଛି। ଭାଗ୍ୟ ପ୍ରବଳ ରହିଥିବା ଯୋଗୁଁ ଆପଣଙ୍କୁ ନୂଆ ଅବସର ମିଳିପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କାନୁନ ମାମଲାରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଜୀବନସାଥୀ ଆପଣଙ୍କ ସମସ୍ୟା କମ୍ କରିବା ପାଇଁ ପ୍ରୟାସ କରିବେ। ଟଙ୍କାପଇସା ର ଅଭାବ ଆପଣଙ୍କ କାମ ବିଗାଡି ଦେଇପାରେ। ଜୀବନସାଥୀ ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ମିତ୍ରଙ୍କ ସହିତ ଭ୍ରମଣ କରିବାର କାର୍ଯ୍ୟକ୍ରମ କରି ପାରନ୍ତି। ଭାଇ ବା ସ୍ନେହଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଆପଣଙ୍କ ସନ୍ତାନ ଶିକ୍ଷଣୀୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ।

ସିଂହ ରାଶି –

ଆଜି ଆପଣ ନିଜର ସବୁ ଦାୟିତ୍ୱ କୁ ତୁଲାଇବେ। ଖାଦ୍ୟପେୟ ରେ ଦାୟିତ୍ବହୀନ ଆପଣଙ୍କ କଷ୍ଟର କାରଣ ହୋଇପାରେ। ମାତୃ ପକ୍ଷରୁ ତାଳମେଳ ବନେଇ ରଖି ପାରନ୍ତି। ପରିବାର ଲୋକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଜୀବନର ନିର୍ମାଣ ଉପରେ ଆପଣ ଧ୍ୟାନ କେନ୍ଦ୍ରିତ କରିବେ।ପିତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ପରିବାରର କୌଣସି ସମାରୋହରେ ଆପଣ ଭାଗ ନେଇ ପାରନ୍ତି।

କନ୍ୟା ରାଶି –

ଆଜି ଆପଣଙ୍କୁ ନିବେଶ କରିବା ପାଇଁ ଅନୁକୂଳ ସମୟ ନାହିଁ। ଆପଣଙ୍କୁ ନିଜ ଯୋଜନା କୁ ବିକଶିତ କରିବା ପାଇଁ ଅବସର ମିଳିପାରେ। ଆପଣଙ୍କୁ ନିଜ ମନରୁ ନକାରାତ୍ମକ ବିଚାର କୁ କାଢ଼ିବାର ଆବଶ୍ୟକତା ରହିଛି। ବ୍ୟବସାୟ ରେ ହାନୀ ହେବାର ସମ୍ଭାବନା ରହିଛି। ବୁଦ୍ଧି ବିବେକ ଦ୍ଵାରା ଆପଣ କାମ କରି ପାରନ୍ତି।

ତୁଳା ରାଶି –

ଆଜି ଆପଣ ନିଜର ବୁଦ୍ଧି ଏବଂ କୌଶଳ ଦ୍ଵାରା ବଡ଼ ବଡ଼ ସମସ୍ୟା ଦୂର କରିବାରେ ସକ୍ଷମ ହେବେ। ଲମ୍ବା ଯାତ୍ରା କରି ପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ। ଆଜି ଆପଣଙ୍କୁ ନିଜ ପ୍ରୟାସ ରେ ସଫଳତା ମିଳିବ। ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ।

ବିଛା ରାଶି –

ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଯେତେ ସମ୍ଭବ ଆଜି କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଆପଣଙ୍କୁ ଅତିରିକ୍ତ ଦାୟିତ୍ଵ ନେବାକୁ ପଡିପାରେ। ପରିବାର ଲୋକଙ୍କୁ ଖୁସି ରଖିବାରେ ଆପଣ ପ୍ରୟାସ କରିବେ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ କରି ପାରନ୍ତି। ଆପଣ ଯାହା କହିବେ ସେସବୁ ପୂରଣ କରିବେ। ଜୀବନସାଥୀ ଏବଂ ଆପଣଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ।

ଧନୁ ରାଶି –

ଆର୍ଥିକ ରୂପରେ ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଛୋଟ ଛୋଟ ଯାତ୍ରା କରି ପାରନ୍ତି। ନିବେଶ କରିବା ପୂର୍ବରୁ ବିଚାର କରନ୍ତୁ, ନଚେତ କଠିନ ପଦକ୍ଷେପ ଗ୍ରହଣ କରିବାକୁ ପଡିପାରେ। ଯାହା ଉପରେ ଅଧିକ ବିଶ୍ୱାସ ନାହିଁ, ତାଙ୍କୁ ଆର୍ଥିକ ସାହାଯ୍ୟ କରନ୍ତୁ ନାହିଁ। ବ୍ୟାପାର ମାମଲାରେ କିଛି ଲୋକଙ୍କୁ ଲାଭର ଅବସର ମିଳିପାରେ।

Google

ମକର ରାଶି –

କୌଣସି ବିଶ୍ୱସନୀୟ ସାଥୀ ଙ୍କ ଠାରୁ ନିରାଶା ମିଳିପାରେ। ଆଜି ଆପଣଙ୍କ ଭାବନା ସ୍ଥିର ରହିବ। ବ୍ୟାପାର ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଆଜି ଆପଣଙ୍କ ଆତ୍ମବିଶ୍ଵାସ ରେ ବୃଦ୍ଧି ହୋଇପାରେ। ଆଜି ନେଇଥିବା ନିଷ୍ପତ୍ତି , ଆସୁଥିବା ସମୟରେ ଲାଭ ପ୍ରାପ୍ତ କରାଇବ। ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ରହିଛି।

କୁମ୍ଭ ରାଶି –

ଆଜି ଆପଣଙ୍କ ମଧ୍ୟରେ ନୂତନ ଊର୍ଜା ର ସଞ୍ଚାର ହେବ। ବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ନିଜ ମନକୁ ନକାରାତ୍ମକ ବିଚାର ଆଣିବାକୁ ଦିଅନ୍ତୁ ନାହିଁ। ମହିଳା ମାନେ ସନ୍ତାନ ପ୍ରତି ସମ୍ବେଦନଶୀଳ ରୁହନ୍ତୁ। ପୁରୁଣା କଥାକୁ ଭୁଲି ପରିବାରର ସମସ୍ୟାକୁ ସମାଧାନ କରିବା ପାଇଁ ବିଚାର କରନ୍ତୁ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। କୌଣସି ବୃଦ୍ଧ ବ୍ୟକ୍ତି ଆପଣଙ୍କ ସମ୍ପର୍କରେ ମତଭେଦ ସୃଷ୍ଟି କରାଇ ପାରନ୍ତି। ସ୍ବାସ୍ଥ୍ୟ ଦୁର୍ବଳ ରହିବ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଆର୍ଥିକ ଏବଂ ସାମାଜିକ ଏବଂ ପାରିବାରିକ ସ୍ତରରେ ଆପଣଙ୍କୁ ଲାଭ ମିଳିବ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *