Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । (ଭାଗ-୧୫)

ସେୟାର୍ କରନ୍ତୁ

ଯଦି ୫ ପତ୍ର ବିଶିଷ୍ଟ ବେଲ ପତ୍ର ପାଆନ୍ତି ତେବେ ତାକୁ ଭଗବାନ ଶିବଲିଙ୍ଗରେ ଅର୍ପଣ କରି କୌଣସି ଏକ ଖାତା କିମ୍ବା ବହି ଭିତରେ ଡେମ୍ପ ନଭାଙ୍ଗି ରଖନ୍ତୁ। ଅନେକ ଶୁଭ ଫଳ ପ୍ରାପ୍ତ ହେବ।

ତୁଳସୀ ତିନି ପ୍ରକାରର। ଶ୍ୱେତ ତୁଳସୀ, କୃଷ୍ଣ ତୁଳସୀ, ରାମ ତୁଳସୀ। କୃଷ୍ଣ ତୁଳସୀଟି ମଙ୍ଗଳ,ତୁଳସୀକୁ ତୋଳିଲା ସମୟରେ ଏହି ମନ୍ତ୍ର ଜପ କରିବା ନିହାତି ଆବଶ୍ୟକ। ମନ୍ତ୍ରଟି ହେଉଛି ମହାପସାଦ ଜନନୀ ସର୍ବ ସ୍ୱଭାଗ୍ୟ ବନ୍ଧିନି ପଥୀ ବ୍ୟାଧି ହରଙ୍ଗ ନିତ୍ୟ ତୁଳସିତଂ ନମସ୍ତୁତେ।

ଯେଉଁ ପିଲାମାନେ ଅଧିକାଂଶ ସମୟରେ ଚମକି ପଡ଼ନ୍ତି ସେହି ପିଲାର ବିଛଣା ତଳେ ଟିକେ କଳା ତୁଳସୀ ରଖନ୍ତୁ। କିମ୍ବା କୌଣସି ଗଛର ମଲାଙ୍ଗ ମାଡି ଥାଏ ତେବେ ମଲାଙ୍ଗ ଟିକେ ଆଣି ବିଛଣା ତଳେ ରଖନ୍ତୁ। ଛୁଆ ଆଦୌ ଚମକିବ ନାହିଁ।

Google

ପ୍ରତ୍ୟକ ଦିନ ସକାଳେ ସ୍ନାନ ପରେ ଉଭୟ ନାରୀ ଏବଂ ପୁରୁଷ ମାନେ ସୂର୍ଯ୍ୟ ନମସ୍କାର କରନ୍ତୁ। ଠାକୁର ପୂଜା କରିବା ପରେ ଅଳ୍ପ ଲୁଣ ଖାଆନ୍ତୁ। କିନ୍ତୁ ସ୍ନାନ ପରେ କେବେବି ତେଲ ସ୍ପର୍ଶ କରିବେ ନାହିଁ।

ରାତିରେ ନିଦ ନହେଲେ ବିଛଣାରେ ବସି ଦୀର୍ଘ ନିଶ୍ଵାସ ଭିତରକୁ ନେଇ ଧୀରେ ଧୀରେ ଛାଡିଲେ ଶୁଭ ଫଳ ମିଳିଥାଏ।

ଜୋତା ଚୋରି ହେଲେ ଶୁଭ ହୋଇଥାଏ। ଶନିବାର ଦିନ ଚମଡା ଜୋତା ଚୋରି ହେଲେ ଅଧିକ ଶୁଭ ହୋଇଥାଏ। ଏବଂ ମନ୍ଦିର ପାଖରୁ ଜୋତା ଚୋରି ହେଲେ ଅନେକ ଶୁଭ ହୋଇଥାଏ।

ରୁଷେଇ ଘର ପୂର୍ବ ପଟ କାନ୍ଥରେ ଭଗବାନ ବାଳଗୋପାଳ କୃଷ୍ଣଙ୍କର ଲହୁଣୀ ଖାଉଥିବା ଫୋଟ ଲଗାଇଲେ ଶୁଭ ଫଳ ହୋଇଥାଏ।

କୌଣସି ମନ୍ଦିରକୁ ଗଲେ ପ୍ରଥମେ ସେହି ମନ୍ଦିରରେ ଥିବା ଭଗବାନଙ୍କ ବାହାନକୁ ପ୍ରଣାମ କରନ୍ତୁ। ତାପରେ ଘଣ୍ଟି ବଜାନ୍ତୁ ଏବଂ ତାପରେ ଗର୍ଭ ଗୃହକୁ ପ୍ରବେଶ କରନ୍ତୁ। ଭଗବାନଙ୍କ ଦର୍ଶନ ପରେ କିଛି ସମୟ ମନ୍ଦିରରେ ବସନ୍ତୁ। ଏହା କରିବା ଦ୍ୱାରା ଭଗବାନଙ୍କର ଦର୍ଶନର ଶୀଘ୍ର ପ୍ରାପ୍ତ ହୋଇଥାଏ।

Google

ଗୋମାତା ଯଦି କାନ୍ଦନ୍ତି ତେବେ ଆପଣଙ୍କର ୬ ମାସ ଭିତରେ କିଛି ବିପଦ ପଡିବ। କଳାରଙ୍ଗର ପେଚା ଘର ଭିତରକୁ ପସିଯାଏ ତେବେ ୧୫ ଦିନ ଭିତରେ କିଛି ଅଶୁଭ ହେବ। ପ୍ରତିକାର ସ୍ଵରୂପ: କୌଣସି ଗୁରୁବାର ଦିନ ଗୋଟିଏ ହଳଦୀକୁ ବାଟି ଭୂମିରେ ଲେପି ଦେଇ କଳା ରଙ୍ଗର ଅପରାଜିତା ଫୁଲ ରଖି ମୁଣ୍ଡିଆ ମାରନ୍ତୁ।

ଭୋଜନ କରିବା ସମୟରେ ନିଜ ବାମ ହାତ ପାଦରେ ରଖନ୍ତୁ ନାହିଁ। ଭୋଜନ କରିବା ସମୟରେ ଗାମୁଛା, ଟୋପି,ଲୁଗା ମସ୍ତକକୁ ଆବରଣ କରି ଭୋଜନ ଗ୍ରହଣ କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *