Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସରେ ଭୁଲରେ ମଧ୍ୟ ଏହି ଜିନିଷ ଗୁଡିକୁ କିଣନ୍ତୁ ନାହିଁ , ନଚେତ ଘରକୁ ଦାରିଦ୍ର୍ୟତା ଆସିଯିବ

ସେୟାର୍ କରନ୍ତୁ

ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସର ପର୍ବକୁ ପାଳନ କରାଯାଏ। ହିନ୍ଦୁ ଗ୍ରନ୍ଥ ଅନୁଯାୟୀ , ଏହିଦିନ ସୁନା ରୂପା ଆଦି ଜିନିଷ ଗୁଡିକୁ କିଣା ଯାଇଥାଏ। ଲୋକମାନେ ନୂଆ ନୂଆ ଜିନିଷ କିଣିଥାଆନ୍ତି। କିନ୍ତୁ କିଣିବା ସମୟରେ ଏହି ପାଞ୍ଚଟି ଜିନିଷ କେବେ ମଧ୍ୟ କିଣନ୍ତୁ ନାହିଁ , ନଚେତ ଘରେ ସୁଖ ସମୃଦ୍ଧି , ଧନ ବୈଭବ ସବୁକିଛି ଶେଷ ହୋଇଯିବ। ଏବଂ ଘରକୁ ଦାରିଦ୍ର୍ୟତା ଆସିଯିବ। ଏହି ଜିନିଷ ଗୁଡିକ ବିଷୟରେ ନିମ୍ନରେ ବର୍ଣ୍ଣନା କରାଯାଇଛି।

ଷ୍ଟିଲ ଏବଂ ଆଲୁମିନିୟମ:-

ବର୍ତ୍ତମାନର ସମୟରେ ଧନତେରସ ଦିନ ଜିନିଷ କ୍ରୟ କରିବା ସମୟରେ ଏହି କଥାକୁ ନିଶ୍ଚିତ ଭାବରେ ଧ୍ୟାନ ରଖିବା ଉଚିତ।ଧନତେରସ ଦିନ ଷ୍ଟିଲ ଏବଂ ଆଲୁମିନିୟମ ଜିନିଷ କିଣିବା ଉଚିତ ନୁହେଁ। କାରଣ ଷ୍ଟିଲ ଏବଂ ଆଲୁମିନିୟମରେ ତିଆରି ହୋଇଥିବା ବାସନ କିମ୍ବା ଅନ୍ୟ କୌଣସି ଜିନିଷ କିଣିବା ଦ୍ୱାରା ଘରର ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି। ଆଲୁମିନିୟମ ଉପରେ ରାହୁଙ୍କର ପ୍ରଭାବ ରହିଥାଏ। ଏଥିପାଇଁ ଏହାକୁ ଅଶୁଭ ଏବଂ ଦୁର୍ଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ।

Google

ଲୁହା:-

ଜ୍ୟୋତିଷଶାସ୍ତ୍ରରେ ଲୁହାକୁ ଶନିଙ୍କର କାରକ ଭାବରେ ବିବେଚନା କରାଯାଏ। ତେଣୁ ଏହି ଶୁଭଦିନ ଲୁହାର ଜିନିଷ ଘରକୁ ଆଣିବା ଅଶୁଭ ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଧନତେରସ ଦିନ ଏହି ଧାତୁରୁ ନିର୍ମିତ ଜିନିଷ କିଣିବା ଦ୍ୱାରା ଦୁର୍ଭାଗ୍ୟ ଆସିଥାଏ।

ପ୍ଲାଷ୍ଟିକ:-

ଧନତେରସ ଦିନ ପ୍ଲାଷ୍ଟିକ ଜିନିଷ କିଣିବାକୁ ମଧ୍ୟ ଅଶୁଭ ଭାବରେ ବିବେଚନା କରାଯାଇଛି। କାରଣ ଏହା ସ୍ଥାୟୀତ୍ୱ ଏବଂ ଉନ୍ନତିରେ ହ୍ରାସ ଘଟାଇଥାନ୍ତି।

କାଚ:-

ହିନ୍ଦୁ ଧର୍ମଶାସ୍ତ୍ରରେ ବିଶ୍ୱାସ ରହିଛି ଯେ ଧନତେରସର ଶୁଭ ଅବସରରେ କାଚରୁ ପ୍ରସ୍ତୁତ ଜିନିଷ ଆଦୌ କିଣିବା ଉଚିତ ନୁହେଁ କାରଣ କାଚର ସମ୍ପର୍କ ମଧ୍ୟ ରାହୁ ସହ ହୋଇଥାଏ। ଯାହା ଘରକୁ ଦାରିଦ୍ର୍ୟତା ଆଣିଥାଏ।

Google

ଚିନି:-

ଏହିଦିନ ଚିନିରୁ ପ୍ରସ୍ତୁତ ଜିନିଷ ମଧ୍ୟ କିଣିବା ଅଶୁଭ ଭାବରେ ବିବେଚନା କରାଯାଇଛି। କାରଣ ଚିନିରୁ ପ୍ରସ୍ତୁତ ଜିନିଷ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ସ୍ଥାୟୀ ହୋଇନଥାଏ। ଯାହାଦ୍ୱାରା ଘରେ ଉନ୍ନତି ହ୍ରାସ ପାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ। ମା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *