Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୭ ନଭେମ୍ବର ୨୦୨୦,ଶନିବାର,ଆଜି ଏହି ୬ଟି ରାଶିର ଲୋକଙ୍କ ପାଇଁ ରହିବ ଭାଗ୍ୟବର୍ଦ୍ଧକ, ସମ୍ପତିରେ ମିଳିବ ଲାଭ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶନିବାର ୭ ନଭେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୭ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ପରିବାରରେ ଆନନ୍ଦ ଉଲ୍ଲାସ ର ବାତାବରଣ ରହିବ। ବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ନକାରାତ୍ମକ ବିଚାର ରୁ ଦୂରେଇ ରୁହନ୍ତୁ। ଆପଣଙ୍କ ଆତ୍ମ ବଳ ସୁଦୃଢ ରହିବ। ମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

ବୃଷ ରାଶି –

ବଦଳୁଥିବା ପରିସ୍ଥିତି ରେ ଆପଣଙ୍କୁ ଉଚିତ ମାର୍ଗ ମିଳିବ। ଅଫିସ ରେ ସହଯୋଗୀଙ୍କ ଠାରୁ ସହାୟତା ମିଳିବ। ନୂଆ ଅବସର ଆପଣଙ୍କୁ ପ୍ରାପ୍ତ ହେବ। ସର୍ବଦା ସକ୍ରିୟ ରୁହନ୍ତୁ, କୌଣସି ବଡ଼ ଅବସର ହାତରୁ ଯିବାକୁ ଦିଅନ୍ତୁ ନାହିଁ। ବ୍ୟାପାର କରୁଥିବା ଲୋକଙ୍କୁ ଲାଭ ମିଳିବ। ବ୍ୟାପାରିକ କ୍ଷେତ୍ରରେ ସଫଳତା ହାସଲ କରିବେ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଶୀଘ୍ରତା ରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମିଥୁନ ରାଶି –

ଅଚାନକ ଆପଣଙ୍କୁ ଲାଭ ମିଳିବ, ଯାହାର ଉତ୍ତମ ପ୍ରଭାବ ଆପଣଙ୍କୁ ମିଳିବ। ଆପଣ ନିଜର ଶକ୍ତିକୁ ଉପଯୋଗ କରିବେ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ଯଦି କେହି ଆପଣଙ୍କ ପାଖକୁ ସମସ୍ୟା ନେଇ ଆସେ ତାହେଲେ ତାର ମନର ବୋଝ ହାଲକା କରନ୍ତୁ। ନିଜ ବିବେକ କୁ ଉପଯୋଗ କରି ଲାଭର ପ୍ରତିଶତ ବଢେଇ ପାରିବେ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ।

Google

କର୍କଟ ରାଶି –

ଆଜି ଆପଣଙ୍କ ବାଣୀ ରେ ମଧୁରତା ଆସିବ। ଲୋକେ ଆପଣଙ୍କ ବ୍ୟବହାର ରେ ସନ୍ତୁଷ୍ଟ ରହିବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଆପଣ ନେଇ ଥିବା ମହତ୍ୱପୂର୍ଣ୍ଣ ନିଷ୍ପତ୍ତି କାମରେ ଆସିବ। ମାନସିକ ରୂପରେ ଚିନ୍ତିତ ରହି ପାରନ୍ତି। ବିବାଦ ରୁ ବଞ୍ଚିତ ହେବା ଆପଣଙ୍କ ପାଇଁ ଲାଭଦାୟକ ରହିବ। ନଚେତ ମାନସିକ ରୂପରେ ଚିନ୍ତିତ ରହି ପାରନ୍ତି। ବ୍ୟାପାର କରୁଥିବା ଲୋକଙ୍କୁ ଲାଭ ମିଳିବ।

ସିଂହ ରାଶି –

ଶାରୀରିକ ରୂପରେ ଆଜି ସୁସ୍ଥ ଅନୁଭବ କରିବେ। ବୁଝି ବିଚାରି ଯାତ୍ରା ଏବଂ କାର୍ଯ୍ୟ ବ୍ୟାପାର କରିବେ। ବରିଷ୍ଠ ବ୍ୟକ୍ତି ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ। ସାଧୁ ସନ୍ଥ ଙ୍କ ଆଶୀର୍ବାଦ ଆପଣଙ୍କ ମଧ୍ୟରେ ଏକ ସକାରାତ୍ମକ ଉର୍ଜା ଜାଗ୍ରତ କରାଇବ। ଜମିବାଡ଼ି ସମ୍ବନ୍ଧିତ ମାମଲାରେ ଅନେକ ସମସ୍ୟା ଉତ୍ପନ୍ନ ହୋଇପାରେ। ଧର୍ଯ୍ୟ ରଖନ୍ତୁ, ଆପଣ ସମୟ ଅନୁସାରେ କାର୍ଯ୍ୟ ସମ୍ପନ୍ନ କରିବେ। ସ୍ବାସ୍ଥ୍ୟରେ ସୁଧାର ଆସିବ।

କନ୍ୟା ରାଶି –

ଆଜି ଆପଣ କୌଣସି ଆନନ୍ଦ ଉତ୍ସବ ରେ ଭାଗ ନେବେ। ଯଦି ପ୍ରେମ ର ସ୍ବୀକାର କରୁଛନ୍ତି ତାହେଲେ ଆପଣଙ୍କୁ ସଫଳତା ମିଳିବ। କାର୍ଯ୍ୟାଳୟ ରେ ବରିଷ୍ଠ ବ୍ୟକ୍ତିଙ୍କ କଥା ମାନିବା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଆର୍ଥିକ ରୂପରେ ଉନ୍ନତି ଲାଭ କରିବେ। କାର୍ଯ୍ୟ ପ୍ରଣାଳୀ ସୁଧାରିବା ପାଇଁ ଆପଣ କିଛି ନୂଆ ଯୋଜନା ବନେଇବେ। ତତ୍କାଳୀନ ଲାଭ ହେବ ନାହିଁ।ପିତାମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ତୁଳା ରାଶି –

ଆଜି ଆପଣଙ୍କ ଖର୍ଚ୍ଚ ବଜେଟ କୁ ବିଗାଡି ପାରେ। କିଛି ଯୋଜନା ଅଟକି ଯାଇପାରେ। ପ୍ରେମ ଜୀବନ ପାଇଁ ଦିନଟି ସାମାନ୍ୟ ରହିବ। କୌଣସି ପ୍ରୋଜେକ୍ଟ ରେ ଆପଣ କାମ କରି ପାରନ୍ତି। ଆପଣ ନିଜ ସନ୍ତାନ ଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ସହକର୍ମୀଙ୍କ ସହିତ ଉତ୍ତମ ବ୍ୟବହାର ଆପଣଙ୍କୁ ଫାଇଦା ଆଣି ଦେଇପାରେ। ସମ୍ବନ୍ଧ ପ୍ରତି ତ୍ୟାଗ କରିବେ।

ବିଛା ରାଶି –

ଉଚିତ ସମୟ ମଧ୍ୟରେ କାର୍ଯ୍ୟ ନହେବା କାରଣରୁ ଆପଣ ଅଧିକ ଚିନ୍ତିତ ରହିବେ। ପ୍ରତ୍ୟହ ଯୋଗାଭ୍ୟାସ କରନ୍ତୁ ଆପଣଙ୍କ ପାଇଁ ଲାଭଦାୟକ ରହିବ। ପରିବାରର ବୃଦ୍ଧ ଲୋକଙ୍କର ସମ୍ମାନ କରନ୍ତୁ। ପାରିବାରିକ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ। ପରିବାରର ବରିଷ୍ଠ ଲୋକଙ୍କ ସହିତ କଥାବାର୍ତ୍ତା ସମୟରେ ବିନମ୍ର ରୁହନ୍ତୁ। କୌଣସି ବିଶ୍ବାସୀ ପାତ୍ର ଙ୍କ ଠାରୁ ରାୟ ନିଶ୍ଚିତ ନେବା ଜରୁରୀ ଅଟେ। ଆପଣଙ୍କୁ ନିଜର ଦୈନନ୍ଦିନ ଜୀବନରେ ଧ୍ୟାନ ଦେବା ଆବଶ୍ୟକ।

ଧନୁ ରାଶି –

କାର୍ଯ୍ୟରେ ଶୀଘ୍ରତା କରନ୍ତୁ ନାହିଁ, ନଚେତ କାର୍ଯ୍ୟ ବିଗିଡି ପାରେ। ଉତ୍ତମ ଲୋକଙ୍କ ସହିତ ସଂଗତି ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ। କୌଣସି ବୃଦ୍ଧ ସମ୍ପର୍କୀୟ ଙ୍କ ଅସୁବିଧା ରେ ଆପଣ ସହାୟତା କରିବେ। ଆପଣ ସେମାନଙ୍କ ଆଶୀର୍ବାଦ ପାଇ ପାରିବେ। ନିଜ ଖାଦ୍ୟପେୟ ରେ ପୋଷକ ତତ୍ତ୍ଵ ର ବ୍ୟବହାର କରନ୍ତୁ। ବ୍ୟାପାର ବ୍ୟବସାୟ ରେ ଲାଭ ମିଳିବ।

Google

ମକର ରାଶି –

ଆଜି ପରିବାରରେ ହସଖୁସିର ମାହୋଲ ରହିବ। ଆପଣ କୌଣସି ଯାତ୍ରାରେ ଯାଇ ପାରନ୍ତି। ପାରିବାରିକ ଜୀବନ ସାମାନ୍ୟ ରହିବ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। କାର୍ଯ୍ୟ ମାମଲାରେ ଆପଣ ଆଗେଇ ରହିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ। ଆପଣଙ୍କୁ ମାନସିକ ଶାନ୍ତି ମିଳିବ।

କୁମ୍ଭ ରାଶି –

ଆଜି ଆପଣଙ୍କ ଆଖପାଖ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପ୍ରେମୀଙ୍କ କ୍ରୋଧର ସାମ୍ନା କରି ପାରନ୍ତି, ଯାହାର କାରଣ ଆପଣଙ୍କ ବ୍ୟବହାର ଅଟେ। ଏଥିପାଇଁ ଆପଣଙ୍କୁ ତାଙ୍କୁ କ୍ଷମା ମାଗି ନେବା ଉଚିତ। ବ୍ୟବସାୟିକ ଲୋକଙ୍କୁ ସଫଳତା ମିଳିବ। ଛୋଟ ଛୁଆ ଙ୍କ ସହିତ ମସ୍ତି କରନ୍ତୁ, ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଘର ପରିବାରରେ ସୁଖ ର ଅନୁଭୂତି ହେବ।

ମୀନ ରାଶି –

ଆଜି ଦାମ୍ପତ୍ୟ ଜୀବନ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କୁ ବ୍ୟବସାୟ ଏବଂ ପରିବାର କୁ ନେଇ କିଛି କଥା ଜାଣିବାକୁ ମିଳିପାରେ। ସମ୍ପତ୍ତି କିଣାକିଣି କରିବା ପାଇଁ ଅନୁକୂଳ ସମୟ ରହିଛି, ଯାହା ଆପଣଙ୍କ ପାଇଁ ଅଧିକ ମହତ୍ୱପୂର୍ଣ୍ଣ ଅଟେ। କାହାକୁ ଦେଇଥିବା ଟଙ୍କା ଫେରସ୍ତ ମିଳିବ। ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପରିବାରରେ ସମ୍ପତ୍ତି କୁ ନେଇ ବିବାଦ ହୋଇପାରେ। ଅନ୍ୟ ମାନଙ୍କୁ ଅପେକ୍ଷା କରନ୍ତୁ ନାହିଁ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *