Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ପରେ ସୂର୍ଯ୍ୟ ବଦଳିବେ ନିଜର ସ୍ଥିତି, କେଉଁ ରାଶିକୁ ଏହି ପରିବର୍ତ୍ତନ ପାଇଁ ହେବ ଫାଇଦା। ଜାଣନ୍ତୁ ଏହାର ପ୍ରଭାବ ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ଗ୍ରହ ସମୟ ସହିତ ନିଜର ଚଳନ ପରିବର୍ତ୍ତନ କରିଥାନ୍ତି। କାହାର ପ୍ରଭାବ ୧୨ଟି ରାଶି ଉପରେ ପଡିଥାଏ। କୌଣସି ଗ୍ରହ ଅଶୁଭ ନୁହେଁ, ଏଥିରୁ ମିଥିବା ପ୍ରଭାବ ଶୁଭ ବା ଅଶୁଭ ହୋଇଥାଏ। ଆପଣଙ୍କୁ କହି ରଖୁଛୁ କି ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ୧୬ ନଭେମ୍ବରକୁ ନିଜ ରାଶି ପରିବର୍ତ୍ତନ କରୁଛନ୍ତି। ସୂର୍ଯ୍ୟ ତଳ ରାଶି ତୁଳାରୁ ବିଛା ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି । ସୂର୍ଯ୍ୟର ଏହି ରାଶି ପରିବର୍ତ୍ତନ କେଉଁ ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ। କେଉଁ ରାଶିର ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ଏହାର ସୂଚନା ପାଇଁ ନିଜର ରାଶି ଅନୁସାରେ ଜାଣନ୍ତୁ।

ଆସନ୍ତୁ ଜାଣିବା ସୂର୍ଯ୍ୟର ପରିବର୍ତ୍ତନ ଦ୍ଵାରା କେଉଁ ରାଶିକୁ ମିଳିବ ଲାଭ।

ମିଥୁନ ରାଶି:- ମିଥୁନ ରାଶିର ଲୋକଙ୍କୁ ସୂର୍ଯ୍ୟର ରାଶି ପରିବର୍ତ୍ତନ ଦ୍ଵାରା ଶୁଭ ପରିଣାମ ପ୍ରାପ୍ତ ହେବ। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ସମାଜରେ ଆପଣ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ରହିବେ। ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ। ଆମଦାନୀରେ ଉତ୍ତମ ଲାଭ ମିଳିବ। ଚାକିରୀ କ୍ଷେତ୍ରରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ବରିଷ୍ଠ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ବନ୍ଧୁଙ୍କ ସହିତ ମତଭେଦ ଦୂର ହେବ । ଘର ପରିବାରରେ ଖୁସିର ମାହୋଲ ରହିବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ଆପଣ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ପ୍ରସନ୍ନ ରହିବେ।

Google

କନ୍ୟା ରାଶି:- କନ୍ୟା ରାଶିର ଲୋକଙ୍କୁ ସୂର୍ଯ୍ୟର ଗୋଚର ପାଇଁ କାର୍ଯ୍ୟ ମାମଲାରେ ଉତ୍ତମ ପରିଣାମ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଲଗାତାର ସଫଳତା ମିଳିବ। ସମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ମିଳିପାରେ। ଘର ପରିବାରରେ ହସଖୁସିର ବାତାବରଣ ରହିବ। ଚାକିରୀ କ୍ଷେତ୍ରରେ ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣ କୌଣସି ସୁଖଦ ଯାତ୍ରା ରେ ଯାଇ ପାରନ୍ତି। ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି। ଆମଦାନୀରେ ବୃଦ୍ଧି ହେବ। ସାମାଜିକ ସ୍ତରରେ ମାନସମ୍ମାନ ବୃଦ୍ଧି ହେବ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ।

ମକର ରାଶି:- ମକର ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟର ଗୋଚର ଉତ୍ତମ ସାବ୍ୟସ୍ତ ହେବ। ସାମାଜିକ କ୍ଷେତ୍ରରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ।ଅସହାୟ ଲୋକଙ୍କୁ ଆପଣ ସାହାଯ୍ୟ କରିବେ। ଆପଣଙ୍କୁ ନିଜର ଉତ୍ତମ ଯୋଜନାର ପରିଣାମ ପ୍ରାପ୍ତ ହେବ। ପିଲାମାନଙ୍କ ତରଫରୁ ଖୁସି ଖବର ମିଳିବ। କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।ସନ୍ତାନ ଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

ଆସନ୍ତୁ ଜାଣିବା ବାକି ରାଶି ଗୁଡିକର କିପରି ରହିବ ଅବସ୍ଥା –

ମେଷ ରାଶି:- ମେଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟର ରାଶି ପରିବର୍ତ୍ତନ କଠିନ ରହିପାରେ। ଆପଣଙ୍କୁ ଏହି ସମୟରେ ଅଧିକ ସତର୍କ ରହିବାକୁ ପଡ଼ିବ। ଆପଣ ଏହି ସମୟରେ କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ। ଆପଣଙ୍କ ଆମଦାନୀ ଅନୁସାରେ ଖର୍ଚ୍ଚ ରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ବାତାବରଣ ସୁଖମୟ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ। ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ।

ବୃଷ ରାଶି:- ବୃଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟର ରାଶି ପରିବର୍ତ୍ତନ ଯୋଗୁଁ ବୈବାହିକ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ବିବାହିତ ଜୀବନରେ ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। ଆପଣଙ୍କୁ ବ୍ୟବସାୟ ରେ ପାର୍ଟନରଙ୍କ ଗତିବିଧି କୁ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି । ବ୍ୟବସାୟ ରେ କ୍ଷତି ହେବାର ସମସ୍ୟା ରହିଛି। କୌଣସି ଲମ୍ବା ଯାତ୍ରା ରୁ ଯିବାରୁ ବଞ୍ଚିତ ହୁଅନ୍ତୁ। ବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ, ଏଥିପାଇଁ ବାହାର ଖାଦ୍ୟ ସେବନ କରନ୍ତୁ ନାହିଁ।

କର୍କଟ ରାଶି:- କର୍କଟ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟର ଗୋଚର ଅଶୁଭ ସାବ୍ୟସ୍ତ ହେବ। ଏହି ସମୟରେ ଆପଣ ବିଚାର ନକରି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। କୌଣସି ମାମଲାକୁ ଆପଣ ଶାନ୍ତି ପୂର୍ବକ ସମାଧାନ କରିବାରେ ସକ୍ଷମ ରହିବେ। ସମ୍ପତ୍ତି ମାମଲାରେ ସତର୍କ ରୁହନ୍ତୁ। କିଛି ଲୋକେ ଆପଣଙ୍କ ଉତ୍ତମ ସ୍ଵଭାବର ଫାଇଦା ଉଠାଇ ପାରନ୍ତି। ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ।

Google

ସିଂହ ରାଶି:- ସିଂହ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟର ରାଶି ପରିବର୍ତ୍ତନ ମାନସିକ ଚାପ ଉତ୍ପନ୍ନ କରିପାରେ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କର ଚାକିରୀ ପରିବର୍ତ୍ତନ ହୋଇପାରେ। ଆପଣଙ୍କ ମନରେ ଅନେକ ବିଚାର ଆସିବ। ଭାଇ ଭଉଣୀଙ୍କ ସହିତ ମତଭେଦ ହେବାର ସମ୍ଭାବନା ରହିଛି । ସେୟାର ବଜାରରେ ଜଡ଼ିତ ଲୋକଙ୍କୁ କ୍ଷତି ହେବାର ଆଶଙ୍କା ରହିଛି। ବ୍ୟାପାରରେ କିଛି ସମସ୍ୟା ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ।ପିତାମାତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ଆପଣଙ୍କ ପାଇଁ କଠିନ ସାବ୍ୟସ୍ତ ହେବ।

ତୁଳା ରାଶି:- ତୁଳା ରାଶିର ଲୋକଙ୍କୁ ସୂର୍ଯ୍ୟର ରାଶି ପରିବର୍ତ୍ତନ ଯୋଗୁଁ ଏହି  ସମୟରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ଆସୁଥିବା ଟଙ୍କା ଅଟକି ଯାଇପାରେ। କୌଣସି ସମ୍ପର୍କୀୟଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଅଚାନକ ସମ୍ପର୍କୀୟଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ପାରିବାରିକ ମାମଲା ଆପଣ ନିଜ ବୁଦ୍ଧି ପ୍ରୟୋଗ କରି ସମାଧାନ କରିବେ। ଏହି ସମୟରେ ଆପଣଙ୍କୁ ନିକ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ପ୍ରକାରର ବିବାଦ ରେ ପଡନ୍ତୁ ନାହିଁ।

ବିଛା ରାଶି:- ବିଛା ରାଶିର ଲୋକଙ୍କୁ ସୂର୍ଯ୍ୟର ଗୋଚର ଯୋଗୁଁ ଅଯଥା ଖର୍ଚ୍ଚର ସାମ୍ନା କରିବାକୁ ପଡିପାରେ। ମାନସିକ ଚିନ୍ତା ଅଧିକ ରହିବ। ଆପଣଙ୍କର ଶତ୍ରୁ ସଂଖ୍ୟା ବଢିପାରେ। ସେମାନେ ଆପଣଙ୍କର କାର୍ଯ୍ୟ ବିଗାଡିବା ପାଇଁ ପ୍ରୟାସ କରି ପାରନ୍ତି, ଏଥିପାଇଁ ଆପଣ ସତର୍କ ରୁହନ୍ତୁ । ବିବାହିତ ଜୀବନରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ସମ୍ଭାଳି ଚାଲିବା ଉଚିତ।

ଧନୁ ରାଶି:- ଧନୁ ରାଶିର ଲୋକଙ୍କୁ ସୂର୍ଯ୍ୟର ରାଶି ପରିବର୍ତ୍ତନ ଯୋଗୁଁ ଆମଦାନୀରେ କ୍ଷତି ସହିବାକୁ ପଡ଼ିବ। ଘରୋଇ ସୁଖ ସାଧନ ରେ ଅଧିକ ଖର୍ଚ୍ଚ ହୋଇପାରେ। ଟଙ୍କାପଇସା ଦେବା ନେବା ସମୟରେ ସାବଧାନ ରହିବାକୁ ପଡିବ। ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ କିଛି ପରିବର୍ତ୍ତନ କରିବା ପୂର୍ବରୁ ଭଲ ଭାବରେ ବିଚାର କରିନେବା ଆବଶ୍ୟକ। ସ୍ବାସ୍ଥ୍ୟକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ। ପିତାଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ।

Google

କୁମ୍ଭ ରାଶି:- କୁମ୍ଭ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟର ରାଶି ପରିବର୍ତ୍ତନ ଶୁଭ ରହିବ ନାହିଁ। ଏହି ସମୟରେ ଆପଣଙ୍କୁ କୋର୍ଟ କଚେରୀ ମାମଲାର ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ କାନୁନ ମାମଲାରେ ସାବଧାନ ରହିବା ଆବଶ୍ୟକ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଉତ୍ପନ୍ନ ହୋଇପାରେ। କିଛି ନୂଆ କାର୍ଯ୍ୟରେ ଆପଣ ସଫଳତା ହାସଲ କରିବେ। କୌଣସି କାର୍ଯ୍ୟ କରିବା ସମୟରେ ଶୀଘ୍ରତା କରନ୍ତୁ ନାହିଁ, ନଚେତ କାର୍ଯ୍ୟ ବିଗିଡି ପାରେ।

ମୀନ ରାଶି:- ମୀନ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟର ଗୋଚର କଷ୍ଟକାରୀ ସାବ୍ୟସ୍ତ ହେବ। କୌଣସି ଯାତ୍ରାରେ ଆପଣଙ୍କୁ ସମସ୍ୟା ଉତ୍ପନ୍ନ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ବଡ଼ ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ। ସରକାରୀ ଚାକିରୀ କରିଥିବା ଲୋକଙ୍କୁ ଅଚାନକ ବଦଳି ହେବାର ସମ୍ଭାବନା ରହିଛି। ବ୍ୟାପାର ମାମଲାରେ ଥିବା ଲୋକଙ୍କୁ ପରାମର୍ଶ ଦିଆଯିବ କି ନିବେଶ କରିବା ସମୟରେ ଭଲ ଭାବରେ ବିଚାର କରି ନିଅନ୍ତୁ ଏବଂ ଅନୁଭବୀ ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ସୂର୍ଯ୍ୟଦେବ ” ଅବଶ୍ୟ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *