Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ଘରେ ହେଉଅଛି ସମସ୍ୟା , ତେବେ କରନ୍ତୁ ଏହି ୫ଟି ଉପାୟ , ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବ ନକାରତ୍ମକ ଶକ୍ତି

ସେୟାର୍ କରନ୍ତୁ

ଘରେ ପାରିବାରିକ ସମସ୍ୟା ହେବା ସାଧାରଣ କଥା ହୋଇଥାଏ। ଯୋଗଦର୍ଶନ ଅନୁଯାୟୀ , ଅବିଦ୍ୟା , ଅସ୍ମିତା , ରାଗ , ଦ୍ଵେଷ ଏବଂ ଅଭିନିବେଶ ପାଞ୍ଚଟି ସମସ୍ୟା ଅଟେ। ଭାସ୍ୟକର ବ୍ୟାସ ଏହାକୁ ବିପର୍ଯ୍ୟୟ କହିଛନ୍ତି ଏବଂ ଏହାର ଅନ୍ୟ ପାଞ୍ଚଟି ନାମ କହିଛନ୍ତି , ସେଗୁଡିକ ହେଲା ତମ , ମୋହ , ମହାମୋହ , ତାମିଶ୍ର ଏବଂ ଅଧତାମିଶ୍ର। ଏହି ସମସ୍ୟା ର ସାଧାରଣ ଲକ୍ଷଣ କାଷ୍ଟଦାୟକ ଅଟେ। ଏହା ଯୋଗୁଁ ଆତ୍ମସ୍ୱରୂପର ଦର୍ଶନ ହୋଇପାରିବ ନାହିଁ।

ଗୃହ ସମସ୍ୟା କଣ ହୋଇଥାଏ:-

ଯଦି ଆପଣଙ୍କ ଘରେ ଗୃହ ସମସ୍ୟା ବଢ଼ୁଅଛି , ତେବେ ଶନିବାର ଦିନ ଏହି ଉପାୟ କରିବା ଦ୍ୱାରା ଗୃହ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ। ତେବେ ସମସ୍ତେ ପରିଶ୍ରମ କରନ୍ତି , ପୂଜାପାଠ କରନ୍ତି ଏବଂ ଭଲ କର୍ମ ମଧ୍ୟ କରିଥାନ୍ତି , ତଥାପି ସେମାନଙ୍କ ଘରେ ଉନ୍ନତି ହୋଇନଥାଏ , ସୁଖ ସମ୍ପତ୍ତି ବାସ ହୋଇନଥାଏ ଏବଂ ଆମ ଘରେ ସମସ୍ୟା ବଢିଥାଏ। କେବେ କେବେ ଏତେ ସମସ୍ୟା ବଢିଯାଏ ଯେ ସମଗ୍ର ସମାଜ ସମସ୍ୟାକୁ ଦେଖିଥାଏ। କହିରଖୁଛୁ ଯେ ଏହି ସମସ୍ତ କୁଣ୍ଡଳୀରେ ଦୋଷ ଯୋଗୁଁ କିମ୍ବା ଘରେ ବାସ୍ତୁ ଠିକ ନ ହେବା ଦ୍ୱାରା କିମ୍ବା କୌଣସି ନକାରତ୍ମକ ଶକ୍ତିର ପ୍ରଭାବ ହୋଇଥାଏ।

Google

ନକାରତ୍ମକ ଶକ୍ତିର ମୁଖ୍ୟ ପ୍ରଭାବ:-

ନକାରତ୍ମକ ଶକ୍ତିର ଅର୍ଥ ଏହା ଯେ ଆପଣଙ୍କ ଘରେ ହସ ଖୁସିର ପରିବେଶ ରହିଥିବ ଏବଂ ହଠାତ ଝଗଡା ହୋଇଯିବ। କେବେ ଭ୍ରମଣ କରିବାକୁ ଯାଉଛନ୍ତି ଏବଂ ପରିବାରର ଲୋକଙ୍କ ମଧ୍ୟରେ ମନମତାନ୍ତର ହୋଇଯିବ। ବାରମ୍ବାର ଆପଣଙ୍କର ଦୁର୍ଘଟଣା ହେବ। କୌଣସି ରୋଗ ଆପଣଙ୍କ ପଛରେ ଲାଗିଯିବ। ସମାଜରେ ଆପଣଙ୍କୁ ମାନ ସମ୍ମାନ ନ ମିଳିବା ଇତ୍ୟାଦିରୁ ଆପଣ ବୁଝିନେବେ ଯେ ଆପଣ ନକାରତ୍ମକ ଶକ୍ତିରେ ପୀଡିତ ହୋଇଛନ୍ତି।

ଗୃହ ସମସ୍ୟାକୁ ଦୂର କରିବାର ଉପାୟ:-

୧) ଶନିବାର ଦିନ ଭୋଜନ କରିଥିବା ପତ୍ର କିମ୍ବା ଅଶ୍ୱତ୍ଥ ପତ୍ରରେ ନିଜ ସ୍ୱାମୀଙ୍କ ନାମ ଲେଖି ‘ଓଁ ହନୁମାନ ନମଃ’ ମନ୍ତ୍ରକୁ ୨୧ ଥର ଉଚ୍ଚାରଣ କରି ଘରର କୌଣସି କୋଣରେ ପୋତି ଦିଅନ୍ତୁ। ଏହାସହିତ ଦିନ ସାରା ହନୁମାନ ଭଗବାନଙ୍କର ଧ୍ୟାନ କରନ୍ତୁ।

୨) ଘରକୁ ପୋଛୁଥିବେ ସମୟରେ ପାଣିରେ ଗୋଟିଏ ଚାମଚ ଲୁଣ ପକାନ୍ତୁ , ଯାହାଦ୍ୱାରା ଆପଣଙ୍କ ଘରୁ ସମସ୍ତ ନକାରତ୍ମକ ଶକ୍ତି ଦୂର ହୋଇଯିବ। କିନ୍ତୁ ଗୁରୁବାର ଏବଂ ଶୁକ୍ରବାର ଦିନ ଏହି କାମ କରିବା ଉଚିତ ନୁହେଁ।

୩) ଘରେ ସର୍ବଦା ପୂର୍ବ କିମ୍ବା ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଉଚିତ। ଏହାଦ୍ବାରା ଆମର ଶରୀର ଚାର୍ଜ ହୋଇଯାଏ।

Google

୪) ହନୁମାନ ଭଗବାନଙ୍କର ପୂଜା ଉପାସନା କରିବା ଉଚିତ। ନିଜ ଘରେ ହନୁମାନ ଭଗବାନଙ୍କର ବ୍ରତ , ପୂଜା ଏବଂ ନିଷ୍ଠା ଅନୁଯାୟୀ ପ୍ରସାଦ ବିତରଣ କରିବା ବହୁତ ଲାଭକାରୀ ଭାବରେ ବିବେଚନା କରାଯାଏ। ଏଥିପାଇଁ ପଣ୍ଡିତଙ୍କ ଠାରୁ ପରାମର୍ଶ କରିପାରିବେ।

୫) ଘରର ଦ୍ୱାର ମୁଁହ ଭିତରକୁ ଜୋତା ଚପଲ ଆଣିବା ଉଚିତ ନୁହେଁ। କେବେ ମଧ୍ୟ ଖାଦ୍ୟକୁ ବିଛଣା ଉପରେ ବସି ଖାଇବା ଉଚିତ ନୁହେଁ। ଏହି ଉପାୟ କରିବା ଦ୍ୱାରା କିଛି ମାତ୍ରାରେ ଆପଣଙ୍କ ଘରୁ ଗୃହ ସମସ୍ୟା ଦୂର ହୋଇ ହୋଇପାରିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ ।ପ୍ରଭୁଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *