Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ମାସ ୨୦୨୦ : ବିଷ୍ଣୁ ସହସ୍ରନାମର ମହିମା କଣ। ଯେଉଁ ବ୍ୟକ୍ତି ମାନେ ଏହି ବିଷ୍ଣୁ ସହସ୍ରନାମର ଜପ କରିଥାନ୍ତି ତାଙ୍କୁ କେଉଁ କେଉଁ ଲାଭ ମିଳିଥାଏ। ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ଏବଂ ତାଙ୍କର ଦାମୋଦର ରୂପକୁ ପୂଜା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ସମସ୍ତ ମାସ ମଧ୍ୟରୁ କାର୍ତ୍ତିକ ମାସ ଏକମାତ୍ର ମାସ ଭାବରେ ବିବେଚନା କରାଯାଏ ଯାହା ଶ୍ରୀ ହରିଙ୍କ ପାଇଁ ଅତ୍ୟନ୍ତ ପ୍ରିୟ ଅଟେ। ଏହି କାରଣ ହେଉଛି ଏହି ମାସରେ ସମସ୍ତେ ତାଙ୍କୁ ବହୁତ ପ୍ରକାରରେ ପୂଜା ଅର୍ଚ୍ଚନା କରିଥାନ୍ତି। କିନ୍ତୁ ଏହି ଲୋକମାନଙ୍କ ମଧ୍ୟରୁ କେତେକ ଅଛନ୍ତି ଯେଉଁମାନେ କୌଣସି ସମସ୍ୟା କାରଣରୁ ସେମାନେ ରୀତିନୀତିର ସହିତ ପୂଜା କରି ପାରିନଥାନ୍ତି। ତେଣୁ ଆମେ ଆପଣ ମାନଙ୍କୁ ଜଣେଇ ଦେଉଛୁ ଯେ ଶାସ୍ତ୍ରରେ ଏହିପରି ଲୋକମାନଙ୍କ ପାଇଁ  ଅନେକ କଥା ଉଲ୍ଲେଖ କରାଯାଇଛି। ଯେଉଁଥିରେ ଭଗବାନଙ୍କୁ ପାଇପାରିବେ। ହଁ ସନାତନ ଧର୍ମର ଶାସ୍ତ୍ରରେ କୁହାଯାଇଛି ଯେ କାର୍ତ୍ତିକ ମାସରେ ବିଷ୍ଣୁ ସହସ୍ରନାମଙ୍କୁ ସମ୍ପୂର୍ଣ୍ଣ ଭକ୍ତିଭାବରେ ପାଠ କରୁଥିବା ବ୍ୟକ୍ତି ସେ ନିଜର ସମସ୍ତ ପାପରୁ ମୁକ୍ତି ପାଇଥାଏ ଏବଂ ଜୀବନର ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଯାଏ।

କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ବିଷ୍ଣୁ ସହସ୍ରନାମରେ ଯାହା ବର୍ଣ୍ଣନା କରାଯାଇଛି କେଉଁ ଜିନିଷକୁ ଧ୍ୟାନରେ ରଖି ଏହାକୁ କିପରି ଭାବରେ ପାଠ କରାଯିବା ଉଚିତ। ଯଦି ଜାଣିନାହାନ୍ତି ତେବେ ଆମେ ଆପଣଙ୍କୁ କହିବୁ କିପରି କାର୍ତ୍ତିକ ମାସରେ ଆପଣ ଭଗବାନ ଶ୍ରୀ ହରିଙ୍କ ଆଶୀର୍ବାଦ ପାଇପାରିବେ। ବିଷ୍ଣୁ ସହସ୍ରନାମ ଭଗବାନ ବିଷ୍ଣୁଙ୍କର ସବୁଠାରୁ ପ୍ରଭାବଶାଳୀ ସ୍ତୁତି ଭାବରେ ମାନାଯାଏ।କୁହାଯାଏ ଯେ ତାଙ୍କର ଉପାସନା କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନକୁ ସହଜ କରିଥାଏ। ଜଣେଇ ଦେଉଛୁ ଯେ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କର ହଜାର ହଜାର ନାମ ବର୍ଣ୍ଣନା କରାଯାଇଛି। କେବଳ ଏତିକି ନୁହେଁ ଶାସ୍ତ୍ରରେ ଏହାର ଶକ୍ତି ଏବଂ ମହିମା ବିଷୟରେ  ଉଲ୍ଲେଖ କରାଯାଇଛି।

Google

ଧାର୍ମିକ ଶାସ୍ତ୍ରରେ ପାଳନ କର୍ତା ପ୍ରଭୁ ବିଷ୍ଣୁଙ୍କର ଏହି ବନ୍ଦନା ଜପ କରୁଥିବା ବ୍ୟକ୍ତିଙ୍କ ପାପର ମୁକ୍ତି ବିଷୟରେ କୁହାଯାଇଛି ଓ ଜ୍ୟୋତିଷ  ଶାସ୍ତ୍ରରେ କୁହାଯାଇଛି ଯେ ବିଷ୍ଣୁ ସହସ୍ରନାମ ପାଠ କରିଲେ ଜାତକରେ ରାଶିର ସ୍ଥିତି ବୃହଷ୍ପତି ଗ୍ରହ ମଜବୁତ ହୋଇଥଏ। ବିଶ୍ୱାସ ଅଛି ଯେ ଏହି ସ୍ତୁତିର ଶକ୍ତିରେ ପ୍ରତ୍ୟେକ ଗ୍ରହ ଏବଂ ନକ୍ଷତ୍ର ନିୟନ୍ତ୍ରିତ ହୋଇଥାଆନ୍ତି। ଏହା ବ୍ୟତୀତ ଯେଉଁ ବ୍ୟକ୍ତିଙ୍କର ପେଟ ଜନିତ କୌଣସି ଅସୁବିଧା ଅଛି ତାଙ୍କୁ ଏହାକୁ ପାଠ କରିବାର ପରାମର୍ଶ ଦିଆଯାଏ। କାରଣ ଗୁରୁ ଗ୍ରହ ପେଟ ସହିତ ଜଡିତ ଏବଂ ଏହାର ଖରାପ ହେବା କାରଣରୁ ସେମାନଙ୍କୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ସେମିତି ଯେଉଁ ଦମ୍ପତିଙ୍କର ସନ୍ତାନ ପ୍ରାପ୍ତି ହେଉନାହିଁ ସେମାନଙ୍କ ପାଇଁ ମଧ୍ୟ ଭଗବାନ ବିଷ୍ଣୁଙ୍କର ଏହି ସ୍ତୁତି ଉତ୍ସର୍ଗୀକୃତ କରିଦେବା ଉଚିତ। ଦମ୍ପତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ସହିତ ବିବାହରେ ଥିବା ପ୍ରତିବନ୍ଧକକୁ ମଧ୍ୟ ଏହା ଦୂର କରିଥାଏ।

ଏହାର ରୀତି ନୀତି ଶିଖନ୍ତୁ:-

ଯେଉଁମାନେ ଏହାକୁ ପାଠ କରନ୍ତି ସେମାନେ ଏହାର ବିଶେଷ ଧ୍ୟାନ ରଖିବା ଉଚିତ ଯେ ବିଷ୍ଣୁ ସହସ୍ରନାମଙ୍କୁ ସକାଳେ ପାଠ କରାଯିବା ଉଚିତ୍। ଏହା ବ୍ୟତୀତ ଏହି କଥା ଗୁଡିକର ମଧ୍ୟ ଧ୍ୟାନ ରଖିବା ଉଚିତ।

ପାଠ ଆରମ୍ଭ କରିବା ପୂର୍ବରୁ ଏବଂ ପରେ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରନ୍ତୁ।

ବିଷ୍ଣୁ ଧ୍ୟାନ ମନ୍ତ୍ର:-

ଶାନ୍ତକାରଂ ଭୁଜଗାସାୟନମ୍ ପଦ୍ମନାଭନ୍ ସୁରେଶମ୍ ବିଶ୍ୱଧାରଂ ଗଗନସଦୃସମ୍ ମେଘଭର୍ନା ଶୁଭଗମ୍।।

ଲକ୍ଷ୍ମୀକାନ୍ତମ୍ କମଲନାୟାନମ୍ ଯୋଗୀବିର୍ଧୟନାଗମ୍ ବନ୍ଦେ ବିଷ୍ଣୁ ଭବିଭୟହରଙ୍ଗ ସର୍ବଲୋକୈକନାଥମ୍।।

ଯଦି ସମ୍ଭବ ହେବ ତ ସର୍ବଦା ହଳଦିଆ ରଙ୍ଗର ପୋଷାକ  ଧାରଣ କରି ଏହାକୁ ଜପ କରନ୍ତୁ। ହଳଦିଆ ଚୁନେରୀ ଇତ୍ୟାଦି ପିନ୍ଧି କରି ମଧ୍ୟ ବିଷ୍ଣୁ ସହସ୍ରନାମ କରାଯାଇପାରିବ।

ଭଗବାନ ବିଷ୍ଣୁଙ୍କୁ ଭୋଗରେ ଗୁଡ଼ ଚିନି, ମୁଗ କିମ୍ବା ହଳଦିଆ ମିଠା ଅର୍ପଣ କରିବା ଉଚିତ।

Google

ଏହି ପାଠକୁ କରିବା ପାଇଁ ସବୁଠାରୁ ଶୁଭ ଦିନ ଭାବରେ ଗୁରୁବାର ଦିନକୁ ବିବେଚନା କରାଯାଏ। 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଶେଷ କରି ଗୁରୁବାର ସନ୍ଧ୍ୟାରେ ଲୁଣ ଖାଇବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶ୍ରୀହରି ” ଅବଶ୍ୟ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *