Excuse Me Odisha

ଯାହା କହିବୁ ସତ କହିବୁ

ଜାଣନ୍ତୁ ଭାତୃ ଦ୍ଵିତୀୟାରେ ଟିକା ଲଗାଇବାର ସଠିକ ବିଧି , ଏହି ସମୟରେ କରନ୍ତୁ ପୂଜା

ସେୟାର୍ କରନ୍ତୁ

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଭାତୃ ଦ୍ଵିତୀୟା ପର୍ବ ପାଳନ କରାଯାଏ। ଚଳିତବର୍ଷ ଭାତୃ ଦ୍ଵିତୀୟା ନଭେମ୍ବର ୧୬ ତାରିଖ ଦିନ ପାଳନ କରାଯିବ। ଏବଂ ଏହି ପର୍ବ ସହ ପାଞ୍ଚ ଦିବସୀୟ ଦୀପ ଉତ୍ସବ ମଧ୍ୟ ଶେଷ ହୋଇଯିବ। ରକ୍ଷାବନ୍ଧନ ଭଳି ଏହି ପର୍ବ ମଧ୍ୟ ଭାଇ ଓ ଭଉଣୀ ମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ। ଭାଇ ଦୁଜରେ ଭାଇଙ୍କର ଦୀର୍ଘ ଆୟୁର କାମନା କରି ଭଉଣୀ ତାଙ୍କୁ ଟିକା ଲଗାଇଥାଏ। ଏହି ପ୍ରଥା ଶତାବ୍ଦୀ ପୁରୁଣା ଅଟେ। ଏହିଦିନ ଭାଇ ଭଉଣୀଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ କାରଣ ଏହିଦିନ ଭଉଣୀ ନିଜ ଭାଇଙ୍କୁ ତାର ଘରକୁ ଖାଇବା ପାଇଁ ନିମନ୍ତ୍ରଣ କରିଥାଏ ଏବଂ ତାଙ୍କୁ ପ୍ରେମର ସହ ଖାଇବାକୁ ଦେଇଥାଏ। ତାଙ୍କୁ ମିଠା ଏବଂ ଶୁଖିଲା ନଡ଼ିଆ ଦେଇ ତାଙ୍କର ସୁଖ ସମୃଦ୍ଧତା ଖୁସିମୟ ଜୀବନର କାମନା କରିଥାଏ।

ଭାତୃ ଦ୍ଵିତୀୟା ଦିନ ଭଉଣୀ ଘରେ ଖାଇବା ଦ୍ୱାରା ଭାଇଙ୍କର ଆୟୁ ବଢିଥାଏ ବୋଲି ବିଶ୍ୱାସ କରାଯାଏ। ଏହିଦିନ ଯମୁନାର ବୁଡ଼ ପକାଇବାର ମଧ୍ୟ ପରମ୍ପରା ରହିଛି। ଏହିଦିନ ଯମୁନାରେ ସ୍ନାନ କରିବାର ଏକ ପ୍ରମୁଖ ଗୁରୁତ୍ୱ ବିଷୟରେ କୁହାଯାଇଛି। ଆସନ୍ତୁ ଭାଇଙ୍କୁ ଟିକା ଲଗାଇବାର ସଠିକ ବିଧି କଣ ଅଟେ ଏବଂ ଭାଇ ଦ୍ଵିତୀୟା ଟିକା ଲଗାଇବାର ଶୁଭ ମୁହୂର୍ତ୍ତ ବିଷୟରେ ଜାଣିବା।

Google

ଭାତୃ ଦ୍ଵିତୀୟା ଟିକା ଲଗାଇବାର ଶୁଭ ମୁହୂର୍ତ୍ତ:-

ଭାତୃ ଦ୍ଵିତୀୟାରେ ଟିକା ଲଗାଇବାର ସମୟ – ଦ୍ୱିପ୍ରହର ୧:୧୦ ଠାରୁ ଦ୍ୱିପ୍ରହର ୩:୧୮ ପର୍ଯ୍ୟନ୍ତ

ଅବଧି – ୨ ଘଣ୍ଟା ୩୮ ମିନିଟ

ଦ୍ଵିତୀୟା ତିଥି ଆରମ୍ଭ – ୧୬ ନଭେମ୍ବର ୨୦୨୦ ସକାଳ ୦୭:୦୬ ଠାରୁ

ଦ୍ଵିତୀୟା ତିଥି ଶେଷ – ୧୭ ନଭେମ୍ବର ୨୦୨୦ ଭୋର ୦୩:୫୬ ପର୍ଯ୍ୟନ୍ତ

ଭାଇଙ୍କୁ ଟିକା ଲଗାଇବାର ବିଧି:-

ସକାଳେ ଗାଧୋଇ ସାରି ପରିଷ୍କାର ପୋଷାକ ପିନ୍ଧନ୍ତୁ। ଭଗବାନଙ୍କର ପୂଜା କରନ୍ତୁ।

ମୁହୂର୍ତ୍ତ ପୂର୍ବରୁ ଭାଇଙ୍କୁ ଟିକା ଲଗାଇବା ପାଇଁ ଥାଳି ସଜାଡନ୍ତୁ।

ଥାଳିରେ କୁମକୁମ , ଫଳ , ଫୁଲ , ସିନ୍ଦୁର , ଚନ୍ଦନ , ମିଠା , ଅକ୍ଷତ ଏବଂ ସୁପାରୀ ରଖନ୍ତୁ।

ଗୁଣ୍ଡ ହୋଇଥିବା ଚାଉଳର ଅଟା କିମ୍ବା ଘୋଳ ଦ୍ୱାରା ଚଉକି ପ୍ରସ୍ତୁତ କରନ୍ତୁ ଏବଂ ଶୁଭ ମୁହୂର୍ତ୍ତରେ ଭାଇଙ୍କୁ ଏହି ଚଉକି ଉପରେ ବସାନ୍ତୁ।

ଏହାପରେ ଭାଇଙ୍କୁ ଟିକା ଲଗାନ୍ତୁ।

Google

ଟିକା ଲଗାଇ ସାରିବା ପରେ ଫୁଲ , ପାନ , ସୁପାରୀ , ଫେଣେଇ ଏବଂ କଳା ଚଣା ଭାଇଙ୍କୁ ଦିଅନ୍ତୁ ଏବଂ ଭାଇଙ୍କର ଆରତୀ କରନ୍ତୁ।

ଟିକା ଏବଂ ଆରତୀ ପରେ ଭାଇଙ୍କୁ ମିଠା ଖାଇବାକୁ ଦିଅନ୍ତୁ ଏବଂ ନିଜ ହାତରେ ତିଆରି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *