Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ଏହି ବିଶେଷ ସ୍ଥାନ ଗୁଡିକରେ ନିଶ୍ଚିତ ଭାବରେ ଦୀପ ଜାଳନ୍ତୁ , ବର୍ଷିବ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ

ସେୟାର୍ କରନ୍ତୁ

ଦୀପାବଳି ପାଞ୍ଚ ଦିନର ପର୍ବ ଅଟେ। ଧନତେରସରୁ ଭାଇ ଦ୍ଵିତୀୟା ପର୍ଯ୍ୟନ୍ତ ପାଳନ କରିବା ସହ ପ୍ରତିଦିନ ଘରର ଅଗଣାରେ ଦୀପ ଜଳାଇବାର ପରମ୍ପରା ରହିଛି। ବିଶ୍ୱାସ ରହିଛି ଯେ କିଛି ବିଶେଷ ସ୍ଥାନରେ ମଧ୍ୟ ଦୀପ ଜଳାଇବା ଉଚିତ , ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ ଆଶୀର୍ବାଦ ସଦା ସର୍ବଦା ରହିଥାଏ। ଏହାସହିତ ଏହାଦ୍ୱାରା ଏହି ପାଞ୍ଚ ମହୋତ୍ସବର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ବର୍ଷସାରା ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ଆଶୀର୍ବାଦ ଦ୍ୱାରା ଘରେ ସୁଖ ସମୃଦ୍ଧତା ବଜାୟ ରହିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ , ଧନତେରସରୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ଘରର କିଛି ବିଶେଷ ସ୍ଥାନ ଗୁଡ଼ିକରେ ନିଶ୍ଚିତ ଭାବରେ ଦୀପ ଜଳାଇବା ଉଚିତ।

ବିଶ୍ୱାସ ଅନୁଯାୟୀ , ଦୀପାବଳି ସନ୍ଧ୍ୟାରେ ଲକ୍ଷ୍ମୀ ପୂଜା ପୂର୍ବରୁ ଘରର ମୁଖ୍ୟ ଦ୍ୱାରରେ ସୋରିଷ ତେଲର ଦୀପ ଜାଲିବା ଉଚିତ। ବିଶ୍ଵାସ କରାଯାଏ ଯେ ଏହିଦିନ ମାତା ଲକ୍ଷ୍ମୀ ଘରେ ଘରେ ପରିଦର୍ଶନ କରନ୍ତି , ସେଥିପାଇଁ ତାଙ୍କ ସ୍ୱାଗତର ସମ୍ପୂର୍ଣ୍ଣ ପ୍ରସ୍ତୁତି ହେବା ଆବଶ୍ୟକ। ଘରର ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ଵରେ ଗୋଟିଏ ଗୋଟିଏ ଦୀପ ଜାଳନ୍ତୁ। ଏହାଦ୍ୱାରା ମାତା ଗୃହ ପ୍ରବେଶ କରିଥାନ୍ତି।

Google

ଆପଣଙ୍କ ଘର ପାଖର କୌଣସି ମନ୍ଦିରକୁ ଯାଇ ଦୀପ ଜାଳନ୍ତୁ। ସମ୍ଭବତଃ ପ୍ରତ୍ୟେକ ମୂର୍ତ୍ତି ନିକଟରେ ଦୀପ ଜାଳନ୍ତୁ। ଏହାସହ ଘର ପାଖ ମୁଖ୍ୟ ରାସ୍ତାରେ ଦୀପ ଜାଳି ଆସନ୍ତୁ। ଏହାଦ୍ବାରା ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ଆଲୋକ ମିଳିଥାଏ। ଏବଂ ଦୀପ ଜାଳିଥିବା ବ୍ୟକ୍ତିଙ୍କୁ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ।

ଲକ୍ଷ୍ମୀ ପୂଜା ପରେ ଅଶ୍ୱତ୍ଥ ଗଛ ତଳେ ଘିଅର ଏକ ଦୀପ ଜାଳନ୍ତୁ। ବିଶ୍ଵାସ କରାଯାଏ ଯେ ଅଶ୍ୱତ୍ଥ ଗଛ ତଳେ ଭଗବାନ ବାସ କରିଥାନ୍ତି ,ସେଥିପାଇଁ ଏଠାରେ ଦୀପ ଜାଳିବା ଉନ୍ନତି ଆଣିଥାଏ।

ଘର ଅଗଣାରେ ତୁଳସୀ ଗଛ ପାଖରେ ଏକ ଦୀପ ଜାଳନ୍ତୁ। ଏହାଦ୍ୱାରା ଘରେ ସୁଖ ବାସ କରିଥାଏ। ଏହାବ୍ୟତୀତ ଯଦି ଆପଣଙ୍କ ପାଖରେ ଯାନବାହନ ରହିଛି , ତେବେ ଆପଣ ଯାନବାହନ ନିକଟରେ ଏକ ଦୀପ ଜାଳନ୍ତୁ।

ଦୀପାବଳି ରାତିରେ ଘରର ଚାରି କୋଣରେ ଚାରିମୂଖ ଦୀପ ନିଶ୍ଚିତ ଭାବରେ ଜାଳିବା ଉଚିତ। ଏବଂ ଭଗବାନ ଗଣେଶଙ୍କୁ ନିଜ ଚାରି ପାଖରେ ସୁଖ ସମୃଦ୍ଧିର କାମନା କରିବା ଉଚିତ।

Google

ଘରର ନଳକୂପ ନିକଟରେ ଅର୍ଥାତ କୌଣସି ଜଳସ୍ରୋତ ନିକଟରେ ଏକ ଦୀପ ନିଶ୍ଚିତ ଭାବରେ ଜାଳନ୍ତୁ। ବିଶ୍ୱାସ ଅନୁଯାୟୀ , ମାତା ଲକ୍ଷ୍ମୀ ଜଳ ରୂପରେ ଘରେ ବାସ କରିଥାନ୍ତି।

ଏହାବ୍ୟତୀତ ମାନ୍ୟତା ରହିଛି ଯେ ରାତିରେ ଦୁଇଟି ଦୀପ ରୋଷେଇ ଘରେ ନିଶ୍ଚିତ ଭାବରେ ଜଳାଇବା ଉଚିତ। ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ କୃପା ଦ୍ୱାରା ଅନ୍ନରେ ବୃଦ୍ଧି ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା  ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *