Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ୨୦୨୦ : ଏଥର ବାସ୍ତୁ ଅନୁସାରେ କରନ୍ତୁ ଘରର ସାଜସଜ୍ଜା, ମା ଲକ୍ଷ୍ମୀଙ୍କ ମିଳିବ ବିଶେଷ କୃପା

ସେୟାର୍ କରନ୍ତୁ

ଦୀପାବଳୀ ପର୍ବ ଅବସରରେ ସମସ୍ତେ ନିଜ ଘରକୁ ସବୁଠାରୁ ସୁନ୍ଦର ଭାବରେ ସଜାଇବାକୁ ଚାହାଁନ୍ତି। ସେମିତି କାହିଁକି ଏଥର ବାସ୍ତୁ ନିୟମ ଅନୁଯାୟୀ ଘରକୁ ସଜାଇବା ନାହିଁ। ଯାହାଦ୍ୱାରା ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ମିଳିପାରିବ।

ଦୀପାବଳିର ପର୍ବ ଏଥର ୧୪ ନଭେମ୍ବରରେ ପଡୁଛି।ଯାହାର ପ୍ରସ୍ତୁତିରେ ଆପଣ ମାନେ ସମସ୍ତେ ଏବେଠାରୁ ଏକାଠି ଲାଗି ପଡିଛନ୍ତି। ଘରେ ସ୍ୱଚ୍ଛତାର ପରିବେଶ ଚାଲୁଥିବ। ଏବଂ ତାପରେ ପର୍ବର ଶୁଭାରମ୍ଭ ଆରମ୍ଭ ହୋଇଯିବ ସାଜସଜ୍ଜାରୁ। ଯାହା ପାଇଁ ଆପଣ ନିଶ୍ଚିତ ଭାବରେ ସପିଂ ଆରମ୍ଭ କରିଦେଇ ଥିବେ।

Google

ଦୀପାବଳୀ ଅବସରରେ ସମସ୍ତେ ନିଜ ଘରକୁ ସବୁଠାରୁ ସୁନ୍ଦର ସଜାଇବାକୁ ଚାହାଁନ୍ତି ଏଥି ସହିତ କାହିଁକି ଏଥର ବାସ୍ତୁ ନିୟମ ଅନୁଯାୟୀ ଘରକୁ ସଜାଇବା ନାହିଁ। ଯାହାଦ୍ୱାରା ମା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ମିଳିପାରିବ।ବାସ୍ତବରେ ପ୍ରତ୍ୟେକ ଥର ଆମେ ଘରକୁ ସଜାଇ ଥାଉ କିନ୍ତୁ ବାସ୍ତୁର ବିପରୀତ କାରଣରୁ ଏହାର ଶୁଭ ଏବଂ ଉଚିତ ଫଳାଫଳ ପ୍ରାପ୍ତି କରି ପାରିନଥାଉ। ଏଥର ବାସ୍ତୁ ନିୟମକୁ ଧ୍ୟାନରେ ରଖି ଦୀପାବଳୀର ସାଜସଜ୍ଜା କରନ୍ତୁ।

ବାସ୍ତୁ ଅନୁସାରେ କରନ୍ତୁ ଦୀପାବଳୀର ସାଜସଜ୍ଜା।

ଘରୁ ବାହାର କରିଦିଅନ୍ତୁ ଆବର୍ଜନା ଜିନିଷକୁ:-

ସର୍ବପ୍ରଥମେ ଦୀପାବଳୀର ସାଜସଜ୍ଜା ପୂର୍ବରୁ ସମସ୍ତ ବର୍ଜ୍ୟବସ୍ତୁକୁ ଘରୁ ବାହାର କରିଦିଅନ୍ତୁ। ଯାହା ଆପଣଙ୍କର କାମରେ ଆସୁନାହିଁ କିମ୍ବା ଖରାପ ହୋଇଯାଇଛି।ଯେମିତିକି ଖରାପ ହୋଇ ଘରେ ପଡିଥିବା ଇଲେକ୍ଟ୍ରୋନିକ ଜିନିଷଗୁଡିକ ଯଥା ଟିଭି, ଫ୍ରିଜ୍, ଘଣ୍ଟା ଭଳି ଜିନିଷ ଘରୁ ବାହାର କରିଦିଅନ୍ତୁ। କିମ୍ବା ଏହାକୁ ଠିକ କରିଦିଅନ୍ତୁ।

Google

ଛାତ ଉପରେ କୌଣସି ଆବର୍ଜନା ଜିନିଷ ରଖନ୍ତୁ ନାହିଁ:-

ପରିଷ୍କାର ପରିଚ୍ଛନ୍ନତା କେବଳ ଘର ଭିତରେ ହେବା ଜରୁରୀ ନୁହେଁ ବରଂ ଘରର ପ୍ରତ୍ୟେକ କୋଣକୁ ସଫା କରିବା ଜରୁରୀ ହୋଇଥାଏ। ବିଶେଷକରି ଛାତ ଉପରେ। ଯଦି ଆପଣ ଘରର ଭିତର ଅଂଶକୁ ସଂପୂର୍ଣ୍ଣ ଭାବେ ସଜାଇଛନ୍ତି ଏବଂ ଛାତ ଉପରେ ମଇଳା ଅଛି ତେବେ ଆପଣ କେବେବି ମା ଲକ୍ଷ୍ମୀଙ୍କ କୃପା ପାଇପାରିବେ ନାହିଁ। ସେଥିପାଇଁ ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଛାତ ସଫା କରିନାହାନ୍ତି ତେବେ ଯଥାଶୀଘ୍ର ସଫା କରିଦିଅନ୍ତୁ।

ଏହି ଦିଗରେ ଲଗାନ୍ତୁ ଭଗବାନ ଗଣପତି ଏବଂ ମା ଲକ୍ଷ୍ମୀଙ୍କ ଫଟୋ:-

ଏମିତି ତ ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ହେବା ଉଚିତ ନୁହେଁ କିନ୍ତୁ ଯଦି କୌଣସି କାରଣରୁ ଘରର ମୁଖ୍ୟ ଦ୍ୱାର ଏହି ଦିଗରେ ଥାଏ ତେବେ ମୁଖ୍ୟ ଦ୍ୱାରରେ ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ଫୋଟ ରଖିବା ଉଚିତ। ଏହା ବାସ୍ତୁଦୋଷ ଦୂର କରିଥାଏ।

ଘରର ଦ୍ୱାରରେ ସ୍ୱାସ୍ତିକ ତିଆରି କରନ୍ତୁ:-

ଏହି ଦୀପାବଳୀରେ ଘରର ଝରକା ଏବଂ କବାଟରେ ସୋରିଷ ତେଲରେ ସ୍ୱାସ୍ତିକ ଚିହ୍ନ ତିଆରି କରାଯିବା ଉଚିତ ଏବଂ ଶୁଭ ଲାଭ ଲେଖିବା ଉଚିତ। ଏହା ବ୍ୟତୀତ ଯଦି ଆପଣ ଘରେ ଏକ ନୂଆ ଟିଭି ଏବଂ ଫ୍ରିଜ ଘରକୁ ଆଣିବାକୁ ଚିନ୍ତା କରୁଛନ୍ତି ତେବେ ଏହାକୁ ଉତ୍ତର କିମ୍ବା ପୂର୍ବ ଦିଗକୁ ରଖିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *