Excuse Me Odisha

ଯାହା କହିବୁ ସତ କହିବୁ

୨୦ ନଭେମ୍ବରକୁ ହେବ ଶନି ଏବଂ ଗୁରୁଙ୍କ ମିଳନ, ଏହି ଉପାୟରୁ ଖୋଲି ପାରେ ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ନଭେମ୍ବର ମାସ ହେଉଛି ପର୍ବପର୍ବାଣୀର ମାସ। ଏହି ମାସରେ କରୱା ଚଉଥ, ଅହୋଇ ଅଷ୍ଟମୀ, ଧନତେରସ , ଦୀପାବଳୀ , ଛଠ ପୂଜା, ଗୋବର୍ଦ୍ଧନ ପୂଜା ଭଳି ଅନେକ ବଡ଼ ପର୍ବ ପାଳନ କରାଯିବ। ଏବେ ସାରା ଦେଶରେ ପର୍ବ ପର୍ବାଣୀ ଲାଗି ରହିଛି। କହିବାକୁ ଗଲେ ନଭେମ୍ବର ମାସ ପର୍ବପର୍ବାଣୀ ପାଇଁ ଖାସ୍ ତ ରହିଛି କିନ୍ତୁ ଜ୍ୟୋତିଷ ସଂଯୋଗ ମଧ୍ୟ ବନୁଛି, ଏହାଦ୍ବାରା ଆପଣଙ୍କ ଭାଗ୍ୟ ଚମକି ପାରେ।

ଆଜ୍ଞା ହଁ ଶନି ଏବଂ ଗୁରୁ ଗ୍ରହର ସଂଯୋଗ ଦ୍ଵାରା ଆପଣଙ୍କର ଭାଗ୍ୟ ବଦଳି ପାରେ। କହି ରଖୁଛୁ କି ଦୀପାବଳି ( ୧୬ ନଭେମ୍ବର ) ର ଠିକ ୪ ଦିନପରେ ଅର୍ଥାତ ୨୦ ନଭେମ୍ବରକୁ ଗୁରୁ ଏବଂ ଶନିଙ୍କ ବିଶେଷ ସଂଯୋଗ ବନୁଛି। ଶନି ଏହି ସମୟରେ ମକର ରାଶିରେ ବିରାଜମାନ କରିଛନ୍ତି ଏବଂ ୨୦ ତାରିଖରେ ଗୁରୁ ମକର ରାଶିରେ ପ୍ରବେଶ କରି ଯିବେ।

Google

ଜ୍ୟୋତିଷ ଗଣନା ଅନୁସାରେ ଗୁରୁ ଏବଂ ଶନିଙ୍କ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହି ମିଳନ ଅତ୍ୟନ୍ତ ସୁଖଦସମ୍ବନ୍ଧ କୁ ଦର୍ଶାଇଥାଏ। ଜ୍ୟୋତିଷ ଗଣନା ଅନୁସାରେ ଗୁରୁ ଏବଂ ଶନିଙ୍କ ପରସ୍ପର କୌଣସି ବିବାଦ ନାହିଁ। ଅର୍ଥାତ  ପରସ୍ପର କୁ ହାନୀ ପହଞ୍ଚାଇ ନଥାନ୍ତି। ଶନି , ଗୁରୁଙ୍କ ବହୁତ ସମ୍ମାନ କରି ଥାନ୍ତି। ଗୋଟେ ପଟେ ଶନିଙ୍କୁ କର୍ମର ଦେବତା କୁହାଯାଏ ଏବଂ ଗୁରୁ ବ୍ୟକ୍ତିକୁ ଶୁଭ ଫଳ ପ୍ରଦାନ କରି ଥାନ୍ତି। ଗୁରୁ ଆପଣଙ୍କ କ୍ୟାରିୟରର ଦଶା ଓ ଦିଗକୁ ନେଇ ନିଷ୍ପତ୍ତି କରିଥାନ୍ତି। କହି ରଖୁଛୁ କି ଏହି ସଂଯୋଗ ୫ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ। ଆପଣଙ୍କୁ ଲାଭ ପାଇବା ପାଇଁ କିଛି ଖାସ୍ ଉପାୟ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା ସେହି ଖାସ୍ ଉପାୟ ବିଷୟରେ।

ଅଶ୍ୱତ୍ଥ ଗଛର ପୂଜା କରନ୍ତୁ –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଅଶ୍ୱତ୍ଥ ଗଛକୁ  ବିଧି ବିଧାନରେ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏଥିପାଇଁ ଆପଣଙ୍କୁ ଶନିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଆବଶ୍ୟକ ଏବଂ କୌଣସି ଅଶ୍ୱତ୍ଥ ଗଛ ପାଖକୁ ଯାଇ ପୂଜାର୍ଚ୍ଚନା କରିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ଶନିଦେବଙ୍କ ବିଶେଷ କୃପା ଆପଣଙ୍କୁ ଆପଣଙ୍କୁ ମିଳିବ। ଆପଣଙ୍କୁ ନିଜର ଉତ୍ତମ କର୍ମ ପାଇଁ ଶୁଭ ଫଳ ପ୍ରାପ୍ତ ହେବ।

Google

ଶନି ସ୍ତୋତ୍ର ପାଠ କରିବେ –

୨୦ ନଭେମ୍ବର ପରେ ଏକ ଶନିବାର  ରୁ ଆରମ୍ଭ କରନ୍ତୁ ଏବଂ ଲଗାତାର ୧୧ ଶନିବାର ପର୍ଯ୍ୟନ୍ତ ୧୦୮ ଥର ଶନି ସ୍ତୋତ୍ର ପାଠ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ଶନି ଦଶାରୁ ମୁକ୍ତି ମିଳିବ ଏବଂ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଶନି ସ୍ତୋତ୍ରର ପାଠ ଆପଣ ପ୍ରତ୍ୟେକ ଶନିବାର କରିବା ଦ୍ଵାରା  ଶନି ମହାରାଜଙ୍କ କୃପା ଦୃଷ୍ଟି ରହିଥାଏ।

ଶନିଦେବଙ୍କୁ ଅର୍ପଣ କରନ୍ତୁ ତେଲ –

ଆପଣଙ୍କୁ କହି ରଖୁଛୁ କି ଶନି ମହାରାଜଙ୍କୁ ତେଲ ଅତ୍ୟନ୍ତ ପ୍ରିୟ ଅଟେ। ଏଥିପାଇଁ ଶନି ମନ୍ଦିରରେ ତେଲ ଅର୍ପଣ କରାଯାଏ। ଯଦି ଆପଣ ଶନି ମନ୍ଦିର ରେ ସୋରିଷ ତେଲ ଅର୍ପଣ କରିବେ ତାହେଲେ ଆପଣଙ୍କୁ କଷ୍ଟରୁ ମୁକ୍ତି ମିଳିବ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହେବ। ଯଦି ଆପଣ ଶନି ଏବଂ ଗୁରୁଙ୍କ ମିଳନ ସମୟରେ ଲଗାତାର ୪୩ ଦିନ ପର୍ଯ୍ୟନ୍ତ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରିବେ, ତାହେଲେ ଆପଣଙ୍କୁ ବିଶେଷ ଲାଭ ମିଳିବ। ଶନିଦେବ ଆପଣଙ୍କର ସବୁ ଦୋଷ କ୍ଷମା କରିଦେବେ ଏବଂ ଆପଣଙ୍କ ଉତ୍ତମ କର୍ମର ଫଳ ପ୍ରଦାନ କରିବେ।

ପ୍ରତ୍ୟେକ ଶନିବାର ଦିନ କରନ୍ତୁ ଏହି କାମ –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଶନିବାର ଦିନ କଳା ଗାଈ, କଳା କୁକୁର, କଳା ପକ୍ଷୀ, ଆଦିଙ୍କୁ ଦାନା ଦେବା ଆବଶ୍ୟକ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରର ନକାରାତ୍ମକ ଉର୍ଜା ସମାପ୍ତ ହେବ, ଏହାସହିତ ଆପଣଙ୍କୁ କ୍ୟାରିୟର ରେ ସଫଳତା ମିଳିବ। ଯଦି ଆପଣ ଶନିବାର ଦିନ ଘରୁ ବାହାରକୁ ଯାଉଛନ୍ତି ତାହେଲେ ଘରୁ ବାହାରିବା ସମୟରେ କଳା କୁକୁରକୁ ଦାନା ଦେଇ ଦିଅନ୍ତୁ। ଆପଣଙ୍କର ସବୁ କାର୍ଯ୍ୟ ସଫଳତାର ସହିତ  ସମାପ୍ତ ହେବ। ଏହାସହିତ ଯଦି ଆପଣ ମାଛ ମାନଙ୍କୁ ଅଟା ର ଗୁଲି ଖୁଆଇବେ ତାହେଲେ ଆପଣଙ୍କ ଜୀବନରେ ଶନି ଦଶା ସମାପ୍ତ ହେବ ଏବଂ ଆପଣଙ୍କୁ କାର୍ଯ୍ୟରୁ ଲାଭ ମିଳିବ। ବିଗିଡି ଥିବା କାର୍ଯ୍ୟ ସମ୍ପନ୍ନ ହେବ।

ଏଭଳି ଦୂର କରନ୍ତୁ ଶନି ଦୋଷ –

Google

ଶନି ଦୋଷ ଦୂର କରିବା ପାଇଁ ଆପଣଙ୍କୁ ଭଗବାନ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ପୂଜା କଲେ ବିଶେଷ ଲାଭଦାୟକ ରହିବ। ଯଦି ଆପଣ ଶନିଙ୍କ ସାଢ଼େ ସାତୀରୁ ଚିନ୍ତିତ ରହିଛନ୍ତି, ତାହେଲେ ଆପଣଙ୍କୁ ହନୁମାନଙ୍କ ଆରାଧନା କରିବା ଆବଶ୍ୟକ। ଏହାସହିତ ଆପଣଙ୍କୁ ମଙ୍ଗଳବାର ଏବଂ ଶନିବାର ଦିନ ସୁଣ୍ଡରକାଣ୍ଡର ପାଠ କରିବା ଆବଶ୍ୟକ। ଏହାଦ୍ବାରା ଶନି ଦୋଷ ଦୂର ହୋଇଥାଏ ଏବଂ ଲାଭ ମିଳିଥାଏ। ମଙ୍ଗଳବାର ବା ଶନିବାର ଦିନ ଆପଣଙ୍କ ଆଖପାଖ ହନୁମାନ ମନ୍ଦିର ଯାଇ ସିନ୍ଦୂର ଅର୍ପଣ କରନ୍ତୁ, ବିଶେଷ ଲାଭ ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ ଓ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ “ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *