Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୮ ନଭେମ୍ବର ୨୦୨୦,ସୋମବାର,ଏହି ୮ ଟି ରାଶିର ଲୋକଙ୍କ ପାଇଁ ଧନଲାଭ ଏବଂ ଫାଇଦା ଆଣିଦେବ, ପଦୋନ୍ନତୀର ଲାଭ ମିଳିବ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ରବିବାର ୮ ନଭେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୮ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କୁ ଅନେକ ଦାୟିତ୍ୱ ତୁଲାଇବା ପାଇଁ ପଡ଼ିବ। ମିଡ଼ିଆ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ବାହାର କ୍ଷେତ୍ରରୁ ଚାପ ପଡିପାରେ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ପରିବାରରେ ଆନନ୍ଦ ଉଲ୍ଲାସ ବାତାବରଣ ରହିବ। ଜୀବନସାଥୀ ଆପଣଙ୍କ ଉପରେ ସନ୍ଦେହ କରି ପାରନ୍ତି। ଓକିଲଙ୍କ ପାଖରୁ କାନୁନ ମାମଲାରେ କିଛି ପରାମର୍ଶ ନେବା ପାଇଁ ଅନୁକୂଳ ସମୟ ରହିଛି।

ବୃଷ ରାଶି –

ଆଜି ତମ୍ବା ପାତ୍ର କିଣାକିଣି କରିବା ଆପଣଙ୍କ ପାଇଁ ଲାଭଦାୟକ ରହିବ। ବିବାହିତ ଲୋକଙ୍କ ଜୀବନରେ ପଡୋଶୀଙ୍କ ଦଖଲ ରହିପାରେ। ପ୍ରେମ ଜୀବନ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଜୀବନସାଥୀ ଏବଂ ପିଲାମାନଙ୍କ ଠାରୁ ଅଧିକ ସ୍ନେହ ଏବଂ ସହଯୋଗ ପ୍ରାପ୍ତ ହେବ। ଧନର ଆଗମନ ହୋଇପାରେ।

ମିଥୁନ ରାଶି –

କୌଣସି ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପାଇଁ ଲାଭବାନ ହେବ। ପାରିବାରିକ ମୋର୍ଚ୍ଚାରେ ସମସ୍ୟା ଖୁବ୍ ଶୀଘ୍ର ହିଁ ସମାଧାନ ହୋଇଯିବ। ଆପଣ ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। ରୋଜଗାର ନଥିବା ଲୋକଙ୍କ ପାଇଁ ଏହିଦିନ ଲାଭଦାୟକ ରହିବ, କୌଣସି କମ୍ପାନୀରୁ ଚାକିରୀର ସୁଯୋଗ ମିଳିପାରେ

Google

କର୍କଟ ରାଶି –

ଆପଣଙ୍କର ଯାତ୍ରା ସମ୍ବନ୍ଧିତ କାର୍ଯ୍ୟକ୍ରମରେ ନୂଆ ପରିବର୍ତ୍ତନ ଆଣି ପାରନ୍ତି। ପରିବାର ଲୋକଙ୍କୁ ମନେଇବା ପାଇଁ ଅଧିକ ସମୟ ଲାଗି ଯାଇପାରେ। ଆପଣଙ୍କ ସକାରାତ୍ମକ ବ୍ୟବହାର ଆଖପାଖ ଲୋକଙ୍କୁ ପ୍ରଭାବିତ କରିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ଶୀଘ୍ରତାରେ ନିଷ୍ପତ୍ତି କରନ୍ତୁ ନାହିଁ, ନଚେତ ଜୀବନରେ ସମସ୍ୟାରେ ପଡି ପାରନ୍ତି। ସୋସିଆଲ ମିଡିଆରେ ଅଧିକ ସମୟ ଅତିବାହିତ କରିବା ସମୟ ନଷ୍ଟ କରିବା ସହିତ ସମାନ ବୋଲି ଆପଣଙ୍କୁ ଅନୁଭବ ହେବ।

ସିଂହ ରାଶି –

ପରିବାର ସଦସ୍ୟଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। ସମ୍ପତ୍ତି ବିକ୍ରି କରିବା ପାଇଁ ଗ୍ରାହକ ଖୋଜି ପାରନ୍ତି। ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ ସମ୍ପର୍କରେ ମତଭେଦ ସୃଷ୍ଟି ହୋଇପାରେ। ଆଜି ଆପଣଙ୍କ ସାଥୀ ଆପଣଙ୍କ ବିଚାରରେ ସହମତି ଦେଇ ପାରନ୍ତି। ଆପଣ ନିଜର ଯୋଜନାକୁ ଭଲଭାବରେ ଅଧ୍ୟୟନ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି।

କନ୍ୟା ରାଶି –

ଦାମ୍ପତ୍ୟ ଜୀବନକୁ ନେଇ ସ୍ଥିତି ସାମାନ୍ୟ ରହିବ। ପତି ପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ମଧୁର ରହିବ। ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ରହିବ। ପୁରୁଣା ବେମାରୀରୁ ମୁକ୍ତି ମିଳିବ। ଆପଣ ନିଜ ଜୀବନର ଲକ୍ଷ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରିବେ। ବିପରୀତ ଲିଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢିବ। ବୈବାହିକ ଜୀବନରେ ରୋମାଣ୍ଟିକ ସମୟ ଅତିବାହିତ କରିବେ।

ତୁଳା ରାଶି –

ବ୍ୟବସାୟିକ କାର୍ଯ୍ୟରେ ଉତ୍ତମ ଲାଭ ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ପାଖକୁ କିଛି ନୂଆ ଦାୟିତ୍ୱ ଆସିପାରେ, ଯାହାକୁ ପୂରଣ କରିବାରେ ଆପଣ ସଫଳ ରହିବେ। ବୈବାହିକ ଜୀବନରେ ଆପଣ ପ୍ରସନ୍ନ ରହିବେ। ସହକର୍ମୀଙ୍କ ଠାରୁ ଉଚିତ ସହଯୋଗ ପ୍ରାପ୍ତ ହେବ। ଭାଇ ବନ୍ଧୁଙ୍କ ସହିତ ଜମିବାଡ଼ି କଥାକୁ ନେଇ ବିବାଦ ହୋଇପାରେ।

ବିଛା ରାଶି –

ଭାଇ ଙ୍କ ପାଖରୁ ସହଯୋଗ ପ୍ରାପ୍ତ ହେବ, ଯାହାଦ୍ବାରା ଆପଣଙ୍କର ବଡ଼ କାର୍ଯ୍ୟ ସମ୍ପନ୍ନ ହେବ। ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କଠିନ ସମସ୍ୟା ଆପଣଙ୍କ ସାମ୍ନାରେ ଥିବା ସମୟରେ ଆପଣ ସାହସର ସହିତ ସାମ୍ନା କରିବେ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ମାତାପିତାଙ୍କ ଠାରୁ ପରାମର୍ଶ ନେବେ। ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ।

ଧନୁ ରାଶି –

ପ୍ରେମ ଜୀବନରେ ଛୋଟ କଥାକୁ ନେଇ ବିବାଦ ହୋଇପାରେ। ଆପଣ କୌଣସି ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେବେ ଏବଂ ଆପଣ ସଫଳ ରହିବେ। କାରବାର ସହିତ ଜଡିତ ଲୋକଙ୍କୁ ବାହାର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିବ। ବ୍ୟବସାୟରେ ନୂଆ ବିଚାର ପ୍ରୟୋଗ କରି ପାରନ୍ତି। ବ୍ୟବସାୟରେ ପ୍ରଗତି ହେବ। ଏଭଳି କରିବା ଦ୍ଵାରା ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ରାଜନୀତିରେ ସଫଳତା ମିଳିବ।

Google

ମକର ରାଶି –

ଆଜି ଆପଣ ନିଜକୁ ଏକଲା ଅନୁଭବ କରିବେ। ଆପଣଙ୍କ ପାଇଁ ଲାଭଦାୟକ ରହିବ କି ଆପଣ କୌଣସି ସ୍ଥାନକୁ ଭ୍ରମଣରେ ଚାଲି ଯାଆନ୍ତୁ। କୌଣସି ମାମଲାରେ ଉଚିତ ସମୟ ମଧ୍ୟରେ ସମାଧାନ କରିବାକୁ ପ୍ରୟାସ କରନ୍ତୁ। ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିଛି। ଛାତ୍ରଛାତ୍ରୀ ଆଜି ପାଠପଢ଼ାକୁ ନେଇ ଅଧିକ ପରିଶ୍ରମ କରିବେ। ବ୍ୟବସାୟରେ ନୂତନ ସ୍ତୋତ୍ରରୁ ଧନ ଉପାର୍ଜନ ହେବ।

କୁମ୍ଭ ରାଶି –

ପିଲାମାନଙ୍କ ସମସ୍ୟା ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଆଜି ଆପଣଙ୍କୁ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅବସର ମିଳିବ। ଆଜି ପରିବାର ସହିତ କଥାବାର୍ତ୍ତା କରି ସମସ୍ୟାର ସମାଧାନ ବାହାର କରିବେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କୌଣସି ବ୍ୟକ୍ତି ସମ୍ପତ୍ତି ମାମଲାରେ ଆପଣଙ୍କ ଠାରୁ ପରାମର୍ଶ ନେଇ ପାରନ୍ତି। ଅଚାନକ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।

ମୀନ ରାଶି –

ଆଜି ଆପଣ ନୂଆ ଜୀବନ ଆରମ୍ଭ କରିବା ପାଇଁ ସଂକଳ୍ପ ନେଇ ପାରନ୍ତି। ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇ ପାରନ୍ତି। ଆପଣଙ୍କୁ ସର୍ବଦା ସକାରାତ୍ମକ ରହିବାର ଆବଶ୍ୟକତା ରହିଛି। କୌଣସି ଭୁଲ ବିଚାର ନିଜ ମନକୁ ଆଣନ୍ତୁ ନାହିଁ। ସମ୍ପର୍କୀୟଙ୍କ ସହିତ କୌଣସି ଆୟୋଜନରେ ସାମିଲ ହୋଇ ପାରନ୍ତି। ଆସୁଥିବା ବାଧା ସବୁ ଦୂର ହେବ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *