Excuse Me Odisha

ଯାହା କହିବୁ ସତ କହିବୁ

ଏହିଦିନ କେବଳ କ୍ରୟ ନୁହେଁ , ଦାନର ମଧ୍ୟ ରହିଛି ମହତ୍ତ୍ୱ , ଏହି ଜିନିଷ ଦାନ ଦେଇ ହୋଇପାରନ୍ତି ଧନବାନ

ସେୟାର୍ କରନ୍ତୁ

ସମୁଦ୍ର ମନ୍ଥନ ସମୟରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଭଗବାନ ଧନବନ୍ତରୀ ହାତରେ କଳସ ନେଇ ଆବିର୍ଭାବ ହୋଇଥିଲେ। ସେଦିନ ଠାରୁ ଏହି ଦିନକୁ ଧନତେରସ ଭାବରେ ପାଳନ କରାଯାଏ। କାହିଁକି ନା ଏହିଦିନ ଭଗବାନ ଧନବନ୍ତରୀ ହାତରେ ପାତ୍ର ନେଇ ଆବିର୍ଭାବ ହୋଇଥିଲେ ,ସେଥିପାଇଁ ଏହିଦିନ ବିଶେଷ ଭାବରେ ବାସନ କିଣିବାର ପରମ୍ପରା ରହିଛି।

ଏହାବ୍ୟତୀତ ଏହିଦିନ ବାସନ ବ୍ୟତୀତ , ସୁନା ରୂପାର ଅଳଙ୍କାର , ମୁଦ୍ରା ଏବଂ ଦୀପାବଳିର କ୍ରୟ ମଧ୍ୟ କରାଯାଇଥାଏ। ଧନତେରସ ଦିନ ନିଶ୍ଚିତ ଭାବରେ କିଛି ନା କିଛି କିଣି ଘରକୁ ଆଣିବା ଉଚିତ। ଏହାଦ୍ବାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହିଦିନ କେବଳ କ୍ରୟ ନୁହେଁ ବରଂ ଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଅର୍ଥାତ ଏହିଦିନ କିଛି ବିଶେଷ ଜିନିଷର ଦାନ କରାଯାଇ , ଭଗବାନ ଧନବନ୍ତରୀ ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଯାଇପାରିବ। ତେବେ ଆସନ୍ତୁ ସେହି ଜିନିଷ ଗୁଡିକ ବିଷୟରେ ଜାଣିବା।

୧) ବସ୍ତ୍ର ଦାନ:-

ବସ୍ତ୍ରଦାନକୁ ମଧ୍ୟ ମହାଦାନ ଭାବରେ ବିବେଚନା କରାଯାଏ , ସେଥିପାଇଁ ଏହିଦିନ ନିଶ୍ଚିତ ଭାବରେ ବସ୍ତ୍ର ଦାନ କରାଯିବା ଆବଶ୍ୟକ। ବିଶେଷକରି ସହାୟତା ଲୋଡୁଥିବା ବ୍ୟକ୍ତି ମାନଙ୍କୁ ବସ୍ତ୍ର ଦାନ କରାଯିବା ଆବଶ୍ୟକ। ଏଭଳି କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଜୀବନରେ ଆର୍ଥିକ ସମ୍ପନ୍ନତା ଆଣିଥାନ୍ତି।

Google

୨) ଅନ୍ନ ଦାନ:-

ଧନତେରସ ଦିନ ଅନ୍ନ ଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ବିଶେଷକରି ଖିରି ଏବଂ ପୁରୀ ଦାନ କରିବାର ମହତ୍ତ୍ୱ ରହିଛି। ମହାଲକ୍ଷ୍ମୀଙ୍କର ପୂଜାରେ ଖିରିକୁ ନିଶ୍ଚିତ ଭାବରେ ଜଡିତ କରାଯାଏ ବୋଲି କୁହାଯାଏ। ଘରକୁ ଡାକି କିମ୍ବା ମନ୍ଦିରକୁ ଯାଇ ଅନ୍ନ ଦାନ କରାଯାଇପାରିବ। ଏହାସହିତ ଦାନ ଦକ୍ଷିଣା ମଧ୍ୟ ନିଶ୍ଚିତ ଭାବରେ ଦେବା ଉଚିତ। ଏହି ଦାନ ଦ୍ଵାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ଖୁସି ହୁଅନ୍ତି ଏବଂ ଆଶୀର୍ବାଦ ଦେଇଥାନ୍ତି ବୋଲି କୁହାଯାଏ।

୩) ନଡ଼ିଆ ଏବଂ ମିଠାର ଦାନ:-

ନଡିଆକୁ ଅତ୍ୟନ୍ତ ଶୁଭ ଭାବରେ ବିବେଚନା କରାଯାଏ ତେଣୁ ପ୍ରତ୍ୟେକ ପୂଜାରେ ନଡ଼ିଆକୁ ଅନ୍ତର୍ଭୁକ୍ତ କରାଯାଏ। ସେଥିପାଇଁ ଧନତେରସ ଦିନ ନଡ଼ିଆକୁ ନିଶ୍ଚିତ ଭାବରେ ଦାନ ଆକାରରେ ଦେବା ଉଚିତ। ଏହାବ୍ୟତୀତ ମିଠାକୁ ମଧ୍ୟ ଦାନରେ ଦେବା ଉଚିତ। ଏଭଳି କରିବା ଦ୍ୱାରା ଜୀବନରେ ଶୁଭ ଫଳ ମିଳିଥାଏ।

Google

୪) ଲୁହା:-

ଧନତେରସ ଦିନ ଲୁହା କିଣିବାକୁ ବାରଣ କରାଯାଇଛି। କୁହାଯାଏ ଯେ ଏହିଦିନ ଭୁଲରେ ମଧ୍ୟ ଲୁହା କିମ୍ବା ଲୁହାରୁ ନିର୍ମିତ ଜିନିଷକୁ କ୍ରୟ କରିବା ଉଚିତ ନୁହେଁ। କିନ୍ତୁ ଏହିଦିନ ଲୁହା କିମ୍ବା ଲୁହାରୁ ନିର୍ମିତ ବାସନ କିମ୍ବା ବସ୍ତୁ ଦାନରେ ଦେବାକୁ ଶୁଭ ଭାବରେ ବିବେଚନା କରାଯାଇଛି। ଏହାଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାଦ୍ବାରା ଦୁର୍ଭାଗ୍ୟର ବିନାଶ ହୋଇଥାଏ ବୋଲି କୁହାଯାଏ ଏବଂ ସୌଭାଗ୍ୟରେ ବୃଦ୍ଧି ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ।  ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *