Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଶରୀରରେ ଏହି ଲକ୍ଷଣ ଦେଖାଯାଉଛି , ତେବେ ବୁଝିନିଅନ୍ତୁ ଆପଣଙ୍କ ହେମୋଗ୍ଲୋବିନ ସ୍ତର କମ ରହିଛି

ସେୟାର୍ କରନ୍ତୁ

ବର୍ତ୍ତମାନ ସମୟରେ ଏଭଳି ଅନେକ ଲୋକ ଅଛନ୍ତି , ଯେଉଁମାନଙ୍କ ଶରୀରରେ ହେମୋଗ୍ଲୋବିନ ସ୍ତର କମ ରହିଛି। ଯେଉଁଥିପାଇଁ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିଥାଏ ଏବଂ ସେମାନଙ୍କ ଶରୀର ଅସୁସ୍ଥ ହୋଇଯାଏ। ଆଜି ଶରୀରର ଏଭଳି କିଛି ଲକ୍ଷଣ ବିଷୟରେ ଜାଣିବାକୁ ଚେଷ୍ଟା କରିବୁ , ଯେଉଁ ଲକ୍ଷଣ ଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଶରୀରର ହେମୋଗ୍ଲୋବିନ ସ୍ତର କମ ହୋଇଯାଇଛି। ତେବେ ଆସନ୍ତୁ ଏ ବିଷୟରେ ବିସ୍ତୃତ ଭାବରେ ଜାଣିବା ଯେ ଯଦି ଶରୀରରେ ଏହି ଲକ୍ଷଣ ଗୁଡିକ ଦେଖାଯାଏ , ତେବେ ବୁଝିନିଅନ୍ତୁ ଆପଣଙ୍କ ହେମୋଗ୍ଲୋବିନ ସ୍ତର କମ ହୋଇଯାଇଛି।

୧) ଚର୍ମ ରଙ୍ଗରେ ପରିବର୍ତ୍ତନ:-

Google

ଯଦି କୌଣସି ବ୍ୟକ୍ତିର ଚର୍ମର ରଙ୍ଗ ପରିବର୍ତ୍ତନ ହୋଇଯାଏ ତଥା ଚର୍ମର ରଙ୍ଗ ହାଲୁକା ହଳଦିଆ ହେବାକୁ ଲାଗିଯାଏ ,ତେବେ ଏହାର ଅର୍ଥ ଆପଣଙ୍କ ଶରୀରରେ ହେମୋଗ୍ଲୋବିନ ସ୍ତର କମ ହୋଇଯାଇଛି। ଯଦି ଆପଣଙ୍କ ଶରୀରରେ ଏହି ଲକ୍ଷଣ ଦେଖାଯାଉଛି , ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ , ଯାହାଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ହେମୋଗ୍ଲୋବିନ ଅଭାବକୁ ଦୂର କରିବା ପାଇଁ ଆପଣ ପ୍ରତିଦିନ ଆଇରନ ଯୁକ୍ତ ଖାଦ୍ୟ ଖାଆନ୍ତୁ।

୨) ମସ୍ତିଷ୍କରେ ବିରକ୍ତିଭାବ:-

ଯଦି କୌଣସି ବ୍ୟକ୍ତିଙ୍କର ମସ୍ତିଷ୍କରେ ବିରକ୍ତଭାବର ସମସ୍ୟା ଲାଗି ରହିଥାଏ କିମ୍ବା ତାର କାମ କରିବାକୁ ମନ ଲାଗେନାହିଁ ,ତେବେ ଏ ସବୁ ଲକ୍ଷଣ ହେମୋଗ୍ଲୋବିନ ଅଭାବର ହୋଇଥାଏ। କାରଣ ଶରୀରରେ ହେମୋଗ୍ଲୋବିନ କମ ଦ୍ୱାରା ମସ୍ତିଷ୍କରେ ଅମ୍ଳଜାନର ପ୍ରବାହିତ ଠିକ ଭାବରେ ହୋଇପାରେ ନାହିଁ। ଯେଉଁ କାରଣରୁ ମସ୍ତିଷ୍କରେ ବିରକ୍ତଭାବର ସମସ୍ୟା ଉତ୍ପନ୍ନ ହୋଇଯାଏ। ହେମୋଗ୍ଲୋବିନ ସ୍ତରକୁ ଠିକ କରିବା ପାଇଁ ଆପଣ ପ୍ରତିଦିନ ସକାଳେ ଚାଲନ୍ତୁ ଏବଂ ଆଇରନ ଯୁକ୍ତ ଖାଦ୍ୟ ଖାଆନ୍ତୁ।

୩) ମୁଣ୍ଡ ବୁଲାଇବା:-

Google

ଯଦି କୌଣସି ବ୍ୟକ୍ତିଙ୍କୁ ଆଘାତ ଲାଗିବା ଦ୍ୱରା କିମ୍ବା ଚାଲୁ ଚାଲୁ ମୁଣ୍ଡ ବୁଲାଇବାକୁ ଲାଗିଥାଏ , ତେବେ ଏହାର ଅର୍ଥ ହେଉଛି ଶରୀରରେ ଅମ୍ଳଜାନର ସ୍ତର କମ ରହିଛି। ଏହି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ , ଏବଂ ଏହାକୁ ଠିକ କରିବାପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହା ସହିତ ଡାଲିମ୍ବ , ବିଟ , ବାଦାମ , ଶାଗ ସେବନ କରନ୍ତୁ। ଏଗୁଡିକରେ ଆଇରନ ଅଧିକ ମାତ୍ରାରେ ରହିଥାଏ। ଏହାଦ୍ୱାରା ହେମୋଗ୍ଲୋବିନ ସ୍ତର ଠିକ ହୋଇଯାଇଥାଏ ଏବଂ ଶରୀରରେ ଶକ୍ତି ବଜାୟ ରହିଥାଏ।

୪) ପାଦରେ ଫୁଲା:-

ଯଦି କୌଣସି ବ୍ୟକ୍ତିଙ୍କର ପାଦ ଫୁଲିବା ଭଳି ସମସ୍ୟା ଦେଖାଯାଉଛି କିମ୍ବା ଥକାପଣ ଅନୁଭବ ହେଉଛି , ତେବେ ବୁଝିନିଅନ୍ତୁ ଯେ ଶରୀରରେ ହେମୋଗ୍ଲୋବିନର ଅଭାବ ରହିଅଛି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରତିଦିନ ସକାଳେ ଖାଲି ପାଦରେ ଚାଲନ୍ତୁ ଏବଂ ଏହା ସହିତ ଆଇରନ ଯୁକ୍ତ ଖାଦ୍ୟର ସେବନ କରନ୍ତୁ। ଏହାଦ୍ୱାରା ଶରୀରରେ ହେମୋଗ୍ଲୋବିନ ସ୍ତର ସାମାନ୍ୟ ହୋଇଯିବ ଏବଂ ପାଦ ଫୁଲା ରୁ ମଧ୍ୟ ମୁକ୍ତି ମିଳିଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *