Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ସନ୍ଧ୍ୟାରେ ମଙ୍ଗଳ ହେବେ ମାର୍ଗୀ, ଏହି ୫ ଟି ରାଶିର ସମୟ ରହିବ ମଙ୍ଗଳକାରୀ। ବାକି ଗୁଡିକର କିପରି ରହିବ ସ୍ଥିତି ଜାଣନ୍ତୁ

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମୟ ସହିତ ଗ୍ରହ ନିଜର ସ୍ଥିତି ପରିବର୍ତ୍ତନ କରନ୍ତି। ଯେଉଁ କାରଣରୁ ୧୨ ଟି ରାଶିର ଲୋକଙ୍କ ଉପରେ କିଛି ନ କିଛି ପ୍ରଭାବ ନିଶ୍ଚିତ ପଡିଥାଏ। ଗ୍ରହ ମାନଙ୍କ ସ୍ଥିତି ଯେଉଁ ଭଳି ଭାବରେ ଥାଏ, ସେହି ଭଳି ରାଶି ଉପରେ ପ୍ରଭାବ ପଡିଥାଏ, ଆମ କହି ରଖୁଛୁ ୧୪ ନଭେମ୍ବରକୁ କାର୍ତ୍ତିକ ମାସର ଅମାବାସ୍ୟା ତିଥି ଅଟେ। ଯଦି ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କୁହାଯିବ ତାହେଲେ ଏହି ତିଥିରେ ପ୍ରତ୍ୟକ ବର୍ଷ ଦୀପାବଳି ପଡିଥାଏ। ଏଥର ଦୀପାବଳିର ଶୁଭ ଯୋଗ ପାଳନ କରାଯିବ। ୧୪ ନଭେମ୍ବର ସନ୍ଧ୍ୟା ୬.୦୦ ବାଜି ମଙ୍ଗଳ ଗ୍ରହର ମୀନ ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ମଙ୍ଗଳ ଗ୍ରହ ୪ ଅକ୍ଟୋବରକୁ ନିଜସ୍ଵ ରାଶି ମେଷ ରୁ ମୀନ ରାଶିକୁ ବକ୍ରୀ ହୋଇଥିଲେ। ଏହାପରେ ୨୪ ଡିସେମ୍ବର ୨୦୨୦ କୁ ନିଜ ରାଶି ମେଷରେ ପ୍ରବେଶ କରିବେ। ମଙ୍ଗଳର ରାଶି ପରିବର୍ତ୍ତନ କେଉଁ ରାଶି ଉପରେ ଶୁଭ ପ୍ରଭାବ ପକାଇବ ଏବଂ କେଉଁ ରାଶି ଉପରେ ନକାରାତ୍ମକ ପ୍ରଭାବ ପକାଇବ, ଆମେ ଆପଣଙ୍କୁ ସେହି ବିଷୟରେ ସୂଚନା ଦେବାକୁ ଯାଉଛୁ।

ଆସନ୍ତୁ ଜାଣିବା ମଙ୍ଗଳ ଗ୍ରହର ମାର୍ଗୀ ହେବା କେଉଁ ରାଶି ଉପରେ ଶୁଭ ପ୍ରଭାବ ପକାଇବ।

ବୃଷ ରାଶି:-

ବୃଷ ରାଶିର ଲୋକଙ୍କ ପାଇଁ ମଙ୍ଗଳର ମାର୍ଗୀ ହେବା ଅତ୍ୟନ୍ତ କଲ୍ୟାଣକାରୀ ସାବ୍ୟସ୍ତ ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଲଗାତାର ସଫଳତା ହାସଲ ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଆମଦାନୀରେ ବୃଦ୍ଧି ହେବ। ଘରୋଇ ସୁଖ ସାଧନରେ ବୃଦ୍ଧି ହେବ।

କର୍କଟ ରାଶି:-

କର୍କଟ ରାଶି ପାଇଁ ମଙ୍ଗଳ ଗ୍ରହ ମାର୍ଗୀ ହେବା ଅତ୍ୟନ୍ତ ଉତ୍ତମ ସାବ୍ୟସ୍ତ ହେବ। ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଭରି ଯିବ। ଆମଦାନୀର ନୂଆ ସାଧନ ମିଳିବ। ଚାକିରୀ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବାର ଯୋଗ ରହିଛି। ବ୍ୟାପାରରେ ଭାରୀ ଲାଭ ମିଳିବାର ସମ୍ଭାବନା ରହିଛି। କାର୍ଯ୍ୟ ପ୍ରଣାଳୀରେ ଆପଣ ସୁଧାର କରିବେ। ପ୍ରତିଯୋଗୀଙ୍କୁ ପରୀକ୍ଷାରେ ସଫଳତା ମିଳିବ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ା ପ୍ରତି ମନ ଲାଗିବ। ଲାଭଦାୟକ ଯାତ୍ରା କରି ପାରନ୍ତି।

ବିଛା ରାଶି:-

ବିଛା ରାଶିର ଲୋକଙ୍କୁ ମଙ୍ଗଳର ମାର୍ଗୀ ହେବା ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ନୂଆ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ। ଆମଦାନୀରେ ଉତ୍ତମ ମାର୍ଗ ପ୍ରାପ୍ତ ହେବ। କ୍ୟାରିୟର ରେ ଆପଣ ଲଗାତାର ଲାଭ ପ୍ରାପ୍ତ କରିବେ। ବ୍ୟାପାରରେ ବିସ୍ତାର ହେବାର ସମ୍ଭାବନା ରହିଛି। କୌଣସି କମ୍ପାନୀ ସହିତ ବଡ଼ ଡ଼ିଲ କରି ପାରନ୍ତି। କିଛି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ରହିବ।

Google

କୁମ୍ଭ ରାଶି:-

କୁମ୍ଭ ରାଶିର ଲୋକଙ୍କ ପାଇଁ ମଙ୍ଗଳର ମାର୍ଗୀ ହେବା ଦ୍ବାରା ଧନ ପ୍ରାପ୍ତି ହେବାର ସଂକେତ ଦେଉଛି। ଆପଣଙ୍କ ଦ୍ଵାରା ହୋଇଥିବା ପୁରୁଣା ସମ୍ପର୍କ ଘନିଷ୍ଠ ହେବ। ଆପଣ ଏହିସମୟରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ପରିବାରରେ ଆର୍ଥିକ ସ୍ଥିତି ସୁଦୃଢ ରହିବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ପିତାମାତାଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହେବ। ମିତ୍ରଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଆପଣ ନିଜର ସବୁ ଯୋଜନାର ଅନ୍ତିମ ରୂପ ଦେବେ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ଚାପ ଅନୁଭବ ହୋଇପାରେ। ରୋଜଗାର ନଥିବା ଲୋକଙ୍କୁ ଚାକିରୀ ମିଳିପାରେ।

ମୀନ ରାଶି:-

ମୀନ ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହ ମାର୍ଗୀ ହେବା ଅତ୍ୟନ୍ତ ଶୁଭ ରହିବ। ଆପଣଙ୍କୁ ବଡ଼ ଉପହାର ମିଳିପାରେ। ଲମ୍ବା ସମୟରୁ ଯେଉଁ ସମୟର ଅପେକ୍ଷା କରିଥିବେ ତାହା ଆଜି ପୂରଣ ହୋଇପାରେ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ବ୍ୟାପାର ରେ କିଛି ପରିବର୍ତ୍ତନ କରି ପାରନ୍ତି, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଆସିବ। ଦୂର ସଞ୍ଚାର ମଧ୍ୟମରୁ ସୁଖଦ ସମାଚାର ମିଳିପାରେ। ପରିବାରରେ ବୃଦ୍ଧ ଲୋକଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଆସନ୍ତୁ ଜାଣିବା ବାକି ରାଶି ଗୁଡିକର କିପରି ରହିବ  ସ୍ଥିତି ।

ମେଷ ରାଶି:-

ମେଷ ରାଶିର ଲୋକଙ୍କୁ  କୌଣସି କାରଣ ବଶତଃ ଟଙ୍କା ଉଧାର ନେବାକୁ ପଡିପାରେ। ଉଧାର ନେଇଥିବା ଟଙ୍କା ଆପଣଙ୍କୁ ଫେରସ୍ତ କରିବାକୁ କଠିନ ହୋଇପାରେ। ଆପଣ କୌଣସି ପ୍ରକାରର ବିବାଦରେ ପଡନ୍ତୁ ନାହିଁ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଚାକିରୀ କ୍ଷେତ୍ରରେ ବାତାବରଣ ଅନୁକୂଳ ରହିବ। ଏହି ରାଶିର ଲୋକଙ୍କୁ କୌଣସି କଠିନ ପଦକ୍ଷେପ ନେବା ଉଚିତ ନୁହେଁ।

ମିଥୁନ ରାଶି:-

ମିଥୁନ ରାଶିର ଲୋକଙ୍କୁ ଜରୁରୀ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ,ଯେଉଁ କାରଣରୁ ଆପଣ ଚିନ୍ତିତ ରହି ପାରନ୍ତି। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଏହି ରାଶିର ଲୋକଙ୍କୁ ପରିବାରର ସବୁ ଲୋକଙ୍କ ସହିତ ତାଳମେଳ ରଖି ଚାଲିବା ଉଚିତ। ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣଙ୍କ ଆମଦାନୀ ସାମାନ୍ୟ ରହିବ। ଦାମ୍ପତ୍ୟ ଜୀବନରେ ଉତ୍ଥାନ ପତନ ଦେଖା ଦେଇପାରେ। ଆପଣଙ୍କ ମନ ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ ରାଶି:-

ସିଂହ ରାଶିର ଲୋକଙ୍କ ଜୀବନରେ ଅନେକ ସମସ୍ୟା ଦେଖା ଦେଇପାରେ। ଆପଣ ନିଜର ଜରୁରୀ କାର୍ଯ୍ୟ ସମ୍ଭାଳି କରନ୍ତୁ। ଅଯଥା ଯାତ୍ରା କରିବାକୁ ପଡିପାରେ। ନିଜର ଜରୁରୀ କାର୍ଯ୍ୟ ସମ୍ଭାଳି କରନ୍ତୁ, ନଚେତ ଆପଣଙ୍କର କୌଣସି କାର୍ଯ୍ୟ ବିଗିଡି ପାରେ। ବାହାରେ ଖାଇବା ପିଇବା କରନ୍ତୁ ନାହିଁ। ଘର ପରିବାରରେ ଦାୟିତ୍ୱକୁ ବୁଝିବାର ଆବଶ୍ୟକତା ରହିଛି। ବ୍ୟାପାର ସମ୍ବନ୍ଧୀୟ କୌଣସି କଠିନ ପଦକ୍ଷେପ ନିଅନ୍ତୁ ନାହିଁ। ସେୟାର ବଜାରରେ ଜଡ଼ିତ ଲୋକଙ୍କୁ କ୍ଷତି ହେବାର ସମ୍ଭାବନା ରହିଛି। ବିପରୀତ ପରିସ୍ଥିତିରେ ଆପଣଙ୍କ ବୁଝି ବିଚାରି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ମିତ୍ରଙ୍କ ସହିତ ମତଭେଦ ହୋଇପାରେ।

Google

କନ୍ୟା ରାଶି:-

କନ୍ୟା ରାଶିର ଲୋକଙ୍କୁ ପାରିବାରିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କାର୍ଯ୍ୟରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ମାନସିକ ଚିନ୍ତା ଅଧିକ ରହିବ, ଯାହାଦ୍ଵାରା ଆପଣ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରି ପାରିବେ ନାହିଁ। ଈଶ୍ୱରଙ୍କ ଭକ୍ତିରେ ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣ ନିଜ ପିତାମାତାଙ୍କ ସହିତ ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ବିଶେଷ ରୂପରେ ଆପଣ କାହାକୁ ଋଣ ଦେବାରୁ ବଞ୍ଚିତ ହୁଅନ୍ତୁ।

ତୁଳା ରାଶି:-

ତୁଳା ରାଶିର ଲୋକଙ୍କୁ ନିଜ କାର୍ଯ୍ୟ ପ୍ରତି ଧର୍ଯ୍ୟ ବନେଇ ରଖିବା ଆବଶ୍ୟକ। କୌଣସି କାର୍ଯ୍ୟ କରିବା ସମୟରେ ଶୀଘ୍ରତା କରିବା ଉଚିତ ନୁହେଁ। କାହା ସହିତ କଥାବାର୍ତ୍ତା କରିବା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଚାନକ ବ୍ୟାପାର ମାମଲାରେ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ସମାଜରେ ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କିଛି ଅସହାୟ ଲୋକଙ୍କୁ ସାହାଯ୍ୟ କରି ପାରନ୍ତି। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି।

ଧନୁ ରାଶି:-

ଧନୁ ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହ ମାର୍ଗୀ ହେବା ଅନୁକୂଳ ନୁହେଁ। ଆପଣଙ୍କ ମନରେ ପୁରୁଣା କଥାକୁ ନେଇ ଚିନ୍ତା ରହିପାରେ। ଘରୋଇ ଆବଶ୍ୟକତାକୁ ନେଇ ଚିନ୍ତିତ ରହି ପାରନ୍ତି। କୌଣସି କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ପରିବାରର ବୃଦ୍ଧ ଲୋକଙ୍କ ପରାମର୍ଶ ଏବଂ ଆଶୀର୍ବାଦ ମିଳିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ପ୍ରେମ ଜୀବନରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ଆପଣ କଠିନ ପରିଶ୍ରମ କରିବେ।

ମକର ରାଶି:-

ମକର ରାଶିର ଲୋକଙ୍କ ପାଇଁ ମଙ୍ଗଳର ମାର୍ଗୀ ହେବା ସାମାନ୍ୟ ରହିବ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। କାରବାର ସହିତ ଜଡିତ ଲୋକଙ୍କୁ ଲାଭ ମିଳିବ। ଯଦି ଆପଣ ବ୍ୟାପାରକୁ ନେଇ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହେଲେ ଭଲ ଭାବରେ ବିଚାର କରି ନିଅନ୍ତୁ। ଗୁପ୍ତ ଶତ୍ରୁ ଙ୍କ ଠାରୁ ସମ୍ଭାଳି ରୁହନ୍ତୁ, ସେମାନେ ଆପଣଙ୍କ କାର୍ଯ୍ୟ ବିଗାଡି ପାରନ୍ତି। ଅଧିନସ୍ଥ କର୍ମଚାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା  ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *