Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସ କାହିଁକି ପାଳନ କରାଯାଏ , ଏହିଦିନ ଭୁଲରେ ମଧ୍ୟ ଏହି ୭ଟି ଭୁଲ କରନ୍ତୁ ନାହିଁ

ସେୟାର୍ କରନ୍ତୁ

ଧନତେରସ ପର୍ବ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ପାଳନ କରାଯାଏ। ଏଥର ତ୍ରୟୋଦଶୀ ୧୨ ନଭେମ୍ବର ରାତି ୯:୩୦ ଠାରୁ ତାପର ଦିନ ଅର୍ଥାତ ୧୩ ନଭେମ୍ବର ସନ୍ଧ୍ୟା ୫:୫୯ ପର୍ଯ୍ୟନ୍ତ ରହିବ। ଏହାପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇଯିବ। ଏଥିପାଇଁ ୧୩ ନଭେମ୍ବର ସନ୍ଧ୍ୟା ୫:୫୯ ପୂର୍ବରୁ ଧନତେରସ ପାଳନ କରାଯିବ। ୧୩ ନଭେମ୍ବର ସନ୍ଧ୍ୟା ୫:୫୯ ପରେ ଛୋଟ ଦୀପାବଳି ଅର୍ଥାତ ନରକ ଚତୁର୍ଦ୍ଦଶୀ ଆରମ୍ଭ ହୋଇଯିବ।

ଧନତେରସ ପର୍ବ ଧନ ଏବଂ ଆରୋଗ୍ୟ ସହ ଜଡିତ ହୋଇଛି। ଧନ ପାଇଁ ଏହିଦିନ କୁବେରଙ୍କୁ ଏବଂ ଆରୋଗ୍ୟ ପାଇଁ ଧନବନ୍ତରୀଙ୍କୁ ପୂଜା କରାଯାଏ। ଏହିଦିନ ମୂଲ୍ୟବାନ ଧାତୁ , ନୂଆ ବାସନ ଏବଂ ଅଳଙ୍କାର କିଣିବାର ବିଧାନ ରହିଛି। ଧନତେରସ ଦିନ କିଛି ସତର୍କତା ଅବଲମ୍ବନ କରିବାର ମଧ୍ୟ ଆବଶ୍ୟକତା ରହିଛି।

Google

ଦୀପାବଳି ପୂର୍ବରୁ ଲୋକମାନେ ଘରର କୋଣ କୋଣକୁ ସଫା କରିଥାନ୍ତି କିନ୍ତୁ ଧନତେରସ ଦିନ ଯଦି ଘରେ ଅଳିଆ ଆବର୍ଜନା ପଡିରହିଛି , ତେବେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ। ସେଥିପାଇଁ ଧନତେରସ ପୂର୍ବରୁ ଏଭଳି ଜିନିଷକୁ ଘରୁ ବାହାର କରିଦିଅନ୍ତୁ।

ଘରର ମୁଖ୍ୟ ଦ୍ୱାରା କିମ୍ବା ମୁଖ୍ୟ କଠୋରୀ ସମ୍ମୁଖରେ ଖରାପ ଜିନିଷ ଆଦୌ ରଖନ୍ତୁ ନାହିଁ। ମୁଖ୍ୟ ଦ୍ୱାରକୁ ନୂତନ ଅବସର ସହ ଜଡିତ କରି ଦେଖା ଯାଇପାରେ। ଘରର ମୁଖ୍ୟ ଦ୍ୱାର ମାଧ୍ୟମରେ ଘରକୁ ମାତା ଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ ବୋଲି ବିଶ୍ୱାସ କରାଯାଏ , ସେଥିପାଇଁ ଏହି ସ୍ଥାନକୁ ସଦା ସର୍ବଦା ପରିଷ୍କାର ପରିଛନ୍ନ ରଖିବା ଉଚିତ।

Google

ଯଦି ଆପଣ ଧନତେରସ ଦିନ କେବଳ କୁବେରଙ୍କୁ ପୂଜା କରିବାକୁ ଯାଉଛନ୍ତି , ତେବେ ଏହି ପ୍ରକାରର ଭୁଲ ଆଦୌ କରନ୍ତୁ ନାହିଁ। କୁବେରଙ୍କ ସହ ମାତା ଲକ୍ଷ୍ମୀ ଏବଂ ଭଗବାନ ଧନବନ୍ତରୀଙ୍କୁ ପୂଜା କରନ୍ତୁ। ନଚେତ ବର୍ଷ ସାରା ଅସୁସ୍ଥ ରହିବେ।

ଏହିଦିନ କାଚ ବାସନ କିଣିବା ଉଚିତ ନୁହେଁ ବୋଲି ବିବେଚନା କରାଯାଏ। ଧନତେରସ ଦିନ ସୁନା ରୂପାର କୌଣସି ଜିନିଷ କିମ୍ବା ବାସନ କିଣିବାକୁ ଅତ୍ୟନ୍ତ ଶୁଭ ଭାବରେ ବିବେଚନା କରାଯାଇଛି।

Google

ଧନତେରସ ଦିନ କାହାକୁ ମଧ୍ୟ ଋଣ ଦେବା ଠାରୁ ଦୂରେଇ ରୁହନ୍ତୁ। ଏହିଦିନ ଆପଣଙ୍କ ଘରୁ ଲକ୍ଷ୍ମୀଙ୍କର ପ୍ରବାହ ବାହାରକୁ ହେବାକୁ ଦିଅନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ଆପଣଙ୍କ ଉପରେ ଦେୟ କିମ୍ବା ଋଣର ଭାର ପଡିପାରେ।

ଏହିଦିନ ନକଲି ମୂର୍ତ୍ତି ପୂଜା କରନ୍ତୁ ନାହିଁ। ସୁନା ରୁପା କିମ୍ବା ମାଟିରେ ନିର୍ମିତ ହୋଇଥିବା ମାତାଲକ୍ଷ୍ମୀର ମୂର୍ତ୍ତିର ପୂଜା କରନ୍ତୁ। ସ୍ୱସ୍ତିକ କିମ୍ବା ଓଁ ଭଳି ପ୍ରତୀକକୁ କୁମକୁମ , ହଳଦୀ କିମ୍ବା କୌଣସି ଶୁଭ ଜିନିଷ ଦ୍ୱାରା ତିଆରି କରନ୍ତୁ। ନକଲି ପ୍ରତୀକକୁ ଘରକୁ ଆଣନ୍ତୁ ନାହିଁ।

Google

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *